ସୁଶ୍ରୀ ଶ୍ରେୟା ମିଶ୍ର

ସୁଶ୍ରୀ ଶ୍ରେୟା ମିଶ୍ର (ଜନ୍ମ ୪ ଜାନୁଆରୀ ୧୯୯୧) ଜଣେ ଭାରତୀୟ ମଡ଼େଲ୍, ଅଭିନେତ୍ରୀ ଓ ସୁନ୍ଦରୀ ପ୍ରତିଯୋଗିତା ବିଜୟୀନି । ସେ ମିସ୍ ୟୁନାଇଟେଡ୍ କଣ୍ଟିନେଣ୍ଟ୍ ୨୦୧୫ରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ । ସେ ମଧ୍ୟ ଜଣେ ସ୍ୱୀକୃତିପ୍ରାପ୍ତ ସ୍କୁବା ଡାଇଭର୍ ଓ ଏରିଆଲ ସିଲ୍କ ରୋପ ନୃତ୍ୟଶିଳ୍ପୀ ।

ସୁଶ୍ରୀ ଶ୍ରେୟା ମିଶ୍ର
ଜନ୍ମ
ସୁଶ୍ରୀ ଶ୍ରେୟା ମିଶ୍ର

(1991-01-04) ୪ ଜାନୁଆରୀ ୧୯୯୧ (ବୟସ ୩୩)
ଶିକ୍ଷାନୁଷ୍ଠାନସେଣ୍ଟ ଜୋସେଫ୍ କନ୍‌ଭେଣ୍ଟ୍ ଉଚ୍ଚ ମାଧ୍ଧ୍ୟମିକ ବିଦ୍ୟାଳୟ
ଶ୍ୟାମ ପ୍ରସାଦ ମୁଖାର୍ଜୀ ମହାବିଦ୍ୟାଳୟ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ
ବୃତ୍ତି(ସମୂହ)ଅଭିନେତ୍ରୀ ,ମଡ଼େଲ୍
ସକ୍ରିୟ ବର୍ଷ୨୦୧୦–ବର୍ତ୍ତମାନ
ଉଚ୍ଚତା୧.୭୫ m (୫ ft 9 in)
Titleମିସ୍ ୟୁନାଇଟେଡ୍ କଣ୍ଟିନେଣ୍ଟ୍ ୨୦୧୫ - ତୃତୀୟ ରନର୍ସ୍ ଅପ୍
ଫେମିନା ମିସ୍ ଇଣ୍ଡିଆ ୟୁନାଇଟେଡ କଣ୍ଟିନେଣ୍ଟ୍ ୨୦୧୫
ଏସିଆନ୍ ସୁପର୍ ମଡ଼େଲ୍ ଇଣ୍ଡିଆ ୨୦୧୦
Beauty pageant titleholder
Major
competition(s)
  • ମିସ୍ ୟୁନାଇଟେଡ୍ କଣ୍ଟିନେଣ୍ଟ୍ ୨୦୧୫
    (ତୃତୀୟ ରନର୍ସ୍ ଅପ୍)
    (ସବୁଠୁ ଭଲ ଜାତୀୟ ପୋଷାକ)
    (ମିସ୍ ଫଟୋଜେନିକ୍)
    *ଫେମିନା ମିସ୍ ଇଣ୍ଡିଆ ୨୦୧୫
    (ଫେମିନା ମିସ୍ ଇଣ୍ଡିଆ ୟୁନାଇଟେଡ କଣ୍ଟିନେଣ୍ଟ୍ ୨୦୧୫)
    (ମିସ୍ ର୍‌ୟାମ୍ପ୍‌ୱାକ୍)
    (ମିସ୍ ଭିଭାସିୟସ୍)
    *ମିସ୍ ଦିଭା ୨୦୧୩
    (ପ୍ରଥମ ୭)
    ମିସ୍ ଡିଜିଟାଲ୍)
    *ଆଇ ଆମ୍ ସି- ମିସ୍ ଯୂନିଭର୍ସ୍ ଇଣ୍ଡିଆ ୨୦୧୦
    (ଆଇ ଆମ୍ ପ‌ପୁଲାର୍)
    *ଏସିଆନ୍ ସୁପର୍ ମଡ଼େଲ୍ ଇଣ୍ଡିଆ ୨୦୧୦
    (ବିଜେତା)
    *ଏସିଆନ୍ ସୁପର୍ ମଡ଼େଲ୍ ୨୦୧୦
    (ମିସ୍ ଫ୍ରେଣ୍ଡସିପ୍ ସୁପର୍ ନ୍ୟାସ୍‌ନାଲ୍)

ଆଦ୍ୟ ଜୀବନ ଓ ଶିକ୍ଷା

ସେ ୪ ଜାନୁଆରୀ ୧୯୯୧ରେ ଓଡ଼ିଶାର ସମ୍ବଲପୁରରେ ଜନ୍ମ ହୋଇଥିଲେ । ସୈନ୍ୟ ପରିବାରରେ ଜନ୍ମ ହେତୁ ତାଙ୍କୁ ବ‌ହୁତ ବିଦ୍ୟାଳୟରେ ପଢିବାକୁ ପଡ଼ିଥିଲା, ତେବେ ମୁଖ୍ୟତଃ ସେ ସେଣ୍ଟ୍ ଜୋସେଫ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପଢ଼ିଥିଲେ, ପରେ ଶ୍ୟାମ ପ୍ରସାଦ ମୁଖାର୍ଜୀ ମହାବିଦ୍ୟାଳୟ, ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପଢ଼ିଥିଲେ । ସେ ୨୦୦୫ ଓ ୨୦୦୭ ଦୁଇଥର ସମ୍ମାନ‌ଜନ‌କ ଦିଲ୍ଲୀରେ ଅନୁଷ୍ଠିତ ଏନ୍‌ସିସି ଆର୍‌ଡ଼ିସି (ସାଧାରଣତନ୍ତ୍ର ଦିବସ କ୍ୟାମ୍ପ)ରେ ଯୋଗ ଦେଇଥିଲେ । ସେ ଘୋଡ଼ାଚଢିବା ଓ ଓଡ଼ିଶୀ ନୃତ୍ୟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେ ଓଡ଼ିଶୀରେ ବିଶାରଦ କରିଛନ୍ତି ।

ବୃତ୍ତି

ଆଇ ଆମ୍ ସି ୨୦୧୦ ଓ ଏସିଆନ୍ ସୁପର୍ ମଡ଼େଲ୍ ୨୦୧୦

୨୦୧୦ ମସିହାରେ ସେ ଏସିଆନ୍ ସୁପର୍ ମଡ଼େଲ୍, ଚାଇନାରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ । ସେହି ପ୍ରତିଯୋଗିତାରେ ସେ ମିସ୍ ଫ୍ରେଣ୍ଡସିପ୍ ଇଣ୍ଟର୍‌ନ୍ୟାସ୍‌ନାଲ୍ ଘୋଷିତ ହୋଇଥିଲେ । ସେ ଆଇ ଆମ୍ ସି ୨୦୧୦ ପ୍ରତିଯୋଗିତାରେ ମଧ୍ୟ ଭାଗନେଇଥିଲେ ଓ ଆଇ ଆମ୍ ପପୁଲାର ସ୍ୱତନ୍ତ୍ର ପୁରସ୍କାର ଜିତିଥିଲେ ।

ମିସ୍ ଦିଭା ୨୦୧୩

୨୦୧୩ରେ ସେ ମିସ୍ ଦିଭାର ପ୍ରଥମ ସଂସ୍କରଣରେ ଭାଗନେଇଥିଲେ ଓ ସେମିଫାଇନାଲ୍‌ର ପ୍ରଥମ ୭ ଜଣଙ୍କ ମଧ୍ୟରେ ଥଲେ । ସେ ସ୍ୱତନ୍ତ୍ର ପୁରସ୍କାର ମିସ୍ ଡିଜିଟାଲ୍ ଜିତିଥିଲେ ।[୧]

ଫେମିନା ମିସ୍ ଇଣ୍ଡିଆ ୨୦୧୫

ପରେ ୨୦୧୫ରେ ସେ ଫେମିନା ମିସ୍ ଇଣ୍ଡିଆ ୨୦୧୫ରେ ଭାଗନେଇଥିଲେ ଓ ଭାରତକୁ ମିସ୍ ୟୁନାଇଟେଡ୍ କଣ୍ଟିନେଣ୍ଟ୍ ୨୦୧୫ରେ ପ୍ରତିନିଧିନ୍ୱ କରିଥିଲେ । ସେ ଫେମିନା ମିସ୍ ଇଣ୍ଡିଆ ୨୦୧୫ ପୁରସ୍କାର ସ‌ହ ଦୁଇଟି ସ୍ୱତନ୍ତ୍ର ପୁରସ୍କାର ମିସ୍ ରାମ୍ପ‌ୱାକ୍ ଓ ମସ୍ ଭିଭାସିଅସ୍ ଜିତିଥିଲେ ।[୨][୩]

ଫେମିନା ମିସ୍ ଇଣ୍ଡିଆ ୨୦୧୫ ପରେ ଜୀବନ

ମଡ଼େଲିଂ ଜୀବନ ପରେ ସେ ବର୍ତ୍ତମାନ ଅଭିନୟ କରୁଛନ୍ତି । ସେ କିଙ୍ଗଫିଶର୍ କ୍ୟାଲେଣ୍ଡର୍ ୨୦୧୬, ଭାରତୀୟ ମାଗାଜିନ୍ ଗାଜିଆରେ ଅଭିନୟ କରିଛନ୍ତି । ସେ ମଧ୍ୟ ଗାର୍‌ନିଅର୍, ଭିନି ପ୍ରଭୃତି ପାଇଁ ବିଜ୍ଞାପନ କରିଛନ୍ତି ।

ଆଧାର


Awards and achievements
Preceded by
Gail Nicole Da Silva
Miss United Continents India
2015
Succeeded by
Lopamudra Raut
Preceded by

Gail Nicole Da Silva
Miss United Continents - Best National Costume
2015
Succeeded by
Lopamudra Raut
Preceded by

Anna Sardyga
Miss United Continents - 3rd RU
2015
Succeeded by
Taynara Gargantini