ବିଜୟ ରାଜବଂଶ

ଶ୍ରୀଲଙ୍କା ଇତିହାସ

ବିଜୟ ରାଜବଂଶକୁ ମଧ୍ୟ ମହା-ବଂଶ ଭାବରେ ଜଣାଯାଇଥାଏ । ଗଛିତ ତଥ୍ୟାନୁସାରେ ଏହି ବଂଶ ହେଉଛି ପ୍ରଥମ ସିଂହଳୀ ରାଜକୀୟ ପରିବାର ଯାହାକି ସେଲିୟନ ବା ବର୍ତ୍ତମାନର ଶ୍ରୀଲଙ୍କା ଦ୍ୱୀପରେ ଶାସନ କରିଥିଲେ । ସିଂହଳୀ କିମ୍ବଦନ୍ତୀ ଅନୁଯାଇ ଯୁବରାଜ ବିଜୟ ହେଉଛନ୍ତି ଶ୍ରୀଲଙ୍କାର ପ୍ରଥମ ରାଜା । ସେ ତମ୍ବାପାନ୍ନି ରାଜ୍ୟର ପ୍ରତିଷ୍ଠାତା ଥିଲେ । ପରେ ସେ ଉପତିସ୍ସା ନୁବାରା ରାଜ୍ୟ ଏବଂ ଅନୁରାଧାପୁର ରାଜ୍ୟ ମଧ୍ୟ ପ୍ରତିଷ୍ଠା କରିଥିଲେ ।[୧][୨][୩]

House of Vijaya
Vijayan dynasty
Royal house
House of Vijaya
Flag of Dutugamunu
CountryKingdom of Tambapanni
Kingdom of Upatissa Nuwara
Kingdom of Anuradhapura
Founded543 BC (543 BC)
FounderPrince Vijaya
Current headExtinct
Final rulerSubharaja
TitlesKing of Tambapanni
King of Upatissa Nuwara
King of Anuradhapura
Dissolution66 AD (66 AD)
Cadet branchesVedda people[N ୧]

ବିଜୟଙ୍କର ବଂଶର ୩୭ ଜଣ ରାଜା ଦୀର୍ଘ ୬୦୯ ବର୍ଷ କାଳ ଦ୍ୱୀପଟିରେ ଶାସନ କରିଥିଲେ । ଏହି ଶାସନ ଧାରା ଲମ୍ବକନ୍ନ ବଂଶର ବାସଭ ରାଜାଙ୍କର ଖ୍ରୀଷ୍ଟାବ୍ଦ ୬୬ ମସିହାରେ କ୍ଷମତା ଅକ୍ତିଆର ଯୋଗୁଁ ସମାପ୍ତ ହୋଇଥିଲା ।[୪]

ଉତ୍ପତ୍ତି

ଅଜନ୍ତା ଗୁମ୍ଫାର କାନ୍ଥରେ ଗଢ଼ା ହୋଇଥିବା ଛବି ଯେଉଁଥିରେ ଯୁବରାଜ ବିଜୟଙ୍କର ହାତୀ ଘୋଡ଼ା ଆଦି ସହ ଶ୍ରୀଲଙ୍କାରେ ପ୍ରବେଶକୁ ଦର୍ଶାଉଛି ।

ଖ୍ରୀଷ୍ଟପୂର୍ବ ୫୪୩ ମସିହାରେ ଯୁବରାଜ ବିଜୟ (ଖ୍ରୀଷ୍ଟପୂର୍ବ ୫୪୩-୫୦୫) ଶ୍ରୀଲଙ୍କାରେ ପ୍ରବେଶ କରିଥିଲେ । ତାଙ୍କୁ ଭାରତରେ ଥିବା ନିଜର ପ୍ରକୃତ ରାଜ୍ୟରୁ ବିତାଡ଼ିତ କରାଯାଇଥିଲା । ସେ ଧୀରେ ଧୀରେ ଦ୍ୱୀପଟିକୁ ନିଜ ଅକ୍ତିଆରକୁ ଆଣି ନିଜକୁ ରାଜା ଘୋଷିତ କରିଥିଲେ । ଏହାପରେ ତାଙ୍କର ପରିଚାରକ ବର୍ଗ ଦ୍ୱୀପଟି ସାରା ଗ୍ରାମ ଏବଂ ଜନବସତି ସ୍ଥାପନ କରିବାକୁ ଲାଗିଲେ । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମନ୍ତ୍ରୀ ଅନୁରାଧା, ଯିଏକି ଅନୁରାଧାଗମ ପ୍ରତିଷ୍ଠା କରିଥିଲେ ।[୫]

ଶାସନ କାଳ

ତମ୍ବପାନ୍ନି

ଯେତେବେଳେ ବିଜୟ ସିଂହଳରେ ପ୍ରବେଶ କରିଥିଲେ, ତମ୍ବପାନ୍ନି ରାଜ୍ୟ ବିଜୟ ଏବଂ ତାଙ୍କର ୭୦୦ ଅନୁଗାମୀଙ୍କଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । ଏହା ହଉଛି ବର୍ତ୍ତମାନର ମାନ୍ନାର ଜିଲ୍ଲାର ଏକ ଅଂଶ, ସେତେବେଳେ ଏହା ଚିଲାୱ ଜିଲ୍ଲାର ଅନ୍ତର୍ଗତ ବୋଲି ବିଶ୍ୱାସ କରାଯାଏ ।[୬][୭][୮] ଗୌତମ ବୁଦ୍ଧଙ୍କର ମୃତ୍ୟୁଦିନ ବିଜୟ ଶ୍ରୀଲଙ୍କା ଆସିଥିବା ବିଶ୍ୱାସ କରାଯାଏ ।[୯] ବିଜୟ ତମ୍ବପାନ୍ନିକୁ ନିଜର ରାଜଧାନୀ ଭାବେ ଘୋଷଣା କଲେ ଏବଂ ଖୁବଶୀଘ୍ର ଏକ ସମ୍ପୂର୍ଣ୍ଣ ଦ୍ୱୀପର ରାଜଧାନୀ ହୋଇଗଲା । ୟଖମାନେ ପୂର୍ବରୁ ତମ୍ବପାନ୍ନିରେ ବସବାସ କରୁଥିଲେ ଯାହାର ରାଣୀ କୁବେନି ଥିଲେ ।[୧୦]

କୁବେନି ଯିଏକି ଅତି ସୁନ୍ଦର ଥିଲେ କିନ୍ତୁ ପ୍ରକୃତରେ ଏକ ରାକ୍ଷସୀ ଥିଲେ, ବିଜୟ ତାଙ୍କୁ ଶେଷପତି ନାମରେ ନାମିତ କରିଥିଲେ ।[୧୧]

ଉପତିସା ନୁବାରା

Monarchs of Sri Lanka

House of Vijaya
  1. Upatissa (505 BC–504 BC)
  2. Panduvasdeva (504 BC–474 BC)
  3. Abhaya (474 BC–454 BC)
  4. Tissa (454 BC–437 BC)
  5. Pandukabhaya (437 BC–377 BC)

ବିଜୟଙ୍କର କୌଣସି ସନ୍ତାନ ନଥିଲେ, ସେ ତାଙ୍କର କାର୍ଯ୍ୟକାଳ ଶେଷ ବେଳକୁ ତାଙ୍କ ଭାଇ ସୁମିତ୍ତଙ୍କୁ ଏହି ଦ୍ୱୀପରେ ରାଜୁତି କରିବାକୁ ତାଙ୍କର ରାଜ୍ୟ ସିଂହପୁରାକୁ ନିମନ୍ତ୍ରଣ ପଠାଇଥିଲେ । କିନ୍ତୁ ନିମନ୍ତ୍ରଣଟି ତାଙ୍କ ଭାଇ ପାଇବା ଆଗରୁ ସେ ଇହଧାମ ତ୍ୟାଗ କରିଥିଲେ ।[୧୨] ତେଣୁ ନିର୍ବାଚିତ ମନ୍ତ୍ରୀ ଉପତିସା କାର୍ଯ୍ୟକାରୀ ରାଜା ଭାବେ କାମ ତୁଲାଇଲେ ।[୧୩] ସେ ତମ୍ବପନ୍ନିରୁ ରାଜଧାନୀ ହଟାଇ ନିଜେ ତିଆରି କରିଥିବା ଏକ ନୂତନ ରାଜ୍ୟ ଉପତିସା ନୁବାରାଠାରୁ ରାଜକାର୍ଯ୍ୟ କରୁଥିଲେ । ଯେତେବେଳେ ବିଜୟଙ୍କର ନିମନ୍ତ୍ରଣ ଚିଠି ସୁମିତ୍ତଙ୍କଠାରେ ପହଞ୍ଚିଲା ସେ ତାଙ୍କ ପିତାଙ୍କ ପରେ ସିଂହପୁରାର ରାଜା ହୋଇସାରିଥିଲେ, ସେ ମଧ୍ୟ ବୃଦ୍ଧ ହୋଇଯାଇଥିବାରୁ ତାଙ୍କର ପୁତ୍ରମାନଙ୍କ ମଧ୍ୟରୁ ଜଣଙ୍କୁ ଶ୍ରୀଲଙ୍କା ଅଭିମୁଖେ ଯିବାକୁ ଅନୁରୋଧ କରିଥିଲେ । ତାଙ୍କର ସାନ ପୁଅ ପଣ୍ଡୁବାସଦେବ ଶ୍ରୀଲଙ୍କା ଯିବେ ବୋଲି ସ୍ୱଇଚ୍ଛାରେ ରାଜି ହୋଇଥିଲେ । ଏହା ଶୁଣି ରାଜା ସୁମିତ୍ତ ଖୁସି ହୋଇ ତାଙ୍କୁ ଉପଯୁକ୍ତ ବ୍ୟବହାର ସହ ଶ୍ରୀଲଙ୍କା ପଠାଇଥିଲେ ।[୧୨]

ଅନୁରାଧାପୁର

ଖ୍ରୀଷ୍ଟ ପୂର୍ବ ୩୭୭ ମସିହାରେ ରାଜା ପଂଡୁକଭୟ (ଖ୍ରୀପୂ ୪୩୭ - ୩୬୭) ଅନୁରାଧାପୁରକୁ ନିଜର ରାଜଧାନୀ କରି ଏକ ବିକଶିତ ସହର ଭାବେ ଗଢ଼ିତୋଳିଥିଲେ ।[୧୪][୧୫] ଅନୁରାଧାପୁର ସହରଟି, ସହରର ପ୍ରତିଷ୍ଠାତା ମନ୍ତ୍ରୀ ଅନୁରାଧାଙ୍କ ଉପରେ ଏବଂ ପଂଡୁକଭୟଙ୍କର ଜେଜେ ବାପାଙ୍କ ନାମ ଯିଏ କି ସେହି ସହରରେ ରହୁଥିଲେ ତାଙ୍କ ନାମ ଅନୁସାରେ ନାମିତ ହୋଇଥିଲା । ଏହାର ନାମ ଏକ ପବିତ୍ର ନକ୍ଷତ୍ର ଅନୁରା ଉପରେ ମଧ୍ୟ ନାମିତ ।[୧୬] ପରେ ଏହି ସହରଟି ଭବିଷ୍ୟତର ସମସ୍ତ ରାଜାଙ୍କର ରାଜଧାନୀ ହୋଇ ରହିଲା ।[୧୭]

ଅନୁରାଧାପୁରର ରାଜାଙ୍କୁ ପୁରା ଦ୍ୱୀପର ରାଜା ଭାବେ ଦେଖାଯାଇଥାଏ ।[୧୮]

ସମୟାନୁକ୍ରମ

Kingdom of KandyKingdom of SitawakaKingdom of KotteKingdom of GampolaKingdom of DambadeniyaKingdom of PolonnaruwaChola occupation of AnuradhapuraAnuradhapura KingdomKingdom of Upatissa NuwaraKingdom of TambapanniNayaks of KandyHouse of DinajaraHouse of Siri Sanga BoHouse of KalingaHouse of VijayabahuHouse of Lambakanna IIHouse of MoriyaHouse of Lambakanna I

ନୋଟ

ଆଧାର

ପୁସ୍ତକ ସୂଚୀ

  • Blaze, L. E (1995). The Story of Lanka. Asian Educational Services. ISBN 978-81-206-1074-3.
  • Moratuwagama, H. M. (1996). සිංහල ථුපවංසය—Sinhala Thupavansaya [Sinhala Thupavamsa] (in Sinhala). Rathna Publishers. ISBN 978-955-569-068-3.{{cite book}}: CS1 maint: unrecognized language (link)
  • Perera, Lakshman S. (2001). The Institutions of Ancient Ceylon from Inscriptions. Vol. 1. International Centre for Ethnic Studies. ISBN 978-955-580-055-6.
  • Senaveratna, John M. (1997). The story of the Sinhalese. New Delhi: Asian Educational Series. ISBN 81-206-1271-X. Retrieved 13 August 2014.
  • Siriweera, W. I. (2004). History of Sri Lanka. Dayawansa Jayakodi & Company. ISBN 978-955-551-257-2.
  • Wijesooriya, S. (2006). A Concise Sinhala Mahavamsa. Participatory Development Forum. ISBN 978-955-9140-31-3.
  • Yogasundaram, Nath (2008). A Comprehensive History of Sri Lanka. Vijitha Yapa Publishers. ISBN 978-955-665-002-0.

ବାହ୍ୟ ଆଧାର

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ