ଅଗର

ଇଣ୍ଡୋମାଲେସିଆନ ପ୍ରଜାତିର ୧୫ ପ୍ରକାର ବୃକ୍ଷ ମଧ୍ୟରୁ ଅଗର ବା ଅଗୁରୁ ହେଉଛି ଏକ । ଏହା ଥିମିଲେସ କୁଳର ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି । ଏହା ଏକ ଲମ୍ବା ଚିରହରିତ ବୃକ୍ଷ । ଏହାର ଲମ୍ବ ପାଖାପାଖି ୪୦ମିଟର ଯାଏ ବଢ଼ିଥାଏ ଏବଂ ମୋଟେଇ ୧.୫ରୁ ୨.୫ମିଟର ଯାଏ ହୋଇଥାଏ । ସମୁଦ୍ର ପତନଠାରୁ ୧୦୦୦ ମିଟର ଉଚ୍ଚତା ଭିତରେ ଏହି ବୃକ୍ଷମାନ ବଢ଼ିଥାନ୍ତି । ଭାରତ, ବାଙ୍ଗଲାଦେଶ, ଭୁଟାନ, ଇଣ୍ଡୋନେସିଆ, ମାଲେସିଆ, ମିଆଁମାର, ଫିଲିପାଇନସ, ସିଙ୍ଗାପୁର ଏବଂ ଥାଇଲାଣ୍ଡରେ ଏହି ଗଛ ବ‌ହୁଳ ଭାବରେ ଦେଖାଯାଏ । ଏହି ଗଛର କାଠ ଅତ୍ୟନ୍ତ ମୂଲ୍ୟବାନ ହୋଇଥାଏ । ଏହି କାଠଗୁଡ଼ିକ ଔଷଧ ପାଇଁ ମୁଖ୍ୟ ଦରକାରୀ ପଦାର୍ଥ ।[୨]

ଅଗର
Conservation status

Vulnerable  (IUCN 2.3)
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ:Plantae
ଅଶ୍ରେଣୀକୃତ:Angiosperms
ଅଶ୍ରେଣୀକୃତ:Eudicots
ଅଶ୍ରେଣୀକୃତ:Rosids
ଗଣ:Malvales
କୁଳ:Thymelaeaceae
ପ୍ରଜାତି:Aquilaria
ଜାତି:A. malaccensis
ବାଇନୋମିଆଲ ନାମ
Aquilaria malaccensis
Lamk.
Synonyms

A. agallocha,[୧]
A. secundaria,[୧]
A. malaccense',
Agalochum malaccense

ଜୀବନ ଏବଂ ଆକାର

ଅଗର ବୃକ୍ଷ ବିଭିନ୍ନ ପ୍ରକାରର ମାଟିରେ ବଢ଼ିଥାଏ । ପଥୁରିଆ, ବାଲିଆ, କେଲୁଆ ତ‌ଥା ଉର୍ବର ମାଟିରେ ଏହି ଗଛ ଭଲଭାବରେ ବଢ଼ିପାରେ । ଏହି ବୃକ୍ଷ ସାଧାରଣତଃ ସମୁଦ୍ରପତନଠାରୁ ୦ରୁ ୮୫୦ ମିଟର ମଧରେ ବଢ଼ିଥାଏ ଏବଂ ସର୍ବୋଚ୍ଚ ୧୦୦୦ମିଟର ଭିତରେ ଭଲଭାବରେ ବଢ଼ିପାରେ । ଏହି ବୃକ୍ଷଗୁଡ଼ିକୁ ବଢ଼ିବା ପାଇଁ ସାଧାରଣତଃ ୨୦ରୁ ୨୨ ଡୀଗ୍ରୀ ତାପମାତ୍ରା ଆବଶ୍ୟକ ହୋଇଥାଏ ।

ଅଗର ଗଛରେ ମୁଖ୍ୟତଃ ୭ରୁ ୯ ବର୍ଷ ମଧ୍ୟରେ ଫୁଲ ଏବଂ ଫଳ ଆସିଥାଏ । ଏବଂ ମଧ୍ୟମ ଧରଣର ବୃକ୍ଷମାନ ୧.୫କିଲୋଗ୍ରାମ ପର୍ଯ୍ୟନ୍ତ ମଞ୍ଜି ଉତ୍ପନ କରିପାରେ । ମାଲେସିଆର ଜଙ୍ଗଲରେ ଏହି ଗଛର ମୋଟେଇ ବର୍ଷକୁ ହାରାହାରି ୦.୩୩ ସେଣ୍ଟିମିଟର ବଢ଼ିଥାଏ । ଏହି ଗଛଗୁଡ଼ିକ ୪୦ ମିଟର ଉଚ୍ଚ ହୋଇଥିବା ବେଳେ ଏହାର ଡାଳ ଗୁଡ଼ିକ ପାଖାପାଖି ୬୦ ସେଣ୍ଟିମିଟର ଯାଏ ମୋଟା ହୋଇଥାଏ ।

ଆଧାର