ବିଦୀର୍ଣ୍ଣ ଆକିଲେସ ଟେଣ୍ଡନ

ଆଘାତ, ଦୀର୍ଘକାଳୀନ ଟେଣ୍ଡୋନାଇଟିସ ରୋଗ ଥିଲେ ବା ହଠାତ ବଳାଗଣ୍ଠି ମୋଡ଼ିହୋଇଗଲେ ଆକିଲେସ ଟେଣ୍ଡନ ଛିଣ୍ଡିଯାଏ ।

ବିଦୀର୍ଣ୍ଣ ଆକିଲେସ ଟେଣ୍ଡନ (ଇଂରାଜୀ ଭାଷାରେ Achilles tendon rupture) ନାମ ଦିଆଯାଏ ଯେତେବେଳେ ବଳାଗଣ୍ଠି ବା ଆଙ୍କଲ୍ (ankle) ପଛପାଖରେ ଥିବେ ଆକିଲେସ ଟେଣ୍ଡନ (Achilles tendon) ଛିଣ୍ଡିଯାଏ ।[୫] ଏଥିରେ ଗୋଇଠିରେ ହଠାତ୍ ପ୍ରବଳ ଯନ୍ତ୍ରଣା ହୁଏ ।[୩] ଟେଣ୍ଡନ ଛିଣ୍ଡିବା ସମୟରେ ଶବ୍ଦ ହୁଏ ଓ ଚାଲିବା କଷ୍ଟକର ହୁଏ ।[୪]

ବିଦୀର୍ଣ୍ଣ ଆକିଲେସ ଟେଣ୍ଡନ (Achilles tendon rupture)
Achilles tendon tear,[୧] Achilles rupture[୨]
ଆକିଲେସ ଟେଣ୍ଡନ
ବିଭାଗଅସ୍ଥିଶଲ୍ୟ ବିଜ୍ଞାନ (Orthopedics), ଆଶୁ ଚିକିତ୍ସା ବିଜ୍ଞାନ (emergency medicine)
ଲକ୍ଷଣଗୋଇଠିରେ ଯନ୍ତ୍ରଣା [୩]
ଆକ୍ରାନ୍ତ ସମୟହଠାତ୍[୩]
କାରଣବଳପୂର୍ବକ ପାଦକୁ ପ୍ଲାଣ୍ଟାର ଫ୍ଲେକସନ (plantar flexion) କଲେ, ସିଧା ସଳଖ ଆଘାତ (trauma), ଦୀର୍ଘସ୍ଥାୟୀ ଟେଣ୍ଡିନାଇଟିସ (tendonitis)[୪]
ବିପଦ କାରକଫ୍ଲୋରୋକୁଇନୋଲୋନ (Fluoroquinolones), ବ୍ୟାୟାମର ଉଲ୍ଲେଖନୀୟ ପରିବର୍ତ୍ତନ, ରିଉମାଟଏଡ ଆର୍ଥ୍ରାଇଟିସ, ଗାଉଟ୍, (କର୍ଟିକୋସ୍ଟିରଏଡ) (corticosteroid)[୧][୫]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁସାରେ ଓ ଶାରୀରିକ ପରୀକ୍ଷା (examination), ମେଡିକାଲ ଇମେଜିଙ୍ଗ (medical imaging)[୫]
ସଠିକ ରୋଗ ନିର୍ଣ୍ଣୟଆକିଲେସ ଟେଣ୍ଡିନାଇଟିସ (Achilles tendinitis), ଆଙ୍କଲ ସ୍ଟ୍ରେନ (ankle sprain), କାଲକାନିଅମର (calcaneus) ଆଭଲସନ ଅସ୍ଥିଭଗ୍ନ (avulsion fracture) [୫]
ଚିକିତ୍ସାଅର୍ଥୋପେଡିକ ପ୍ଲାସ୍ଟର (Casting) ବା ଅପରେଶନ [୬][୫]
ପୁନଃପୌନିକବାର୍ଷିକ ୧୦,୦୦୦ ଲୋକରେ ଜଣେ । [୫]

କାଫ ମାଂସପେଶୀ କର୍ମରତ ଥିବାବେଳେ ହଠାତ୍ ପାଦ ଡର୍ସିଫ୍ଲେକ୍ସ (bending up of the foot) ହେଲେ, ସିଧା ସଳଖ ଆଘାତପ୍ରାପ୍ତ ହେଲେ ବା ଦୀର୍ଘସ୍ଥାୟୀ ଟେଣ୍ଡୋନାଇଟିସ (tendonitis) ରୋଗ ଥିଲେ ଏହି ଟେଣ୍ଡନ ଛିଣ୍ଡିଯାଏ ।[୪][୫] ବିଭିନ୍ନ ଔଷଧ ଓ ରୋଗ ଯେପରିକି ଫ୍ଲୋରୋକୁଇନୋଲୋନ (Fluoroquinolones), ବ୍ୟାୟାମର ଉଲ୍ଲେଖନୀୟ ପରିବର୍ତ୍ତନ, ରିଉମାଟଏଡ ଆର୍ଥ୍ରାଇଟିସ, ଗାଉଟ୍, (କର୍ଟିକୋସ୍ଟିରଏଡ) (corticosteroid) ଥିଲେ ଏହି ଛିଣ୍ଡିବା ସଙ୍କଟ ରହେ । [୧][୫] ଲକ୍ଷଣ ଅନୁସାରେ, ଶାରୀରିକ ପରୀକ୍ଷା (examination) ଓ ମେଡିକାଲ ଇମେଜିଙ୍ଗ (medical imaging) କରି ରୋଗ ନିର୍ଣ୍ଣୟ କରାଯାଏ । [୫]

କୌଣସି କାମ କରିବା ପୂର୍ବରୁ ଗଣ୍ଠିରେ ଅବୟବମାନ‌ଙ୍କୁ ଚଳପ୍ରଚଳ କଲେ ଏହାର ପ୍ରତିଷେଧ ହୋଇପାରେ ।[୪] ଚିକିତ୍ସା ନିମନ୍ତେ ପାଦ ଓ ଗୋଡ଼ ଆଙ୍ଗୁଠିମାନ ଅଳ୍ପ ପରିମାଣରେ ତଳ ଆଡ଼କୁ ରଖି (pointed down) ପ୍ଲାସ୍ଟର (casting) କରାଯାଏ ବା ଅପରେଶନ କରାଯାଏ ।[୬][୫][୨] ୪ ସପ୍ତାହ ମଧ୍ୟରେ ଓଜନ ନେବାକୁ ଚେଷ୍ଟା କରାଯାଏ । [୬][୭] ପ୍ଲାସ୍ଟର କଲେ ମଧ୍ୟ ପ୍ରାୟ ୨୫% ଲୋକଙ୍କର ଆଉଥରେ ଛିଣ୍ଡିଯିବା ସମ୍ଭାବନ ରହେ ।[୫] ଚାରି ସପ୍ତାହ ମଧ୍ୟରେ ଚିକିତ୍ସା ଆରମ୍ଭ ନହୋଇଥିଲେ ଫଳାଫଳ ଭଲ ହୁଏନାହିଁ । [୮]

ପ୍ରତି ବର୍ଷ ପ୍ରତି ୧୦,୦୦୦ ଲୋକରେ ଜଣକର ଆକିଲେସ ଟେଣ୍ଡନ ଛିଣ୍ଡିଯାଏ ।[୫] ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କର ଅଧିକ ଛିଣ୍ଡୈ ।[୧] ତିରିଶରୁ ପଚାଶ ଦଶକ ମଧ୍ୟରେ ସାଧାରଣତଃ ଏଭଳି ହୁଏ ।[୫] ଗ୍ରୀସ ଦେଶର ହିରୋ ଆକିଲେସଙ୍କ Achilles ନାମାନୁସାରେ ସନ ୧୬୯୩ରେ ଏହାର ନାମକରଣ ହୋଇଛି ।[୯]

ଆଧାର

ବାହ୍ୟ ଲିଙ୍କ

ଶ୍ରେଣୀବିଭାଗ
ବାହାର ଉତ୍ସ