ଏମିଲି ଡିକିନସନ

ଜଣେ ଆମେରିକୀୟ କବୟିତ୍ରୀ ଥିଲେ ।

ଏମିଲି ଏଲିଜାବେଥ ଡିକିନସନ (ଇଂରାଜୀ ଭାଷାରେ Emily Elizabeth Dickinson) (୧୦ ଡିସେମ୍ବର ୧୮୩୦– ୧୫ ମଇ ୧୮୮୬) ଜଣେ ଆମେରିକୀୟ କବୟିତ୍ରୀ ଥିଲେ ।

ଏମିଲି ଡିକିନସନ
Photograph of Emily Dickinson, seated, at the age of 16
Daguerreotype taken at Mount Holyoke, December 1846 or early 1847; the only authenticated portrait of Emily Dickinson after childhood[୧]
ଜନ୍ମ ଓ ଜନ୍ମସ୍ଥାନEmily Elizabeth Dickinson
(1830-12-10)ଡିସେମ୍ବର ୧୦, ୧୮୩୦
Amherst, Massachusetts, US
ମୃତ୍ୟୁ୧୫ ମଇ ୧୮୮୬(1886-05-15) (ବୟସ ୫୫)
Amherst, Massachusetts, US
ବୃତ୍ତିPoet
ଶିକ୍ଷାନୁଷ୍ଠାନMount Holyoke Female Seminary
ସାହିତ୍ୟ କୃତିList of Emily Dickinson poems

ଆମହେର୍‌ସ୍ଟ, ମାସାଚୁସେଟର (Amherst, Massachusetts) ଏକ ଉଲ୍ଲେଖନୀୟ ପରିବାରରେ ଡିକିନସନ ଜନ୍ମ ଗ୍ରହଣ କରିଥିଲେ ଓ ସେହି ପରିବାରର ତାଙ୍କ ସମାଜ ସ‌ହିତ ଦୃଢ଼ ସମ୍ବନ୍ଧ ଥିଲା । ଆମହେର୍‌ସ୍ଟ କଲେଜରେ (Amherst Academy) ସେ ସାତ ବର୍ଷ ଶିକ୍ଷାଲାଭ କରିବା ପରେ କିଛି ଦିନ ପାଇଁ ମାଉଣ୍ଟ ହୋଲ୍ୟୋକ ଏକାଡେମୀରେ (Mount Holyoke Female Seminary) ଯୋଗଦାନ ପରେ ନିଜ ପରିବାରର ଘରକୁ ଫେରି ଆସିଲେ ।

ଡିକିନସନ‌ ଜୀବନର ଅଧିକାଂଶ ସମୟ ଏକାନ୍ତରେ ରହୁଥିବାର ପ୍ରମାଣ ମିଳେ । ସ୍ଥାନୀୟ ଲୋକମାନେ ତାଙ୍କୁ ବାଇଆ ବା ବିଲକ୍ଷଣ‌ଯୁକ୍ତ ବୋଲି ଭାବୁଥିଲେ । ସେ ଧଳା ପୋଷାକ ପିନ୍ଧିବାକୁ ଅଧିକ ଆଗ୍ରହୀ ଥିଲେ ଓ ଅତିଥିମାନଙ୍କୁ ଅଭିବାଦନ କରିବାକୁ ଅନି‌ଚ୍ଛୁକ ଥିଲେ । ପରବର୍ତ୍ତୀ ଜୀବନରେ ସେ ତାଙ୍କ ଶୋଇବା ଘରୁ ମଧ୍ୟ ବାହାରୁନଥିଲେ । ସେ ବିବାହ କରିନଥିଲେ ଓ ପତ୍ର ବ୍ୟବ‌ହାରଦ୍ୱାରା ତାଙ୍କ ବନ୍ଧୁମାନଙ୍କ ଉପରେ ନିର୍ଭର କରୁଥିଲେ ।[୨]

ଡିକିନସନ‌ ନିଜ ଜୀବଦ୍ଦସାରେ ଜଣେ ଅତି ସଫଳ କବୟିତ୍ରୀ ଥିଲେ ମଧ୍ୟ ତାଙ୍କ ରଚିତ ପ୍ରାୟ ୧୮୦୦ କବିତା ମଧ୍ୟରୁ ଏକ ଡଜନରୁ କମ କବିତା ପ୍ରକାଶିତ ହୋଇଥିଲା ।[୩] ତାଙ୍କ କବିତାଗୁଡ଼ିକ ପାରମ୍ପରିକ କବିତା ନିୟମ ଅନୁସାରେ ପ୍ରକାଶିତ ହୋଇଥିଲା । ତାଙ୍କ ଯୁଗକୁ ଲକ୍ଷ କଲେ ସେ କବିତାଗୁଡ଼ିକ ଅଦ୍ୱିତୀୟ ଥିଲା । କବିତାର ଧାଡ଼ିଗୁଡ଼ିକ ଛୋଟ ଥିଲା, କୌଣସି ଶୀର୍ଷକ ନଥିଲା ଓ ତେର୍ଚ୍ଛା ଛନ୍ଦ ସ‌ହିତ ଅଣପରମ୍ପରାଗତ ବିରାମ ଚିହ୍ନ ପ୍ରୟୋଗ ହୋଇଥିଲା । [୪] ତାଙ୍କର ଅଧିକାଂଶ କବିତା ମୃତ୍ୟୁ ଓ ଅମରତ୍ୱ ଉପରେ ଆଧାରିତ ହୋଇଥିଲା ଓ ସାଙ୍ଗମାନଙ୍କ ପାଖକୁ ଏକା ଶିର୍ଷକ ଥିବା କବିତା ମଧ୍ୟ ଯାଉଥିଲା ।

ଡିକିନସନ‌‌ଙ୍କ ପରିଚିତ ଲୋକମାନେ ତାଙ୍କ ଲେଖା ସ‌ହ ସଚେତନ ଥିଲେ ମଧ୍ୟ ସନ ୧୮୮୬ରେ ତାଙ୍କ ମୃତ୍ୟୁ ହେବା ପରେ ତାଙ୍କ ଛୋଟ ଭଉଣୀ ଲାଭିନିଆ ସେହି କବିତାଗୁଡ଼ିକ ଆବିଷ୍କାର କରିଥଲେ ଓ ଜନସାଧାରଣଙ୍କ ନିକଟରେ ଉପସ୍ଥାପନ କରିଥିଲେ । ଲାଭିନିଆଙ୍କ ପରିଚିତ ଥୋମାସ ୱେଣ୍ଟ‌ୱଥ ହିଗିନସନ ଓ ମାବେଲ ଲୁମିସ ଟୋଡଙ୍କଦ୍ୱାରା ଅନେକ ସମ୍ପାଦନ ପରେ ସନ ୧୮୯୦ରେ ତାଙ୍କର ପ୍ରଥମ କବିତା ସଂଗ୍ରହ ପ୍ରକାଶିତ ହୋଇଥିଲା । ଡିକିନସନଙ୍କ କବିତାରୁ ସୁସାନ ନାମଟି ଜାଣିଶୁଣି ବାଦ ଦିଆଯିବା କଥା ସନ ୧୯୯୮ରେ ନିଉୟୋର୍କ ଟାଇମସ ଲୋକଲୋଚଙ୍କୁ ଆଣିଥିଲେ । ଅତି କମ୍‌ରେ ତାଙ୍କର ସମ୍ପର୍କୀୟ ସୁସାନ ହଣ୍ଡିଙ୍ଗଟନ ଗିଲବର୍ଟ ଡିକିନସନଙ୍କୁ (Susan Huntington Gilbert Dickinson) ସମର୍ପିତ ଏଗାରଟି କବିତାର ସୁସାନ ନାମ ଟଡଙ୍କଦ୍ୱାରା ବାଦ ଦିଆଯାଇଥିଲେ । [୫] ସନ ୧୯୫୫ରେ ତାଙ୍କର ସମ୍ପୁର୍ଣ୍ଣ ଅଣବିକୃତ ଲେଖାଗୁଡ଼ିକୁ ଥୋମାସ ଏଚ ଜନସନ ପ୍ରଥମେ ପ୍ରକାଶିତ କରିଥିଲେ ।

ଅନୁବାଦ

ବିଭିନ୍ନ ଭାଷା ଯେପରିକି ଫରାସୀ ଭାଷା (French), ସ୍ପାନିଶ (Spanish), ଫାର୍ସି ([[:en:Farsi}]]), କୁର୍ଦ୍ଦିସ (Kurdish), ଜର୍ଜିଆନ (Georgian) ଓ ରଷିଆନ (Russian) ଭାଷାରେ ତାଙ୍କର କବିତା ଅନୁବାଦିତ ହୋଇଛି ।
କେତେକ ଅନୁବାଦିତ ଲେଖାର ଉଦାହରଣ

  • କୁଇନ ଅଫ ବାସଫୁଲ ଭାୟୋଲେଟସ କୁର୍ଦ୍ଦିସ ଭାଷାରେ ସନ ୨୦୧୬ [୬][୭][୮]
  • ଫରାସୀ ଭାଷାରେ ୪୦ଟି କବିତା [୯]
  • ଫାର୍ସୀ ଭାଷାରେ ତିନୋଟି ଅନୁବାଦ [୬][୧୦]

ଆଧାର