ବିଶ୍ୱନାଥ ଦାସ

ଭାରତୀୟ ରାଜନୀତିଜ୍ଞ
(ବିଶ୍ଵନାଥ ଦାସରୁ ଲେଉଟି ଆସିଛି)

ବିଶ୍ୱନାଥ ଦାଶ (୧୮୮୯ - ୧୯୮୪) ଜଣେ ଭାରତୀୟ-ଓଡ଼ିଆ ରାଜନେତା, ସମାଜସେବୀ ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ ।[୨][୩] ସେ ବ୍ରିଟିଶ ଶାସନ (୧୯୩୭ - ୧୯୩୯) କାଳରେ ଓଡ଼ିଶା ପ୍ରଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ ।[୪] ସେ ମଧ୍ୟ ଉତ୍ତର ପ୍ରଦେଶର ରାଜ୍ୟପାଳ (୧୯୬୨-୧୯୬୭) ଥିଲେ[୫] ଏବଂ ଶେଷରେ ଓଡ଼ିଶା ପ୍ରଦେଶର ମୁଖ୍ୟମନ୍ତ୍ରୀ (୧୯୭୧-୧୯୭୨) ଥିଲେ ।[୬] ସେ ଲୋକ ସେବକ ମଣ୍ଡଳର ଆଜୀବନ ସଦସ୍ୟ ମଧ୍ୟ ଥିଲେ ।

ବିଶ୍ୱନାଥ ଦାଶ
ମୁଖ୍ୟମନ୍ତ୍ରୀ, ଓଡ଼ିଶା
କାର୍ଯ୍ୟକାଳ
୩ ଅପ୍ରେଲ ୧୯୭୧ – ୧୪ ଜୁନ ୧୯୭୨
ପୂର୍ବ ଅଧିକାରୀରାଷ୍ଟ୍ରପତି ଶାସନ
ପର ଅଧିକାରୀନନ୍ଦିନୀ ଶତପଥୀ
ରାଜ୍ୟପାଳ, ଉତ୍ତର ପ୍ରଦେଶ
କାର୍ଯ୍ୟକାଳ
୧୬ ଅପ୍ରେଲ ୧୯୬୨ – ୩୦ ଅପ୍ରେଲ ୧୯୬୭
ପୂର୍ବ ଅଧିକାରୀବୁରଗୁଲା ରାମକୃଷ୍ଣ ରାଓ
ପର ଅଧିକାରୀବେଜଉଆଡା ଗୋପାଳ ରେଡ୍ଡୀ
ପ୍ରଧାନମନ୍ତ୍ରୀ, ଓଡ଼ିଶା
କାର୍ଯ୍ୟକାଳ
୧୯ ଜୁଲାଇ ୧୯୩୭ – ୪ ନଭେମ୍ବର ୧୯୩୯[୧]
ପୂର୍ବ ଅଧିକାରୀକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ
ପର ଅଧିକାରୀକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1889-03-08)୮ ମାର୍ଚ୍ଚ ୧୮୮୯
ବେଲଗାଁ ଗଞ୍ଜାମ ଜିଲ୍ଲା
ମୃତ୍ୟୁ୨ ଜୁନ ୧୯୮୪(1984-06-02) (ବୟସ ୯୫)
କଟକ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ସଂଯୁକ୍ତ ସାମ୍ମୁଖ୍ୟ
ଘରକାଜି ବଜାର ,କଟକ
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
କଲିକତା ବିଶ୍ୱବିଦ୍ୟାଳୟ

ଜୀବନୀ

ପ୍ରାରମ୍ଭିକ ଜୀବନ

ବିଶ୍ୱନାଥ ଦାସ ୧୮୮୯ ମସିହା ମଇ ୮ ତାରିଖରେ ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ମଧୁସୁଦନ ଦାସ । ସେ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକରେ ଉତ୍ତୀର୍ଣ୍ଣ ହେବାପରେ ୧୯୧୮ରେ କଲିକତା ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ । ମାଡ୍ରାସଠାରେ ଓକିଲାତି କରୁଥିବା ସମୟରେ ସେ ୧୯୨୧ ମସିହାରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଇଥିଲେ । ସେହିବର୍ଷ ସେ ମଧ୍ୟ ଗଞ୍ଜାମ ଜିଲ୍ଲାର ଛତ୍ରପୁର ତାଲୁକ ପରିଷଦର ସଭାପତି ପଦକୁ ନିର୍ବାଚିତ ହୋଇଥିଲେ ।

ରାଜନୀତି

ସେ ମାଡ୍ରାସ କାଉନ୍‌ସିଲକୁ ତିନିଥର (୧୯୨୦ -୧୯୨୯) ନିର୍ବାଚିତ ହୋଇଥିଲେ । ପରେ ସେ ସ୍ୱାଧୀନତା ସଂଗ୍ରାମରେରେ ଭାଗ ନେବାପାଇଁ କାଉନ୍ସିଲରୁ ଇସ୍ତଫା ଦେଇଥିଲେ ଓ ବାରମ୍ବାର ଜେଲ ଯାଇଥିଲେ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ପ୍ରଚେଷ୍ଟା ପ୍ରଣିଧାନଯୋଗ୍ୟ । ୧୯୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେଲାପରେ ସେ ୧୯୩୭ ମସିହାରେ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ । ପରେ ସେ ଦ୍ୱିତୀୟ ବିଶ୍ୱଯୁଦ୍ଧ ହେବାରୁ ୧୯୪୨ ମସିହାରେ ଇସ୍ତଫା ଦେଇଥିଲେ । ସେ ୧୯୪୭ରୁ ୧୯୫୨ ପର୍ଯ୍ୟନ୍ତ ଭାରତୀୟ ସମ୍ବିଧାନ ସଭାର ସଦସ୍ୟ ଥିଲେ । ସେ ଅନେକ ଥର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଥିଲେ । ପରେ ୧୯୭୧-୧୯୭୨ରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ଶେଷ ଜୀବନ

ପ୍ରାୟ ଅର୍ଦ୍ଧ ଶତାବ୍ଦୀ ଧରି ସାମାଜିକ ଓ ରାଜନୀତିକ ଜୀବନ ଅତିବାହିତ କଲାପରେ ସେ ୨ ଜୁନ ୧୯୮୪ରେ ଇହଲୀଳା ସମ୍ବରଣ କରିଥିଲେ ।

ଆଧାର