ସିପୋନିମୋଡ

ସିପୋନିମୋଡ, Mayzent ବେପାର ନାମ, ହେଉଛି ଏକ ଔଷଧ ଯାହା ଏକାଧିକ ବା ମଲ୍ଟିପ୍ଲ ସ୍କ୍ଲେରୋସିସ୍ (ଏମଏସ/ MS)ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୭] ନିର୍ଦ୍ଦିଷ୍ଟ ଭାବେ ଏହା ଏମଏସର ପୁନରାବର୍ତ୍ତକ ଧରଣର ରୋଗ ବିଶେଷତଃ ପୃଥକୀକୃତ ସିଣ୍ଡ୍ରୋମ, ପୁନରାବର୍ତ୍ତକ ରୋଗ ଏବଂ ସକ୍ରିୟ ପ୍ରଗତିଶୀଳ ରୋଗମାନଙ୍କରେ ବ୍ୟବହୃତ ହୁଏ ।[୭] ଏହା ପାଟିରେ ଦିଆଯାଏ ।[୭]

ସିପୋନିମୋଡ
Clinical data
Trade namesMayzent[୩]
SynonymsBAF-312
AHFS/Drugs.commonograph
MedlinePlusa619027
data
Pregnancy
category
Routes of
administration
By mouth
Legal status
Legal status
  • AU: S4 (Prescription only) [୪]
  • UK: POM (Prescription only) [୬]
  • US: ℞-only
  • EU: Rx-only [୫]
  • ℞ (Prescription only)
Identifiers
IUPAC name
  • 1-({4-[(1E)-1-({[4-Cyclohexyl- 3-(trifluoromethyl)phenyl]methoxy}imino)ethyl]-2-ethylphenyl}methyl)azetidine-3-carboxylic acid
Chemical and physical data
FormulaC29H35F3N2O3
Molar mass୫୧୬.୬୧ g·mol−1
3D model (JSmol)
SMILES
  • CCC1=C(C=CC(=C1)C(=NOCC2=CC(=C(C=C2)C3CCCCC3)C(F)(F)F)C)CN4CC(C4)C(=O)O
InChI
  • InChI=1S/C29H35F3N2O3/c1-3-21-14-23(10-11-24(21)15-34-16-25(17-34)28(35)36)19(2)33-37-18-20-9-12-26(22-7-5-4-6-8-22)27(13-20)29(30,31)32/h9-14,22,25H,3-8,15-18H2,1-2H3,(H,35,36)/b33-19+
  • Key:KIHYPELVXPAIDH-HNSNBQBZSA-N

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଉଚ୍ଚ ରକ୍ତଚାପ ଏବଂ ଯକୃତ ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ ।[୭] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସଂକ୍ରମଣ, ମାକୁଲାର ଇଡିମା, ଅନିୟମିତ ହୃତ୍ ସ୍ପନ୍ଦନ ଏବଂ ପରବର୍ତ୍ତୀ ରିଭର୍ସିବଲ୍ ଏନସେଫାଲୋପାଥି ସିଣ୍ଡ୍ରୋମ ଅନ୍ତର୍ଭୁକ୍ତ ହୋଇପାରେ ।[୮] କଦଳୀ କିମ୍ବା ସୋୟା ପାଇଁ ଆଲର୍ଜି ଥିବା ଲୋକଙ୍କଠାରେ ଏହା ବ୍ୟବହାର କରାଯିବା ଉଚିତ୍ ନୁହେଁ | [୯] ଏହା ସ୍ପିଙ୍ଗୋସିନ୍ -1-ଫସଫେଟ୍ ରିସେପ୍ଟରଗୁଡ଼ିକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୯]

୨୦୧୯ ମସିହାରେ ଆମେରିକାରେ ଏବଂ ୨୦୨୦ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ସିପୋନିମୋଡ ଅନୁମୋଦିତ ହୋଇଥିଲା ।[୯] [୮] ଦୈନିକ ୨ ମିଗ୍ରା ମାତ୍ରା ବିଶିଷ୍ଟ ଏକ ମାସର ଔଷଧ ପାଇଁ ୨୦୨୧ ସୁଦ୍ଧା ଯୁକ୍ତରାଷ୍ଟ୍ରରେ ପ୍ରାୟ ୮୪୦୦ ଡଲାର ଖର୍ଚ୍ଚ ହୁଏ [୧୦] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ପ୍ରାୟ ୧୮୦୦ ପାଉଣ୍ଡ ଅଟେ ।[୧୧] ଯୁକ୍ତରାଷ୍ଟ୍ରରେ ଏହା କେବଳ ବିଶେଷ ଧରଣର ଦୋକାନର ମାଧ୍ୟମରେ ଉପଲବ୍ଧ । [୮]

ଆଧାର