Python |
ପାରାଡ଼ିଜିମ୍ | multi-paradigm: object-oriented, imperative, functional, procedural, reflective |
---|
ପ୍ରଥମେ ଦେଖାଯାଇଥିଲା | 20 ଫେବୃଆରୀ 1991; 33 years ago (1991-୦୨-20)[୧] |
---|
ଡିଜାଇନ କରିଥିଲେ | Guido van Rossum |
---|
ବିକାଶକ | Python Software Foundation |
---|
ସ୍ଥାୟୀ ରିଲିଜ | 3.6.1 / 21 ମାର୍ଚ୍ଚ 2017; 7 years ago (2017-୦୩-21)[୨] 2.7.13 / 17 ଡିସେମ୍ବର 2016; 7 years ago (2016-୧୨-17)[୩] |
---|
ଟାଇପିଂ ପଦ୍ଧତି | duck, dynamic, strong |
---|
ପ୍ରମୁଖ ବ୍ୟବହାର | CPython, IronPython, Jython, MicroPython, PyPy |
---|
ଉପଭାଷା | Cython, RPython, Stackless Python |
---|
ଏହାକୁ ପ୍ରଭାବିତ କରିଛନ୍ତି | ABC,[୪] ALGOL 68,[୫] C,[୬] C++,[୭] Dylan,[୮] Haskell,[୯] Icon,[୧୦] Java,[୧୧] Lisp,[୧୨] Modula‑3,[୭] Perl |
---|
ଏହା ଦ୍ଵାରା ପ୍ରଭାବିତ ହୋଇଛନ୍ତି | Boo, Cobra, CoffeeScript,[୧୩] D, F#, Falcon, Genie,[୧୪] Go, Groovy, JavaScript,[୧୫][୧୬] Julia,[୧୭] Nim, Ruby,[୧୮] Swift[୧୯] |
---|
ଅପେରେଟିଂ ସିଷ୍ଟମ | Cross-platform |
---|
ସତ୍ତ୍ଵ | Python Software Foundation License |
---|
ୱେବସାଇଟ | www.python.org |
---|
|
ପାଇଥନ୍ ଏକ "ଉଚ୍ଚ ସ୍ତରୀୟ ପ୍ରୋଗ୍ରାମିଂ ଭାଷା" ଅଟେ ।[୨୦][୨୧][୨୨] ସି ଭଳି ପ୍ରୋଗ୍ରାମିଂ ଭାଷା ଅପେକ୍ଷା ପାଇଥନ ଭାଷାରେ ଗୋଟିଏ କାର୍ଯ୍ୟକୁ ଅଳ୍ପ ଧାଡିର କୋଡ ବ୍ୟବହାରକରି କରାଯାଇପାରେ ।[୨୩][୨୪] ଏହାର ଲେଖିବା ଶୈଳୀ ବା ସିଣ୍ଟାକ୍ସ୍, ପ୍ରୋଗ୍ରାମିଂ କୋଡ୍କୁ ଅତି ସ୍ପଷ୍ଟରେ ପଢ଼ି ଓ ବୁଝିପାରିବାରେ ସହାଯ୍ୟ କରେ।
ଅନ୍ୟ ପ୍ରୋଗ୍ରାମିଂ ଭାଷାରେ କୋଡ୍-ବ୍ଲକ୍କୁ କୁଟୀଳ ବନ୍ଧନୀ ( {} )ରେ ଲେଖାଯାଉଥିବା ବେଳେ, ପାଇଥନ୍ରେ ୱାଇଟ୍ ସ୍ପେସ୍ (white space)ର ବ୍ୟବହାର କରଯାଏ। ଏହାକୁ ଗୁଇଡୋ ଭାନ୍ ରୋସମ୍ (Guido van Rossum) ୧୯୯୧ ମସିହାରେ ବିକଶିତ କରିଥିଲେ। ମୁଳତଃ ଏହା ଏକ ପ୍ରୋଗ୍ରାମିଂ ଲିପି, ଅର୍ଥାତ ଏଥିରେ ଲିଖିତ ପ୍ରୋଗ୍ରାମ୍କୁ ବ୍ୟବହାର କରିବା ପୂର୍ବରୁ କଂପାଇଲ୍ (compile) କରିବାର ଆବଶ୍ୟକତା ନଥାଏ। କିନ୍ତୁ ଆବଶ୍ୟକତା ସ୍ଥଳେ ପ୍ରୋଗ୍ରାମ୍କୁ ସ୍ୱତନ୍ତ୍ର ଭାବେ କାର୍ଯ୍ୟ କରିପାରିବା ଭଳି ଏକ୍ସେକ୍ୟୁଟେବଲ୍ ଭାବେ ପ୍ୟାକ୍ କରାଯାଇପାରେ।
ଅନେକ ଲିନକ୍ସ (Linux) ଅପରେଟିଙ୍ଗ୍ ସିଷ୍ଟମ୍ ସହ ପାଇଥନ୍ ଇନ୍ଟରପ୍ରେଟର (interpreter) ଯୋଡ଼ା ହୋଇ ଆସିଥାଏ।
ଗୁଗଲ୍ ପରି କମ୍ପାନୀରେ ପାଇଥନ୍ର ବହୁଳ ବ୍ୟବହାର କରଯାଏ।
ଇତିହାସ
୧୯୯୧ ମସିହା ଫେବୃଆରୀରେ ଗୁଇଡୋ ଭାନ୍ ରୋସମ୍ (Guido van Rossum) alt.sourcesରେ ପ୍ରଥମେ ପ୍ରକାଶ କରିଥିଲେ।[୨୫] ଏହା ABC ପ୍ରୋଗ୍ରାମିଂ ଭାଷାର ପରବର୍ତ୍ତୀ ସଂସ୍କରଣ। ଗୁଇଡୋ ଭାନ୍ ରୋସମ୍ Monty Python's Flying Circusର ଫ୍ୟାନ ହୋଇଥିବାରୁ ଏହାର ନାମ ପାଇଥନ୍ ରଖିଥିଲେ। [୨୬]
୨୦୦୧ରେ ପାଇଥନ୍ ସଫ୍ଟୱେର୍ ଫାଉଣ୍ଡେସନ୍ ପ୍ରତିଷ୍ଠା ହୋଇଥିଲା । [୨୭]
୨୦୦୮ ଡିସେମ୍ବେର୍ ୩ରେ ପାଇଥନ୍ ୩.୦ର ସ୍ଥାୟୀ ରିଲିଜ୍ ହୋଇଥିଲା ।
୨୦୨୦ ମସିହା ଜନୁଆରୀ ୦୧ ତାରିଖରୁ ପାଇଥନ୍ ୨.୭ ଏବଂ ଏହାର ପୂର୍ବ ଭର୍ସନ ଗୁଡ଼ିକୁ କୌଣସି ସହାୟତା ଦିଆଯିବ ନାହିଁ ବୋଲି ବିଧିବଦ୍ଧ ଭାବରେ ପାଇଥନ ସମାଜ ପକ୍ଷରୁ ଘୋଷଣା କରାଯାଇଥିଲା ।[୨୮]
୨୦୧୯ରେ ପାଇଥନ୍ ୩.୮ର ଆଲଫା ରିଲିଜ୍ ଘୋଷଣା କରାଯାଇଛି। [୨୯]
ବିଶେଷତା
- ସରଳ: ପାଇଥନ୍ ଏକ ସରଳ ପ୍ରୋଗ୍ରାମିଂ ଭାଷା। ଏହାକୁ ପଢ଼ି ଓ ବୁଝିପାରିବା ପାଖାପଖି ଇଂରାଜୀ ପଢ଼ିବା ସହ ସମାନ।
- ସହଜ ଶିକ୍ଷଣ: ପାଇଥନ୍ ଶିଖିବା ବହୁତ ସହଜ ହୋଇଥିବାରୁ ଏହାକୁ ଅନେକ ପ୍ରୋଗ୍ରାମର୍ ଏହାକୁ ପ୍ରଥମ ପ୍ରୋଗ୍ରାମିଂ ଭାଷା ଭାବେ ବ୍ୟବହାର କରିଥାନ୍ତି।
- ସ୍ୱତନ୍ତ୍ର ଏବଂ ମୁକ୍ତସ୍ରୋତ: ପାଇଥନ୍ ଏକ ଓପନ୍ ସୋର୍ସ୍ ସଫ୍ଟୱେର୍। [୨୭]
- ଉଚ୍ଚ ସ୍ତରୀୟ:
- ପୋର୍ଟେବଲ୍: ଏହା ଲିନକ୍ସ, ୱିନଡୋସ, ଆଇଓସ ପରି ଅନେକ ଗୁଡିଏ ଅପରେଟିଙ୍ଗ୍ ସିଷ୍ଟମ୍ ପାଇଁ ଉପଲବ୍ଧ। ଏହାର କୋଡ୍ ସମସ୍ତ ଅପରେଟିଙ୍ଗ୍ ସିଷ୍ଟମରେ ସମାନ ଭାବେ କାମ କରନ୍ତି।
- ଇନ୍ଟରପ୍ରେଟର ପର୍ଯ୍ୟବେଷିତ ପ୍ରୋଗ୍ରାମିଂ ଲିପି: ସି (C) ବା C++ ପରି ଏଥିରେ ଲିଖିତ ପ୍ରୋଗ୍ରାମ୍କୁ ବ୍ୟବହାର କରିବା ପୂର୍ବରୁ କଂପାଇଲ୍ (compile) କରିବାର ଆବଶ୍ୟକତା ନଥାଏ।
- ଅବଜେକ୍ଟ ଓରିଏନ୍ଟେଡ୍:
- ଏକ୍ସଟେନ୍ଟେବଲ୍: ପାଇଥନ୍ କୋଡ୍ର କୈଣସି ଅଂଶକୁ ଜଲଦି ପ୍ରୋସେସ୍ କରିବାକୁ ଥିଲେ, ଏହି ଅଂଶକୁ ସି(C) ବା C++ରେ ଲେଖାଯାଇପାରେ।
- ବ୍ୟାପକ ଲାଇବ୍ରେରୀ: ପାଇଥନର ମାନକ ଲାଇବ୍ରେରୀ ବହୁତ ବ୍ୟାପବ ଯାହାକି ଏହାକୁ ଅନ୍ୟତମ ଲୋକପ୍ରିୟ କରିପାରିଛି।
- ଏମ୍ବେଡେବଲ୍:
ସିଣ୍ଟାକ୍ସ୍
ଆରକ୍ଷିତ ଶବ୍ଦାବଳୀ
ପାଇଥନ୍ ୨.୫ରେ ୩୧ଟି ଆରକ୍ଷିତ ଶବ୍ଦାବଳୀ ରହିଛି
and del from not whileas elif global or withassert else if pass yieldbreak except import printclass exec in raisecontinue finally is returndef for lambda try
ହ୍ୟାଲୋ ୱର୍ଲଡ୍
''' Hello world'''print "Hello world"
ଫିବୋନାସି ସିରିଜ୍
# Python 3: Fibonacci series up to ndef fib(n): a, b = 0, 1 while a < n: print(a, end=' ') a, b = b, a+b print() fib(1000)
ଆହୁରି ଦେଖନ୍ତୁ
ଆହୁରି ପଢନ୍ତୁ
ଆଧାର
ବାହାର ଲିଙ୍କ