ରିବାଭିରିନ

ଭୁତାଣୁ ରୋଧି ଔଷଧ

ରିବାଭିରିନ (ଇଂରାଜୀ ଭାଷାରେ Ribavirin ଅନ୍ୟ ନାମ ଟ୍ରିବାଭିରିନ tribavirin) ଏକ ଆଣ୍ଟିଭାଇରାଲ ବା ଭୁତାଣୁରୋଧୀ ଔଷଧ (anti-viral medication) ଯାହା ଆର‌.ଏସ.ଭି ସଂକ୍ରମଣ (RSV infection), ହେପାଟାଇଟିସ ସି ଓ ଭାଇରାଲ ହେମୋରେଜିକ ଫିଭର (viral hemorrhagic fever) ରୋଗମାନଙ୍କର ଚିକିତ୍ସା ନିମନ୍ତେ ବ୍ୟବ‌ହୃତ ହୁଏ । ହେପାଟାଇଟିସ ସି ରୋଗ ନିମନ୍ତେ ଏହା ସିମେପ୍ରେଭିର, ସୋଫୋସବୁଭିର (sofosbuvir), ପେଜିଣ୍ଟରଫେରନ ଆଲଫା-୨ବି (peginterferon alfa-2b) ବା ପ୍ରେଜିଣ୍ଟରଫେରନ ଆଲଫା-୨ଏ (peginterferon alfa-2a) ଇତ୍ୟାଦି ଔଷଧମାନଙ୍କ ସ‌ହିତ ଦିଆଯାଏ । ଭାଇରାଲ ହେମୋରେଜିକ ଫିଭର ମଧ୍ୟରେ ଲାସା ଫିଭର, କ୍ରିମିଆନ-କଙ୍ଗୋ ହେମୋରେଜିକ ଫିଭର (Crimean–Congo hemorrhagic fever) ଓ ହାଣ୍ଟାଭାଇରସ ସଂକ୍ରମଣ (Hantavirus infection) ରୋଗମାନଙ୍କରେ ଦିଆଯାଏ କିନ୍ତୁ ଇବୋଲା (Ebola) ବା ମାରବର୍ଗ (Marburg) ରୋଗରେ ଦିଆଯାଏ ନାହିଁ । ରିବାଭିରିନ ପାଟିରେ ଦିଆଯାଏ ବା ଆଘ୍ରାଣ କରିବାକୁ ଦିଆଯାଏ । [୧]

ରିବାଭିରିନ
Clinical data
PronunciationRYE-ba-VYE-rin
Trade namesCopegus, Rebetol, Virazole, other[୧]
Synonyms1-(β-D-Ribofuranosyl)-1H-1,2,4-triazole-3-carboxamide
AHFS/Drugs.commonograph
MedlinePlusa605018
Pregnancy
category
  • AU: X (High risk)
  • US: X[୧]
Routes of
administration
ପାଟିରେ ଦିଆଯାଏ, ଦ୍ରବଣ solution ଆଘ୍ରାଣ କରିବାକୁ ଦିଆଯାଏ । for inhalation
ATC code
Legal status
Legal status
  • AU: S4 (Prescription only)
  • CA: Rx- କେବଳ ପ୍ରେସକ୍ରିପସନରେ ଦିଆଯାଏ ।
  • UK: POM (Prescription only)
  • US: Rx- କେବଳ ପ୍ରେସକ୍ରିପସନରେ ଦିଆଯାଏ ।
Pharmacokinetic data
Bioavailability64%[୨]
Protein binding0%[୨]
Metabolismliver and intracellularly[୨]
Elimination half-life298 hours (multiple dose); 43.6 hours (single dose)[୨]
Excretionପରିସ୍ରାରେ (୬୧%), ମଳ (୧୨%)[୨]
Identifiers
IUPAC name
  • 1-[(2R,3R,4S,5R)-3,4-dihydroxy-5-(hydroxymethyl)oxolan-2-yl]-1H-1,2,4-triazole-3-carboxamide
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEMBL
NIAID ChemDB
PDB ligand
ECHA InfoCard100.164.587 Edit this at Wikidata
Chemical and physical data
FormulaC8H12N4O5
Molar mass244.206
3D model (JSmol)
SMILES
  • OC[C@@H](O1)[C@@H](O)[C@@H](O)[C@@H]1N2N=C(C(N)=O)N=C2
InChI
  • InChI=1S/C8H12N4O5/c9-6(16)7-10-2-12(11-7)8-5(15)4(14)3(1-13)17-8/h2-5,8,13-15H,1H2,(H2,9,16)/t3-,4-,5-,8-/m1/s1 checkY
  • Key:IWUCXVSUMQZMFG-AFCXAGJDSA-N checkY
  (verify)

ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କା ଅନୁଭବ, ମୁଣ୍ଡବଥା, ଅଇ, ଜ୍ୱର, ମାଂସପେଶୀ ଯନ୍ତ୍ରଣା ଓ ଚିଡ଼ଚିଡ଼ା ଭାବ ଇତ୍ୟାଦି ଲକ୍ଷଣ ଦେଖାଯାଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ହେମୋଲିଟିକ ଆନିମିଆ (red blood cell breakdown), ଯକୃତ ସମସ୍ୟା (liver problems) ଓ ଆଲର୍ଜି ପ୍ରତିକ୍ରିୟା (allergic reactions) ଦେଖାଯାଏ । ଗର୍ଭାବସ୍ଥାରେ ବ୍ୟବ‌ହାର କଲେ ଶିଶୁପ୍ରତି ବିପଦ ହୁଏ । [୧] ତେଣୁ ଏହି ଔଷଧ ବ୍ୟବ‌ହାର କରିବାର ୭ ମାସ ପର୍ଯ୍ୟନ୍ତ ବିବାହିତ ପୁରୁଷ ଓ ମହିଳାମାନେ ଜନ୍ମ ନିରୋଧ କରିବାକୁ ଉପଦେଶ ଦିଆଯାଏ ।[୩] ଏହାର କାର୍ଯ୍ୟବିଧି ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ ।[୧]

ରିବାଭିରିନ ସନ ୧୯୭୧ରେ ପେଟେଣ୍ଟ ହୋଇଥିଲା ଓ ସନ ୧୯୮୬ରେ ଡାକ୍ତରୀ ବ୍ୟବ‌ହାରରେ ଲାଗିଲା ।[୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ଏହା ଜେନେରିକ ନାମରେ (generic medication) ବିକ୍ରୟ ହୁଏ ।[୧] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧର ଏକ କୋର୍ଷର ମୂଲ୍ୟ ପ୍ରାୟ ୨୦୦ ଆମେରିକୀୟ ଡଲାର ।[୬]

ଆଧାର