ମ୍ୟାଲେରିଆ ଟିକା

ମ୍ୟାଲେରିଆ ରୋଗରୁ ରକ୍ଷା ପାଇବା ନିମନ୍ତେ ଏହି ଟିକା ଦିଆଯାଏ ।

ମ୍ୟାଲେରିଆ ଟିକା ହେଉଛି ମ୍ୟାଲେରିଆ ରୋଗରୁ ରକ୍ଷା ପାଇବା ନିମନ୍ତେ ବ୍ୟବହୃତ ଏକ ଟିକା[୨] ୨୦୨୨ ସୁଦ୍ଧା ଆରଟିଏସ,ଏସ ନାମକ ଗୋଟିଏ ମ୍ୟାଲେରିଆ ଟିକା (ବ୍ରାଣ୍ଡ ନାମ ମସ୍କିରିକ୍ସ) ଅନୁମୋଦିତ ହୋଇଛି ଏବଂ ସବ୍‌-ସାହାରା ଆଫ୍ରିକାର ତିନୋଟି ଦେଶରେ ଏହା ବ୍ୟବହାର କରାଯାଉଛି ।[୨] ଏହା ଚାରୋଟି ଇଞ୍ଜେକସନ ଆବଶ୍ୟକ କରେ ।[୧] ଏହି ଟିକା ଯାତ୍ରୀମାନଙ୍କ ପାଇଁ ଉପଯୋଗୀ ହେବାର ସମ୍ଭାବନା ନାହିଁ ।[୨]

ମ୍ୟାଲେରିଆ ଟିକା
Malaria vaccine clinical trial poster
Vaccine description
Target diseaseMalaria
TypeProtein subunit
Clinical data
Trade namesMosquirix
Routes of
administration
Intramuscular[୧]
Legal status
Legal status

ଆରଟିଏସ,ଏସ ଟିକା ୬ ସପ୍ତାହରୁ ୧୭ ମାସ ବୟସ୍କ ପିଲାମାନଙ୍କ ନିମନ୍ତେ ବ୍ୟବହୃତ ହୁଏ ଯେଉଁଠାରେ ପ୍ଲାଜମୋଡିଅମ ଫାଲସିପାରମ ଅଧିକ ସାଧାରଣ ଦେଖାଯାଏ ।[୧] ତୃତୀୟ ମାତ୍ରା ଔଷଧ ଦିଆଯିବା ପରେ ପରବର୍ତ୍ତୀ ବର୍ଷରେ ମ୍ୟାଲେରିଆର ଆଶଙ୍କା ୨୪ରୁ ୪୩% କମିଯାଏ ।[୧] ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକ୍ସନ ସ୍ଥାନରେ ଜ୍ୱର, ଚିଡ଼ଚିଡ଼ା ଏବଂ ଯନ୍ତ୍ରଣା ହୁଏ ।[୧] ଟିକା ନେଇଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୧% ପିଲାଙ୍କର ଜ୍ୱରଜାତ ଅଙ୍ଗବିକ୍ଷେପ ହୁଏ ।[୧] ଚିନ୍ତା ଜନ‌କ କଥା ଏହି ଯେ, ଯଦି ଚତୁର୍ଥ ମାତ୍ରା ନ ନିଆଯାଏ, ତେବେ ମ୍ୟାଲେରିଆ ସମ୍ବନ୍ଧୀୟ ମୃତ୍ୟୁ ପୁଣି ବଢ଼ିପାରେ ।[୨]

୨୦୧୫ ମସିହାରେ ସିଏଚଏମ‌ପିଦ୍ୱାରା (CHMP) ଆରଟିଏସ,ଏସକୁ ଏକ ସକରାତ୍ମକ ମତ ଦିଆଯାଇଥିଲା ଏବଂ ୨୦୨୧ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଦ୍ୱାରା (WHO) ଏହା ଅନୁମୋଦିତ ହୋଇଥିଲା ।[୧] [୩] ଏହାର ମୂଲ୍ୟ ୨୦୨୧ ସୁଦ୍ଧା ସ୍ଥିର ହୋଇନାହିଁ ।[୪] ଗାଭି (GAVI) ଏହାର ବିକ୍ରୟ/ବ୍ୟବ‌ହାର ନିମନ୍ତେ ୨୦୨୨ରୁ ୨୦୨୫ ମସିହା ମଧ୍ୟରେ ଆମେରିକୀୟ ୧୬୦ ନିୟୁତ ଡଲାର ପ୍ରଦାନ କରିଛି ।[୫] ୨୦୨୧ ସୁଦ୍ଧା ସବୁଠାରୁ ପ୍ରଭାବଶାଳୀ ମ୍ୟାଲେରିଆ ଟିକା ହେଉଛି ଆର୨୧/ମାଟ୍ରିକ୍ସ-ଏମ (R21/Matrix-M) ଯାହାର ପ୍ରାରମ୍ଭିକ ପରୀକ୍ଷଣରେ ୭୭% ଉପକାର ମିଳିଛି ।[୬] ଅତିକମରେ ୭୫% ସଫଳତା ସ‌ହ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଲକ୍ଷ୍ୟ ପୂରଣ କରିବାରେ ଏହା ହେଉଛି ପ୍ରଥମ ଟିକା ।[୬][୭]

ଆଧାର

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ