ସୁବୋଧ ପଟ୍ଟନାୟକ | |
---|---|
ଜନ୍ମ | ୧୯୪୭ |
ମୃତ୍ୟୁ | ୧୭ ସେପ୍ଟେମ୍ବର ୨୦୧୭(2017-09-17) (ବୟସ ୭୦) |
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | ନାଟ୍ୟକାର ସଂଳାପ ଲେଖକ ଗାଳ୍ପିକ ଗୀତିକାର |
ସକ୍ରିୟ ବର୍ଷ | ୧୯୮୪ – ୨୦୧୭ |
ସୁବୋଧ ପଟ୍ଟନାୟକ (୧୯୪୭ – ୨୦୧୭) ଜଣେ ଓଡ଼ିଆ ନାଟ୍ୟକାର, ସଂଳାପ ଲେଖକ, ଗାଳ୍ପିକ ଓ ଗୀତିକାର ଥିଲେ । ସେ ତାଙ୍କ ରଚିତ ପୁସ୍ତକ ହୋ ଭଗତେ ପାଇଁ ୧୯୯୦ ମସିହାରେ ଏକକ-ନାଟକ ବିଭାଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୧]
୧୯୮୪ ମସିହାରେ, ବ୍ରଜରାଜ ମୁଭିଜଦ୍ୱାରା ନିର୍ମିତ କଥାଚିତ୍ର ଦଣ୍ଡା ବାଳୁଙ୍ଗାରେ ସେ ପ୍ରଥମ କରି ଚିତ୍ରନାଟ୍ୟ ଲେଖିଥିଲେ ।[୨] ଏହି କଥାଚିତ୍ରଟିର ମୁକ୍ତିଲାଭ କରିବା ପୂର୍ବରୁ ସେ କିଏ କାହାର ଓ ବାଜେ ବଇଁଶୀ ନାଚେ ଘୁଙ୍ଗୁର ଭଳି କଥାଚିତ୍ରରେ ସଂଳାପ ଓ ଚିତ୍ରନାଟ୍ୟ ରଚନା କରିଥିଲେ ।[୩] ସେ ମମତା ମାଗେ ମୁଲ, ଚକାଭଉଁରି, ଜାଇଫୁଲ, ପୁଅ ମୋର କଳାଠାକୁର, ଜଗା ହାତରେ ପଘା ଭଳି ଜଣାଶୁଣା କଥାଚିତ୍ରର ଚିତ୍ରନାଟ୍ୟ ରଚନା କରିଥିଲେ ।[୪] ସେ ୬୦ରୁ ଅଧିକ ଓଡ଼ିଆ କଥାଚିତ୍ର ଓ ୫୦ରୁ ଅଧିକ ନାଟକ ପାଇଁ କାହାଣୀ ଲେଖିଥିଲେ ।[୫] ତାଙ୍କ ରଚିତ ଏକ ନାଟକ 'ମହାଯାତ୍ରା' ୨୦୧୦ ମସିହାରେ ପରାଦୀପଠାରେ ଅନୁଷ୍ଠିତ ଜାତୀୟ ଥିଏଟର ମେଳାରେ ପ୍ରଦର୍ଶିତ ହୋଇଥିଲା ।[୬]
୨୦୧୭ ମସିହାର ସେପ୍ଟେମ୍ବର ୧୬ ତାରିଖରେ କଟକଠାରେ ହୃଦ୍ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା ।[୭][୮] ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା ।
International | |
---|---|
National |