ସ୍କାରଲେଟ ଜ୍ୱର

ସ୍କାରଲେଟ ଜ୍ୱର (ଇଂରାଜୀ ଭାଷାରେ scarlet fever) ଏକ ପ୍ରକାର ଜୀବାଣୁ ଗ୍ରୁପ ଏ ସ୍ଟ୍ରେପ୍ଟୋକୋକାଲ ସଂକ୍ରମଣ ଫଳରେ ହୁଏ ।[୧] ଏହାର ଲକ୍ଷଣ ଓ ଚିହ୍ନ- ଗଳା ପ୍ରଦାହ, ଜ୍ୱର, ମୁଣ୍ଡବଥା, ଲସିକା ଗ୍ରନ୍ଥି ଫୁଲା ଓ ଏକ ପ୍ରକାର ନିର୍ଦ୍ଦିଷ୍ଟ ରାସ୍ ଦେଖାଯାଏ । ଏହି ରାସ୍ ଲାଲ ରଙ୍ଗର ଓ ବାଲି କାଗଜ ଭଳି ହାତକୁ ଲାଗେ, ଜିଭ ଲାଲ ଓ ଅନିୟମିତ (ଖାଲଢିପ) ଦେଖାଯାଏ । ପାଞ୍ଚରୁ ପନ୍ଦର ବର୍ଷ ବୟସ୍କ ପିଲାଙ୍କୁ ଏହି ରୋଗ ଆକ୍ରମଣ କରେ । [୧]

ସ୍କାରଲେଟ ଜ୍ୱର
ସ୍କାର୍ଲାଟିନା,[୧] ସ୍କାର୍ଲେଟିନା[୨]
ସ୍କାରଲେଟ ଜ୍ୱରରେ ଦେଖାଯାଉଥିବା ସ୍ଟ୍ରବେରି ଜିଭ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିInfectious disease
ଆଇସିଡ଼ି-୧୦A38.
ଆଇସିଡ଼ି-୯-ସିଏମ୍034.1
ରୋଗ ଡାଟାବେସ29032
Patient UKସ୍କାରଲେଟ ଜ୍ୱର

ଗଳା ପ୍ରଦାହ ବା ସ୍ଟ୍ରେପ୍ଟୋକୋକାଲ ଚର୍ମ ସଂକ୍ରମଣ ହୋଇଥିବା ରୋଗୀଙ୍କ ମଧ୍ୟରୁ ଅଳ୍ପ କେତେକ ଲୋକଙ୍କୁ ସ୍କାରଲେଟ ଜ୍ୱର ହୁଏ । କାଶ ଓ ଛିଙ୍କଦ୍ୱାରା ଏହି ରୋଗ ବିସ୍ତର ଲାଭ କରେ । ଜୀବାଣୁ ଲାଗିଥିବା ବସ୍ତୁକୁ ଛୁଇଁଲେ ବା ରୋଗୀର ପାଟି ବା ନାକ‌କୁ ଛୁଇଁଲେ ଏହା ଡିଏଁ ।[୧] କେତେକ ପ୍ରକାର ଜୀବାଣୁଦ୍ୱାରା ପ୍ରସ୍ତୁତ ଏରିଥ୍ରୋଜେନିକ ଟକ୍ସିନ ଯୋଗୁ ରାସ୍ ହୁଏ ।[୧][୩] ଜୀବାଣୁ କଲ୍‌ଚର୍‌ କରି ଏହି ରୋଗ ନିର୍ଣ୍ଣୟ କରାଯାଏ ।[୧]

ଏହି ରୋଗ ନିମନ୍ତେ କୌଣସି ଟିକା ନାହିଁ । ବାରମ୍ବାର ହାତଧୁଆ, ବ୍ୟକ୍ତିଗତ ଜିନିଷ ନ ବାଣ୍ଟିବା ଓ ରୋଗୀଙ୍କଠାରୁ ଦୂରରେ ରହିବାଦ୍ୱାରା ଏହି ରୋଗକୁ ପ୍ରତିରୋଧ କରାଯାଏ । ଆଣ୍ଟିବାୟୋଟିକଦ୍ୱାରା ଏହି ରୋଗର ଚିକିତ୍ସାସାଧ୍ୟ ଓ ଜଟିଳ ହୁଏ ନାହିଁ ।[୧] ସ୍କାରଲେଟ୍ ଜ୍ୱର ଚିକିତ୍ସାର ଫଳ ସ୍ୱାଭାବିକ ଭାବରେ ଭଲ ।[୪]ଏହି ରୋଗର ଦୀର୍ଘକାଳୀନ ଜଟିଳତାମାନଙ୍କ ନାମ- ବୃକ୍‌କ ରୋଗ, ରିଉମାଟିକ ହୃତ୍‌ପିଣ୍ଡ ରୋଗ ଓ ଆର୍ଥ୍ରାଇଟିସ[୧] ବିଂଶ ଶତାବ୍ଦୀର ପ୍ରାରମ୍ଭରେ ପିଲାଙ୍କ ମୃତ୍ୟୁର ଏହା ମୂଖ୍ୟ କାରଣ ଥିଲା ।[୫][୬]

ଆଧାର