ହାଇପରଟ୍ରଫିକ କାର୍ଡ଼ିଓମାୟୋପାଥି

ହାଇପରଟ୍ରଫିକ କାର୍ଡ଼ିଓମାୟୋପାଥି ବା ଏଚସିଏମ (ଇଂରାଜୀ ଭାଷାରେ Hypertrophic cardiomyopathy/ HCM) ଏକ ରୋଗ ଯେଉଁଥିରେ ହୃତ୍‌ପିଣ୍ଡର ଏହ ଅଂଶ ଅକାରଣ ହାଇପରଟ୍ରଫି (thickened) ବା ମୋଟା ହୋଇଯାଏ ।[୭] ଏହା ଫଳରେ ରକ୍ତ ପମ୍ପ କରିବା ଦକ୍ଷତା ହୃତ୍‌ପିଣ୍ଡର କମିଯାଏ ।[୮] ସାଧାରଣତଃ ଥକ୍କା ଅନୁଭବ, ପାଦ ଇଡିମା ବା ଫୁଲା (leg swelling), ଅଣନିଶ୍ୱାସୀ (shortness of breath) ଇତ୍ୟାଦି ଲକ୍ଷଣ ଦେଖାଯାଏ । [୨] ଛାତି ଯନ୍ତ୍ରଣା (chest painଅଚେତ ମଧ୍ୟ ହୋଇପାରେ ।[୨] ରୋଗ ଜଟିଳ ହେଲେ ହୃଦ୍‌ପାତ, ହୃତ୍‌ପିଣ୍ଡ ଆରିଦମିଆ (irregular heartbeat), ହଠାତ୍ ହୃତ୍‌ପିଣ୍ଡ ମୃତ୍ୟୁ (sudden cardiac death) ହୋଇପାରେ ।[୮][୯]

ହାଇପରଟ୍ରଫିକ କାର୍ଡ଼ିଓମାୟୋପାଥି (Hypertrophic cardiomyopathy)
ଆସିମେଟ୍ରିକ ସେପ୍ଟାଲ ହାଇପରଟ୍ରଫି (Asymmetric septal hypertrophy),
ଇଡିଓପାଥିକ ହାଇପରଟ୍ରଫିକ ସବଆଓର୍ଟିକ ସ୍ଟେନୋସିସ (idiopathic hypertrophic subaortic stenosis)[୧]
ବିଭାଗହୃଦ୍‌ରୋଗ ବିଜ୍ଞାନ Cardiology
ଲକ୍ଷଣଥକ୍କା ଅନୁଭବ, ପାଦ ଇଡିମା ବା ଫୁଲା (leg swelling), ଅଣନିଶ୍ୱାସୀ (shortness of breath), ଛାତି ଯନ୍ତ୍ରଣା (chest pain, ଅଚେତ[୨]
କାରଣଜେନେଟିକ (Genetics), ଫାବ୍ରି ଡିଜିଜ (Fabry disease), ଫ୍ରିଡ୍ରିକ୍ସ ଆଟାକ୍ସିଆ (Friedreich's ataxia‌, କେତେକ ଔଷଧ [୩][୪]
ରୋଗ ନିର୍ଣ୍ଣୟ ପଦ୍ଧତିଇସିଜି (Electrocardiogram), ଇକୋକାର୍ଡ଼ିଓଗ୍ରାମ (echocardiogram), ସ୍ଟେସ ଟେଷ୍ଟିଙ୍ଗ (stress testing), ଜେନେଟିକ ଟେଷ୍ଟିଙ୍ଗ (genetic testing[୫]
ସଠିକ ରୋଗ ନିର୍ଣ୍ଣୟହାଇପରଟେନସିଭ ହୃତ୍‌ପିଣ୍ଡ ରୋଗ (en:Hypertensive heart disease), ଆଓର୍ଟିକ ସ୍ଟେନୋସିସ (aortic stenosis), ଖେଳାଳୀଙ୍କ ହୃତ୍‌ପିଣ୍ଡ (athlete's heart[୩]
ଔଷଧବିଟା ବ୍ଲକର (en:Beta blockers), ଡାଇୟୁରେଟିକସ (diuretics), ଡାଇସୋପାଇରାମାଇଡ (disopyramide)[୫]
ଚିକିତ୍ସାଔଷଧ, ଇମ୍ପ୍ଲାଣ୍ଟେବ୍ଲ କାର୍ଡ଼ିଆକ ଡିଫିବ୍ରିଲେଟର (implantable cardiac defibrillator, ଅପରେଶନ[୫]
Prognosisଚିକିତ୍ସା ସତ୍ତ୍ୱେ <୧% ମୃତ୍ୟୁ ସଙ୍କଟ [୬]
ପୁନଃପୌନିକ୫୦୦ ଲୋକରେ ଜଣେ[୭]

ଏଚସିଏମ ରୋଗ ସାଧାରଣତଃ ପିତାମାତାଙ୍କଠାରୁ ବଂଶାନୁକ୍ରମରେ ଆସିଥାଏ । [୪] ଅନେକ ସମୟରେ ହୃତ୍‌ପିଣ୍ଡର ମାଂସପେଶୀ ତିଆରି କରୁଥିବା ଜିନର ମ୍ୟୁଟେସନ ଯୋଗୁ ହୁଏ ।[୪] ଫାବ୍ରି ଡିଜିଜ (Fabry disease), ଫ୍ରିଡ୍ରିକ୍ସ ଆଟାକ୍ସିଆ (Friedreich's ataxia‌ ଓ ଟାକ୍ରୋଲିମସ (tacrolimus) ଭଳି ଔଷଧ ଯୋଗୁ ମଧ୍ୟ ହୋଇଥାଏ ।[୩] ଏହା କାର୍ଡ଼ିଓମାୟୋପାଥି ଦଳର ଏକ ରୋଗ ଯାହା ମାୟୋକାର୍ଡ଼ିଅମକୁ (heart muscle) ଆକ୍ରମଣ କରେ ।[୮] ଇସିଜି (Electrocardiogram), ଇକୋକାର୍ଡ଼ିଓଗ୍ରାମ (echocardiogram), ସ୍ଟେସ ଟେଷ୍ଟିଙ୍ଗ (stress testing) କରି ରୋଗ ନିର୍ଣ୍ଣୟ କରାଯାଏ ।[୫] ଜେନେଟିକ ଟେଷ୍ଟିଙ୍ଗ (genetic testing ମଧ୍ୟ କରାଯାଏ ।[୫]

ଚିକିତ୍ସାରେ ବିଟା ବ୍ଲକର (en:Beta blockers), ଡାଇୟୁରେଟିକସ (diuretics), ଡାଇସୋପାଇରାମାଇଡ (disopyramide) ଔଷଧ ଦିଆଯାଏ ।[୫] ଅନିୟମିତ ହୃଦ୍‌ଗତି ସମ୍ପନ୍ନ କେତେକ ରୋଗଙ୍କୁ ଇମ୍ପ୍ଲାଣ୍ଟେବ୍ଲ କାର୍ଡ଼ିଆକ ଡିଫିବ୍ରିଲେଟର (implantable cardiac defibrillator ଦେବାକୁ ସୁପାରିସ କରାଯାଏ ।[୫] କୌଣସି ଉପାୟରେ ଭଲ ନ ହେଲେ ସେପ୍ଟାଲ ମାୟେକ୍ଟୋମି (septal myectomy) ବା ହୃତ୍‌ପିଣ୍ଡ ଟ୍ରାନ୍ସପ୍ଲାଣ୍ଟ (heart transplant) ଅପରେଶନ କରାଯାଏ ।[୫] ଉପ‌ଯୁକ୍ତ ଚିକିତ୍ସା ମିଳିଲେ ମୃତ୍ୟୁ ସଙ୍କଟ ବାର୍ଷିକ ୧%ରୁ କମ୍ ହୁଏ ।[୬]

ପ୍ରତି ୫୦୦ଲୋକରେ ଜଣକର ଏହି ରୋଗ ଥାଏ ।[୭] ପୁରୁଷ ଓ ମହିଳା ସମ ଭାବରେ ଆକ୍ରାନ୍ତ ହୁଅନ୍ତି । [୭] ସବୁ ବୟସରେ ମଧ୍ୟ ଆକ୍ରନ୍ତ ହୋଇପାରିବେ ।[୭] ସନ ୧୯୫୮ରେ ଏହି ବିଷୟ ପ୍ରଥମେ ଡୋନାଳ୍ଡ ଟିଅର (Donald Teare) ବର୍ଣ୍ଣନା କରିଥିଲେ ।[୧୦][୧୧]

ଆଧାର

ବାହ୍ୟ ଲିଙ୍କ

ଶ୍ରେଣୀବିଭାଗ
ବାହାର ଉତ୍ସ


🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ