ହାଇପରଅସମୋଲାର ହାଇପରଗ୍ଲାଇସେମିକ ସ୍ଟେଟ
ହାଇପରଅସମୋଲାର ହାଇପରଗ୍ଲାଇସେମିକ ଷ୍ଟେଟ ବା ଏଚଏଚଏସ (Hyperosmolar hyperglycemic state ବା HHS) ବେମାରୀ ମଧୁମେହ ରୋଗର ଏକ ଜଟିଳ ଅବସ୍ଥା ଯେଉଁଥିରେ ଅତ୍ୟଧିକ ରକ୍ତ ଶର୍କରା ହେବା ଫଳରେ ଉଲ୍ଲେଖନୀୟ କିଟୋଏସିଡୋସିସ (ketoacidosis) ନଥାଇ ଅଧିକ ଅସମୋଲାରିଟି (osmolarity) ହୋଇଯାଏ ।[୪] ଲକ୍ଷଣ ମଧ୍ୟରେ ନିର୍ଜଳନ (dehydration) ଚିହ୍ନ, ପରବର୍ତ୍ତିତ ଚୈତନ୍ୟ (altered level of consciousness), ଦୁର୍ବଳତା, ଦୃଷ୍ଟି ସମସ୍ୟା ଓ ଗୋଡ଼ କ୍ରାମ୍ପ (legs cramps) ହୋଇପାରେ ।[୨] ଆରମ୍ଭ ହେବାକୁ କିଛି ଦିନ ବା ସପ୍ତାହ ଲାଗିଯାଏ ।[୩] ରୋଗ ଜଟିଳ ହେଲେ ଡିସସେମିନେଟେଡ କୋଆଗୁଲୋପାଥି (Disseminated intravascular coagulopathy), ମେସେଣ୍ଟେରିକ ଧମନୀ ଅବରୋଧ (mesenteric artery occlusion), ରାବଡୋମାୟୋଲାଇସିସ ଓ ବାତ seizures ଆଦି ବେମାରୀ ଦେଖାଯାଏ ।[୨]
ହାଇପରଅସମୋଲାର ହାଇପରଗ୍ଲାଇସେମିକ ଷ୍ଟେଟ (Hyperosmolar hyperglycemic state) | |
---|---|
Hyperosmolar hyperglycemic nonketotic coma (HHNC), hyperosmolar non-ketotic coma (HONK), nonketotic hyperosmolar coma, hyperosmolar hyperglycemic nonketotic syndrome (HHNS)[୧] | |
ଭିଡିଓରେ ମଧୁମେହ, ଏହାର ଜଟିଳତା ଓ ଏଚଏଚଏସ | |
ବିଭାଗ | endocrinology[*] |
ଲକ୍ଷଣ | ନିର୍ଜଳନ (dehydration) ଚିହ୍ନ, ପରବର୍ତ୍ତିତ ଚୈତନ୍ୟ (altered level of consciousness)[୨] |
ଆକ୍ରାନ୍ତ ସମୟ | କିଛି ଦିନ ଓ ସପ୍ତାହ ଲାଗିଯାଏ [୩] |
ଅବଧି | କିଛି ଦିନ[୩] |
ବିପଦ କାରକ | ସଂକ୍ରମଣ (Infections), ଷ୍ଟ୍ରୋକ, ବଡ଼ ଆଘାତ (trauma), କେତେକ ଔଷଧ, ହୃଦ୍ଘାତ[୪] |
ରୋଗ ନିର୍ଣ୍ଣୟ ପଦ୍ଧତି | ରକ୍ତ ପରୀକ୍ଷା (Blood tests)[୨] |
ସଠିକ ରୋଗ ନିର୍ଣ୍ଣୟ | ଡାଏବେଟିକ କିଟୋଏସିଡୋସିସ[୨] |
ଚିକିତ୍ସା | ଶିରାଭ୍ୟନ୍ତର ତରଳ ପଦାର୍ଥ (Intravenous fluids), ଇନସୁଲିନ (insulin), ଲୋ ମଲିକୁଲାର ହେପାରିନ (low molecular weight heparin), ଆଣ୍ଟିବାୟୋଟିକ (antibiotics)[୩] |
Prognosis | ~ମୃତ୍ୟୁ ସଙ୍କଟ ୧୫%[୪] |
ପୁନଃପୌନିକ | କିଛି ପରିମାଣରେ ସାଧାରଣ[୨] |
ମଧୁମେହ ଟାଇପ ୨ ରୋଗରେ ଏହି ଏଚଏଚଏସ ସଙ୍କଟ ରହେ ।[୪] କ୍ୱଚିତ ମଧୁମେହ ଟାଇପ ୧ରେ ବା ପୂର୍ବ ମଧୁମେହ ଇତିହାସ ନଥାଇ ଏହି ରୋଗ ହୋଇପାରେ ।[୩][୪] ସଂକ୍ରମଣ (Infections), ଷ୍ଟ୍ରୋକ, ବଡ଼ ଆଘାତ (trauma), କେତେକ ଔଷଧ, ହୃଦ୍ଘାତ ଇତ୍ୟାଦି ରୋଗରେ ଏହି ସଙ୍କଟ ଟ୍ରିଗର ହୋଇଯାଏ ।[୪] ରକ୍ତ ପରୀକ୍ଷାରେ ଶର୍କରା ପରିମାଣ ୩୦ମି:ମୋଲ ବା ୬୦୦ମି:ଗ୍ରା/ଡେଲିରୁ ଅଧିକ, ଅସମୋଲାରଟି ୩୨୦ଏମଓଏସଏମ/କେଜି ଓ ପିଏଚ (ph) ୭.୩ରୁ ଅଧିକ ହେଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[୨][୩]
ଚିକିତ୍ସା ପ୍ରାରମ୍ଭରେ ନିର୍ଜଳନ ନିମନ୍ତେ ଶିରାଭ୍ୟନ୍ତର ତରଳ ପଦାର୍ଥ (Intravenous fluids), କିଟୋନ (ketones) ପରିମାଣ ଅଧିକ ଥିଲେ ଶିରାଭ୍ୟନ୍ତର ଇନସୁଲିନ (insulin), ରକ୍ତ ଜମାଟ ହେବାକୁ ବନ୍ଦ କରିବା ନିମନ୍ତେ ଲୋ ମଲିକୁଲାର ହେପାରିନ (low molecular weight heparin) ଓ ସଂକ୍ରମଣ ଥିଲେ ଆଣ୍ଟିବାୟୋଟିକ (antibiotics) ଦିଆଯାଏ ।[୩] ରକ୍ତ ଶର୍କରା ଧୀରେ କମେଇବାକୁ ଲକ୍ଷ ରଖାଯାଇଥାଏ ।[୩] ସମସ୍ୟା ସମାଧନ କରିବା ସମୟରେ ପୋଟାସିଅମ (Potassium ପୁନର୍ଭରଣ ଅନେକ ସମୟରେ ଆବଶ୍ୟକ ହୁଏ ।[୩] ମଧୁମେହ ପାଦ ଘାଆ (diabetic foot ulcers) ନହେବା ନିମନ୍ତେ ଯତ୍ନ ନେବା ଆବଶ୍ୟକ । [୩] କିଛି ଦିନର ଚିକିତ୍ସାରେ ରୋଗୀ ସ୍ୱାଭାବିକ ଅବସ୍ଥାକୁ ଫେରିଆସେ ।[୩]
ଏହା ଏକ ସାଧାରଣ ଜଟିଳତା ହେଲେ ମଧ୍ୟ ଏହା କେତେ ହାରରେ ହୁଏ ତାହା ଅଜ୍ଞାତ ଅଛି ।[୨][୪] ସାଧାରଣତଃ ବୟସ୍କ ଲୋକମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[୪] ମୃତ୍ୟୁ ସଙ୍କଟର ହାର ପ୍ରାୟ ୧୫% ।[୪] ଏହି ଅବସ୍ଥା ବିଷୟରେ ପ୍ରଥମେ ସନ ୧୮୮୦ରେ ବର୍ଣ୍ଣନା କରାଯାଇଥିଲା ।[୪]
ଆଧାର
ବାହ୍ୟ ଲିଙ୍କ
ଶ୍ରେଣୀବିଭାଗ |
|
---|---|
ବାହାର ଉତ୍ସ |
|