ବେଞ୍ଜୋନାଟେଟ

ବେଞ୍ଜୋନାଟେଟ ଏକ ଔଷଧ ଯାହା କାଶ ଏବଂ ହିକପ ଇତ୍ୟାଦି ଲକ୍ଷଣମାନଙ୍କ ଉପଶମ ନିମନ୍ତେ ଦିଆଯାଏ ।

 ବେଞ୍ଜୋନାଟେଟ (ଇଂରାଜୀ ଭାଷାରେ Benzonatate, ଏକ ବ୍ରାଣ୍ଡ ନାମ ଟେସାଲନ/ Tessalon) ଏକ ଔଷଧ ଯାହା କାଶ ଏବଂ ହିକପ ଇତ୍ୟାଦି ଲକ୍ଷଣମାନଙ୍କ ଉପଶମ ନିମନ୍ତେ ଦିଆଯାଏ ।[୧] [୨] ଏହା ପାଟିରେ ଦିଆଯାଏ | [୩] ଦଶ ବର୍ଷରୁ କମ୍ ବୟସରେ ବ୍ୟବହାର ନିମନ୍ତେ ସୁପାରିଶ କରାଯାଏ ନାହିଁ | [୪] ପ୍ରଭାବ ସାଧାରଣତଃ ୨୦ ମିନିଟ୍ ମଧ୍ୟରେ ଆରମ୍ଭ ହୁଏ ଏବଂ ଆଠ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ | [୩] [୫]

ବେଞ୍ଜୋନାଟେଟ
Clinical data
Trade namesTessalon, Zonatuss, others
AHFS/Drugs.commonograph
MedlinePlusa682640
data
Routes of
administration
By mouth
ATC code
Legal status
Legal status
  • US: ℞-only
Pharmacokinetic data
Elimination half-life3-8 hours
Identifiers
IUPAC name
  • 2,5,8,11,14,17,20,23,26-Nonaoxaoctacosan-28-yl 4-(butylamino)benzoate
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.002.904 Edit this at Wikidata
Chemical and physical data
FormulaC30H53NO11
Molar mass୬୦୩.୭୫ g·mol−1
3D model (JSmol)
SMILES
  • O=C(OCCOCCOCCOCCOCCOCCOCCOCCOCCOC)c1ccc(NCCCC)cc1
InChI
  • InChI=1S/C30H53NO11/c1-3-4-9-31-29-7-5-28(6-8-29)30(32)42-27-26-41-25-24-40-23-22-39-21-20-38-19-18-37-17-16-36-15-14-35-13-12-34-11-10-33-2/h5-8,31H,3-4,9-27H2,1-2H3 checkY
  • Key:MAFMQEKGGFWBAB-UHFFFAOYSA-N checkY
 ☒NcheckY (what is this?)  (verify)

ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରା, ମୁଣ୍ଡ ବୁଲାଇବା, ମୁଣ୍ଡବିନ୍ଧା, ପେଟ ଖରାପ, ଚର୍ମ ଦାଗ, ହାଲୁସିନେସନ ଏବଂ ଆଲର୍ଜି ହୋଇପାରେ | [୩] ଅତ୍ୟଧିକ ମାତ୍ରା ଦେଲେ ବାତ, ଅନିୟମିତ ହୃତ୍ ସ୍ପନ୍ଦନ ଏବଂ ମୃତ୍ୟୁ ହୋଇପାରେ। [୬] କ୍ୟାପସୁଲକୁ ଚୋବାଇବା କିମ୍ବା ଶୋଷିବାଦ୍ୱାରା ଲାରିଙ୍ଗୋସ୍ପଜ୍ମ, ବ୍ରୋଙ୍କୋସ୍ପାଜ୍ମ ଏବଂ ରକ୍ତ ସଞ୍ଚାଳନରେ ଅସୁବିଧା ହୋଇପାରେ ।[୩] ଗର୍ଭାବସ୍ଥାରେ କିମ୍ବା ସ୍ତନ୍ୟପାନ ସମୟରେ ଏହାର ବ୍ୟବହାର ସୁରକ୍ଷିତ କି ନାହିଁ ତାହା ଅସ୍ପଷ୍ଟ ରହିଛି। [୭] ଏହା ଫୁସଫୁସର ସ୍ଟ୍ରେଚ ରିସେପ୍ଟର ଗୁଡ଼ିକୁ ନମ୍ବ ବା କାଲୁଆ କରିଦିଏ ଓ ମସ୍ତିଷ୍କର କାଶ ରିଫ୍ଲେକ୍ସ ଦମନ କରିଦିଏ ।[୩]

ଯୁକ୍ତରାଷ୍ଟ୍ରରେ ୧୯୫୮ ମସିହାରେ ଡାକ୍ତରୀ ବ୍ୟବହାର ପାଇଁ ବେଞ୍ଜୋନାଟେଟ ଅନୁମୋଦିତ ହୋଇଥିଲା। [୩] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ। [୬] ଯୁକ୍ତରାଷ୍ଟ୍ରରେ ଏହାର ୧୦୦ ମିଗ୍ରା ମାତ୍ରାର ମୂଲ୍ୟ ୦.୧୨ ଡଲାର ।[୮] ଏହା ଅନେକ ଦେଶରେ ଉପଲବ୍ଧ ନୁହେଁ | [୯] ୨୦୧୭ ମସିହାରେ ଏହା ଯୁକ୍ତରାଷ୍ଟ୍ରରେ ୧୪୮ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ଚାରି ନିୟୁତରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା | [୧୦] [୧୧]

ଆଧାର

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ