ସ୍ନେହଲତା ମହାନ୍ତି | |
---|---|
ଜନ୍ମ | (1932-03-23) ୨୩ ମାର୍ଚ୍ଚ ୧୯୩୨ (ବୟସ ୯୨) ବାଘସାହି, ଜଗତସିଂହପୁର |
ଜାତୀୟତା | ଭାରତୀୟ |
ବୃତ୍ତି | ଶିଶୁ ସାହିତ୍ୟିକା |
ବୈବାହିକ-ସାଥୀ | ପୂର୍ଣ୍ଣଚନ୍ଦ୍ର ମହାନ୍ତି |
ପିତାମାତା(s) | ଦିବ୍ୟସିଂହ ମହାନ୍ତି, ଇନ୍ଦ୍ରମଣି ଦେବୀ |
ସମ୍ପର୍କୀୟ | ଆନନ୍ଦ ଚନ୍ଦ୍ର ମହାନ୍ତି(ଶ୍ୱଶୁର) |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ 'ବାଳ ସାହିତ୍ୟ ପୁରସ୍କାର' ୨୦୧୫[୧] |
ସ୍ନେହଲତା ମହାନ୍ତି, (ଜନ୍ମ: ୨୩ ମାର୍ଚ୍ଚ ୧୯୩୨) କେନ୍ଦ୍ର ସାହିତ୍ୟ ଏକାଡେମୀ 'ବାଳ ସାହିତ୍ୟ ପୁରସ୍କାର' ପ୍ରାପ୍ତ,[୨] ଜଣେ ଓଡ଼ିଆ ଶିଶୁ ସାହିତ୍ୟିକା । ଆକାଶବାଣୀ ଓ ଦୂରଦର୍ଶନର ବହୁ କାର୍ଯ୍ୟକ୍ରମରେ ମଧ୍ୟ ସେ ଅଂଶଗ୍ରହଣ କରିଛନ୍ତି ।
ସ୍ନେହଲତା ମହାନ୍ତି ୧୯୩୨ ମସିହା ମାର୍ଚ୍ଚ ୨୩ ତାରିଖରେ ଜଗତସିଂହପୁର ନିକଟସ୍ଥ ବାଘସାହି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ଦିବ୍ୟସିଂହ ମହାନ୍ତି ଓ ମାତାଙ୍କ ନାମ ଇନ୍ଦ୍ରମଣି ଦେବୀ । ପିତା ନୂଆପଡାର ତହସିଲଦାର ଥିବାରୁ, ଘରର ଆର୍ଥିକ ଅବସ୍ଥା ସ୍ୱଛଳ ଥିଲା । ସ୍ନେହଲତାଙ୍କୁ ୮ବର୍ଷ ବସସ ବେଳକୁ ମାତା ଇନ୍ଦ୍ରମଣିଙ୍କର ଦେହାନ୍ତ ଘଟିଥିଲା । ସିପି, ନିମ୍ନ ପ୍ରାଥମିକ ବିଦ୍ୟାଳୟରୁ, ସ୍ନେହଲତା ନିଜର ପ୍ରାଥମିକ ଶିକ୍ଷାରମ୍ଭ କରିଥିଲେ । ୧୯୪୦ ମସିହାରେ ସେ ତୃତୀୟ ଶ୍ରେଣୀ ପାସ କରିଥିଲେ । ଏହି ପରୀକ୍ଷାରେ ସେ ସମଗ୍ର କଟକ ସର୍କଲରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ୧୯୪୨ ମସିହାରେ ମାତ୍ର ୧୦ବର୍ଷ ବୟସରେ ସେ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କରିଥିଲେ । ସେତେବେଳକୁ ପିତା ତାଙ୍କର ପାଠପଢାରେ ଡୋରି ବାନ୍ଧିଦେଲେ । ୧୯୫୦ ମସିହା ମାର୍ଚ୍ଚ ୧୧ ଦିନ, ସ୍ନେହଲତାଙ୍କର ବିବାହ ବାଲିକୁଦା ନିବାସୀ ଆନନ୍ଦ ଚନ୍ଦ୍ର ମହାନ୍ତିଙ୍କର ଜ୍ୟେଷ୍ଟ ପୁତ୍ର ପୂର୍ଣ୍ଣଚନ୍ଦ୍ରଙ୍କ ସହ ସଂଗଠିତ ହୋଇଥିଲା । ପୂର୍ଣ୍ଣଚନ୍ଦ୍ର ପୁଲିସ ଚାକିରି କରୁଥିଲେ ।
ସ୍ନେହଲତା ମହାନ୍ତି, ମୁଖ୍ୟତଃ ଶିଶୁସାହିତ୍ୟ[୩] ଲେଖୁଥିଲେ ମଧ୍ୟ ବଡ଼଼ମାନଙ୍କ ପାଇଁ ଗଳ୍ପ, କବିତା ଓ ପ୍ରବନ୍ଧ ରଚନା କରିଛନ୍ତି । ତାଙ୍କର ୩୩ଖଣ୍ଡ ଶିଶୁସାହିତ୍ୟ ପୁସ୍ତକ ପ୍ରକାଶିତ ହୋଇସାରିଛି ଓ ବହୁ ପୁସ୍ତକ ପ୍ରକାଶନ ଅପେକ୍ଷାରେ ଅଛି । "ମନପବନ" ପତ୍ରିକାରେ ତାଙ୍କର ପ୍ରଥମ ଲେଖା ପ୍ରକାଶ ପାଇଥିଲା ।
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଶିଶୁ ସାହିତ୍ୟ) | |
---|---|
୧୯୬୨-୨୦୦୦ |
|
୨୦୦୧-ଏବେଯାଏଁ |
|
ଅନନ୍ତ ପଟ୍ଟନାୟକ ଶିଶୁ ସାହିତ୍ୟ ସମ୍ମାନ | |
---|---|
ଶିଶୁ ସାହିତ୍ୟ ରତ୍ନ (୨୦୦୨-୨୦୦୬) |
|
ଅନନ୍ତ ପଟ୍ଟନାୟକ ଶିଶୁ ସାହିତ୍ୟ ରତ୍ନ (୨୦୦୭-୨୦୧୫) |
|
ଅନନ୍ତ ପଟ୍ଟନାୟକ ଶିଶୁ ସାହିତ୍ୟ ସମ୍ମାନ ୨୦୧୬-ଏପର୍ଯ୍ୟନ୍ତ |
|
|
International | |
---|---|
National |