ପ୍ରୋଲାକ୍ଟିନୋମା

ଏହା ଏକ ପ୍ରକାର ପିଟୁଇଟାରି ଅର୍ବୁଦ ।

ପ୍ରୋଲାକ୍ଟିନୋମା ଏକ ମୃଦୁ ଅର୍ବୁଦ ଯାହା ପିଟୁଇଟାରି ଗ୍ରନ୍ଥିରୁ ପ୍ରୋଲାକ୍ଟିନ ତିଆରି କରୁଥିବା କୋଷରୁ ସୃଷ୍ଟି ହୁଏ ।[୨] ଉଚ୍ଚ ପ୍ରୋଲାକ୍ଟିନ ସ୍ତର କିମ୍ବା ଆଖପାଖ ତନ୍ତୁମାନଙ୍କ ଉପରେ ଅର୍ବୁଦ ଜନିତ ଚାପରୁ ଲକ୍ଷଣ ଦେଖାଯାଏ | [୧] ଉଚ୍ଚ ପ୍ରୋଲାକ୍ଟିନ୍ ସ୍ତର ହେବା ଫଳରେ ପୁରୁଷମାନଙ୍କ ମଧ୍ୟରେ ଯୌନ ଅସୁବିଧା ସୃଷ୍ଟି କରିପାରେ; ମହିଳାମାନଙ୍କ କ୍ଷେତ୍ରରେ ଋତୁସ୍ରାବର ଅନ୍ତର କମିଯାଏ, ଅନୁର୍ବରତା, ଏବଂ କମ୍ କ୍ଷୀର ହୁଏ; ଏବଂ ପିଲାମାନଙ୍କର ଅଭିବୃଦ୍ଧି ହ୍ରାସ ପାଏ | [୧] ଚାପର ପ୍ରଭାବରେ ଦୃଷ୍ଟି କ୍ଷେତ୍ରରେ ତୃଟି ହୁଏ, କ୍ରାନିଆଲ ପାଲ୍ସି, ଏବଂ ମୁଣ୍ଡ ବିନ୍ଧା ହୋଇପାରେ | [୧] ରୋଗ ଜଟିଳ ହେଲେ ବାତ, କିମ୍ବା ପିଟୁଇଟାରି ଆପୋପ୍ଲେକ୍ସି ହୋଇପାରେ [୧]

Prolactinoma
ବିଭାଗEndocrinology, neurosurgery[୧]
ଲକ୍ଷଣHigh prolactin: sexual dysfunction in males; decreased periods, infertility, milk production in females; decreased growth in children[୧]
Pressure effects: visual field defects, cranial nerve palsy, headaches[୧]
ଆକ୍ରାନ୍ତ ସମୟAround 30 years[୧]
କାରଣGenerally unclear[୧]
ବିପଦ କାରକFamily history, multiple endocrine neoplasia type 1[୧]
ରୋଗ ନିର୍ଣ୍ଣୟ ପଦ୍ଧତିBased on lab tests and medical imaging after ruling out other causes[୧]
ସଠିକ ରୋଗ ନିର୍ଣ୍ଣୟPregnancy, certain medications, hypothyroidism[୧]
ଚିକିତ୍ସାPeriodically monitored, cabergoline, bromocriptine, hormone replacement therapy, surgery, radiation therapy[୧]
PrognosisSmall (excellent), larger (mixed)[୧]
ପୁନଃପୌନିକ2 per 10,000 people[୧]

ଅଧିକାଂଶ କ୍ଷେତ୍ରରେ ଏହାର କାରଣ ଅସ୍ପଷ୍ଟ ରହିଛି। [୨] [୩] ବିପଦ କାରକଗୁଡିକ ମଧ୍ୟରେ ପାରିବାରିକ ଇତିହାସ ଏବଂ ଏକାଧିକ ଏଣ୍ଡୋକ୍ରାଇନ ନିଓପ୍ଲାସିଆ ଟାଇପ ୧ ଥିବା ଯୋଗୁ ହୋଇପାରେ | [୧] ଅନ୍ୟାନ୍ୟ ସମ୍ଭାବ୍ୟ କାରଣକୁ ଏଡ଼ାଇବା ପରେ ଲ୍ୟାବ ପରୀକ୍ଷା ଏବଂ ମେଡିକାଲ ଇମେଜିଙ୍ଗ ଉପରେ ରୋଗ ନିର୍ଣ୍ଣୟ ଆଧାରିତ ହୁଏ |[୧] ସେଗୁଡିକ ତିନି ପ୍ରକାର ଶ୍ରେଣୀଭୁକ୍ତ କରାଯାଇଛି ଯଥା: ମାଇକ୍ରୋ (<10 ମିମି ବ୍ୟାସ), ମାକ୍ରୋ (୧୦ରୁ ୪୦ ମିମି ବ୍ୟାସ), ଏବଂ ବିଶାଳ (> 40 ମିମି ବ୍ୟାସ) ।[୧]

ଲକ୍ଷଣ ବିହୀନ ଛୋଟ ପ୍ରୋଲାକ୍ଟିନୋମା କେବଳ ପର୍ଯ୍ୟାୟକ୍ରମେ ନିରୀକ୍ଷଣ କରାଯାଇପାରେ | [୨] ବଡ଼ କିମ୍ବା ଲକ୍ଷଣ ଥିବା ରୋଗଗୁଡିକ କାବେରଗୋଲିନ ଓ ବ୍ରମୋକ୍ରିପ୍ଟିନ ଦେଇ ଚିକିତ୍ସା କରାଯାଇପାରେ | [୧] ହରମୋନ ପୁନସ୍ଥାପନ ମଧ୍ୟ ବ୍ୟବହୃତ ହୋଇପାରେ | [୧] ଏହି ଚିକିତ୍ସା ସଫଳ ନ ହେଲେ ଅସ୍ତ୍ରୋପଚାର କିମ୍ବା ବିକିରଣ ଚିକିତ୍ସା ବ୍ୟବହାର କରାଯାଇପାରେ |[୧] ଛୋଟ ପ୍ରୋଲାକ୍ଟିନୋମା ଚିକିତ୍ସା ଫଳାଫଳ ସାଧାରଣତଃ ଉତ୍କୃଷ୍ଟ ଥିବାବେଳେ ବୃହତ ଅର୍ବୁଦଗୁଡିକର ମିଶ୍ରିତ ଫଳ ମିଳିଥାଏ ।[୧]

ପ୍ରତି ୧୦,୦୦୦ ଲୋକଙ୍କ ମଧ୍ୟରୁ ପ୍ରୋଲାକ୍ଟିନୋମା ପ୍ରାୟ ୨ ଜଣକୁ ପ୍ରଭାବିତ କରିଥାଏ | [୨] ପୁରୁଷଙ୍କ ତୁଳନାରେ ମହିଳାମାନଙ୍କଠାରେ ତିନି ଗୁଣ ଅଧିକ ଦେଖାଯାଏ । [୧] ପ୍ରାୟ ୩୦ ବର୍ଷ ବୟସରେ ଆରମ୍ଭ ହୁଏ | [୧] ଏହା ପିଟୁଇଟାରି ଅର୍ବୁଦମାନଙ୍କ ମଧ୍ୟରେ ସବୁଠାରୁ ସାଧାରଣ ଅର୍ବୁଦ | [୪] ୧୯୫୦ ଏବଂ ୧୯୬୦ ଦଶକରେ ପ୍ରୋଲାକ୍ଟିନୋମା ପ୍ରଥମେ ସ୍ପଷ୍ଟ ଭାବରେ ବର୍ଣ୍ଣନା କରାଯାଇଥିଲା | [୫] [୬]

ଆଧାର

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ