ମହୁମାଛି ଦଂଶନ

ମହୁମାଛି ଦଂଶନ ହେଉଛି ମାଈ ମହୁମାଛି କାମୁଡ଼ା ଜନିତ ଆଘାତ । [୪] ଏହାର ଲକ୍ଷଣ ମଧ୍ୟରେ ଏକ ତୀବ୍ର ଯନ୍ତ୍ରଣା ପରେ ଲାଲ ପଡ଼ିବା, ଫୁଲା ଏବଂ କୁଣ୍ଡେଇ ହୁଏ । [୧] [୨] ପରଦିନ ଏକ ଫୋଟକା ସୃଷ୍ଟି ହୋଇପାରେ ଏବଂ ଲାଲ ରଙ୍ଗର ସ୍ଥାନ ୩ ଦିନ ମଧ୍ୟରେ ବିସ୍ତାର ହୋଇପାରେ । [୨] [୫] ଏହା ସାଧାରଣତଃ କିଛି ଘଣ୍ଟାରୁ କିଛି ଦିନ ମଧ୍ୟରେ ଉନ୍ନତି ହୁଏ । [୧] ୯୦% କ୍ଷେତ୍ରରେ କେବଳ ଏକ ସ୍ଥାନୀୟ ପ୍ରତିକ୍ରିୟା ହୁଏ ଓ ୯% କ୍ଷେତ୍ରରେ ବିସ୍ତାର ଲକ୍ଷଣ ଦେଖାଯାଏ | [୧] ଜଟିଳତା ମଧ୍ୟରେ ଆନାଫାଇଲକ୍ସିସ ହୋଇପାରେ[୧] ଦ୍ୱିତୀୟକ ଜୀବାଣୁ ସଂକ୍ରମଣ ଏକ ଅଭାବନୀୟ ଘଟଣା। [୫]

Bee sting
Bee bite
The stinger of a honey bee separated from the body and attached to a protective dressing
ବିଭାଗEmergency medicine
ଲକ୍ଷଣSharp pain followed by redness and swelling[୧]
ରୋଗ ନିର୍ଣ୍ଣୟ ପଦ୍ଧତିBased on history of events[୨]
ସଠିକ ରୋଗ ନିର୍ଣ୍ଣୟCellulitis, folliculitis[୧][୨]
ପ୍ରତିକାରDEET[୧]
ଚିକିତ୍ସାRemove stinger, pain medication, apply cold, antihistamines, epinephrine[୧]
PrognosisGenerally resolve in hours to days[୧]
ପୁନଃପୌନିକRelatively common[୨]
ମୃତ୍ୟୁ ସାନ୍ଦ୍ରତା<100/yr (USA)[୩]

ମହୁମାଛି ସାଧାରାନତଃ ଭୟଭୀତ ହେଲେ ଦଂଶନ କରନ୍ତି କିନ୍ତୁ ଆଫ୍ରିକୀୟ ମହୁମାଛି ବିନା ଉତ୍ତେଜନାରେ ଦଂଶନ କରନ୍ତିନି । [୧] ସାଧାରଣତ ମହୁମାଛି କେବଳ ଥରେ ଦଂଶନ କରେ । [୨] ଏହା ଏକ ପ୍ରକାର ହାଇମେନୋପେରା ଦଂଶନ ଯାହା ବିରୁଡ଼ି, ହର୍ନେଟ୍ ଏବଂ ଅଗ୍ନି ପିମ୍ପୁଡ଼ି ମଧ୍ୟ କରନ୍ତି ।[୨] ଘଟଣାର ଇତିହାସ ଉପରେ ରୋଗ ନିର୍ଣ୍ଣୟ କରାଯାଏ । [୨]

ପ୍ରତିରୋଧ ଡିଇଇଟି (DEET) ବ୍ୟବହାର କରି କରାଯାଏ । [୧] ନାହୁଡ଼ ବାହାର କରି ଚିକିତ୍ସା କରାଯାଏ ଓ ସରଳ ଯନ୍ତ୍ରଣା ନିବାରକ ଔଷଧ, ଥଣ୍ଡା ପ୍ରୟୋଗ ଏବଂ ଆଣ୍ଟିହିଷ୍ଟାମିନ ଦିଆଯାଏ ।[୧] କ୍ରେଡିଟ୍ କାର୍ଡ ପରି ଏକ ବସ୍ତୁଦ୍ୱାରା ଏହାକୁ ଅପସାରଣ କରାଯାଇଥାଏ । [୨] ଗୁରୁତର ପ୍ରତିକ୍ରିୟା ଥିବା ଲୋକଙ୍କୁ ଏପିନେଫ୍ରାଇନ୍ କିମ୍ବା କର୍ଟିକୋଷ୍ଟେରଏଡ ସହିତ ଚିକିତ୍ସା କରାଯାଇପାରେ। [୧] ଯେଉଁମାନଙ୍କର ତୀବ୍ର ପ୍ର।କ୍ରିୟା ଇତିହାସ ରହିଛି, ଭେନମ ବା ବିଷ ଇମ୍ୟୁନୋଥେରାପି ବ୍ୟବହାର କରାଯାଇପାରେ । [୧]

ମହୁମାଛି ଦଂଶନ ଅପେକ୍ଷାକୃତ ସାଧାରଣ ଅଟେ । [୨] ବୟସ୍କମାନଙ୍କ ଅପେକ୍ଷା ପିଲାମାନେ ଅଧିକ ପ୍ରଭାବିତ ହୁଅନ୍ତି । [୨] ଯୁକ୍ତରାଷ୍ଟ୍ରରେ ମହୁମାଛି, ପୋକ ଏବଂ ହର୍ନେଟ ଷ୍ଟିଙ୍ଗ କାରଣରୁ ବର୍ଷକୁ ୧୦୦ରୁ କମ୍ ମୃତ୍ୟୁ ଘଟିଥାଏ; ଯେଉଁଥିରୁ ୮୦% ପୁରୁଷମାନଙ୍କଠାରେ ଦେଖାଯାଏ | [୩] ଚିକିତ୍ସା ସୁବିଧା ପାଇଁ ପ୍ରାୟ ଖ୍ରୀଷ୍ଟପୂର୍ବ ୪୦୦ରେ ହିପୋକ୍ରାଟସ୍ ମହୁମାଛି ଦଂଶନ ବ୍ୟବହାର କରାଯାଇଥିଲା। [୬]

ଆଧାର