କାର୍ଡ଼ିଓମାୟୋପାଥି

କାର୍ଡ଼ିଓମାୟୋପାଥି (ଇଂରାଜୀ ଭାଷାରେ cardiomyopathy) ଏକ ପ୍ରକାର ହୃଦ୍‌ରୋଗ ଦଳ ଯେଉଁଥିରେ ହୃତ୍‌ପିଣ୍ଡର ମାଂସପେଶୀ (heart muscle) ଆକ୍ରମିତ ହୁଏ ।[୧] ରୋଗ ଆରମ୍ଭରେ ଅଳ୍ପ ବା ଆଦୌ କୋଣସି ଲକ୍ଷଣ ନ ଥାଏ । ଅନ୍ୟ କେତେକ ରୋଗୀଙ୍କର ଡିସନିଆ ବା ଶ୍ୱାସକ୍ରିୟା ଅସୁବିଧା (shortness of breath), ଥକ୍କା ଅନୁଭବ (tired) ଓ ହୃଦ୍‌ପାତ ଯୋଗୁ ପାଦ ଇଡିମା (ଫୁଲା) (shortness of breath) ଇତ୍ୟାଦି ଲକ୍ଷଣ ଥାଇପାରେ । ଅନିୟମିତ ହୃଦ୍‌ଗତି (irregular heart beat ବା ମୂର୍ଚ୍ଛା ହୋଇପାରେ ।[୨] ଏ ଧରଣର ରୋଗୀଙ୍କର ହଠାତ୍ ହୃତ୍‌ପିଣ୍ଡ ଜନିତ (sudden cardiac death) ମୃତ୍ୟୁ ହୁଏ ।[୩]

କାର୍ଡ଼ିଓମାୟୋପାଥି
Opened left ventricle of the heart showing thickening, dilatation, and subendocardial fibrosis manifested as increased whiteness of the endocardium.
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିCardiology
ଆଇସିଡ଼ି-୧୦I25.5{{{2}}}.{{{3}}}, I42{{{2}}}.{{{3}}}, I43{{{2}}}.{{{3}}}
ଆଇସିଡ଼ି-୯-ସିଏମ୍425
ରୋଗ ଡାଟାବେସ2137
ମେଡ଼ିସିନ-ପ୍ଲସ001105
Patient UKକାର୍ଡ଼ିଓମାୟୋପାଥି
MeSHD009202

ବିଭିନ୍ନ ପ୍ରକାରର କାର୍ଡ଼ିଓମାୟୋପାଥି ରୋଗମାନଙ୍କ ନାମ: ହାଇପରଟ୍ରଫିକ କାର୍ଡ଼ିଓମାୟୋପାଥି (hypertrophic cardiomyopathy), ଡାଇଲେଟେଡ କାର୍ଡ଼ିଓମାୟୋପାଥି (dilated cardiomyopathy), ରେସଟ୍ରିକ୍ଟିଭ କାର୍ଡ଼ିଓମାୟୋପାଥି (restrictive cardiomyopathy), ଆରିଦମିକ ଭେଣ୍ଟ୍ରିକୁଲାର ଡିସପ୍ଲାସିଆ (arrhythmogenic right ventricular dysplasia), ଓ ବ୍ରୋକନ ହାର୍ଟ ସିଣ୍ଡ୍ରୋମ (broken heart syndrome) । ହାଇପରଟ୍ରଫିକ କାର୍ଡ଼ିଓମାୟୋପାଥିରେ ହୃତ୍‌ପିଣ୍ଡ ମାଂସପେଶୀ ମୋଟା ଓ ବଡ଼ ଆକାରର ହୁଏ । ଡାଇଲେଟେଡ କାର୍ଡ଼ିଓମାୟୋପାଥିରେ ନିଳୟ (ventricle) ଆକାର ବଡ଼ ହୁଏ ଓ ଦୁର୍ବଳ ହୋଇଯାଏ । ରେସଟ୍ରିକ୍ଟିଭ କାର୍ଡ଼ିଓମାୟୋପାଥିରେ ନିଳୟ ଶକ୍ତ ହୋଇଯାଏ ।[୪]

ଅନେକ ସମୟରେ କାରଣ ଅଜଣା ରହିଯାଏ । ଅଧିକାଂଶ ହାଇପରଟ୍ରଫିକ କାର୍ଡ଼ିଓମାୟୋପାଥି ଓ ୧/୩ ଡାଇଲେଟେଡ କାର୍ଡ଼ିଓମାୟୋପାଥି ରୋଗ ବଂଶାନୁକ୍ରିକ (inherited) ପିତାମାତାଙ୍କଠାରୁ ଆସିଥାଏ । ଆଲକୋହୋଲ (alcohol), ହେଭି ମେଟାଲ (heavy metals), କରୋନାରି ହାର୍ଟ ଡିଜିଜ coronary heart disease, କୋକେନ (cocaine) ବ୍ୟବ‌ହାର ଓ ଭୁତାଣୁ ସଂକ୍ରମଣ viral infections ଯୋଗୁ ମଧ୍ୟ ଡାଇଲେଟେଡ କାର୍ଡ଼ିଓମାୟୋପାଥି ହୋଇପାରେ । ରେସଟ୍ରିକ୍ଟିଭ କାର୍ଡ଼ିଓମାୟୋପାଥିର କାରଣ ଆମିଲଏଡୋସିସ (amyloidosis), ହେମୋକ୍ରୋମାଟୋସିସ (hemochromatosis) ଓ କର୍କଟ ଚିକିତ୍ସା (cancer treatment) ଯୋଗୁ ହୋଇପାରେ ।[୫] ଅତ୍ୟଧିକ ଶାରୀରିକ ଓ ମାନସିକ ଚାପ ଯୋଗୁ ବ୍ରୋକନ ହାର୍ଟ ସିଣ୍ଡ୍ରୋମ ହୋଇପାରେ ।[୪]

କାର୍ଡ଼ିଓମାୟୋପାଥିର ପ୍ରକାର ଓ ଲକ୍ଷଣମାନଙ୍କର ମାତ୍ରା ଉପରେ ଚିକିତ୍ସା ନିର୍ଭର କରେ । ଚିକିତ୍ସା ମଧ୍ୟରେ ଜୀବନ‌ଚର୍ଯ୍ୟାର ପରିବର୍ତ୍ତନ, ଔଷଧ ବା ଅପରେଶନ ଆବଶ୍ୟକ ହୋଇପାରେ ।[୬] ସନ ୨୦୧୩ରେ କାର୍ଡ଼ିଓମାୟୋପାଥି ଓ ମାୟୋକାର୍ଡ଼ାଇଟିସ (myocarditis) ରୋଗମାନଙ୍କଦ୍ୱାରା ୭.୯ ନିୟୁତ ଲୋକ ଆକ୍ରାନ୍ତ ହୋଇଥିଲେ ।[୭] ହାଇପରଟ୍ରଫିକ କାର୍ଡ଼ିଓମାୟୋପାଥି ରୋଗରେ ପ୍ରତି ୫୦୦ ଲୋକରେ ଜଣେ ଓ ଡାଇଲେଟେଡ କାର୍ଡ଼ିଓମାୟୋପାଥି ରୋଗରେ ପ୍ରତି ୨୫୦୦ ଲୋକରେ ଜଣେ ଆକ୍ରାନ୍ତ ହୁଅନ୍ତି ।[୪][୮] ସନ ୧୯୯୦ରେ ଏହି ରୋଗମାନଙ୍କ ଯୋଗୁ ୨୯୪,୦୦୦ ମୃତ୍ୟୁ ହୋଇଥିବା ବେଳେ ସନ ୨୦୧୩ରେ ବୃଦ୍ଧି ପାଇ ୨୯୪,୦୦୦ ମୃତ୍ୟୁ ହୋଇଥିଲା ।[୯] ଯୁବା ବୟସରେ ଆରିଦମୋଜେନିକ ରାଇଟ ଭେଣ୍ଟ୍ରିକୁଲାର ଡିସପ୍ଲାସିଆ ସାଧାରଣତଃ ଅଧିକ ଦେଖାଯାଏ ।[୩]

ଆଧାର

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ