ରଞ୍ଜନରଶ୍ମି

ରଞ୍ଜନରଶ୍ମି ଏକ ବିଦ୍ୟୁତ-ଚୁମ୍ବକୀୟ ବିଚ୍ଛୁରିତ ରଶ୍ମି । ଅନେକ ଭାଷାରେ ଏହାକୁ ୱିଲହେମ ରଣ୍ଟଜେନଙ୍କ ନାମ ଅନୁସାରେ ରଣ୍ଟଜେନ ରଶ୍ମି କହନ୍ତି [୧]। ଏହା ଏକ ଅଜଣା ରଶ୍ମି ହୋଇଥିବାରୁ ରଣ୍ଟଜେନ ଏହାର ନାମକରଣ X-ray କରିଥିଲେ [୨]। ଇଂରାଜୀରେ ଏହାକୁ ବିଭିନ୍ନ ପ୍ରକାର ଲେଖାଯାଏ, ଯଥା- x-ray(s), xray(s) and X ray(s) । ରଞ୍ଜନରଶ୍ମିର ୱେଭଲେନ୍ଥଅଲ୍ଟ୍ରାଭାୟୋଲେଟ ଅପେକ୍ଷା କମ ଓ ଗାମା ରଶ୍ମି ଅପେକ୍ଷା ଅଧିକ । ଅଧିକାଂଶ ରଞ୍ଜନରଶ୍ମିର ୱେଭଲେନ୍ଥ୦.୦୧ରୁ ୧୦ ନାନୋମିଟର ଥାଏ । ଡାକ୍ତରୀ ଓ କାରଖାନା ବ୍ୟବହାର ନିମନ୍ତେ ଏହାଠାରୁ ଅଧିକ ଏନର୍ଜିରର ରଶ୍ମି ପ୍ରସ୍ତୁତ କରାଯାଏ । ରେଡିଓଥେରାପି ନିମନ୍ତେ ୬ରୁ ୨୦ MeV ରଶ୍ମି ବ୍ୟବହାର କରାଯାଏ । ଇଲେକ୍ଟ୍ରନ (electrons)ଦ୍ୱାରା ରଞ୍ଜନରଶ୍ମି ଜାତ ହୁଏ ଓ ଆଟମିକ ନ୍ୟୁକ୍ଲିଅସ (atomic nucleus)ଦ୍ୱାରା ଗାମା ରଶ୍ମି ଜାତ ହୁଏ ।[୩][୪][୫][୬] [୭]

X-rays are part of the electromagnetic spectrum, with wavelengths shorter than visible light. Different applications use different parts of the X-ray spectrum.

ଡାକ୍ତରୀ ବ୍ୟବହାର

A chest radiograph of a female, demonstrating a hiatus hernia

'ରଞ୍ଜନରଶ୍ମି ବ୍ୟବହାର କରି ଅସ୍ଥି ଛାଇ ଦେଖିହେବ' ଜାଣିବା ପରଠାରୁ ଏହା ଡାକ୍ତରୀ ଚିକିତ୍ସାରେ ବହୁଳ ବ୍ୟବହାର ହେଉଛି । ରଣ୍ଟଜେନଙ୍କ ଆବିଷ୍କାର ପରେ ଏକ ମାସରୁ କମ୍ ସମୟ ମଧ୍ୟରେ ଏହାର ଡାକ୍ତରୀ ବ୍ୟବହାର ଆରମ୍ଭ ହୋଇଗଲା ଓ ୨୦୧୦ ମସିହା ସୁଦ୍ଧା ସାରା ପୃଥିବୀରେ ୫ ଶହ କୋଟି ଇମେଜ କରାଯାଇଛି [୮]। ଆମେରିକାରେ ଯେତେ ରାଡିଏସନ ୨୦୦୬ ମସିହାରେ ହୋଇଥିଲା ତାହାର ୫୦% ରଞ୍ଜନରଶ୍ମିଦ୍ୱାରା ରାଡିଏସନ ହୋଇଥିଲା ।

ରେଡିଓଗ୍ରାଫ

An arm radiograph, demonstrating broken ulna and radius with implanted internal fixation.

ଶରୀରର ଯେଉଁ ଅଂଶର ଏକ୍ସ-ରେ ନେବା କଥା ସେହି ଅଂଶର ଗୋଟିଏ ପାଖରେ ଏକ୍ସ-ରେ ପ୍ଲେଟ (ଫୋଟୋଗ୍ରାଫିକ୍ ପ୍ଲେଟ) ବା ଏକ୍ସ-ରେ ଡିଟେକ୍ଟର ରଖାଯାଏ । ତାହାର ଠିକ ବିପରିତ ପାଖରେ ଏକ୍ସ-ରେ ଟ୍ୟୁବ ରଖାଯାଏ ଯାହାଦ୍ୱାରା ଏକ୍ସ-ରେ ପଲ୍ସ (illuminating it with a short X-ray pulse.) ଛଡ଼ାଯାଏ । ଅସ୍ଥିରେ ବହୁତ କ୍ୟାଲସିୟମ ଥାଏ । ତାହାର ଉଚ୍ଚ ଆଟମିକ ସଂଖ୍ୟା ଥିବାରୁ ଅସ୍ଥି ଅଧିକ ରଞ୍ଜନରଶ୍ମି ଶୋଷିପାରେ । ଫଳରେ ଡିଟେକ୍ଟରରେ ଅଳ୍ପ ରଶ୍ମି ପଡ଼େ । ତେଣୁ ପ୍ଲେଟରେ ପଡ଼ୁଥିବା ଛାଇ ଧଳା ଦେଖାଯାଏ ଓ ଅସ୍ଥିର ଆକାର ବାରି ହୋଇଯାଏ । ଯେଉଁ ସ୍ଥାନରେ ଏକ୍ସ-ରେ ପଡ଼େ, ସେଠାରେ କଳା ଦେଖାଯାଏ । ଫୁସଫୁସରେ ବାୟୁ ଥିବା ଯୋଗୁ ସବୁ ଏକ୍ସ-ରେ ବାଧାପ୍ରାପ୍ତ ନ ହୋଇ ପ୍ଲେଟ ଉପରେ ପଡ଼େ, ତେଣୁ ଫୁସଫୁସ ଛାଇ କଳା ଦେଖାଯାଏ ।
ଅସ୍ଥି ଓ ନରମ ଅଙ୍ଗମାନଙ୍କ ଛବି ପ୍ଲେଟରେ ଦେଖାଯାଏ । ଫୁସଫୁସ ରୋଗ ଯଥା ନିମୋନିଆ, ଫୁସଫୁସ କର୍କଟ, ପଲ୍‌ମୋନାରି ଇଡିମା ( pulmonary edema) ଇତ୍ୟାଦି ଏହାଦ୍ୱାରା ଜାଣିହୁଏ । ପେଟ ରୋଗ ମଧ୍ୟରେ ଅନ୍ତନଳୀ ବାଧା (bowel or intestinal obstruction), ଅନ୍ତନଳୀ ଫାଟିଯାଇ ପେଟ ଭିତରେ ବାୟୁ ଥିଲେ ଓ ତରଳ ପଦାର୍ଥ ଥିଲେ ମଧ୍ୟ ଜାଣିହୁଏ । ଗଲ୍ ସ୍ଟୋନ ଓ କିଡନି ସ୍ଟୋନ ଦେଖାଯାଏ ।
ଦାନ୍ତରେ କ୍ୟାଭିଟି (ପୋକଖିଆ ଦାନ୍ତ ବା Caries tooth)ରେ କଣାର ଆକାର ଜାଣିହୁଏ ।
ରୋଗ ନିର୍ଣ୍ଣୟ ନିମନ୍ତେ ନିମ୍ନ ଶକ୍ତି ସମ୍ପର୍ଣ୍ଣ ଏକ୍ସ‌-ରେ ବିଶେଷ ଆବଶ୍ୟକ ହୁଏ ନାହିଁ କାରଣ ଏହି ରଶ୍ମି ଦେହଦ୍ୱାରା ଶୋଷି ହୋଇଯାଏ । ଟ୍ୟୁବ ଉଇଣ୍ଡୋରେ ଗୋଟିଏ ଧାଟୁ ନିର୍ମିତ ଆଲୁମିନିୟମ ଚାଦର ରଖିଲେ ନିମ୍ନ ଶକ୍ତି ସମ୍ପର୍ଣ୍ଣ ଏକ୍ସ‌-ରେ ଶୋଷି ହୋଇଯାଏ ଓ ଉଚ୍ଚ ଶକ୍ତି ସମ୍ପର୍ଣ୍ଣ ରଶ୍ମି ରହେ ।

କମ୍ପ୍ୟୁଟେଡ ଟମୋଗ୍ରାଫି

ଆଧାର