ସାଦୃଶ୍ୟ
ବିବର୍ତ୍ତନ ପ୍ରାଣୀ ବିଜ୍ଞାନ evolutionary biology ଅନୁସାରେ ସାଦୃଶ୍ୟ (ଇଂରାଜୀ ଭାଷାରେ mimicry) ଏକ ବିବର୍ତ୍ତନ ସାଦୃଶ୍ୟ ଯାହା ଗୋଟିଏ ଜୀବ ସହ ଅନ୍ୟ ଗୋଟିଏ ପଦାର୍ଥ ବା ଅନ୍ୟ ଜୀବ ସହିତ ସାଦୃଶ୍ୟ ଥାଏ । ଅନେକ ସମୟରେ ଏହି ସାଦୃଶ୍ୟ ଜୀବକୁ ତାହାର ଖାଦକମାନଙ୍କଠାରୁ ସୁରକ୍ଷା ମିଳିବାକୁ ଉପଯୋଗୀ ହୋଇଥାଏ । [୧] ସମଦୃଷ୍ଟି ହେବା ଯୋଗୁ ହିଂସ୍ର ଜନ୍ତୁମାନଙ୍କର ବ୍ୟବହାର ବଦଳିଯାଏ ଯାହା ଶିକାରକୁ ସୁରକ୍ଷା ପ୍ରଦାନ କରିଥାଏ । [୨] ଏହି ସାଦୃଶ୍ୟ ବିଭିନ୍ନ ପ୍ରକାର ହୋଇପାରେ ଯେପରିକି ଦୃଷ୍ଟ, ଶ୍ରବଣ, ରାସାୟନିକ, ସ୍ପର୍ଶ ବା ବୈଦୁତିକ ଓ ଏମାନଙ୍କର ଗ୍ରହଣଶୀଳ ମିଶ୍ରଣ ହୋଇପାରେ । [୨][୩] ଏହ ଉଭୟ ଖାଦ୍ୟ ଓ ଖାଦକକୁ ଲାଭପ୍ରଦ ହୋଇପାରେ । ପକ୍ଷୀମାନେ ଦେଖିକରି ସ୍ୱାଦିଷ୍ଟ ପୋକଙ୍କୁ ଚିହ୍ନିପାରନ୍ତି ଓ ହାନୀକାରକ ଦ୍ରବ୍ୟ ବା ପ୍ରାଣୀଙ୍କଠାରୁ ଦୂରେଇ ଯାଆନ୍ତି । ବେଳେ ବେଳେ ଉଭୟ ପକ୍ଷଙ୍କର ସାଦୃଶ୍ୟ ଥିବା ଦେଖାଯାଏ ।[୪] ଅନେକ ପ୍ରଜାତିର ପ୍ରାଣୀମାନଙ୍କର ସାଦୃଶ୍ୟ ଥାଏ ଯେପରକି ବିରୁଡ଼ିଙ୍କଠାରୁ ହୋଭରଫ୍ଲାଇ ରକ୍ଷା ପାଇପାରନ୍ତି । ଶିକାର ଓ ଶିକାରୀ ମଧ୍ୟରେ ହେଉଥିବା ସାଦୃଶ୍ୟ ପ୍ରାୟ ୩ ବା ଅଧିକ ପ୍ରଜାତିଙ୍କଠାରେ ଦେଖାଯାଏ । [୫]
ବ୍ୟାପକ ଅର୍ଥରେ ସାଦୃଶ୍ୟରେ ନିର୍ଜୀବମାନଙ୍କୁ ମଧ୍ୟ ନିଆଯାଇପାରେ । ନିର୍ଜୀବଙ୍କ ପାଇଁ ବେଳେ ବେଳେ ମାସ୍କେରେଡ ଓ ମାଇମେସିସ ଶବ୍ଦ ବ୍ୟବହାର କରାଯାଏ । [୬][୩][୭] ଉଦାହରଣ ସୁରୂପ ପ୍ଲାଣ୍ଟହପର (planthoppers), ପୋଲିଗୋନିଆ ସି-ଆଲବନ (comma) ଓ ଜେଓମିଟର ମଥ (geometer moth) ସଂବାଳୁଆ ଆଦି ପ୍ରାଣୀମାନଙ୍କର ଗଛର ଛାଲି, ପତ୍ର ଓ ଫୁଲ ସହିତ ସାମଞ୍ଜସ୍ୟ ଥାଏ । [୩][୪][୮][୯] କେତେକ ପ୍ରାଣୀଙ୍କର ଆଖି ବଡ଼ ପଶୁଙ୍କ ଆଖି ଭଳି ଦେଖାଯାଏ । ଏହି ଆଖି ଦେଖି ଅନ୍ୟ ପଶୁମାନେ ପ୍ରତିକ୍ରିୟା ସୃଷ୍ଟି କରନ୍ତି କି ନାହିଁ, ତାହା ଜଣାଯାଇ ନାହିଁ । [୧୦] ଏହାକୁ ଆଧୁନିକ ସାହିତ୍ୟରେ ଦେଖାଯାଉଛି । [୧୧][୧୨][୧୩]
ସାଦୃଶ୍ୟ ଯୋଗୁ ବିବର୍ତ୍ତନାତ୍କକ ଦୌଡ଼ରେ (evolutionary arms race) ବିଯୁକ୍ତାତ୍ମକ ପ୍ରଭାବ ପଡ଼ିଲେ ସ୍ୱୟଂ ଚେହେରା ପରିବର୍ତ୍ତନ ହୋଇପାରେ ।[୪]p161 ଅନେକ ସମୟରେ ପାରିପାର୍ଶ୍ୱିକ ଅବସ୍ଥାକୁ ଖାପ ଖୁଏଇବା ନିମନ୍ତେ ଜୀବନଚର୍ଯ୍ୟାରେ କିଛି ପରିବର୍ତ୍ତନ ହୁଏ ଯାହାକୁ କନଭର୍ଜେଣ୍ଟ ବିବର୍ତ୍ତନ (convergent evolution) କୁହାଯାଏ । ବିଭିନ୍ନ ଜୈବ ଜୀବନଚକ୍ର (life cycle) ନିମନ୍ତେ ପ୍ରଜାପତି ଭଳି ପରିବର୍ତ୍ତନ ହୁଏ । ଏକାଧିକ ସାଦୃଶ୍ୟ ମଧ୍ୟ ଦେଖାଯାଏ । କେତେକ ମଡେଲ ସମ୍ପର୍କୀୟ ଥାଆନ୍ତି[୧୪] କିନ୍ତୁ ସମ୍ପର୍କ ନଥାଇ ମଧ୍ୟ ସାଦୃଶ୍ୟ ହୋଇପାରେ । କୀଟ ପତଙ୍ଗ (insects) ସବୁ ଏଥି ପାଇଁ ଜଣାଶୁଣା । [୩] ମେରୁଦଣ୍ଡୀ ପ୍ରାଣୀଙ୍କର ମଧ୍ୟ ସାଦୃଶ୍ୟ ହୋଇପାରେ କିନ୍ତୁ ଏହା ଉପରେ ଅଧିକ ଗବେଷଣା ହୋଇନାହିଁ । [୧୫][୧୬][୧୭][୧୮]
ଏହି ମିମିକ୍ରି ଶବ୍ଦର ବ୍ୟବହାର ସନ ୧୬୩୭ରୁ ଚଳିଆସିଛି । ଗ୍ରୀକ୍ ଭାଷାର ମିମେଟିକୋସ ଶବ୍ଦରୁ ଇମିଟେସନ ଓ ତା'ପରେ ମିମେଟୋସରୁ ଇମିଟେଟୋଭ ଓ ମିମେଇସ୍ଥାଇରୁ କ୍ରିୟା ବାଚକ ଇମିଟେଟ ବ୍ୟବହୃତ ହେଲା । ପ୍ରାଣୀ ବିଜ୍ଞାନରେ ଲୋକମାନଙ୍କୁ ପାଇଁ ମାଇମେଟିକ ଶନ୍ଦ ସନ ୧୮୫୧ରୁ ବ୍ୟବହାର ହେଉଛି । [୧୯]
ବ୍ୟାପକ ରୂପରେ ସାଦୃଶ୍ୟ ବିବର୍ତନକୁ ଏକ ଯୁକ୍ତାତ୍ମକ ସଂଯୋଜନ ଭାବରେ ଗ୍ରହଣ କରାଯାଇଛି । ଉପନ୍ୟାସକାର ଭ୍ଳାଡିମିର ଏହା ଉପରେ ଯୁକ୍ତି ରଖି କହନ୍ତି, ପ୍ରାକୃତିକ ଚୟନ ଏକ ସାଦୃଶ୍ୟକୁ ମଜଭୁତ କରିପାରେ କିନ୍ତୁ ଏହା ସୃଷ୍ଟି କରିବା ଆବଶ୍ୟକ ନୁହେଁ । [୨୦]