Jump to content

ଓଡ଼ିଶା ଗୋହତ୍ୟା ନିଷେଧ ଅଧିନିୟମ, ୧୯୬୦

ଉଇକିପିଡ଼ିଆ‌ରୁ


ଓଡ଼ିଶା ଗୋହତ୍ୟା ନିଷେଧ ଅଧିନିୟମ, ୧୯୬୦ ଓଡ଼ିଶା ରାଜ୍ୟରେ ଗୋହତ୍ୟା ରୋକିବା ନିମିତ୍ତ ଓଡ଼ିଶା ବିଧାନ ସଭାଦ୍ୱାରା ପ୍ରଣୀତ ଏକ ଅଧିନିୟମ ।[୧]

ପୃଷ୍ଠଭୂମି

ଭାରତୀୟ ସମ୍ବିଧାନର ଧାରା ୪୮ରେ ପ୍ରଦତ୍ତ 'Directive Principle of State Policy' ନିର୍ଦ୍ଦେଶ ଅନୁଯାୟୀ ପ୍ରତ୍ୟେକ ରାଜ୍ୟ ପଶୁହତ୍ୟା ରୋକିବା ନିମନ୍ତେ ପ୍ରୟାସ କରିବେ ।[୨] ଏଥି ସହିତ ପଶୁଧନର ରକ୍ଷଣାବେକ୍ଷଣ ପାଇଁ ଯଥା ସମ୍ଭବ ପଦେକ୍ଷେପ ନେବେ । ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାର ଗୋଧନର ରକ୍ଷଣାବେକ୍ଷଣ ନିମିତ୍ତ ଉପରୋକ୍ତ ଅଧିନିୟମ ଲାଗୁ କରିଥିଲେ ।

ହିନ୍ଦୁ ମତରେ ଗାଇକୁ ଗୋମାତା ରୂପରେ ପୂଜା କରୁଥିବାରୁ ଗୋହତ୍ୟା ନିଷେଧ ଅତ୍ୟନ୍ତ ଜରୁରୀ ଏବଂ ଗାଇକୁ ଜାତୀୟ ପଶୁ ଭାବେ ସମ୍ମାନ ଦେବା ଉଚିତ ବୋଲି ମଧ୍ୟ ଅଲ୍ଲହାବାଦ ଉଚ୍ଚ ନ୍ୟାୟାଳୟ ଏକ ରାୟରେ ଉଲ୍ଲେଖ କରିଛନ୍ତି ।[୩]

ଅଧିନିୟମ ସଂପର୍କରେ

ବିଶେଷ ଧାରା ଓ ଉପଧାରା

  • ଏହି ଅଧିନିୟମର ଧାରା ୩ ଅନୁଯାୟୀ ଗୋହତ୍ୟା କରିବା ନିଷେଧ କରାଯାଇଛି, ଅର୍ଥାତ୍ ଉକ୍ତ ଧାରାରେ ପ୍ରଦତ୍ତ କେତେକ ବିଶେଷ ପରିସ୍ଥିତି ବ୍ୟତୀତ, ଗୋହତ୍ୟା ଆଇନତଃ ଏକ ଅପରାଧ ।
  • ଏହି ଅଧିନିୟମର ଧାରା ୪ରେ ବର୍ଣ୍ଣିତ ଅଛି ଯେ କେଉଁ ବିଶେଷ ପରିସ୍ଥିତିରେ ଧାରା ୩ ଲାଗୁ ହେବ ନାହିଁ ।
  • ଏହି ଅଧିନିୟମର ଧାରା ୭ରେ ଦଣ୍ଡବିଧାନ କଥା ଉଲ୍ଲେଖ ରହିଛି । ଏହି ଧାରା ଅନୁଯାୟୀ ଧାରା ୩ର ଅବମାନନା ପୂର୍ବକ କେହି ଯଦି ଗୋହତ୍ୟା କରେ ବା ଏହି ଅପରାଧରେ ସହାୟତା କରେ ତେବେ ସେ ଅଦାଲତଦ୍ୱାରା ଦୋଷୀ ସାବ୍ୟସ୍ତ ହେଲେ ଦୁଇ ବର୍ଷ ପର୍ଯ୍ୟନ୍ତ ସଶ୍ରମ କାରାଦଣ୍ଡ କିମ୍ବା ଏକ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ ହୋଇପାରେ ।[୧]

ଆଧାର

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ