Jump to content

ପସାରୁଣୀ

ଉଇକିପିଡ଼ିଆ‌ରୁ

ପସାରୁଣୀ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ:Plantae
ଅଶ୍ରେଣୀକୃତ:Angiosperms
ଅଶ୍ରେଣୀକୃତ:Eudicots
ଅଶ୍ରେଣୀକୃତ:Asterids
ଗଣ:Gentianales
କୁଳ:Rubiaceae
ପ୍ରଜାତି:Paederia
ଜାତି:P. foetida
ବାଇନୋମିଆଲ ନାମ
Paederia foetida
Synonyms
  • P. magnifica Noronha (nom. nud.)
  • P. scandens (Lour.) Merr.
  • P. tomentosa Blume
  • Gentiana scandens Lour.
List source : [୨]

ଏହା ଏକ ଲତାଜାତୀୟ ଉଦ୍ଭିଦ। ଦୁର୍ଗନ୍ଧଯୁକ୍ତ କିନ୍ତୁ ଅତି ଉପକାରୀ ଲତାଟିଏ। ପତ୍ରଗୁଡ଼ିକ ଧଳାଙ୍କୁ ପତ୍ରର ଅନୁରୂପ। ପତ୍ରର ଶିରାରେ ଅଳ୍ପ ରକ୍ତବର୍ଣ୍ଣର ତେଜ ଦେଖାଯାଏ। କେଉଁ କେଉଁ ଜାଗାରେ ଏହାର ପତ୍ର ପାଣ୍ଡୁରିଆ ଦିଶିଥାଏ।

ବିବିଧ ଭାରତୀୟ ପ୍ରାଦେଶିକ ନାମ

ପ୍ରାଦେଶିକ ଭାଷାନାମ
ଓଡ଼ିଆପସାରୁଣୀ
ସଂସ୍କୃତସରଣୀ, ସାରଣୀ, ପ୍ରସୁରଣୀ, ଭଦ୍ରପର୍ଣ୍ଣା, ରାଜବଳା, ପ୍ରତାପିନୀ, କଟମ୍ବରା, ବଳା ଓ ଭଦ୍ରା
ହିନ୍ଦୀପସରନ, ଗାନ୍ଧଲୀ, ଗାନ୍ଧାଲିନ, ଗନ୍ଧପ୍ରସାରିନ
ତେଲୁଗୁସେବିରେଲ ଚେଟ୍ଟୁ, ଗୋନ୍ତେମଗୋରୁ ଚେଟ୍ଟୁ
ବଙ୍ଗଳାଗନ୍ଧଭାଦୁଲିଆ, ଗନ୍ଧଭାଦୁଲେ

ଶାସ୍ତ୍ରୋକ୍ତ ଗୁଣ

ଏହା କଷାୟ ମିଶ୍ରିତ, ତିକ୍ତରସ, ଉଷ୍ଣବୀର୍ଯ୍ୟ, ସାରକ, ଗୁରୁପାକ, ବଳକାରୀ, କ୍ଷୀରଶୋଧକ, ଭଗ୍ନ ସଂଯୋଜକ, ଶୁକ୍ରବର୍ଧକ, କଫ, ବାତ, ଅର୍ଶ, ଶୋଥ, ପିତ୍ତ, ରିକ୍ତଦୃଷ୍ଟି, ବାତରକ୍ତ, ଅମ୍ଳପିତ୍ତ, କଣ୍ଡୁ, କୁଷ୍ଠ ଓ ବେଦନା ନାଶକ ଅଟେ।

ବ୍ୟବହାର

ଏହାର ସର୍ବାଙ୍ଗ, ବିଶେଷକରି ଏହାର ପତ୍ରକୁ ଔଷଧିରୂପେ ବ୍ୟବହାର କରାଯାଏ। ଏହାର ପତ୍ରକୁ ବାଟି ପିଆଇଦେଲେ ଗାଈ ଭଲ ଦୁଧ ଦିଏ ବୋଲି କୁହାଯାଏ। ଗ୍ରହଣୀ, ଅତିସାର ଓ ରକ୍ତାତିସାର ଆଦି ରୋଗରେ ଏହାର ପ୍ରୟୋଗ କରାଯାଏ। ଦେହର ଦୁର୍ବଳତା ବିନାଶ କରିବାପାଇଁ, ପିଲାଙ୍କ ପେଟରୁ କୃମି ଦୂର କରିବାପାଇଁ ତଥା ବୟସ୍କ ବ୍ୟକ୍ତିଙ୍କର ବାତ ଦୂର କରିବାପାଇଁ ଏହାର ପ୍ରୟୋଗ କରାଯାଇଥାଏ।

ଆଧାର

ବାହାର ଆଧାର

  • ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ
🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ