କଡା ଇକୁଇନା ସିଣ୍ଡ୍ରୋମ

କଡା ଇକୁଇନା ସିଣ୍ଡ୍ରୋମ ବା ଇସିଏସ (ଇଂରାଜୀ ଭାଷାରେ Cauda equina syndrome/ CES) ଏକ ରୋଗ ଯେଉଁଥିରେ ମେରୁଦଣ୍ଡ (spinal cord) ଶେଷ ସ୍ଥାନରୁ ବାହାରୁଥିବା କଡା ଇକୁଇନା (cauda equina) ବା ସ୍ନାୟୁ (nerves) ଗୁଚ୍ଛ ନଷ୍ଟ ହେବା ଯୋଗୁ ହୁଏ ।[୨] ଏହି ରୋଗ ହେଲେ କଟି ଯନ୍ତ୍ରଣା, ସିଆଟିକ ଯନ୍ତ୍ରଣା (pain that radiates down the leg), ମଳ ଦ୍ୱାର ଚାରିପାଖ କାଲୁଆ ହୋଇଯିବା ଓ ମୂତ୍ରାଶୟ ତ‌ଥା ମଳାଶୟ ନିୟନ୍ତ୍ରଣ କମିଯାଏ । [୧] ଏହାର ପ୍ରାରମ୍ଭ ଦୃତ ବା ଧୀର ହୋଇପାରେ । [୧]

କଡା ଇକୁଇନା ସିଣ୍ଡ୍ରୋମ (Cauda equina syndrome)
ମେରୁଦଣ୍ଡ (spinal cord) ଶେଷ ଭାଗରେ କଡା ଇକୁଇନା (cauda equina) ଆରମ୍ଭ ହୁଏ ।
ବିଭାଗସ୍ନାୟୁଶଲ୍ୟ ବିଜ୍ଞାନ (Neurosurgery), ଅସ୍ଥିଶଲ୍ୟ ବିଜ୍ଞାନ (orthopedics)
ଲକ୍ଷଣକଟି ଯନ୍ତ୍ରଣା, ସିଆଟିକ ଯନ୍ତ୍ରଣା (pain that radiates down the leg), ମଳ ଦ୍ୱାର ମୁହଁରେ କାଲୁଆ ଅନୁଭବ, ପରିସ୍ରା ଓ ମଳତ୍ୟାଗ ନିୟନ୍ତ୍ରଣ ଅଭାବ [୧]
ଆକ୍ରାନ୍ତ ସମୟଦୃତ ବା ଧୀର ହୋଇପାରେ ।[୧]
କାରଣଡିସ୍କ ହାର୍ନିଏସନ (Disc herniation), ସ୍ପାଇନାଲ ସ୍ଟେନୋସିସ (spinal stenosis), କର୍କଟ ରୋଗ, ବଡ଼ ଆଘାତ (trauma), ଏପିଡୁରାଲ ଆବସେସ (epidural abscess), ଏପିଡୁରାଲ ହେମାଟୋମା (epidural hematoma)[୧][୨]
ରୋଗ ନିର୍ଣ୍ଣୟ ପଦ୍ଧତିମେଡିକାଲ ଇମେଜିଙ୍ଗ (Medical imaging) ଯଥା: ଏମଆରଆଇ MRI ଓ ସିଟି ସ୍କାନ (CT scan)[୧][୩]
ଚିକିତ୍ସାଅପରେଶନ ଲାମିନେକ୍ଟୋମି (laminectomy)[୧]
Prognosis୨୦% ଫଳ ଖରାପ
ପୁନଃପୌନିକପ୍ରତିବର୍ଷ ୭୦,୦୦୦ରେ ଜଣେ ।

କଟି (lower region of the back) ସ୍ଥାନରେ ଥିବା ମେରୁ ସ୍ଥାନରେ ଡିସ୍କ ହାର୍ନିଆ (disc herniation) ହେବା ଯୋଗୁ ଏହି ରୋଗ ହୁଏ ।[୧] ଅନ୍ୟ କାରଣମାନଙ୍କ ମଧ୍ୟରେ ସ୍ପାଇନାଲ ସ୍ଟେନୋସିସ, କର୍କଟ ରୋଗ, ସାଂଘାତିକ ଆଘାତ (trauma|), ଏପିଡୁରାଲ ଆବସେସ (epidural abscess) ଓ ଏପିଡୁରାଲ ହେମାଟୋମା (epidural hematoma) ରୋଗ ଯୋଗୁ ଏହି ଅବସ୍ଥା ସୃଷ୍ଟି ହୋଇପାରେ ।[୧][୨] ଏମଆରଆଇ (MRI) ଓ ସିଟି ସ୍କାନ (CT scan) ଭଳି ମେଡିକାଲ ଇମେଜିଙ୍ଗ (medical imaging) କରି ରୋଗ ନିର୍ଣ୍ଣୟ କରାଯାଏ ।[୧][୩]

ସାଧାରଣତଃ ଏହି ରୋଗ ଲାମିନେକ୍ଟୋମି (laminectomy) ଅପରେଶନ କରି ଚିକିତ୍ସା କରାଯାଏ ।[୧] ମୂତ୍ରାଶ‌ୟ ସମସ୍ୟା, ଯୌନ ସମସ୍ୟା (sexual dysfunction) ଓ କାଲୁଆ ଅନୁଭବ ଆଦି ଅନେକ ସମସ୍ୟା କେତେକ ରୋଗୀଙ୍କର ରହିଯାଏ ।[୧][୩] ଚିକିତ୍ସା ସତ୍ତ୍ୱେ ୨୦% ରୋଗୀଙ୍କର ଫଳାଫଳ ହୀନ ରହେ ।[୧] ସତୁରି ହଜାର ଲୋକଙ୍କ ମଧ୍ୟରୁ ଜଣକର ଏହି ରୋଗ ହୁଏ ।[୧] ସର୍ବ ପ୍ରଥମେ ସନ ୧୯୩୪ ମସିହାରେ ରୋର ବର୍ଣ୍ଣନା କରାଯାଇଥିଲା ।[୪]

ଆଧାର

ବାହ୍ୟ ଲିଙ୍କ

ଶ୍ରେଣୀବିଭାଗ
ବାହାର ଉତ୍ସ
🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ