ଏଣ୍ଡୁରି ପିଠା

ଏକ ପ୍ରକାର ପିଠା
(ଏଣ୍ଡୁରିରୁ ଲେଉଟି ଆସିଛି)

ଏଣ୍ଡୁରି ପିଠା ଏକ ଓଡ଼ିଆ ଖାଦ୍ୟ[୧] ଯାହା ଚାଉଳ ଚୂନା ଓ ବିରିରୁ ତିଆରି ବହଳିଆ ମଣ୍ଡକୁ ବାମ୍ଫରେ ରଖି ସିଝାଇ ତିଆରି କରାଯାଏ । ପ୍ରଥମାଷ୍ଟମୀରେ ଏହି ପିଠା ଓଡ଼ିଶାର ଘରେ ଘରେ ପ୍ରସ୍ତୁତ କରାଯାଏ ।[୨]

ଏଣ୍ଡୁରି ପିଠା
ଏଣ୍ଡୁରି ପିଠା
ଆରମ୍ଭ
ଅଲଗା ନାଆଁଏଣ୍ଡୁରି
ମୂଳ ଜାଗାଭାରତ
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ବାଢ଼ିବାର ତାତିଗରମ
ମୂଳ ଉପାଦାନଚାଉଳ ଚୂନା ଓ ବିରି
ଫାଇଲ:EnduriPitha.jpg
ଏଣ୍ଡୁରି ପିଠା

ଉପାଦାନ

ପ୍ରଥମାଷ୍ଟମୀରେ ତିଆରି ଏଣ୍ଡୁରି ପିଠା ।
ଏଣ୍ଡୁରି ପିଠାର ଅନ୍ୟ ଏକ ରୂପ ।

ଅରୁଆ ଚାଉଳ ଚୂନା, ବିରି ବଟା, ଲୁଣ, ଚିନି ଆଦିକୁ ମିଶାଇ କେଇଘଣ୍ଟା ରଖାଯାଏ ।[୩] ଗୋଟିଏ ହାଣ୍ଡିର ମୁହଁରେ କନାବାନ୍ଧି ସେହିହାଣ୍ଡିକୁ ଚୁଲି ଉପରେ ରଖାଯାଏ । ଏହାକୁ ‘ ଅଥରା ହାଣ୍ଡି ’ କହନ୍ତି । ଏହି ଅଥରାହାଣ୍ଡି ଉପରେ ହଳଦୀପତ୍ରରେ ପୁରମିଶା ‘ଆଣ’ ଲଦି ହାଣ୍ଡି ଉପରେ ପଲମ ବା ଘୋଡ଼ଣି ଢାଙ୍କି ଦିଆଯାଏ I କିଛି ସମୟପରେ ବାମ୍ଫ ଭିତରେ ପିଠା ସିଝିଗଲେ, ତାକୁ କାଢି ଅଣାଯାଏ ଏବଂ ଏହା ହିଁ ଏଣ୍ଡୁରି ପିଠା । ଏହା ଦେଖିବାକୁ ଲମ୍ବା ଓ ନରମ ହୋଇଥାଏ । ପୁର ଏଣ୍ଡୁରି ଓଡ଼ିଶାର ଗ୍ରାମାଞ୍ଚଳରେ ବନାହେଉଥିବା ଏଣ୍ଡୁରି ପିଠାର ଏକ ଅନ୍ୟରୂପ ।

ଆଧାର