ବରଗଛ

ବରଗଛ ହେଉଛି ଭାରତର ଜାତୀୟ ବୃକ୍ଷ।[୩] ଏହାକୁ ବଟବୃକ୍ଷ ବୋଲି କୁହାଯାଏ। ଏହା ଫଳ ଖାଉଥିବା ପଶୁ ପକ୍ଷୀଙ୍କଦ୍ୱାରା ବଂଶ ବିସ୍ତାର କରିଥାଏ । ବଡ଼ ହେଲା ପରେ ଏହାର ଡ଼ାଳରୁ ଓହଳ ବାହାରି ମାଟିରେ ଲାଗିଯାଏ, ଯାହାକୁ ଦେଖି ଚେରର ଭ୍ରମ ସୃଷ୍ଟି ହୁଏ । ଆଗକାଳରେ ପ୍ରତିଟି ଗାଁ ମୁଣ୍ଡରେ ନିଶ୍ଚୟ ଗୋଟିଏ ବରଗଛ ରହୁଥିଲା । ରଜ ପର୍ବରେ ପିଲାଏ ଏଥିରେ ଦୋଳି ଖେଳନ୍ତି । ଗାଁର ଲୋକେ ପୁଣ୍ୟ ହେବ ଭାବି ବରଗଛ ଓ ଓସ୍ତଗଛର ବାହାଘର କରିଥାନ୍ତି ।

ବରଗଛ
Illustration of Ficus benghalensis
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ:Plantae
ଅଶ୍ରେଣୀକୃତ:Angiosperms
ଅଶ୍ରେଣୀକୃତ:Eudicots
ଅଶ୍ରେଣୀକୃତ:Rosids
ଗଣ:Rosales
କୁଳ:Moraceae
ପ୍ରଜାତି:Ficus
ଉପପ୍ରଜାତି:Urostigma
ପ୍ରଜାତି

Many species, including:

  • F. aurea
  • F. benghalensis
  • F. citrifolia
  • F. elastica
  • F. macrophylla
  • F. microcarpa
  • F. pertusa
  • F. rubiginosa
India ଭାରତର ଜାତୀୟ ସଙ୍କେତ[୧][୨]
ପତକାତ୍ରିରଙ୍ଗା
ଚିହ୍ନସାରନାଥ ସିଂହ
ସଙ୍ଗୀତଜନ ଗଣ ମନ
ଗୀତବନ୍ଦେ ମାତରମ
ପଶୁବାଘ
ପକ୍ଷୀମୟୂର
ଜଳଚର ଜୀବଡଲଫିନ
ଫୁଲପଦ୍ମ
ବୃକ୍ଷବର
ଫଳଆମ୍ବ
ଖେଳହକି
କ୍ୟାଲେଣ୍ଡରଶକ
ନଦୀଗଙ୍ଗା

ଭାରତୀୟ ପ୍ରାଦେଶିକ ଭାଷା ନାମାବଳୀ

ପ୍ରାଦେଶିକ ଭାଷାନାମ
ଓଡ଼ିଆବର, ବଟ
ସଂସ୍କୃତନ୍ୟଗ୍ରୋଥ, ବୃକ୍ଷନାଥ, ବୈଶ୍ରବଣଳୟ, ବହୁପାଦ, ଭାଣ୍ଡୀର, ଯକ୍ଷତରୁ, ସ୍କନ୍ଧରୁହ, ଯକ୍ଷାବାସ, ମହଚ୍ଛାୟା, ଅବରୋହୀ, ଶିପୀରହ, ଧ୍ରୁବ, ଯମପ୍ରିୟ, ରକ୍ତଫଳ, ବୃହତପାଦ ଓ ମହାଦ୍ରୁମ
ତେଲୁଗୁମରିଚେଟ୍ଟୁ
ବଙ୍ଗଳାବଟ୍ଗାଛ୍,ବଡ଼ଗଛ
ହିନ୍ଦୀବରଗଦ, ବର ଓ ବଡ଼

ଶାସ୍ତ୍ରୋକ୍ତ ଗୁଣ

ଏହା କଷାୟରସ, ଶୀତବୀର୍ଯ୍ୟ, ଧାରକ, ଗୁରୁପାକ, ରସାୟନ କାନ୍ତିପ୍ରଦ, ସ୍ତମ୍ଭନ କାରକ, ମେହ, ପ୍ରମେହ, ଉପଦଂଶ, ବୀର୍ଯ୍ୟଦୋଷ, ଧାତୁଦୋଷ, ପିତ୍ତ, କଫ, ଦାହ, ପ୍ରଦର, ଯୋନିରୋଗ, ବ୍ରଣ, କ୍ଷତ, ଘା, କାଖଗୁଲି, ଅତିସାର ଆଦି ରୋଗର ନିବାରକ ଅଟେ ।

ବ୍ୟବହାର

ପ୍ରମେହ ଓ ସ୍ୱପ୍ନଦୋଷର ଏକ ପ୍ରମୁଖ ଔଷଧରୂପେ ଏହାର କ୍ଷୀରକୁ ବ୍ୟବହାର କରାଯାଏ । ଏହାର ଓହଳରେ ଦାନ୍ତ ଘସିଲେ ମୁଖକାନ୍ତି ବଢେ ବୋଲି କୁହାଯାଏ । ଏହାର ଫଳକୁ ଔଷଧିରୂପେ ବ୍ୟବହାର କରାଯାଏ ।

ଆଧାର

ବାହାର ଆଧାର

  • ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥୀ
  • ଅନୁଭୂତ ଯୋଗମାଳା ବା ସହଜ ଚିକିତ୍ସା. ଲକ୍ଷ୍ମଣ ମିଶ୍ର