ରମାକାନ୍ତ ରଥ

ଓଡ଼ିଆ କବି

ରମାକାନ୍ତ ରଥ (ଜନ୍ମ ୧୩ ଡିସେମ୍ବର ୧୯୩୪) ଓଡ଼ିଆ ସାହିତ୍ୟର ଜଣେ ଆଧୁନିକ କବି । ସେ କଟକଠାରେ ୧୯୩୪ରେ ଜନ୍ମ ନେଇଥିଲେ । ସେ ଇଂରାଜୀରେ ରେଭେନ୍ସା କଲେଜରୁ ଏମ.ଏ. କରିବା ପରେ ୧୯୫୭ରେ ଭାରତୀୟ ପ୍ରଶାସନିକ ସେବାରେ ୧୯୯୨ରେ ଅବସର ଗ୍ରହଣ କରିବା ପୂର୍ବରୁ ଓଡ଼ିଶାର ମୁଖ୍ୟ ସଚିବ ଥିଲେ । ଏହି ସମୟରେ ତାଙ୍କର ସାତଟି କବିତା ସଂକଳନ ପ୍ରକାଶ ପାଇଥିଲା – କେତେ ଦିନର (୧୯୬୨), ସନ୍ଦିଗ୍ଧ ମୃଗୟା (୧୯୭୧), ସପ୍ତମ ରତୁ (୧୯୭୭), ସଚିତ୍ର ଅନ୍ଧାର (୧୯୮୨), ଶ୍ରୀରାଧା (୧୯୮୫) ଏବଂ ଶ୍ରେଷ୍ଠ କବିତା (୧୯୯୨) । ସାହିତ୍ୟ ଏକାଡେମୀ ୧୯୭୮ ମସିହାରେ ତାଙ୍କ କବିତା ସଂକଳନ "ସପ୍ତମ ଋତୁ" ପାଇଁ ତାଙ୍କୁ ପୁରସ୍କୃତ କରିଥିଲା । ୧୯୮୪ରେ ସଚିତ୍ର ଅନ୍ଧାର ପାଇଁ ତାଙ୍କୁ ଶାରଳା ପୁରସ୍କାର ମିଳିଥିଲା । ୧୯୯୨ ମସିହାପାଇଁ ସେ ସରସ୍ୱତୀ ସମ୍ମାନରେ ସମ୍ମାନୀତ । ଏହି କାବ୍ୟଗ୍ରନ୍ଥ ଇଂରାଜୀ ଓ ଆଠଟି ଭାରତୀୟ ଭାଷାରେ ଅନୁଦିତ ।[୨]

ପଦ୍ମ ଭୂଷଣ

ରମାକାନ୍ତ ରଥ
ଜନ୍ମ ଓ ଜନ୍ମସ୍ଥାନ (1934-12-13) ୧୩ ଡିସେମ୍ବର ୧୯୩୪ (ବୟସ ୮୯)
କଟକ, ଓଡ଼ିଶା
ବୃତ୍ତିଭାରତୀୟ ପ୍ରଶାସନିକ ସେବା ଅଧିକାରୀ
ଭାଷାଓଡ଼ିଆ
ଶିକ୍ଷାସ୍ନାତକୋତ୍ତର (ଇଂରାଜୀ ଭାଷା)
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ଶୈଳୀକବି
ସାହିତ୍ୟ କୃତିଶ୍ରୀରାଧା
ପୁରସ୍କାରସରସ୍ୱତୀ ସମ୍ମାନ,
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର,
ଜୀବନସାଥୀଶାନ୍ତିଲତା ରଥ[୧]

ଦସ୍ତଖତ

ପଦାଧିକାରୀ

୧୯୫୭ରୁ ସେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ ଓ ସଚିବ ଭାବରେ ଅନେକ ବର୍ଷ କାମ ତୁଲାଇଥିଲେ । ୧୯୯୩-୧୯୯୮ ଯାଏଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀର ଉପ-ସଭାପତି ଓ ୧୯୯୮-୨୦୦୩ ଯାଏଁ କେନ୍ଦ୍ର ସାହିତ୍ୟ ଏକାଡେମୀ, ଦିଲ୍ଲୀର ସଭାପତି ଭାବରେ କାମ ତୁଲାଇଥିଲେ ।

ଫେବୃଆରୀ ୨୦୦୯ରେ ସେ ଫେଲୋସିପ ସମ୍ମାନ ଲାଭ କରିଥିଲେ । ଏହି ସମ୍ମାନ ଲାଭ କରିବାରେ ସେ ହେଉଛନ୍ତି ୩ୟ ଓଡ଼ିଆ

ସାହିତ୍ୟ ସର୍ଜନା

ରମାକାନ୍ତ ରଥଙ୍କ ଲେଖାରେ ଆଧ୍ୟାତ୍ମିକ ଓ ଆଦିଭୌତିକ କଳ୍ପନାର ବ୍ୟବହାର ଦେଖାଯାଏ । ଏହା ତାଙ୍କର ରାଧାଙ୍କୁ ନେଇ ଲେଖା ଶ୍ରୀରାଧାସପ୍ତମ ଋତୁରେ ଦେଖିବାକୁ ମିଳିଥାଏ ।

କବିତା

  • "କେତେ ଦିନର" (୧୯୬୨)
  • "ଅନେକ କୋଠରୀ" (୧୯୬୭)
  • "ସନ୍ଧିଗ୍ଧ ମୃଗୟା" (୧୯୭୧)
  • "ସପ୍ତମ ଋତୁ" (୧୯୭୭)
  • "ସଚିତ୍ର ଅନ୍ଧାର" (୧୯୮୨)
  • "ସୀମାନ୍ତ ବାସ"
  • "ଫେରି ଚାହିଁଲେ"
  • "ସବୁଦିନେ ସେପାଖେ"
  • " ନ ଯା ନ ଯା ରହୁ ରହୁ "
  • "ସରଳ ହୃଦଗଣିତ"
  • "ଜାହାଜ ଆସିବ ଓ ଆଉ କେତୋଟି"[୩]
  • ଧର୍ମପଦର ଆତ୍ମହତ୍ୟା (କବିତା)

ଲମ୍ବା କବିତା

ପୁରସ୍କାର ଓ ସମ୍ମାନ

ଆଧାର

ଅଧିକ ତଥ୍ୟ