ମେସୋଥେଲିଓମା

ଏକ ପ୍ରକାର କର୍କଟ ରୋଗ

ମେସୋଥେଲିଓମା ଏକ ପ୍ରକାର କର୍କଟ ରୋଗ ଯାହା ଦେହ ଭିତରେ ଥିବା ଅନେକ ଅଙ୍ଗମାନଙ୍କୁ ଘୋଡ଼େଇ ରଖୁଥିବା ପତଳା ଆସ୍ତରଣ, ମେସୋଥେଲିମରୁ ଜାତ ହୁଏ । [୧] ଛାତି ଓ ଫୁସଫୁସର ଆସ୍ତରଣରୁ ଅଧିକାଂଶ ମେସୋଥେଲିଓମା ବାହାରେ ।[୨][୩] ଅଳ୍ପ ସାଧାରଣ ଭାବରେ ଉଦର ଅଭ୍ୟନ୍ତର ଆସ୍ତରଣରୁ, କ୍ୱଚିତ୍ ହୃତ୍‌ପିଣ୍ଡର ଖୋଳରୁ,[୪] ଓ ଟେସ୍ଟିସ୍‌ରୁ ଏହା ବାହାରେ ।[୨][୫] ଏହି ରୋଗର ଚିହ୍ନ ଓ ଲକ୍ଷଣ:- ପ୍ଲୁରା ଭିତରେ ତରଳ ପଦାର୍ଥ ଜମିଯିବାରୁ ଛୋଟ ଶ୍ୱାସକ୍ରିୟା, ସ୍ଫୀତ ଉଦର, ଛାତି କାନ୍ଥ ଯନ୍ତ୍ରଣା, କାଶ, ଥକ୍କାଣ ଓ ଓଜନ ହ୍ରାସ ।[୨] ଏହି ଲକ୍ଷଣ ସମୂହ ଧୀରେ ଧୀରେ ଆସେ ।[୬]

ମେସୋଥେଲିଓମା
ମ୍ୟାଲିଗନାଣ୍ଟ ମେସୋଥେଲିଓମା
ସିଟି ସ୍କାନରେ ମେଡ଼ିଆସ୍ଟାଇନମ୍‌ର ବାମ ପାର୍ଶ୍ୱରେ ବର୍ଦ୍ଧିତ ଲସିକା ଗ୍ରନ୍ଥି ସ‌ହିତ ମେସୋଥେଲିଓମା ଦେଖାଯାଉଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିOncology
ଆଇସିଡ଼ି-୧୦C45.
ଆଇସିଡ଼ି-୯-ସିଏମ୍163
ଆଇସିଡ଼ି-ଓଛାଞ୍ଚ:ICDO-9055
ଓଏମ୍‌ଆଇଏମ୍156240
ରୋଗ ଡାଟାବେସ8074
ମେଡ଼ିସିନ-ପ୍ଲସ000115
ଇ-ମେଡ଼ିସିନmed/1457
MeSHD008654

ମେସୋଥେଲିଓମା ରୋଗୀଙ୍କ ମଧ୍ୟରୁ ୮୦% ଲୋକ ଆଜବେସ୍ଟସ ସଂସ୍ପର୍ଶରେ ଆସିଥାଆନ୍ତି । ଅଧିକ ସଂସ୍ପର୍ଶରେ ଆସିଲେ ଅଧିକ ସଙ୍କଟରେ ପଡ଼ନ୍ତି ।[୩] ସନ ୨୦୧୩ ସୁଦ୍ଧା ୧୨୫ ନିୟୁର ଲୋକ ନିଜ ଧନ୍ଦାରେ ଆଜବେସ୍ଟସ ସଂସ୍ପର୍ଶରେ ଆସିଛନ୍ତି ।[୭] ଆଜବେସ୍ଟସ ଖଣିରେ କାମ କରୁଥିବା ଲୋକ, ଆଜବେସ୍ଟସରୁ ପ୍ରସ୍ତୁତ କରୁଥିବା ଲୋକ, ଆଜବେସ୍ଟସ ପ୍ରସ୍ତୁତ ଜିନିଷ ସଂସ୍ପର୍ଶ, ଆଜବେସ୍ଟସ ମୂଲିଆଙ୍କ ସ‌ହିତ ରହୁଥିଲେ ବା ଆଜବେସ୍ଟସ ଥିବା ବିଲ୍‌ଡିଙ୍ଗରେ କାମ କରୁଥିଲେ ଏହି ରୋଗ ସଙ୍କଟ ଅନେକ ଅଧିକ ହୁଏ । ଅଧିକାଂଶ କ୍ଷେତ୍ରରେ ଏହି ରୋଗ ହେବାକୁ ପ୍ରାୟ ୪୦ ବର୍ଷ ଲାଗିଯାଏ । [୩] ଆଜବେସ୍ଟସ ଶ୍ରମିକର ଲୁଗା ଧୋଇଲେ ମଧ୍ୟ ରୋଗ ସଙ୍କଟ ଅଛି ।[୭] ଅନ୍ୟାନ୍ୟ ସଙ୍କଟ କାରକ ଅବସ୍ଥାମାନଙ୍କ ନାମ ଯଥାକ୍ରମେ ଜେନେଟିକ୍, ସିମିଆନ ଭୁତାଣୂ ୪୦ର ସଂକ୍ରମଣ ।[୩] ଛାତି ଏକ୍ସ-ରେ ଓ ସିଟି ସ୍କାନ ଦେଖି ରୋଗ ସନ୍ଦେହ କରାଯାଏ ଓ କର୍କଟରୁ ବାହାରୁଥିବା ତରଳ ପଦାର୍ଥର ସାଇଟୋଲୋଜି କିମ୍ବା ତନ୍ତୁ ବାୟୋପ୍ସି କରି ରୋଗ ନିଧାର୍ଯ୍ୟ କରାଯାଏ ।[୬]

ଆଜବେସ୍ଟସ ସଂସ୍ପର୍ଶରେ ନ ଆସିବା ହିଁ ଏହାର ପ୍ରତିଷେଧ ।[୮] ଅପରେଶନ, ରାଡିଏସନ୍ ଥେରାପି ଓ କେମୋଥେରାପି ସାହାଯ୍ୟରେ ଏହାର ଚିକିତ୍ସା କରାଯାଏ ।ପ୍ଲୁରୋଡେସିସ୍ ନାମକ ଏକ ପ୍ରକ୍ରିୟା ସାହାଯ୍ୟରେ ପ୍ଲୁରାର ଦୁଇ ପ୍ରସ୍ତକୁ ଟାଲ୍କ ଭଳି ପଦାର୍ଥଦ୍ୱାରା ଯୋଡ଼ି ଦିଆଯିବା ଫଳରେ ଫୁସଫୁସ ଚାରିଆଡ଼େ ତରଳ ପଦାର୍ଥ ଜମିପାରେ ନାହିଁ ।[୯] କେମୋଥେରାପି ପଦ୍ଧତିରେ ସିସ୍‌ପ୍ଲାଟିନ୍ ଓ ପେମେଟ୍ରେକ୍ସଡ୍ ଦିଆଯାଏ ।[୬] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ରୋଗ ନିର୍ଣ୍ଣୟ ହେବା ପରେ ରୋଗୀଙ୍କ ବଞ୍ଚିବା ହାର ୮% ଅଛି ।[୧୦]

ସନ ୨୦୧୩ରେ ମେସୋଥେଲିଓମା ରୋଗରେ ୫୦,୦୦୦ ଲୋକ ପୀଡ଼ିତ ହୋଇ ୩୪,୦୦୦ ଲୋକ ମୃତ୍ୟୁ ମୁଖରେ ପତିତ ହୋଇଥିଲେ ।[୧୧][୧୨] ପୃଥିବୀର ବିଭିନ୍ନ ସ୍ଥାନରେ ଏହି ରୋଗ ହାର ଭିନ୍ନ ଭିନ୍ନ ହୋଇଥାଏ । ଅଷ୍ଟ୍ରେଲିଆ ଓ ଗ୍ରେଟ ବ୍ରିଟେନରେ ଏହି ହାର ଅଧିକ ହୋଇଥିବା ବେଳେ ଜାପାନରେ କମ୍ ଥାଏ ।[୩] ଯୁକ୍ତରାଷ୍ଟ୍ର ଆମେରିକାରେ ବର୍ଷକୁ ପ୍ରାୟ ୩,୦୦୦ ଲୋକ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି ।[୧୩] ମହିଳାଙ୍କ ଅପେକ୍ଷା ପୁରୁଷଙ୍କଠାରେ ଏହି ରୋଗ ଅଧିକ ହୁଏ । ସନ ୧୯୫୦ ପରଠାରୁ ଏହି ରୋଗ ହାର ବଢ଼ିଚାଲିଛି । ସ୍ୱାଭାବିକ ଭାବରେ ଏହି ରୋଗ ୬୫ ବର୍ଷ ବୟସ ପରେ ଆରମ୍ଭ ହୁଏ ଓ ୭୦ବର୍ଷ ପାଖାପାଖି ମୃତ୍ୟୁ ହୁଏ । ଆଜବେଶ୍ଟସ୍‌ର ବ୍ୟବସାୟୀକ ବ୍ୟବ‌ହାର ପୂର୍ବରୁ ଏହି ରୋଗ କ୍ୱଚିତ୍ ହେଉଥିଲା ।[୩]

ଆଧାର

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ