ବୁପ୍ରେନର୍ଫିନ/ନାଲୋକ୍ସୋନ

ବୁପ୍ରେନର୍ଫିନ ଓ ନାଲୋକ୍‌ସୋନ ଔଷଧ ଦ୍ୱୟର ମିଶ୍ରିତ ଔଷଧ

ବୁପ୍ରେନର୍ଫିନ/ନାଲୋକ୍ସୋନ (ଇଂରାଜୀ ଭାଷାରେ Buprenorphine/naloxone ଯାହାର ଏକ ବ୍ୟବସାୟୀକ ନାମ ସୁବୋକ୍ସୋନ/Suboxone) ପ୍ରକୃତରେ ଦୁଇଟି ଔଷଧର ଏକ ମିଶ୍ରଣ (combination medication‌) ଯେଉଁଥିରେ ବୁପ୍ରେନର୍ଫିନନାଲୋକ୍‌ସୋନ ଔଷଧ ଦ୍ୱୟ ଥାଏ । [୨] ଓପିଅଏଡ ବେମାରୀର (opioid use disorder) ଚିକିତ୍ସା ନିମନ୍ତେ ଏହା ସ‌ହିତ କାଉନସେଲିଙ୍ଗର (counselling) ଆବଶ୍ୟକତା ଥାଏ ।[୨][୩] ଉଇଥଡ୍ରଆଲ ଲକ୍ଷଣ ପ୍ରାୟ ୨୪ ଘଣ୍ଟା ମଧ୍ୟରେ କମିଯାଏ ।[୪] ଜିଭ ତଳେ under the tongue ବା ପାଟି ଭତରେ in the cheek ବୁପ୍ରେନର୍ଫିନ/ନାଲୋକ୍‌ସୋନ ରଖି ଚିକିତ୍ସା କରାଯାଏ ।[୧]

ବୁପ୍ରେନର୍ଫିନ/ନାଲୋକ୍ସୋନ
Combination of
BuprenorphineOpioid modulator
NaloxoneOpioid antagonist
Clinical data
Trade namesସୁବୋକ୍ସୋନ (Suboxone), ବୁନାଭେଲ (Bunavail), ଜୁବସଲ୍‌ଭ (Zubsolv) ଓ ଅନ୍ୟାନ୍ୟ[୧]
AHFS/Drugs.comentry
data
Pregnancy
category
  • US: C (Risk not ruled out)
Routes of
administration
Sublingual
ATC code
Legal status
Legal status
  • US: Schedule III
Identifiers
PubChem CID
KEGG

ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ କମ୍ ଶ୍ୱାସକ୍ରିୟା (respiratory depression/ decreased breathing), ନିମ୍ନ ରକ୍ତଚାପ (low blood pressure), ଛୋଟ ଆଖି ପିତୁଳା (small pupils) ଓ ନିଦ୍ରାଳୂ ଭାବ ଦେଖାଯାଏ ।[୨] ମେଥାଡନ ଅପେକ୍ଷା ବୁପ୍ରେନର୍ଫିନ/ନାଲୋକ୍ସୋନର ମାତ୍ରାଧିକ ହେବା ସଙ୍କଟ କମ୍ ଥାଏ ।[୪] କିନ୍ତୁ ମେଥାଡନ ଅପେକ୍ଷା ବୁପ୍ରେନର୍ଫିନ/ନାଲୋକ୍ସୋନ ଚିକିତ୍ସା ଶୀଘ୍ର ବନ୍ଦ କରିଦିଅନ୍ତି ।[୪] ଗର୍ଭାବସ୍ଥାରେ ମେଥାଡନ ଅଧିକ ପସନ୍ଦ କରାଯାଏ ।[୪]

ଅଳ୍ପ ମାତ୍ରାରେ ବୁପ୍ରେନର୍ଫିନ ସାଧାରଣ ଓପିଅଏଡ (opioid) ପ୍ରଭାବ ଦେଖାଏ କିନ୍ତୁ ଅଧିକ ମାତ୍ରାରେ ଅଧିକ ପ୍ରଭାବ ଦେଖାଏ ନାହିଁ ।[୫] ଏହି କାରଣରୁ ଏହାର ଅଧିକ ମାତ୍ରାର ସଙ୍କଟ ଅନ୍ୟ ଓପିଅଏଡ ଅପେକ୍ଷା କମ ଥାଏ ।[୫] ନାଲୋକ୍‌ସୋନ ଏକ ଓପିଅଏଡ ପ୍ରତିରୋଧକ (opioid antagonist) ଯାହାକୁ ଇଞ୍ଜେକସନ ଆକାରରେ ଦେଲେ ଅନ୍ୟାନ୍ୟ ଓପିଅଏଡମାନଙ୍କୁ ଅବରୋଧ କରେ ।[୨] ପାଟିରେ ଦେଲେ ନାଲୋକ୍‌ସୋନ ସ୍ୱଳ୍ପ ଅବଶୋଷିତ ହୁଏ ଓ ଇଞ୍ଜେକସନର ଅପ‌ବ୍ୟବ‌ହାର ରୋକିବା ନିମନ୍ତେ ଏହା ଦିଆଯାଏ ।[୧] ତ‌ଥାପି ଇଞ୍ଜେକସନ ଓ ନାସା ପଥରେ ଏହା ନେଇ ଅପ‌ବ୍ୟବ‌ହାର ହେଉଛି ।[୨] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଅପବ୍ୟବ‌ହାର ହାର ଅନ୍ୟାନ୍ୟ ଓପିଅଏଡ ଅପେକ୍ଷା କମ୍ ।[୬]

ବୁପ୍ରେନର୍ଫିନ/ନାଲୋକ୍ସୋନର ଏହି ଫର୍ମୁଲା ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସନ ୨୦୦୨ରେ ସ୍ୱୀକୃତ ହୋଇଥିଲା ।[୨][୬] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଦୈନିକ ଡୋଜର ମୂଲ୍ୟ ସନ ୨୦୧୭ରେ ୨.୩୨ରୁ ୩.୧୫ ଆମେରୀକୀୟ ଡଲାର ଥିଲା ।[୭] ସନ ୨୯୧୫ରେ ଇଂଲଣ୍ଡରେ ଏହାର ମୂଲ୍ୟ ଦୈନିକ ୦.୯୦ରୁ ୨.୭୨ ପାଉଣ୍ଡ ଥିଲେ ।[୮] ମଧ୍ୟ ୨୦୧୮ରେ ଏହାର ଏକ ଜେନେରିକ ସଂସ୍କରଣ (generic version) ସ୍ୱୀକୃତ ହୋଇଥିଲା ।[୯]

See also

ଆଧାର

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ