ରା.ୱାନ

୨୦୧୧ର ହିନ୍ଦୀ କଥାଚିତ୍ର

ରା. ୱାନ (English: Ra.One) ୨୦୧୧ ମସିହାର ଭାରତୀୟ ସୁପରହିଟ ଫିଲ୍ମ ଅଟେ, ଯାହା ଅନୁଭବ ସିହ୍ନାଙ୍କଦ୍ୱାରା ରଚିତ ଏବଂ ନିର୍ଦ୍ଦେଶିତ ହୋଇଥିଲା । ଫିଲ୍ମରେ ଶାହରୁଖ ଖାଁ ଦୁଇଟି ଭୂମିକା ନିର୍ବାହ କରିଥିଲେ, ଜଣେ ହେଲେ କମ୍ପ୍ୟୁଟର ଖେଳର ବିକାଶକର୍ତ୍ତା ଏବଂ ଅନ୍ୟ ଜଣେ ହେଲେ ଜି.ୱାନ୍ (ସୁପର ହିରୋ) । ଏହି ଫିଲ୍ମରେ ରା.ୱାନ ରୂପେ "ଅର୍ଜୁନ ରାମପାଲ" ଅଭିନୟ କରିଛନ୍ତି । ଏହି ଫିଲ୍ମରେ କରିନା କପୁର ଏବଂ ଅରମାନ ବର୍ମା ମଧ୍ୟ ଅଭିନୟ କରିଛନ୍ତି । ଶହନା ଗୋସ୍ୱାମୀ, ଦଲୀପ ତହୀଲ ଓ ଚୀନୀ ଆମେରିକୀୟ ଅଭିନେତା ଟାମ ବୂ ସମର୍ଥନ ଭୂମିକାରେ ନଜର ଆସିଛନ୍ତି। ରଜନୀକାନ୍ତ, ସଞ୍ଜୟ ଦତ୍ତ ଏବଂ ପ୍ରିୟଙ୍କା ଚୋପ୍ରା ଅତିଥି ଭୂମିକାରେ ନଜର ଆସିଛନ୍ତି ।[୪][୫]

ରା.ୱାନ
ରା.ୱାନ ଅଡିଓ ଲଞ୍ଚ
ନିର୍ଦ୍ଦେଶକଅନୁଭବ ସିହ୍ନା
ପ୍ରଯୋଜକଗୌରୀ ଖାଁ
ସଂଳାପଅନୁଭବ ସିହ୍ନା
ଚିତ୍ରନାଟ୍ୟ
  • ଅନୁଭବ ସିହ୍ନା
  • କନିକା
  • ମୁସ୍ତାଫ ଶେଖ
  • ଡ଼େବିଡ଼ ବେନୁଲ୍ଲୋ
କାହାଣୀଅନୁଭବ ସିହ୍ନା
କଳାକାର
  • ଶାହରୁଖ ଖାଁ
  • କରୀନା କପୁର
  • ଅର୍ଜୁନ ରାମପାଲ
  • ଅରମାନ ବର୍ମା
  • ଶାହନ ଗୋସ୍ୱାମୀ
  • ଟାମ ବୂ
ସଙ୍ଗୀତବିଶାଲ ଶେଖର
ଚିତ୍ରଗ୍ରହଣ
  • ନିକୋଲା ପେକୋରିଣୀ
  • ବି.ମଣିକନ୍ଦନ
ସମ୍ପାଦକ
  • ସଂଜୟ ଶର୍ମା
  • ମାର୍ଟିନ ବାଲ୍ଶ
ବିତରକ
  • ଇରୋସ ଏଣ୍ଟରଟେନମେଣ୍ଟ
  • ରେଡ଼ ଚିଲ ଏଣ୍ଟରଟେଂମେଣ୍ଟ
ମୁକ୍ତିଲାଭ ତାରିଖ
୨୪ ଅକ୍ଟୋବର ୨୦୧୧
(ଦୁବାଇ)
୨୫ ଅକ୍ଟୋବର ୨୦୧୧
(ଲଣ୍ଡନ)
୨୬ ଅକ୍ଟୋବର ୨୦୧୧
(ଟୋରଣ୍ଟ)
କଥାଚିତ୍ରର ସମୟ
154 minutes[୧]
ଦେଶଭାରତ
ଭାଷାହିନ୍ଦୀ
ଖର୍ଚ୍ଚIndian Rupee ₹୧୨୫ crore (US$୨୭.୭୫ million)"It took me 20 years to be an overnight success: Shah Rukh Khan". ଦି ଟାଇମ୍ସ ଅଫ ଇଣ୍ଡିଆ.
ମୋଟ ଆୟIndian Rupee ₹୨୪୦ crore (US$୫୩.୨୮ million)[୨][୩]

ପ୍ରିନ୍ସିପାଲ ଫଟୋଗ୍ରାଫି, ମାର୍ଚ୍ଚ ୨୦୧୦ ମସିହାରେ ଆରମ୍ଭ ହୋଇଥିଲା ଏବଂ ଭାରତଯୁକ୍ତରାଜ୍ୟରେ ଆରମ୍ଭ ହୋଇଥିଲା ଏବଂ ଏକ ଅନ୍ତରାଷ୍ଟ୍ରୀୟ ଚାଳକଦଳଦ୍ୱାରା ଏହାର ଅନୁଧ୍ୟାନ କରାଗଲା । ପୋଷ୍ଟ-ପ୍ରଡକ୍ସନ ଏଥିରେ ସାମିଲ ଷ୍ଟେରୋସ୍କୋପୀ-୩ଡି ରୂପାନ୍ତରଣ ଓ ଭିଜୁଆଲ ଇଫେକ୍ଟର ଅନୁପ୍ରୟୋଗ କରାଯାଇଥିଲା, ଯାହାଦ୍ୱାରା ପରେ ଭାରତୀୟ ସିନେମା ମଧ୍ୟରେ କୌଶଳ ସଫଳତା ରୂପେ ମାନ୍ୟତା ଦିଆଯାଇଛି ।Indian Rupee ₹୧୫୦ crore (US$୩୩.୩ million) ବଜେଟ ସହିତ [୬] ପ୍ରଚାର ପ୍ରସାରକୁ ସାମିଲ କରି, ରା. ୱାନ ସବୁଠାରୁ ମହଙ୍ଗା ଭାରତୀୟ ସିନେମାIndian Rupee ₹୧୩୨ crore (US$୨୯.୩ million) ବଜେଟକୁ ଅତିକ୍ରମ କରିହାଇଥିଲା । ନିର୍ମାତାମାନେ Indian Rupee ₹୧୩୦ crore (US$୨୮.୮୬ million)ରୁ Indian Rupee ₹୫୨ crore (US$୧୧.୫୪ million) ମାର୍କେଟିଙ୍ଗ ବଜେଟ, ଯେଉଁଥିରେ ୯ ମାସର ପ୍ରଚାର, ବ୍ରାଣ୍ଡ ଟାଈ-ଅପ, ବିକ୍ରେତା, ଭିଡ଼ିଓ ଗେମ ଏବଂ ଭାଇରଲ ମାର୍କେଟିଙ୍ଗ ଇତ୍ୟାଦିରେ ଖର୍ଚ୍ଚ କରିଥିଲେ ।

ବ୍ୟବସାୟିକ ରୂପେ, ଏହି ଫିଲ୍ମ ୨୦୧୧ ମସିହାର ତୃତୀୟ ସବୁଠାରୁ ବଡ଼ ରୋଜଗାର ଯୁକ୍ତ ଫିଲ୍ମ ଥିଲା, ଘରୋଇ ସ୍ତରରେ ୨୦୧୧ ମସିହାରେ ସମଗ୍ର ଦୁନିଆରେ ସବୁଠାରୁ ଅଧିକ ରୋଜଗାର କରିଥିବା ଦ୍ୱିତୀୟ ବଲିଉଡ ଫିଲ୍ମ ଥିଲା, ଏବଂ ଏହି ଫିଲ୍ମ ବକ୍ସ ଅଫିସରେ ବହୁ ରେକର୍ଡ ଭାଙ୍ଗିଥିଲା । ଏହି ଫିଲ୍ମ ୨୦୮ କୋଟି ଟଙ୍କାରୁ ଅଧିକ ରୋଜଗାର କରିଥିଲା, ଏଥିପାଇଁ ଏହାକୁ ସୁପରହିଟ୍ର ମାନ୍ୟତା ଦିଆଯାଇଛି ।[୭] ଏହି ଫିଲ୍ମ ପରେ, ନିଜର ପ୍ରାୟୋଗିକ/ଯାନ୍ତ୍ରିକ ଦୃଷ୍ଟିକୋଣ ପାଇଁ ବହୁ ପୁରସ୍କାର ଜିତିଥିଲା, ବିଶେଷ ରୂପେ ୫୯ତମ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର, ୫୭ତମ ଫିଲ୍ମ ଫେୟାର ଆୱାର୍ଡ ଏବଂ ଚାରୋଟି ଅନ୍ତରାଷ୍ଟ୍ରୀୟ ଭାରତୀୟ ଫିଲ୍ମ ଏକାଡେ଼ମୀ ପୁରସ୍କାର ।

ପ୍ରଯୋଜନା

ନିର୍ଦ୍ଦେଶକ ଅନୁଭବ ସିହ୍ନାଙ୍କ ଅନୁସାରେ, "ରା.ୱାନ"ର ବିଚାର ସେବେ ଉତ୍ପନ୍ନ ହୋଇଥିଲା ଯେବେ ସେ ଟେଲିଭିଜନରେ ଏକ ବିଜ୍ଞାପନ ଦେଖିଥିଲେ, ଯେଉଁଥିରେ ପିଲାମାନେ ଦୂରରୁ ଏକ ମାନବକୁ ନିୟନ୍ତ୍ରଣ କରୁଥିବାର ଦେଖାଯାଇଥିଲା । ସେ ଅବଧାରଣା ପ୍ରତି ଆକର୍ଷିତ ଥିଲେ ଏବଂ ସେଥିରେ ଆଧାରିତ ଏକ ପଟ୍ଟକଥା ମଧ୍ୟ ଲେଖିଥିଲେ ।[୮][୯]

ଶାହାରୁଖ ଖାଁ ଅନୁଭବ କରିଥିଲେ କି, ଏହି ଫିଲ୍ମରେ ମହତ୍ତ୍ୱପୂର୍ଣ୍ଣ ବ୍ୟବସାୟିକ କ୍ଷମତା ରହିଛି ।[୧୦] ସୁପର ହିରୋ ବନିବା ଏବଂ ଉଡାଣ ଭରିବା ପାଇଁ ନିଜର "ପିଲାବେଳ ସ୍ବପ୍ନ"କୁ ପୂରଣ କରିବା ପାଇଁ ଏହା ହେଉଛି ଏକମାତ୍ର ଅନନ୍ୟ ଉଦାହରଣ ।[୧୧] ସେ କହିଥିଲେ ଯେ, ସେ "ଏପରି ଏକ ଫିଲ୍ମ ତିଆରି କରିବାକୁ ଚାହାଁନ୍ତି ଯାହା ମୋତେ ୨୦ ବର୍ଷ ପାଇଁ ମିଳିଥିବା ପ୍ରତିଷ୍ଠିତ ସ୍ଥିତିର ଅଧିକାର ଦେଇ ପାରୁଥିବ ।"[୧୨] ସେ ଏହା ମଧ୍ୟ କହିଥିଲେ ଯେ, ସେ ପିତା-ପୁତ୍ର ସମ୍ପର୍କକୁ ସମର୍ପିତ କରୁଥିବା ଏକ ଫିଲ୍ମ ତିଆରି କରିବାକୁ ଚାହୁଁଥିଲେ, ଯାହା ବଲିଉଡରେ "ଅବହେଳିତ" ଥିଲା । [୧୩] ଖାଁଙ୍କ ବିଚାର ଏକ ସାଧାରଣ ପାରିବାରିକ ଡ୍ରାମା ତିଆରି କରିବାର ଥିଲା ଯାହା ଏକ ଆକ୍ସନ ଫିଲ୍ମରେ ବିସ୍ତାରିତ ହୋଇଗଲା । [୧୪] ସେ ପଶ୍ଚିମୀ ଦର୍ଶକମାନଙ୍କ ପାଇଁ ନିଜର ଆକର୍ଷଣ ବଢ଼େଇବା ପାଇଁ ଇଂରାଜୀରେ ଫିଲ୍ମ ତିଆରି କରିବା ପାଇଁ ମନା କରିଦେଲେ । ତାଙ୍କୁ ଏହା ଅନୁଭବ ହେଲା ଯେ, "ହଲିଉଡ଼କୁ ତାଙ୍କ କାର୍ଯ୍ୟକାଳ ଉପରେ ଫାଟ ସୃଷ୍ଟି କରିବା ଅନାବଶ୍ୟକ ଥିଲା "।[୧୫]

ବ୍ୟବସାୟ

ଏହି ଫିଲ୍ମର ରିଲିଜଠାରୁ ଆରମ୍ଭ କରି ଏହାର ନିର୍ମାଣ ମଧ୍ୟରେ Ra.One ର ନିର୍ମାତାମାନେ ମାର୍କେଟିଙ୍ଗ ବଜେଟ ପାଇଁ ୧୦୦ million (US$୨.୨୨ million)ରୁ ୫୨୦ million (US$୧୧.୫୪ million) ବାହାର କରିଦେଇଥିଲେ ।[୧୬] ୧୫୦ million (US$୩.୩୩ million) ଏହାର ଉପଯୋଗ କେବଳ ଇଣ୍ଟରନେଟ ପ୍ରଚାର ପାଇଁ କରାଯାଇଥିଲା ।[୧୭] ଏହି ଫିଲ୍ମର ପ୍ରଥମ ନାଟକୀୟ ପୋଷ୍ଟର ଡିସେମ୍ବର ୨୦୧୦ ମସିହାରେ ଜାରୀ କରାଯାଇଥିଲା , ଏବଂ ଏହାପରେ ୨୦୧୧ ଆଇସିସି କ୍ରିକେଟ ବିଶ୍ୱକପ ଅନୁସାରେ ଟୀଜର ଟ୍ରେଲର ଜାରୀ କରାଯାଇଥିଲା ।[୧୮] ପ୍ରଥମ ନାଟକୀୟ ଟ୍ରେଲରର ପ୍ରିମିୟର ୩ମାସ ପରେ ହୋଇଥିଲା । [୧୯]

ଖାଁ ଏବଂ ରାମପାଲ ପିନ୍ଧିଥିବା ବଡୀ ସୁଟ ଏବଂ ଟିମମାନଙ୍କଦ୍ୱାରା ଡିଜାଇନ କରାଯାଇଥିବା ଓ ଲସ ଏଞ୍ଜାଲେସରେସ୍ଥିତ ବିଶେଷଜ୍ଞ ମାନଙ୍କ ଟିମଦ୍ୱାରା ତିଆରି ହୋଇଥିଲା ।[୨୦] ଫିଲ୍ମ ପାଇଁ ମୂଳରୂପେ ୨୧ ବେଶଭୂଷା ତିଆରି ହୋଇଥିଲା, ଯେଉଁଥିରେ ପ୍ରତ୍ୟେକ ସୁଟ କଥିତ ରୂପେ 10 million (US$୨,୨୨,୦୦୦) ଥିଲା ।[୨୧]

ଆଧାର

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ