ଓଡ଼ିଶାର ମାପ ବ୍ୟବସ୍ଥା

କଟକି ମାପ ବ୍ୟବସ୍ଥାରେ

ଓଡ଼ିଶାରେ ମାପ ଓ ଗଣନା ନିମନ୍ତେ ନାନାଦି ମାପ ବ୍ୟବସ୍ଥାର ପ୍ରଚଳନ ରହିଛି । ସଭ୍ୟତାର ବିକାଶ ସହିତ ଅନେକ ମାପ ବ୍ୟବସ୍ଥା ବଦଳିଛି ଓ ପ୍ରତିବଦଳରେ ମେଟ୍ରିକ ମାପ ବ୍ୟବସ୍ଥାର ପ୍ରଚାଳନ ହୋଇଛି । ବ୍ୟବହାର କ୍ରମରେ ଓଡ଼ିଶାର ମାପ ବ୍ୟବସ୍ଥାକୁ ତଳଲିଖିତ ବିଭାଗରେ ବଣ୍ଟା ଯାଇଥାଏ ।

୧ ମାଣ = ୬୨୫ଗ୍ରାମ,୨ ମାଣ = ୧ସେର(୧୨୫୦ଗ୍ରାମ),୨ ସେର = ୧ ଗଉଣି (୨.୫ କି.ଗ୍ରା.),୩ ଗଉଣି = ୧ ନଉତି,୨୦ ଗଉଣି = ୧ ପଉଟି,୨ ପଉଟି = ୧ ଛେଲା ,୪ ଛେଲା = ୧ ଭରଣ (୧୬୦ ଗଉଣି )।

ଲମ୍ବ ମାପ

ଜମିଜମା

  • କଡ଼ି ମାପ: ଏହା ସାଧାରଣ ଭାବରେ ଅମିନମାନଙ୍କ ଦେଇ ଜମି କିଣାବିକା ଓ ମାପ ସମୟରେ ବ୍ୟବହାର କରାଯାଇଥାଏ ।ଲୁହାରେ ତିଆରି ଶିକୁଳିରେ ଏହା ତିଆରି କରାଯାଇଥାଏ ।

ଦୂରତା

  • ଚାଖଣ୍ଡେ: ହାତର କାଣି ଅଙ୍ଗୁଳି ଓ ବୁଢ଼ା ଅଙ୍ଗୁଳିକୁ ପୁରା ପ୍ରସାରଣ କଲେ ତାହା ଭିତରେ ରହୁଥିବା ଦୂରତାକୁ ଚଖଣ୍ଡେ କୁହାଯାଏ ।
  • ପାହୁଣ୍ଡେ: ଏକ ପାହୁଣ୍ଡ ସାଧାରଣ ମଣିଷର ଦୁଇ ପଦରେ ଥରୁଟିଏ ଆଗ ପଛ ହୋଇ ଗତି କରିବାରେ ଯେତିକି ଦୂରତା ଅତିକ୍ରମ ହୋଇଥାଏ ତାହାକୁ ବୁଝାଇ ଥାଏ ।
  • ଡାକ/ଡାକେ: ଡାକିଲେ ଶୁଭିବା ଭଳି ଦୂରତାକୁ ଡାକେ ବାଟ ବୋଲି କୁହାଯାଇଥାଏ, ଏହା କେଇ ମିଟର ଦୂରତାକୁ ବୁଝାଇ ଥାଏ ।
  • 'କୋଶ: ଦୂରତାକୁ ସାଧାରଣର ଭାବରେ କୋଶେ (୧ କୋଶ), ଦୁଇ କୋଶ, ତିନି କୋଶ ବୋଲି କୁହାଯାଇଥାଏ ।

ଅନ୍ୟାନ୍ୟ

  • ହାତ ମାପ: ହାତରେ ମାପ କରି ବଢ଼ାଇ, ଘର ତିଆରି କରୁଥିବା କାରିଗର, ପଥର କାମ କରୁଥିବା କାରିଗରମାନେ ଆଗକାଳରେ କାମ କରୁଥିଲେ । ଏକ ସାଧାରଣ ମଣିଷର ହାତ ୧ ଫୁଟ ୩ ଇଞ୍ଚ ବା ତହିଁରୁ ଅଳ୍ପ କିଛି ଅଧିକ ହୋଇଥାଏ । ଯେହେତୁ ମଣିଷର ଉଚ୍ଚତା ଅନୁସାରେ ଏହା ବଦଳିଥାଏ ଏହି ମାପ ଏକ ଆନୁମାନିକ ମାପ । ସାଧାରଣ ଶାଢ଼ୀକୁ ବାରହାତି ଶାଢ଼ୀ ଓ ଧୋତିକୁ ଆଠହାତି ଧୋତି କୁହାଯାଇଥାଏ ।

ପୁରାଣ ଓ ସାହିତ୍ୟ

ପୁରାଣ ଓ ସାହିତ୍ୟରେ ହାତ ମାପର ବ୍ୟବହାର ଦେଖିବାକୁ ମିଳିଥାଏ । ଯଥା - ବାରହାତ ଖଣ୍ଡା ବୁଲିବ [୧]

କ୍ଷେତ୍ରଫଳ ମାପ

  • ୧ ମାଣ= ୨୫ ଗୁଣ୍ଠ
  • ୧ ଗୁଣ୍ଠ = ୧୬ ବିଶ୍ୱା
  • ଏକର: ଶହେ ଡେସିମିଲରେ ଏକ ଏକର ହୋଇଥାଏ ।
  • ଗଉଣି: ଗଞ୍ଜାମ ଅଞ୍ଚଳରେ ଭୂମିର ପରିମାଣ ବିଶେଷରେ ଏହା ବ୍ୟବହାର କରାଯାଇଥାଏ । [୨]
ଏକର = ୫ଭରଣ
୧ ଶଗଡ଼ = ୩ ଭରଣ
୧ ଭରଣ = ୨୦ ନଉତି
୧ ନଉତି= ୪ ଗଉଣି

ପୁରାଣ ଓ ସାହିତ୍ୟ

ପୁରାତନ ଜମି ଜମା ମାପକୁ ନେଇ ଗଳ୍ପ, କବିତାମାନ ରଚିତ ହୋଇଥିଲା । ଫକିରମୋହନଙ୍କ ଛଅ ମାଣ ଆଠଗୁଣ୍ଠ ସେଥିମଧ୍ୟରୁ ଅନ୍ୟତମ ।[୩]

ଆୟତନ ମାପ

  • ସେର:
  • ମାଣ:
  • ଗଉଣି: ଗୌଣି ବା ଗଉଣି ଶସ୍ୟାଦିର ପରିମାଣ ମାପିବା ନିମନ୍ତେ ବ୍ୟବହାର କରାଯାଇଥାଏ । ଏହା ବେତ ବା ପିତଳରେ ତିଆରି କରାଯାଇଥାଏ ।

ପ୍ରକାର ଭେଦ

ଅଞ୍ଚଳ ଭେଦରେ ଗଉଣିର ପରିମାଣ ଅଲଗା ଅଲଗା ହୋଇଥାଏ । ଯଥା:

କଟକ ଜିଲ୍ଲା

  • ୨-୮ ସେର: ଏଥିରେ ସାଙ୍କେତିକ ଚିହ୍ନ ଗୌ ଏବଂ ସାତ ଗଉଣି ଲେଖିବାକୁ ହେଲେ ଗୌ ୭ ଲେଖାଯାଏ ।
୨୦ ଗଉଣି = ୧ ପଉଟି
୪୦ ଗଉଣି = ୧ ଡୋଲି
୮୦ ଗଉଣି = ୧ ଭରଣ

ଗଞ୍ଜାମ ଜିଲ୍ଲା

ଗଉଣିର ୧୨ ଭାଗ ପରିମିତ ପାତ୍ରକୁ ସେର ବା କଥା ବା ପାହିଲି ବୋଲାଯାଏ ।

  • ୧ଗଉଣି = ୪ ଅଡ଼ା
  • ୧ ଅଡା = ୨ ବୋଡା
  • ୧ ବୋଡା = ୨ ସୋଲା
  • ୧ ସୋଲା = ୨ ଅଧା
  • ୧ ଅଧା = ୨ ପାଇକା
  • ୧ ପାଇକା = ୨ ଗିଧା
ଡୋଲି: ଏହା ଅମାର ଘର ଭିତରେ ଥିବା ଏକ ବିଶାଳ ବାଉଁଶ ତିଆରି ପାତ୍ର । ଏଥିରେ ଧାନ ମୂଷା ତଥା ଅନ୍ୟାନ୍ୟ ପଶୁପକ୍ଷୀ ଓ ପୋକଙ୍କ ଦାଉରୁ ସାଇତି ରଖାଯାଇଥାଏ ।

ପୁରାଣ ଓ ସାହିତ୍ୟ

ସେରକ ପୁରିଲା ମାଣକ ପୁରିଲା ଉଠରେ ପୁତା![୪]

ସଂଖ୍ୟା ଗଣନା

  • କଉଡ଼ି: କଉଡ଼ିରେ ଆଗରୁ ଗଣନ କରାଯାଉଥିଲା ।
  • ଅଙ୍ଗୁଳି: ହାତ ଅଙ୍ଗୁଳି ଓ ଅଙ୍ଗୁଳିର ରେଖାରେ ଗଣନ କରାଯାଇଥାଏ ।
  • କାଠି: ଗଛର ସଳଖ ଶାଖାକୁ ଭାଙ୍ଗି ସେଥିରୁ ତିଆରି କାଠିରେ ଗଣନା କରାଯାଇଥାଏ ।

ପରିମାଣ ବିଶେଷ

  • ୧କଡ଼ା = ୧ଟା (ଗୋଟିଏ)
  • ୧ଗଣ୍ଡା = ୧ପୁଞ୍ଜା = ୪ କଡ଼ା = ୪ଟା
  • ୧ପଣ = ୨୦ଗଣ୍ଡା = ୮୦ଟା
  • ୧ କାହାଣ = ୧୬ପଣ = ୩୨୦ ଗଣ୍ଡା = ୧୨୮୦ଟା

ଆଧାର