Jump to content

ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ

ଉଇକିପିଡ଼ିଆ‌ରୁ
ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ
ଭାରତର ଗଭର୍ଣ୍ଣର ଜେନେରାଲ
କାର୍ଯ୍ୟକାଳ
୨୧ ଜୁନ ୧୯୪୮ – ୨୬ ଜାନୁଆରୀ ୧୯୫୦
MonarchGeorge VI
ପ୍ରଧାନ ମନ୍ତ୍ରୀଜବାହରଲାଲ ନେହେରୁ
ପୂର୍ବ ଅଧିକାରୀThe Earl Mountbatten of Burma
ପର ଅଧିକାରୀପଦବୀ ଉଚ୍ଛେଦ ହୋଇଥିଲା
ମାଡ୍ରାସରର ମୁଖ୍ୟ ମନ୍ତ୍ରୀ
କାର୍ଯ୍ୟକାଳ
୧୦ ଅପ୍ରେଲ ୧୯୫୨ – ୧୩ ଅପ୍ରେଲ ୧୯୫୪
ରାଜ୍ୟପାଳଶ୍ରୀ ପ୍ରକାଶ
ପୂର୍ବ ଅଧିକାରୀପି. ଏସ. କୁମାରସ୍ୱାମୀ ରାଜା
ପର ଅଧିକାରୀକେ. କାମରାଜ
ସ୍ୱରାଷ୍ଟ୍ର ମନ୍ତ୍ରୀ
କାର୍ଯ୍ୟକାଳ
୨୬ ଡିସେମ୍ବର ୧୯୫୦ – ୨୫ ଅକ୍ଟୋବର ୧୯୫୧
ପ୍ରଧାନ ମନ୍ତ୍ରୀଜବାହରଲାଲ ନେହେରୁ
ପୂର୍ବ ଅଧିକାରୀବଲ୍ଲଭଭାଇ ପଟେଲ
ପର ଅଧିକାରୀକୈଳାଶ ନାଥ କାଟଜୁ
ପଶ୍ଚିମବଙ୍ଗର ରାଜ୍ୟପାଳ
କାର୍ଯ୍ୟକାଳ
୧୫ ଅଗଷ୍ଟ ୧୯୪୭ – ୨୧ ଜୁନ ୧୯୪୮
Premierପ୍ରଫୁଲ୍ଲ ଚନ୍ଦ୍ର ଘୋଷ
ବିଧାନ ଚନ୍ଦ୍ର ରାୟ
ପୂର୍ବ ଅଧିକାରୀଫ୍ରେଡରିକ ବରୋସ
ପର ଅଧିକାରୀକୈଳାଶ ନାଥ କାଟଜୁ
ମାଡ୍ରାସର ପ୍ରଧାନମନ୍ତ୍ରୀ
କାର୍ଯ୍ୟକାଳ
୧୪ ଜୁଲାଇ ୧୯୩୭ – ୯ ଅକ୍ଟୋବର ୧୯୩୯
ରାଜ୍ୟପାଳThe Lord Erskine
ପୂର୍ବ ଅଧିକାରୀକୁର୍ମ ଭେଙ୍କଟ ରେଡ୍ଡୀ ନାଇଡୁ
ପର ଅଧିକାରୀଟାଙ୍ଗୁତୁରୀ ପ୍ରକାଶମ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1878-12-10)୧୦ ଡିସେମ୍ବର ୧୮୭୮
ଥୋରାପଲ୍ଲୀ, British Raj (now India)
ମୃତ୍ୟୁ୨୫ ଡିସେମ୍ବର ୧୯୭୨(1972-12-25) (ବୟସ ୯୪)
ଚେନ୍ନାଇ, ଭାରତ
ରାଜନୀତିକ ଦଳସ୍ୱତନ୍ତ୍ର ପାର୍ଟି (୧୯୫୯–୧୯୭୨)
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
କଂଗ୍ରେସ (୧୯୫୭ ପୂର୍ବରୁ)
Indian National Democratic Congress (୧୯୫୭–୧୯୫୯)
ଜୀବନ ସାଥୀAlamelu Mangamma (୧୮୯୭–୧୯୧୬)
ଶିକ୍ଷାନୁଷ୍ଠାନସେଣ୍ଟ୍ରାଲ କଲେଜ
ପ୍ରେସିଡେନ୍ସୀ କଲେଜ
ପେଷାଓକିଲ
ଲେଖକ
ରାଜନେତା

ଚକ୍ରବର୍ତ୍ତୀ ରାଜଗୋପାଳଚାରୀ (୧୦ ଡିସେମ୍ବର ୧୮୭୮ - ୨୫ ଡିସେମ୍ବର ୧୯୭୨), ରାଜାଜୀ ବା ସିଆର ଭାବେ ମଧ୍ୟ ପରିଚିତ, ଜଣେ ସ୍ୱାଧୀନତା ସଂଗ୍ରାମୀ, ରାଜନେତା ତଥା ଲେଖକ ଥିଲେ ।[୧]ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନରେ ସମ୍ମାନିତ ରାଜାଜୀ ମାଡ୍ରାସ ପ୍ରେସିଡେନ୍ସୀର ପ୍ରଧାନମନ୍ତ୍ରୀ, ପଶ୍ଚିମବଙ୍ଗର ରାଜ୍ୟପାଳ, ମାଡ୍ରାସ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରରେ ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରୀ ତଥା ଭାରତର ଶେଷ ଗଭର୍ଣ୍ଣର ଜେନେରାଲ[୨] ଭାବେ କାର୍ଯ୍ୟ କରିଥିଲେ । ସେ ସ୍ୱତନ୍ତ୍ର ପାର୍ଟି ନାମରେ ଏକ ଦଳ ଗଠନ କରିଥିଲେ ।

ଜୀବନୀ

ତାମିଲନାଡୁର କୃଷ୍ଣାଗିରୀ ଜିଲ୍ଲା ଅନ୍ତର୍ଗତ ଥୋରାପଲିଠାରେ ୧୮୭୮ ମସିହା ଡିସେମ୍ବର ୧୦ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ [୩]।ବାଲ୍ୟଶିକ୍ଷା ପରେ ବେଙ୍ଗାଲୂରୁର ସେଣ୍ଟ୍ରାଲ କଲେଜ ଓ ମାଡ୍ରାସର ପ୍ରେସିଡେନ୍ସୀ କଲେଜରୁ ସେ ଉଚ୍ଚଶିକ୍ଷା ଲାଭ କରିଥିଲେ । ୧୯୦୦ରେ ସେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ । ସାଲେମ ପୌରାଞ୍ଚଳର କାଉନ୍ସିଲର ଭାବେ ସେ ପ୍ରଥମେ ରାଜନୀତିରେ ପ୍ରବେଶ କରିଥିଲେ । ପରେ ସେ ସାଲେମ ପୌରାଞ୍ଚଳର ଅଧ୍ୟକ୍ଷ ହୋଇଥିଲେ । ସେ ଜାତୀୟ କଂଗ୍ରେସରେ ଯୋଗ ଦେଇ ରାୱଲାଟ ଆଇନ, ଅସହଯୋଗ ଆନ୍ଦୋଳନ, ଭାଇକୋମ ସତ୍ୟାଗ୍ରହ ଓ ଆଇନ ଅମାନ୍ୟ ଆନ୍ଦୋଳନରେ ସାମିଲ ହୋଇଥିଲେ । ୧୯୩୦ରେ ସେ ଜେଲ ଯାଇଥିଲେ । ୧୯୩୭ରେ ସେ ମାଡ୍ରାସ ପ୍ରେସିଡେନ୍ସୀର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିଲେ । ଜର୍ମାନୀ ବିରୋଧରେ ବ୍ରିଟେନ ଯୁଦ୍ଧ ଘୋଷଣା କରିବା ପରେ ୧୯୪୦ମସିହାରେ ସେ ଇସ୍ତଫା ଦେଇଥିଲେ । ଯୁଦ୍ଧରେ ବ୍ରିଟେନକୁ ସହଯୋଗ କରିବା ପାଇଁ ସେ କହିବା ସହ ଭାରତଛାଡ଼ ଆନ୍ଦୋଳନକୁ ବିରୋଧ କରୁଥିଲେ । ସେ ମହମ୍ମଦ ଅଲି ଜିନା ଓ ମୁସଲିମ ଲିଗ ସହ ଆଲୋଚନା କରି କେତେକ ପ୍ରସ୍ତାବ ଦେଇଥିଲେ ଯାହା ସି.ଆର ଫର୍ମୁଲା ନାମରେ ନାମିତ । ୧୯୪୬ ମସିହାରେ ଦେଶର ଅନ୍ତରୀଣ ସରକାରରେ ସେ ଶିଳ୍ପ, ଶିକ୍ଷା ଓ ଅର୍ଥମନ୍ତ୍ରୀ ଥିଲେ । ରାଜାଜୀ ପ୍ରସିଦ୍ଧ କର୍ଣ୍ଣାଟକୀ ସଙ୍ଗୀତ କୁରାଇ ‘ଓନରୁମ ଇଲାଇ’ର ସ୍ୱର ସଂଯୋଜନା କରିଥିଲେ । ୧୯୭୨ ମସିହା ଡିସେମ୍ବର ୨୫ତାରିଖ ଦିନ ତାଙ୍କର ପରଲୋକ ଘଟିଥିଲା ।[୪]

ଆଧାର

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ