ଆଲଜିମର ରୋଗ

ଆଲଜିମର ରୋଗ (ଇଂରାଜୀରେ Alzheimer's disease (AD), ବା ଆଲ୍‌ଜ୍‌ହେମର୍‌ ରୋଗ Alzheimer disease, ବା କେବଳ ଆଲ୍‌ଜ୍‌ହେମର୍‌ସ୍ Alzheimer's,) ଡିମେନ୍ସିଆର ୬୦ରୁ ୭୦ % ଭାଗ ଅଧିକାର କରିଥାଏ । [୧][୨] ଏହା ଏକ ସ୍ନାୟୁ ଅପଜନନ‌କାରୀ (degenerative) ରୋଗ ଯାହା ଧୀରେ ଆରମ୍ଭ ହୁଏ ଓ ସମୟକ୍ରମେ ଖରାପ ଦିଗକୁ ଗତି କରେ । [୧][୨] ଏହାର ପ୍ରାଥମିକ ଲକ୍ଷଣ ମଧ୍ୟରେ ସଦ୍ୟ ଘଟଣାବଳୀ ପାଶୋରିବା (କ୍ଷଣସ୍ଥାୟୀ ସ୍ମୃତିଶକ୍ତି) ହ୍ରାସ ହେବା ଲକ୍ଷ କରାଯାଏ । [୧] ରୋଗ ଅଗ୍ରଗତି କରିବା ସଙ୍ଗେ ସଙ୍ଗେ ଅନ୍ୟ ଲକ୍ଷଣ ଯେପରିକି କଥାବାର୍ତ୍ତା ବା ଲିଖନ ଭିତ୍ତିକ ସମ୍ପର୍କରେ ଅବନତି, ସ୍ଥାନ କାଳ ପାତ୍ର ଅବସ୍ଥିତି ସମ୍ପର୍କରେ ଅବନତି, ସ‌ହଜରେ ହଜିଯିବା, ଅସ୍ଥିର ମାନସ, ପ୍ରେରଣାଶକ୍ତି ହାନୀ, ନିଜ ଯତ୍ନ ଅକ୍ଷମତା ଓ ଦୁର୍ବ୍ୟବ‌ହାର କରିବା ଦେଖାଯାଏ । [୧][୨] ରୋଗ ଆହୁରି ଆଗେଇଲେ ପରିବାର ଓ ସମାଜରୁ ରୋଗୀ ଦୂରେଇଯାଏ । [୧] ଶାରୀରିକ କ୍ରିୟାହାନୀ ହୋଇ ଧୀରେ ମୃତ୍ୟୁ ହୁଏ । [୩] ରୋଗର ଅଗ୍ରଗତି ସର୍ବଦା ସମାନ ନ ହେଲେ ମଧ୍ୟ ଆୟୁଷ ୩ରୁ ୯ ବର୍ଷ ରହେ । [୪][୫]

ଆଲଜିମର ରୋଗ
ଗୋଟିଏ ସ୍ୱାଭାବିକ ମସ୍ତିଷ୍କ (ବାମ) ଓ ଆଉ ଗୋଟିଏ ଆଲଜିମର ରୋଗ ଥିବା ମସ୍ତିଷ୍କର (ଡାହାଣ) ତୁଳନାତ୍ମକ ବିବରଣୀ ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିneurology[*]
ଆଇସିଡ଼ି-୧୦G30., F00.
ଆଇସିଡ଼ି-୯-ସିଏମ୍331.0, 290.1
ଓଏମ୍‌ଆଇଏମ୍104300
ରୋଗ ଡାଟାବେସ490
ମେଡ଼ିସିନ-ପ୍ଲସ000760
ଇ-ମେଡ଼ିସିନneuro/13
Patient UKଆଲଜିମର ରୋଗ
MeSHD000544
GeneReviews

ଆଲଜିମର ରୋଗ କେଉଁ କାରଣରୁ ହୁଏ ତାହା ବୋଧଗମ୍ୟ ହୋଇନାହିଁ । [୧] ଏହି ରୋଗ ସଙ୍କଟ ୭୦ % କେଶ୍‌ରେ ଅନେକ ଜୀନଦ୍ୱାରା ହେଉଥିବା ବିଶ୍ୱାସ କରାଯାଏ । [୬] ଅନ୍ୟ ସଙ୍କଟଜନ‌କ ଅବସ୍ଥା ମଧ୍ୟରେ ମୁଣ୍ଡ ଆଘାତ, ଅବସାଦଉଚ୍ଚ ରକ୍ତଚାପ ଉଲ୍ଲେଖନୀୟ । [୧] ଏହି ରୋଗ ସ‌ହିତ ମସ୍ତିଷ୍କରେ କେତେକ ପ୍ଲେକ୍ ଓ ମୋଡ଼ିମାଡ଼ି ହୋଇ ରହିଥିବା ସ୍ନାୟୁ ତନ୍ତୁ ଦେଖାଯାଏ । [୬] ରୋଗୀର ଇତିହାସରୁ ସମ୍ଭାବ୍ୟ ରୋଗ ନିର୍ଣ୍ଣୟ କରାଯାଏ ଓ କଗ୍‌ନିଟିଭ୍ ଟେଷ୍ଟ, ମେଡିକାଲ ଇମେଜିଙ୍ଗ ଓ ରକ୍ତ ପରୀକ୍ଷା କରି ଅନ୍ୟ ରୋଗ ନ ଥିବା ସ୍ପଷ୍ଟ କରାଯାଏ । [୭] ପ୍ରାରମ୍ଭରୁ ଏହାର ଲକ୍ଷଣମାନଙ୍କୁ ସ୍ୱାଭାବିକ ବୃଦ୍ଧାବସ୍ଥାର ଲକ୍ଷଣ ବୋଲି ଧରାଯାଏ । [୧] ନିଶ୍ଚିତ ନିର୍ଣ୍ଣ‌ୟ ନିମନ୍ତେ ମସ୍ତିଷ୍କ ତନ୍ତୁ ପରୀକ୍ଷା ଆବଶ୍ୟକ । [୬] ଶାରୀରିକ ଓ ମାନସିକ ବ୍ୟାଯାମ କରିବାଦ୍ୱାରା ଓ ମୋଟା ନ ହେବା ପାଇଁ ବ୍ୟବସ୍ଥା କଲେ ଏହି ରୋଗ ସଙ୍କଟ କମିଯାଏ । [୬] ଏହି ରୋଗ ନିମନ୍ତେ ବା ଉପଶମ ନିମନ୍ତେ କୌଣସି ଔଷଧ ବାହାରି ନାହିଁ । [୮]

ଏହି ରୋଗର ପ୍ରଗତିକୁ ବନ୍ଦ କରିହୁଏନି ବା ପଛକୁ ଫେରାଇ ହୁଏନି ଯଦିଓ କିଛି ଲକ୍ଷଣର ସାମୟିକ ଉନ୍ନତି ହୋଇପାରେ । [୨] ରୋଗୀ ତାଙ୍କର ଯତ୍ନ ନେଉଥିବା ଲୋକଙ୍କ ସାହାଯ୍ୟ ଉପରେ ଅଧିକ ନିର୍ଭର କରନ୍ତି ଓ ତାଙ୍କ ଉପରେ ବୋଝ ହୋଇ ସାମାଜିକ, ମାନସିକ ଓ ଅର୍ଥନୈତିକ ଚାପ ସୃଷ୍ଟ କରନ୍ତି । [୯] ବ୍ୟାୟାମ କାର୍ଯ୍ୟକ୍ରମଦ୍ୱାରା ଦୈନ‌ନ୍ଦିନ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହୁଏ ।[୧୦] ବ୍ୟବ‌ହାରିକ ସମସ୍ୟା ଓ ସାଇକୋସିସ୍ ରୋଗର ଚିକିତ୍ସା କରାଯାଉଥିଲେ ମଧ୍ୟ କୌଣସି ଉପକାର ମିଳେନି ଅଧିକନ୍ତୁ ମୃତ୍ୟୁ ନିକଟତର ହୁଏ । [୧୧][୧୨]

ପୃଥିବୀରେ ସନ ୨୦୧୦ରେ ଏହି ରୋଗରେ ୨୧ରୁ ୩୫ ନିୟୁତ ଲୋକ ପୀଡ଼ିତ ଥିଲେ । [୨][୪] ୬୫ ବର୍ଷ ବୟସରୁ ଉର୍ଦ୍ଧ୍ୱ ଲୋକଙ୍କୁ ଏହି ରୋଗ ହୁଏ ଯଦିଓ ୪ରୁ ୫ % କେଶ୍‌ରେ ଏହି ବୟସ ପୂର୍ବରୁ (early-onset Alzheimer's) ହୁଏ । [୧୩] ୬୫ ବର୍ଷ ବୟସରୁ ଉର୍ଦ୍ଧ୍ୱ ଲୋକଙ୍କ ମଧ୍ୟରୁ ୬ % ଲୋକଙ୍କୁ ଏହି ରୋଗ ହୁଏ । [୧] ସନ ୨୦୧୦ରେ ଡିମେନ୍ସିଆ ରୋଗରେ ୪୮୬,୦୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା । [୧୪] ସନ ୧୯୦୬ରେ ଜର୍ମାନୀ ମାନସିକ ରୋଗ ବିଶେଷଜ୍ଞ ଓ ପାଥୋଲୋଜିସ୍ଟ ଆଲଇସ୍ ଆଲ୍‌ଜ୍‌ହେମର୍‌ସ୍‌ ଏହି ରୋଗ ବିଷୟରେ ପ୍ରଥମେ ଉଲ୍ଲେଖ କରିଥିଲେ ଓ ତାଙ୍କ ନାମାନୁସାରେ ଏହି ରୋଗର ନାମକରଣ ହୋଇଥିଲା । ବିକଶିତ ଦେଶମାନଙ୍କରେ ଆର୍ଥିକ ଦୃଷ୍ଟିରୁ ଅତି ଖର୍ଚ୍ଚାନ୍ତ ରୋଗ । [୧୫][୧୬]


ଆଧାର