ଫିନୋବାର୍ବିଟାଲ

ଏହା ଏକ ପ୍ରକାର ଯାହା କେତେକ ପ୍ରକାରର ଅପସ୍ମାର ବାତ ବା ଏପିଲେପ୍ସି ରୋଗ ଚିକିତ୍ସା ନିମନ୍ତେ ବ୍ୟବ‌ହାର କରିବାକ

ଫିନୋବାର୍ବିଟାଲ, ଅନ୍ୟ ନାମ ଫିନୋବାର୍ବିଟୋନ ଔଷଧ କେତେକ ପ୍ରକାରର ଅପସ୍ମାର ବାତ ବା ଏପିଲେପ୍ସି ରୋଗ ଚିକିତ୍ସା ନିମନ୍ତେ ବ୍ୟବ‌ହାର କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୁପାରିସ କରିଛି ।[୩] ବିକଶିତ ଦେଶମାନଙ୍କରେ ନବଜାତ ଶିଶୁଙ୍କର ବାତ ବା ସିଜର ହେଲେ ବ୍ୟବ‌ହାର କରାଯାଏ,[୪] କିନ୍ତୁ ଅନ୍ୟମାନଙ୍କ ନିମନ୍ତେ ଅନ୍ୟ ଔଷଧ ଦିଆଯାଏ ।[୫] ଏହି ଔଷଧ ପାଟିରେ ଖାଇବାକୁ ଦିଆଯାଏ; ଶୀରାରେ ଓ ମାଂସପେଶୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧] ସ୍ଟାଟସ ଏପିଲେପ୍ଟିକସରେ ଏହାର ଇଞ୍ଜେକସନ ଦିଆଯାଏ ।[୧] ବେଳେବେଳେ ନିଦ୍ରାହୀନତା, ଉତ୍କଣ୍ଠା, ଡ୍ରଗ ଉଇଥଡ୍ରଆଲ ନିମନ୍ତେ ଏହା ଦିଆଯାଏ ଓ ଅପରେଶନ ସମୟରେ ଦିଆଯାଏ ।[୧] ଇଞ୍ଜେକସନ ଆକାରରେ ଦେଲେ ଏହା ୫ ମିନିଟ ମଧ୍ୟରେ କାର୍ଯ୍ୟକାରୀ ହୁଏ ଓ ପାଟିରେ ଦେଲେ ଅଧ ଘଣ୍ଟା ଲାଗେ ।[୧] ଏହାର ପ୍ରଭାବ ୪ ଘଣ୍ଟାରୁ ୨ ଦିନ ପର୍ଯ୍ୟନ୍ତ ରହେ ।[୧][୨]

ଫିନୋବାର୍ବିଟାଲ
2D chemical structure of phenobarbital
3D ball-and-stick model of phenobarbital
Clinical data
Trade namesLuminal
AHFS/Drugs.commonograph
MedlinePlusa682007
Pregnancy
category
  • AU: D
  • US: D (Evidence of risk)
Dependence
liability
High
Routes of
administration
Oral (PO), rectal (PR), parenteral (intramuscular and intravenous)
ATC code
Legal status
Legal status
  • AU: S4 (Prescription only)
  • DE: Anlage III (Prescription only)
  • UK: Class B
  • US: Schedule IV
Pharmacokinetic data
Bioavailability>95%
Protein binding20 to 45%
MetabolismHepatic (mostly CYP2C19)
Onset of actionwithin 5 min (IV) and 30 min (PO)[୧]
Elimination half-life53 to 118 hours
Duration of action4 hrs[୧] to 2 days[୨]
ExcretionRenal and fecal
Identifiers
IUPAC name
  • 5-Ethyl-5-phenyl-1,3-diazinane-2,4,6-trione
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.000.007 Edit this at Wikidata
Chemical and physical data
FormulaC12H12N2O3
Molar mass232.235 g/mol
3D model (JSmol)
SMILES
  • O=C1NC(=O)NC(=O)C1(c2ccccc2)CC
InChI
  • InChI=1S/C12H12N2O3/c1-2-12(8-6-4-3-5-7-8)9(15)13-11(17)14-10(12)16/h3-7H,2H2,1H3,(H2,13,14,15,16,17) checkY
  • Key:DDBREPKUVSBGFI-UHFFFAOYSA-N checkY
  (verify)

ଏହାର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ନିମ୍ନ ଚେତନ ସ୍ତର ହୁଏ ଓ ଶ୍ୱାସକ୍ରିୟା ନିମନ୍ତେ ପ୍ରଚେଷ୍ଟା କମିଯାଏ । ଦୀର୍ଘକାଳୀନ ବ୍ୟବ‌ହାରରେ ଡ୍ରଗ ଉଇଥଡ୍ରୟାଲ ଓ ଡ୍ରଗ ଅପ‌ପ୍ରୟୋଗ ହୁଏ । ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଏ । [୧] ଗର୍ଭାବସ୍ଥାରେ ଏହି ଔଷଧ ହାନୀ କରେ ।[୧][୬] ସ୍ତନ୍ୟପାନ ସମୟରେ ଦେଲେ ଏହା ଶିଶୁକୁ ନିଦ୍ରାଳୁ କରାଏ ।[୭] ବ‌ୟସ୍କ ଲୋକ ଓ ଯକୃତ ତ‌ଥା ବୃକ୍‌କ ରୋଗ ଥିଲେ ଅଳ୍ପ ମାତ୍ରେ ଏହା ବ୍ୟବ‌ହାର କରାଯାଏ ।[୧] ଏହା ଗାବା ନିଉରୋଟ୍ରାନସମିଟରର କ୍ରିୟାକଳାପକୁ ବଢ଼େଇ ଦିଏ ।[୧]

ସନ ୧୯୧୨ରେ ଫିନୋବାର୍ବିଟାଲ ଆବିଷ୍କୃତ ହୋଇଥିଲେ ମଧ୍ୟ ଏହା ଅଦ୍ୟାପି ବ୍ୟବ‌ହୃତ ସର୍ବାଧିକ ପୁରୁଣା ଆଣ୍ଟିସିଜର ଔଷଧ ।[୮][୯] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୧୦] ଆଣ୍ଟିସିଜର ଔଷଧ ମଧ୍ୟରେ ଏହା ସବୁଠାରୁ କମ ଦାମିକା (ବାର୍ଷିକ ଖର୍ଚ୍ଚ ପ୍ରାୟ ୫ ଆମେରିକୀୟ ଡଲାର) ।[୧୧] କେତେକ ଦେଶରେ ଏହା ନିୟନ୍ତ୍ରିତ ଔଷଧ ହୋଇଥିବାରୁ ମିଳେନାହିଁ ।[୧୧]

ଆଧାର