ଜନ୍ମ ନିରୋଧ

ମାନବ ଗର୍ଭ ରୋକିବା ପଦ୍ଧତି

ଜନ୍ମ ନିରୋଧ ବା ଜନ୍ମ ନିୟନ୍ତ୍ରଣ ବା ପ୍ରଜନନ ଶକ୍ତି ନିୟନ୍ତ୍ରଣ ଏକ ପଦ୍ଧତି ଯାହାଦ୍ୱାରା ଗର୍ଭ ନିରୋଧ କରାଯାଏ ଅର୍ଥାତ ପିଲା ଜନ୍ମ ନ ହେବା ନିମନ୍ତେ ବନ୍ଦବୋସ୍ତ କରାଯାଏ ।[୧] ଯୋଜନା, ବନ୍ଦବୋସ୍ତ ଓ ଜନ୍ମ ନିୟନ୍ତ୍ରଣକୁ ସାମୁହିକ ଭାବରେ ପରିବାର ଯୋଜନା ବା ପରିବାର ନିୟନ୍ତ୍ରଣ କହନ୍ତି ।[୨][୩] ପୁରାକାଳରୁ ଜନ୍ମ ନିରୋଧ ପଦ୍ଧତିର ପ୍ରଚଳନ ଚାଲିଆସିଛି କିନ୍ତୁ ବିଂଶ ଶତାବ୍ଦୀରେହିଁ ଫଳପ୍ରଦ ଓ ନିରାପଦ ପଦ୍ଧତି ଉପଲବ୍‌ଧ ହେଲା ।[୪] ଧାର୍ମିକ, ନୈତିକ ଓ ରାଜନୈତିକ କାରଣରୁ ଅନେକ ସଂସ୍କୃତିରେ ଜନ୍ମ ନିରୋଧକୁ ବିରୋଧ କରାଯାଏ ।[୪]

ଜନ୍ମ ନିରୋଧ
Package of birth control pills
A package of birth control pills
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
MeSHD003267

ପଦ୍ଧତି

ସବୁଠାରୁ ଫଳପ୍ରଦ ବନ୍ଧ୍ୟାକରଣ ମଧ୍ୟରେ ଭାସେକ୍ଟୋମି(ପୁରୁଷମାନଙ୍କର ବନ୍ଧ୍ୟାକରଣ), ମହିଳାମାନଙ୍କର ଟ୍ୟୁବାଲ ଲାଇଗେସନ୍, ଆଇ.ୟୁ.ଡି. ଓ ଇମ୍ପ୍ଲାଣ୍ଟେବ୍ଲ ଡିଭାଇସ୍ ନାମ ଉଲ୍ଲେଖଯୋଗ୍ୟ । ତା ପରେ ହରମୋନ କଣ୍ଟ୍ରାସେପ୍ଟିଭ, ଓରାଲ ପିଲ୍, ପ୍ୟାଚେସ୍, ଯୋନିପଥ ରିଙ୍ଗ ଓ ଇଞ୍ଜେକସନ ମାଧ୍ୟମରେ ଜନ୍ମ ନିରୋଧ କରା ଯାଇପାରେ । କଣ୍ଡୋମ, ଡାୟାଫ୍ରାମ, କଣ୍ଟ୍ରାସେପ୍ଟିଭ ସ୍ପଞ୍ଜ ପଦ୍ଧତି ଓ ଗର୍ଭାଧାନ ଶିକ୍ଷାଦ୍ୱାରା ସ୍ୱଳ୍ପ ଫଳପ୍ରଦ ନିରୋଧ ହୋଇ ପାରେ । ଶୁକ୍ରାଣୁ ଘାତକ ଓ ବୀର୍ଯ୍ୟ ବିକ୍ଷେପ ପୂର୍ବରୁ ବିରତ ସବୁଠାରୁ ସ୍ୱଳ୍ପ ଫଳପ୍ରଦ ପ୍ରଣାଳୀ ଅଟେ । ଭାସେକ୍ଟୋମି(ପୁରୁଷମାନଙ୍କର ବନ୍ଧ୍ୟାକରଣ), ମହିଳାମାନଙ୍କର ଟ୍ୟୁବାଲ ଲାଇଗେସନ୍ ପଦ୍ଧତିରେ ସ୍ଥାୟୀ ଦନ୍ଧ୍ୟାକରଣ କରାଯାଏ, ଅନ୍ୟ ସମସ୍ତ ପ୍ରଣାଳୀ ପ୍ରତ୍ୟାବର୍ତ୍ତନଶୀଳ ଓ ସ୍ୱଳ୍ପକାଳୀନ ଫଳପ୍ରଦ ।[୫] ଅସୁରକ୍ଷିତ ଯୌନ ସମ୍ପର୍କ ପରେ ପରେ ଏମର୍ଜେନ୍ସି ଔଷଧଦ୍ୱାରା କିଛି ଦିନ ଗର୍ଭ ନିରୋଧ ହୋଇ ପାରେ । କୈଶୋର ଅବସ୍ଥାରେ ଯୌନ ଶିକ୍ଷା ନ ଥାଇ ଯୌନ ସମ୍ପର୍କ ନିରାପଦ ନୁହେଁ[୬][୭] ନିରାପଦ ଯୌନ ସମ୍ପର୍କ (ପୁରୁଷ ବା ମହିଳା କଣ୍ଡୋମ)ଦ୍ୱାରା ଯୌନ ସମ୍ପର୍କ ଜନିତ ରୋଗଗୁଡିକର ସଂକ୍ରମଣ ହୁଏ ନାହିଁ[୮][୯] । ଅସୁରକ୍ଷିତ ଯୌନ ସମ୍ପର୍କର ୭୨ରୁ ୧୨୦ ଘଣ୍ଟା ମଧ୍ୟରେ ଜରୁରୀ ଜନ୍ମ ନିରୋଧ ଉପାୟ ଅବଲମ୍ବନ କଲେ ଗର୍ଭ ପ୍ରତିରୋଧ କରାଯାଇ ପାରେ ।[୧୦][୧୧] କେତେକ ଲୋକଙ୍କ ଯୁକ୍ତି ଅନୁସାରେ ଯୌନ ବିରତି ଏକ ଜନ୍ମ ନିରୋଧ ପଦ୍ଧତି କିନ୍ତୁ ଏହାଦ୍ୱାରା ଉପ‌ଯୁକ୍ତ ଯୌନ ନିରୋଧ ଶିକ୍ଷା ଅଭାବରୁ କିଶୋର ଗର୍ଭ ସମ୍ଭାବନା ଅଧିକ ରହେ ।[୬][୭]

ବିଶେଷ ଜନସଂଖ୍ୟା

କିଶୋର ଗର୍ଭାଧାନ ସର୍ବାଧିକ ସଙ୍କଟ ସୃଷ୍ଟି କରେ । ଉପ‌ଯୁକ୍ତ ଯୌନ ଶିକ୍ଷା ଓ ଜନ୍ମ ନିରୋଧକାରୀ ଉପାୟ ମିଳିଲେ ଏହି ବୟସରେ ଅନିଚ୍ଛାକୃତ ଗର୍ଭ କମେଇବ ସମ୍ଭବ ହୁଏ । [୧୨][୧୩] ସମସ୍ତ ପ୍ରକାର ଜନ୍ମ ନିରୋଧ ପ୍ରଣାଳୀ ଗୁଡ଼ିକ ବ୍ୟବ‌ହାର ଉପ‌ଯୋଗୀ ହେଲେ ମଧ୍ୟ [୧୪] ଦୀର୍ଘକାଳୀନ-ପ୍ରତ୍ୟାଗମନଶୀଳ ଜନ୍ମ ନିରୋଧ ଉପାୟ ଯେପରିକି ଇମ୍ପ୍ଲାଣ୍ଟ, ଆଇୟୁଡି ଓ ଯୌନ ରିଙ୍ଗ‌ଦ୍ୱାରା ସର୍ବାଧିକ କିଶୋର ଗର୍ଭ କମ୍ କରିହୁଏ ।[୧୩] ପ୍ରସବ ପରେ ସ୍ତନ୍ୟପାନ ନ କଲେ ୪ରୁ ୬ ସପ୍ତାହ ପରେ ପୁନଶ୍ଚ ଗର୍ଭାଧାନ ହୋଇପାରେ । ପ୍ରସବ ପରେ ପରେ ତୁରନ୍ତ କେତେକ ଜନ୍ମ ନିରୋଧ ଉପାୟ ଗ୍ରହଣ କରାଯାଇପାରେ ଓ ଅନ୍ୟ କେତେକ ୬ ମାସ ପର୍ଯ୍ୟନ୍ତ ବିଳମ୍ବ କରାଯାଇପାରେ । ସ୍ତନ୍ୟପାନ କରାଉଥିବା ମହିଳା ମିଶ୍ରିତ ଓରାଲ ଜନ୍ମ ନିରୋଧ ପିଲ ବଦଳରେ ପ୍ରୋଜେସ୍ଟିନ ୱନଲି ଉପାୟ ବ୍ୟବ‌ହାର ଅଧିକ ପସନ୍ଦ ଯୋଗ୍ୟ । ଋତୁବନ୍ଦ (ଶେଷ ଋତୁସ୍ରାବ) ହେବାର ଏକ ବର୍ଷ ପର ପର୍ଯ୍ୟନ୍ତ ଜନ୍ମ ନିରୋଧ ଉପାୟ ଗ୍ରହଣ କରିବା ଉଚିତ ।[୧୪]

ପ୍ରସାର ଓ ପ୍ରଭାବ

ବିକାଶଶୀଳ ଦେଶମାନଙ୍କରେ ଗର୍ଭବତୀ ନ ହେବା ନିମନ୍ତେ ପ୍ରାୟ ୨୨୨ ନିୟୁତ ମହିଳା ଇଚ୍ଛା କରୁଥିଲେ ମଧ୍ୟ କୌଣସି ଆଧୁନିକ ଜନ୍ମ ନିରୋଧକ ଉପାୟ ଅବଲମ୍ବନ କରୁନାହାନ୍ତି ।[୧୫][୧୬] ଏହି ଦେଶମାନଙ୍କରେ ଜନ୍ମ ନିରୋଧ ବ୍ୟବ‌ହାର କରିବାଦ୍ୱାରା ମାତୃ ମୃତ୍ୟୁ ହାର ପ୍ରାୟ ୪୦% (ସନ ୨୦୦୮ରେ ୨୭୦,୦୦୦ ମୃତ୍ୟୁ) କମିଛି; ଜନ୍ମ ନିରୋଧ ଉପାୟ ଗ୍ରହଣ କରିଥିଲେ ପ୍ରାୟ ୭୦% ମୃତ୍ୟୁ କମିଯାଇଥାଆନ୍ତା ।[୧୭][୧୮] ଦୁଇ ଗର୍ଭାଧାନ ମଝିର ସମୟ ଦୀର୍ଘ ହେଲେ ପ୍ରସବ ଫଳାଫଳ ଓ ଶିଶୁ ବଞ୍ଚିବା ହାର ଅଧିକ ହେବ ।[୧୭] ଜନ୍ମ ନିରୋଧକ ବ୍ୟବହାରଦ୍ୱାରା ବିକାଶଶୀଳ ଦେଶମାନଙ୍କରେ ମହିଳାଙ୍କର ରୋଜଗାର, ବଡ଼ି ମାସ୍ ଇଣ୍ଡେକ୍ସ, ପିଲାମାନଙ୍କର ଶିକ୍ଷା ଓ ସମ୍ପତ୍ତି ବୃଦ୍ଧି ହେବ ।[୧୯] ଜନ୍ମ ନିୟନ୍ତ୍ରଣ ଯୋଗୁ ଅଳ୍ପ ପିଲା ଜନ୍ମ ହେବାଦ୍ୱାରା ଅର୍ଥନୈତିକ ବିକାଶ ସାଧନ ହୁଏ ।[୨୦]

ଆଧାର