ବ୍ରହ୍ମପୁର

ଓଡ଼ିଶାର ଏକ ସହର ଓ ନଗର ନିଗମ

English: Brahmapur

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ବ୍ରହ୍ମପୁର
ରେଶମ ସହର
ମହାନଗର ନିଗମ
ବ୍ରହ୍ମପୁର ରେଳଷ୍ଟେସନ
ବ୍ରହ୍ମପୁର ରେଳଷ୍ଟେସନ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଗଞ୍ଜାମ
Government
 • ନଗରପାଳକେ . ମାଧବୀ
Population
 (୨୦୧୧)
 • Total୩,୫୫,୮୨୩
 • Rank୧୨୬ (ଭାରତରେ)
ଭାଷା
 • ସରକାରୀଓଡ଼ିଆ
Time zoneUTC+୫:୩୦ (ଭାରତୀୟ ମାନକ ସମୟ)
ଡାକ କୋଡ଼
୭୬୦ ୦୦୧- ୭୬୦ ୦୧୦
ଦୂରଭାଷ କୋଡ଼୦୬୮୦
ଯାନବାହାନ ପଞ୍ଚୀକରଣOD-07 , OR-07(୨୦୧୩ ପର୍ଯ୍ୟନ୍ତ)

ବ୍ରହ୍ମପୁର ଗଞ୍ଜାମ ଜିଲ୍ଲା ଓ ଦକ୍ଷିଣ ଓଡ଼ିଶାର ଏକ ପ୍ରମୁଖ ସହର । ଏହା ରାଜ୍ୟ ରାଜଧାନୀ ଭୁବନେଶ୍ୱରଠାରୁ ପ୍ରାୟ ୧୬୦ କି.ମି. (୯୯ ମାଇଲ୍) ଦୂରରେ ବଙ୍ଗୋପ ସାଗର କୂଳରେ ଥିବା ଗୋପାଳପୁର ବନ୍ଦର ନିକଟରେ ଅବସ୍ଥିତ । ପୁରାତନ କାଳରୁ ଏହା “ଓଡ଼ିଶାର ରେଶମ ସହର” ଭାବେ ପରିଚିତ । ଏହାକୁ ବର୍ତ୍ତମାନ ଓଡ଼ିଶାର ନୃତ୍ୟ ନଗରୀ ଆଖ୍ୟା ଦିଆ ଯାଇଛି, ବିଶେଷ କରି ପ୍ରିନ୍ସ ଡାନ୍ସ ଗ୍ରୁପ ଓ ହରିହର ଦାସଙ୍କର ସଫଳତା ପରେ, ଏହା ଆହୁରି ପ୍ରସିଦ୍ଧି ଲାଭ କରିଛି । ଭୁବନେଶ୍ୱର ଓ କଟକ ପରେ ଏହି ସହରଟି ଓଡ଼ିଶାର ତୃତୀୟ ବୃହତ୍ତମ ଓ ଜନବହୁଳ ନଗରୀ । ୨୦୧୧ ମସିହା ଅନୁସାରେ ଏହି ନଗରୀର ଜନସଂଖ୍ୟା ୩,୫୫,୮୨୩ ଥିଲା । ଭୁବନେଶ୍ୱର ଓ କଟକ ପରେ ବ୍ରହ୍ମପୁରକୁ ଓଡ଼ିଶାର ତୃତୀୟ ନଗର ନିଗମ ଭାବେ ୨୦୦୯ରେ ଗଠିତ ହେଇଥିଲା । ଏଠାରେ ଗୋଟିଏ ଭେଷଜ ମହାବିଦ୍ୟାଳୟ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ, ଗୋଟିଏ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ ଏହା ସହ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ (ଭଞ୍ଜବିହାର) ଏବଂ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ମଧ୍ୟ ରହିଛି ।

ଇତିହାସ

ରାଜ୍ୟର ସର୍ବପୁରାତନ ପୌର ପରିଷଦ ବ୍ରହ୍ମପୁର,[୧] ୧୮୬୭ରେ ପ୍ରତିଷ୍ଠା ହେଇଥିଲା ।[୨] ୧୪୨ ବର୍ଷ ପରେ ୨୦୦୯ ପ୍ରାରମ୍ଭରେ ଏହା ଓଡ଼ିଶାର ତୃତୀୟ ମହାନଗର ନିଗମର ମାନ୍ୟତା ପାଇଥିଲା ।[୩]

ଜନସଂଖ୍ୟା ଓ ସାକ୍ଷରତା

୨୦୧୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ବ୍ରହ୍ମପୁର ସହରର ମୋଟ ଜନସଂଖ୍ୟା ୩,୫୫,୮୨୩ ।[୪] ସେଥି ମଧ୍ୟରୁ ୧,୮୫,୫୮୪ (୫୨.୧୫ %) ଜଣ ପୁରୁଷ ହୋଇଥିବା ବେଳେ ୧,୭୦,୨୩୯ (୪୭.୮୫%) ଜଣ ନାରୀ ଅଟନ୍ତି । ବ୍ରହ୍ମପୁରର ସାକ୍ଷରତା ହାର ୯୦.୦୪% । ଏହା ଜାତୀୟ ହାର ୭୪.୦୪%ଠାରୁ ଅଧିକ । ପୁରୁଷ ସାକ୍ଷରତା ହାର ୯୩.୮୩% ଥିବା ବେଳେ ନାରୀ ସାକ୍ଷରତା ହାର ୮୫.୯୨% ରହିଛିି । ୮.୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୪]

କଳା ଓ ଚଳଣି

ବ୍ରହ୍ମପୁର ବହୁ ପୁରୁଣା ଓ ଗୁରୁତ୍ୱପୂର୍ଣ୍ଣ ବିଶିଷ୍ଟ ସହର ଯାହାକି ଆନ୍ଧ୍ରପ୍ରଦେଶ ଓ କଟକର ମଝି ସ୍ଥାନରେ ଅବସ୍ଥିତ । ବହୁ ପୁରାତନ ଦକ୍ଷିଣ ଭାଗ ବିଶିଷ୍ଟ ଏହି ସହରଟି ଓଡ଼ିଆ ପରମ୍ପରା ବିଶିଷ୍ଟ ଓଡ଼ିଶାର ଖ୍ୟାତନାମା ସହର । ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁର ସହର ବ୍ୟବସାୟର ପେଣ୍ଠସ୍ଥଳୀ । ଅନ୍ନପୂର୍ଣ୍ଣା ମାର୍କେଟ, ବଡ଼ ବଜାର, ସାନ ବଜାର, ଭାପୁର ବଜାର, ହନୁମାନ ବଜାର, ସାଇ କମ୍ପ୍ଲେକ୍ସ୍, ଗଣେଶ ମାର୍କେଟ୍ ପ୍ରଭୃତି ସହରର ପ୍ରମୁଖ ବ୍ୟବସାୟ ସ୍ଥଳୀ ।ଏଠାରେ ରେଶମ ପାଟ ଶାଢ଼ୀ ତିଆରି କରାଯାଇଥାଏ । ପାଟ ଶାଢ଼ୀର ସୁନ୍ଦର ଓ କମନୀୟ ତଥା ଚାତୁରୀ କାରିଗରୀ ପାଇଁ ଏହି ସହର ଖୁବ୍ ପ୍ରସିଦ୍ଧ ତେଣୁ ଏହାର ଅନ୍ୟ ନାମ "ରେଶମ ସହର"।

ସାହିତ୍ୟାନୁଷ୍ଠାନ

  • ଉତ୍କଳ ଆଶ୍ରମ:

ଶେରଗଡ଼ ଜମିଦାରଙ୍କଠାରୁ ଦାନସୂତ୍ରରେ ମିଳିଥିବା ଜାଗାରେ ଓଡ଼ିଆ ଭାଷା ଆନ୍ଦୋଳନର ନେତାମାନଙ୍କୁ ଆଶ୍ରୟ ଦେବା ନିମନ୍ତେ ଏହା ତିଆରି କରାଯାଇଥିଲା । [୫]

  • କଳିଙ୍ଗ ସାହିତ୍ୟ ସମାଜ [୬]

ଏହା ସହରର ପୁରାତନ ଓ ସମୃଦ୍ଧ ସାହିତ୍ୟାନୁଷ୍ଠାନ। ଦୀର୍ଘ ବର୍ଷ ଧରି ଏହା ସାହିତ୍ୟର ବିକାଶପାଇଁ ଏହା ବିଭିନ୍ନ ସଭା, ରାଜ୍ୟ ସ୍ତରୀୟ ସାହିତ୍ୟ ସମ୍ମିଳନୀ ଇତ୍ୟାଦି ଆୟୋଜନ କରିଥାଏ।

  • ଜାତୀୟ ସଙ୍ଗୀତ କଳାକେନ୍ଦ୍ର

ଏହା ୧୯୫୪ ମସିହାରୁ କାର୍ଯ୍ୟରତ। ସାହିତ୍ୟସନ୍ଧ୍ୟା, କବିତା ଆସର, ପ୍ରତିଭାପୂଜା ପରି କାର୍ଯ୍ୟକ୍ରମଗୁଡ଼ିକର ଆୟୋଜନ କରିଥାଏ।

  • ପଟେଲ ସାହିତ୍ୟ ସଂସଦ
  • ନବୀନ ସାହିତ୍ୟ ସଂସଦ
  • ନବୀନ ସାହିତ୍ୟ ପତ୍ରିକା ପ୍ରକାଶନ
  • ଫଲ୍‌ଗୁ ସାହିତ୍ୟ ସଂସଦ
  • ନେତାଜୀ ସାରସ୍ୱତ ମଞ୍ଚ
  • ନାଟ୍ୟଧାରା
  • ବ୍ରହ୍ମପୁର ସାହିତ୍ୟ ଘର
  • ବ୍ରହ୍ମପୁର ସାହିତ୍ୟ ପରିଷଦ
  • ମଞ୍ଚଜ୍ୟୋତି
  • ଶିଳାପଦ୍ମ

ଶିକ୍ଷାନୁଷ୍ଠାନ

ଜଣାଶୁଣା ଲୋକ

ବ୍ରହ୍ମପୁରର ଅସିତ କୁମାର ସ୍ୱାଇଁ, ଆଣ୍ଟାର୍କଟିକାସ୍ଥିତ ଦକ୍ଷିଣ ମେରୁରେ ପହଞ୍ଚିବାରେ ପ୍ରଥମ ଓଡ଼ିଆ ହେବାର ଗୌରବ ଲାଭ କରିଛନ୍ତି ।[୭]

ଆଧାର