ସ୍ଥାୟୀ ଅବସାଦ ବେମାରୀ

ଏହା ଏକ ଦୀର୍ଘସ୍ଥାୟୀ ଅବସାଦ ଅବସ୍ଥାକୁ ବୁଝାଏ ।

,

Dysthymia, dysthymic disorder, chronic depression
ଫାଇଲ:The Old Guitarist (cropped).jpg
The Old Guitarist by Pablo Picasso, depicting a state of sadness and incompletion
ଉଚ୍ଚାରଣ
ବିଭାଗPsychiatry
ଲକ୍ଷଣLow mood, change in eating or sleeping, low energy, poor self esteem, trouble concentrating[୧]
ଆକ୍ରାନ୍ତ ସମୟChildhood or early adulthood[୨]
ଅବଧିLong-term[୩]
ବିପଦ କାରକLoss of a parent, family history[୨]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms after ruling out other possible causes[୨]
ସଠିକ ରୋଗ ନିର୍ଣ୍ଣୟHypothyroidism, drug misuse[୨]
ଚିକିତ୍ସାCounseling, SSRIs[୧]
ପୁନଃପୌନିକ3% (104 million as of 2015)[୩][୪]

ସ୍ଥାୟୀ ଅବସାଦ ବେମାରୀ, ଇଂରାଜୀ ଭାଷାରେ Persistent depressive disorder,( PDD ), ଯାହା ପୂର୍ବରୁ ଡିସଥାଇମିଆ ଏବଂ କ୍ରନିକ୍ ପ୍ରମୁଖ ଅବସାଦ ଭାବରେ ଜଣାଶୁଣା, ଏକ ଦୀର୍ଘସ୍ଥାୟୀ ଅବସାଦ ଅବସ୍ଥାକୁ ବୁଝାଏ । [୧] [୩] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଖାଇବା କିମ୍ବା ଶୋଇବା ଅଭ୍ୟାସର ପରିବର୍ତ୍ତନ, କମ୍ ଶକ୍ତି, ଖରାପ ଆତ୍ମ ସମ୍ମାନ ଏବଂ ଏକାଗ୍ରତା ସମସ୍ୟା ହୋଇପାରେ । [୧] ଏହି ଲକ୍ଷଣଗୁଅଭଡିକ ଏକ ସ୍ତରରେ ଥାଏ ଯେଉଁଥିରେ ଗୁରୁତ୍ୱପୂର୍ଣ୍ଣ ସଙ୍କଟ ବା ଦୁର୍ବଳତା ଦେଖାଯାଏ । [୧] ପ୍ରମୁଖ ଉଦାସୀନତା ବା ଆତ୍ମହତ୍ୟା ପ୍ରବଣତା ହୋଇପାରେ ।[୫] [୩]

ଅଳ୍ପ ବୟସରେ ପିତାମାତାଙ୍କ ହରାଇବା ଏବଂ ରୋଗର ପରିବାରିକ ଇତିହାସ ଥିଲେ ବିପଦ ସଙ୍କଟ ରହିପାରେ । [୨] ଅନ୍ୟାନ୍ୟ ସମ୍ଭାବ୍ୟ କାରଣକୁ ଏଡ଼ାଇବା ପରେ ରୋଗ ନିର୍ଣ୍ଣୟ କରାଯାଏ । [୨] ରୋଗ ନିର୍ଣ୍ଣୟ ପାଇଁ ବୟସ୍କମାନଙ୍କଠାରେ ଅତି କମରେ ଦୁଇ ବର୍ଷ କିମ୍ବା ପିଲାମାନଙ୍କଠାରେ ୧ ବର୍ଷର ଲକ୍ଷଣ ରହିବା ଆବଶ୍ୟକ ।[୨] ଡିଏସଏମ-୫, ଡିସଥାଇମିଆ, ଏବଂ କ୍ରନିକ୍ ପ୍ରମୁଖ ଡିପ୍ରେସନ୍ ମିଳିତ ହୋଇ ଏହି ରୋଗ ସୃଷ୍ଟି କରେ ।[୨]

ଏହି ରୋଗର ଚିକିତ୍ସାରେ କାଉନସେଲିଂ ଏବଂ ସିଲେକ୍ଟିଭ ସେରୋଟୋନିନ ରିଅପଟେକ ଇନହିବିଟର ପରି ଔଷଧ ବ୍ୟବହାର କରାଯାଏ ।[୧] ଜନସଂଖ୍ୟାର ପ୍ରାୟ ୧ରୁ ୬% ଲୋକ ଜୀବନରେ କୌଣସି ସମୟରେ ଏହି ରୋଗଦ୍ୱାରା ପ୍ରଭାବିତ ହୁଅନ୍ତି। [୩] ୨୦୧୫ ମସିହାରେ ବିଶ୍ୱରେ ୧୦୪ ନିୟୁତ ଲୋକ ପ୍ରଭାବିତ ହୋଇଥିଲେ। [୪] ଆରମ୍ଭ ସାଧାରଣତଃ ବାଲ୍ୟକାଳ କିମ୍ବା ବୟସ୍କ ଅବସ୍ଥାରେ ହୋଇଥାଏ | [୨] ଫ୍ଲେମିଙ୍ଗ ପ୍ରଥମେ ୧୮୪୪ ମସିହାରେ ମାନସିକ ରୋଗ କ୍ଷେତ୍ରରେ "ଡିସଥାଇମିଆ ଶବ୍ଦ ବ୍ୟବ‌ହାର କରିଥିଲେ । [୧] ଏହା ପ୍ରଥମେ ଡିଏସଏମ-୨ରେ ବ୍ୟକ୍ତିତ୍ୱ ବିକାର ଭାବରେ ପରିଚିତ ହୋଇଥିଲା ଏବଂ ପରେ ଡିଏସଏମ-୩ ନାମରେ ଏକ ରୋଗ ଭାବରେ ଧାରଣା ଦିଆଯାଇଥିଲା । [୧]

ଆଧାର

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ