ପ୍ରମୁଖ ଅବସାଦ ବେମାରୀ

ପ୍ରମୁଖ ଅବସାଦ ବେମାରୀ (ଇଂରାଜୀ ଭାଷାରେ Major depressive disorder/ MDD) ବା ସାଧାରଣ ଅବସାଦ ରୋଗ ଏକ ମାନସିକ ବେମାରୀ ଯେଉଁଥିରେ ଅତି କମ୍‌ରେ ଦୁଇ ସପ୍ତାହ ଧରି ଅଧିକାଂଶ ସ୍ଥଳରେ ଜଣେ ଲୋକର ଅବସାଦ ରହେ ।[୧] ଏହା ସ‌ହିତ ନିଜର ହୀନମନ୍ୟତା (low self-esteem), ସାଧାରଣ ଆମୋଦ‌ଦାୟକ ଗତିବିଧିରେ ଅଭିରୁଚି ଅଭାବ (loss of interest ), ସ୍ୱଳ୍ପ ଶକ୍ତି ସମ୍ପନ୍ନ ଓ ଅକାରଣ ଯନ୍ତ୍ରଣା ହୁଏ ।[୧] ଏହା ସ‌ହିତ ବେଳେବେଳେ ଡିଲ୍ୟୁଜନ/ ମିଥ୍ୟା ବିଶ୍ୱାସ (false beliefs) ବା ହାଲ୍ୟୁସିନେସନ/ ଅନ୍ୟକୁ ଦେଖା ନ ଯାଉଥିବା କଥା (see or hear things that others cannot) ଦେଖାଯାଏ ।[୧] କେତେକ ଲୋକଙ୍କର ବର୍ଷ ବର୍ଷର ସାଧାରଣ ଅବସ୍ଥା ଅନ୍ତରରେ ଅବସାଦ ହୁଏ ଓ ଅନ୍ୟ କେତେକଙ୍କର ପ୍ରାୟ ସର୍ବଦା ଅବସାଦ ରହେ ।[୨] ଏହି ରୋଗ ଯୋଗୁ ଲୋକର ପାରିବାରିକ ଜୀବନ, କର୍ମ ଜୀବନ ଓ ସ୍କୁଲ ଜୀବନ, ଶୋଇବା, ଖାଇବା ଓ ସାଧାରଣ ସ୍ୱାସ୍ଥ୍ୟ ପ୍ରଭାବିତ ହୁଏ ।[୧][୨] ଏହା ଯୋଗୁ ୨-୭% ବୟଃପ୍ରାପ୍ତ ଲୋକ ଆତ୍ମହତ୍ୟା କରି ମୃତ୍ୟୁ ବରଣ କରନ୍ତି,[୩] ଓ ସମସ୍ତ ଆତ୍ମହତ୍ୟା କରୁଥିବା ଲୋକଙ୍କ ମଧ୍ୟରୁ ୬୦% ଲୋକର ଅବସାଦ ଅଥବା ଅନ୍ୟ କୌଣସି ମିଜାଜ ବେମାରୀ/ (mood disorder) ଥାଏ । [୪]

ପ୍ରମୁଖ ଅବସାଦ ବେମାରୀ
ଇଂରାଜୀ ନାମ: clinical depression, major depression, unipolar depression, unipolar disorder, recurrent depression
ସନ ୧୮୯୦ରେ ଅଙ୍କିତ ଭିନସେଣ୍ଟ ଭାନ ଗ‌ଗ୍‌ଙ୍କର (Vincent van Gogh's) ଚିତ୍ର
ଦୁଃଖିତ ବୃଦ୍ଧ ଲୋକ ('ଇଟରନିଟି ଗେଟ‌ଠାରେ')
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିPsychiatry
ଆଇସିଡ଼ି-୧୦F32., F33.
ଆଇସିଡ଼ି-୯-ସିଏମ୍296.2, 296.3
ଓଏମ୍‌ଆଇଏମ୍608516
ରୋଗ ଡାଟାବେସ3589
ମେଡ଼ିସିନ-ପ୍ଲସ003213
ଇ-ମେଡ଼ିସିନmed/532
Patient UKପ୍ରମୁଖ ଅବସାଦ ବେମାରୀ
MeSHD003865
ପ୍ରମୁଖ ଅବସାଦ ବେମାରୀ ଭିଡିଓ

ଜେନେଟିକ (genetic), ପରିବେଶ ଓ ମନସ୍ତ‌ତ୍ତ୍ୱ କାରକମାନଙ୍କ ମିଶ୍ରିତ ପ୍ରଭାବ ଏହି ରୋଗର କାରଣରୁପେ ବିବେଚନା କରାଯାଏ ।[୧] ଏହି ରୋଗ ଭୋଗର ପାରିବାରିକ ଇତିହାସ, ମୂଖ୍ୟ ଜୀବନ‌ଧାରାର ପରିବର୍ତ୍ତନ, କେତେକ ଔଷଧ, ସ୍ଥାୟୀ ସ୍ୱାସ୍ଥ୍ୟ ସମସ୍ୟା (chronic health problem) ଓ ଡ୍ରଗ ଅପବ୍ୟବ‌ହାର ଇତ୍ୟାଦି ଏହି ରୋଗର ସଙ୍କଟଦାୟକ ଅବସ୍ଥା । [୧][୨] ପ୍ରାୟ ୪୦% ସଙ୍କଟର ଜେନେଟକ ସ‌ହିତ ସମ୍ପର୍କ ଥିବା ଜଣାଯାଏ ।[୨] ଲୋକର ବ୍ୟକ୍ତିଗତ ଅନୁଭୁତି ରିପୋର୍ଟ ଓ ମାନସିକ ସ୍ଥିତି ପରୀକ୍ଷା (mental status examination) କରି ରୋଗ ନିର୍ଣ୍ଣୟ କରାଯାଏ ।[୫] ଏହି ରୋଗ ନିମନ୍ତେ କୌଣସି ଲାବୋରେଟରି ପରୀକ୍ଷା ନାହିଁ । [୨] ପରୀକ୍ଷା କଲାବେଳେ ଏକା ଭଳି ଲକ୍ଷଣ ଦେଖାଉଥିବା ଅନ୍ୟ ରୋଗ ବିଷୟରେ ସଚେତନ ରହି ସେହି ରୋଗ ନ ଥିବା ନିର୍ଣ୍ଣୟ କରାଯାଏ ।[୫] ପ୍ରମୁଖ ଅବସାଦ ବେମାରୀଠାରୁ ଜୀବନର ଏକ ଅଂଶ ଓ ଏହାଠାରୁ ଅଳ୍ପ ସାଂଘାତିକ ରୋଗ ଦୁଃଖକୁ (sadness) ପୃଥକ୍ କରିବାକୁ ପଡ଼େ ।[୨] ୟୁନାଇଟେଡ ସ୍ଟେଟ୍ସ ପ୍ରିଭେଣ୍ଟିଭ ସର୍ଭିସ ଟାସ୍କ ଫୋର୍ସ ୧୨ ବର୍ଷ ବୟସରୁ ଉର୍ଦ୍ଧ୍ୱ ପିଲାଙ୍କୁ ସ୍କ୍ରିନିଙ୍ଗ କରିବାକୁ ସୁପାରିସ କରେ,[୬][୭] କିନ୍ତୁ କ‌କ୍ରେନ ଅନୁଶୀଳନ (Cochrane review) ଅନୁସାରେ ସ୍କ୍ରିନିଙ୍ଗ ସପକ୍ଷରେ ପ୍ରମାଣ ନାହିଁ । [୮]

ପ୍ରମୁଖ ଅବସାଦ ରୋଗୀଙ୍କୁ କାଉନସେଲିଙ୍ଗ (counselling) ଓ ଆଣ୍ଟିଡିପ୍ରେସାଣ୍ଟ ଔଷଧ (antidepressant medication) ଦେଇ ଚିକିତ୍ସା କରାଯାଏ ।[୧] ସାଂଘାତିକ ଅବସାଦଗ୍ରସ୍ତ ରୋଗୀ ଉପରେ ଔଷଧର ପ୍ରଭାବ ଅଧିକ ପଡ଼େ ଯଦିଓ ଏହା ସମସ୍ତ ରୋଗୀ ଉପରେ ପ୍ରଭାବ ପଡ଼ିଲା ଭଳି ଜଣାଯାଏ ।[୯][୧୦] ଆତ୍ମହତ୍ୟା ସଙ୍କଟକୁ ପ୍ରଭାବିତ କରିବା ସ୍ପଷ୍ଟ ଜଣାଯାଏ ନାହିଁ । [୧୧] କଗନିଟିଭ ବିହେଭିଅରାଲ ଥେରାପି (cognitive behavioral therapy) (CBT) ଓ ଇଣ୍ଟରପର୍ସନାଲ ଥେରାପି (interpersonal therapy) କାଉନସେଲିଙ୍ଗ କରାଯାଏ ।[୧][୧୨] କୌଣସି ଚିକିତ୍ସା ପ୍ରଭାବଶାଳୀ ନ ହେଲେ ଅବଶେଷରେ ଇଲେକ୍ଟ୍ରୋକନଭଲସିଭ ଥେରାପି (electroconvulsive therapy ବା ECT)ପରୀକ୍ଷା କରାଯାଇ ପାରେ ।[୧] ରୋଗୀର ନିଜ ଉପରେ ସଙ୍କଟ ଆଣିବା ସମ୍ଭାବନା ଥିଲେ ଡାକ୍ତରଖାନାରେ ଆଡମିଶନ କରିବା ଆବଶ୍ୟକ ହୁଏ ଓ ତାହା ରୋଗୀର ଇଚ୍ଛା ବିରୁଦ୍ଧରେ କରାଯାଏ ।[୧୩]

ସନ ୨୦୧୩ରେ ପ୍ରାୟ ୨୫୩ ନିୟୁତ (୩.୬%) ଲୋକଙ୍କୁ ପ୍ରମୁଖ ଅବସାଦ ବେମାରୀ ହୋଇଥିଲା ।[୧୪] ଜାପାନରେ ୭% ଓ ଫ୍ରନସରେ ୨୧% ଲୋକଙ୍କୁ ଏହି ରୋଗ ହୁଏ ।[୧୫] ବିକଶିତ ଦେଶମାନଙ୍କରେ ଏହାର ଜୀବନବ୍ୟାପି ହାର (୧୫%) ବିକାଶଶୀଳ ଦେଶମାନଙ୍କ (୧୧%) ଅପେକ୍ଷା ଅଧିକ । [୧୫] କଟି ଯନ୍ତ୍ରଣା ରୋଗ ପରେ ଏହା ଦ୍ୱିତୀୟ ସର୍ବାଧିକ ଜୀବନବ୍ୟାପି ଅକ୍ଷମ କରୁଥିବା (years lived with disability) ରୋଗ ।[୧୬] ୨୯ରୁ ୪୦ ବର୍ଷ ବୟସ ମଧ୍ୟରେ ସାଧାରଣତଃ ଏହି ରୋଗ ହୁଏ । ପୁରୁଷଙ୍କ ଅପେକ୍ଷା ମହିଳାମାନେ ୨ଗୁଣ ଅଧିକ ଆକ୍ରାନ୍ତ ହୁଅନ୍ତି । [୨][୧୫] ଆମେରିକାନ ସାଇକିଆଟ୍ରିକ ଆସୋସିଏସନ (American Psychiatric Association) ସନ ୧୯୮୦ରେ ଏହି ରୋଗକୁ ଡାଏଗନୋସ୍ଟିକ ଆଣ୍ଡ ସ୍ଟାଟିସ୍ଟିକାଲ ମାନୁଆଲ ଅଫ ମେଣ୍ଟାଲ ଡିଜଅର୍ଡ଼ରରେ (Diagnostic and Statistical Manual of Mental Disorders ବା DSM-III) ସଂଯୁକ୍ତ କରିଛି ।[୧୭] ପୂର୍ବରୁ ପ୍ରଚଳିତ ଡିପ୍ରେସିଭ ନିଉରୋସିସ (depressive neurosis) ରୋଗ ବିଭକ୍ତ ହୋଇ ଏହା ସ‌ହିତ ଡିସଥାଇମିଆ (dysthymia) ଓ ଆଡଜସ୍ଟମେଣ୍ଟ ଡିଜଅର୍ଡ଼ର ଉଇଥ ଡିପ୍ରେସ୍ଡ ମୁଡ (adjustment disorder with depressed mood) ରୋଗ ସୃଷ୍ଟି ହୋଇଛି । [୧୭] ଏହି ରୋଗ ସବୁକୁ ସାମାଜିକ କଳଙ୍କ (stigmatized) ରୂପେ ବିବେଚନା କରାଯାଉଥିଲା ।[୧୮]

Video explanation of depression

ଆଧାର