କାଲାଜିଅନ

ଆଖିପତାର ରୋଗ

କାଲାଜିଅନ (ଇଂରାଜୀ ଭାଷାରେ Chalazion) ଏକ ପୁଟୀ ବା ସିସ୍ଟ (cyst) ଯାହା ଆଖିପତାର (eyelid) ତେଲ ଗ୍ରନ୍ଥି ଅବରୋଧ ହେବା କାରଣରୁ ତିଆରି ହୋଇଯାଏ ।[୨] ଏହି ରୋଗ ଆଖିପତାର ଠିକ ମଝି ସ୍ଥାନରେ ହୁଏ । ଏଗୁଡ଼ିକ ଧୀରେ କିଛି ସପ୍ତାହ ଧରି ତିଆରି ହୁଅନ୍ତି ।[୩]

କାଲାଜିଅନ
ଇଂରାଜୀ ପ୍ରତିଶବ୍ଦ - meibomian gland lipogranuloma[୧]
ଆଖିରେ କାଲାଜିଅନ ଚିତ୍ର
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ଉଚ୍ଚାରଣ/kəˈlziən/
ସ୍ପେଶାଲିଟିଚକ୍ଷୁ ରୋଗ ବିଜ୍ଞାନ (Ophthalmology)
ଆଇସିଡ଼ି-୧୦H00.1
ଆଇସିଡ଼ି-୯-ସିଏମ୍373.2
ରୋଗ ଡାଟାବେସ6009
ମେଡ଼ିସିନ-ପ୍ଲସ001006
ଇ-ମେଡ଼ିସିନemerg/94 oph/243
Patient UKକାଲାଜିଅନ
MeSHD017043

କାଲାଜିଅନ ରୋଗ ଆଖିରେ ଆଗରୁ ହୋଇଥିବା ସ୍ଟାଇ ରୋଗ ପରେ ହୋଇପାରେ ବା ତେଲ ଗ୍ରନ୍ଥିରୁ ତେଲ ବାହାରି ଶକ୍ତ ହୋଇଯାଏ ଗ୍ରନ୍ଥିର ପଥ ଅବରୋଧ କରିବାଦ୍ୱାରା ହୁଏ ।[୩] ମେବୋମିଆନ ଗ୍ରନ୍ଥି (meibomian gland) ଅବରୁଦ୍ଧ ହୋଇ ସାଧାରଣତଃ ଏ ରୋଗ ହୁଏ କିନ୍ତୁ ଜିସ ଗ୍ରନ୍ଥି (‌gland of Zeis) ଅବରୁଦ୍ଧ ହୋଇ ମଧ୍ୟ ହୋଇପାରେ ।[୪] ଏହି ରୋଗ ଓ ସ୍ଟାଇ ତ‌ଥା ପେରିଅର୍ବିଟାଲ ସେଲ୍ୟୁଲାଇଟିସ (cellulitis) ରୋଗ ଦ୍ୱୟ ପ୍ରାୟ ଏକାଭଳି ଦେଖାଯାଆନ୍ତି । ସ୍ଟାଇ କିନ୍ତୁ ହଠାତ ସୃଷ୍ଟି ହୁଏ, କଷ୍ଟଦାୟକ ଥାଏ ଓ ଆଖପତା ଧାରରେ ହୁଏ । ସେଲ୍ୟୁଲାଇଟିସ ରୋଗ ମଧ୍ୟ ଯନ୍ତ୍ରଣାଦାୟକ । [୩]

ଏହି ରୋଗ ହେଲେ ଉଷୁମ ସେକ (warm compresses) ପ୍ରଥମେ ଦିଆଯାଏ । ସେକରେ କିଛି ଉପକାର ନ ହେଲେ ରୋଗ ସ୍ଥାନରେ ସ୍ଟିରଏଡ (steroids) ଇଞ୍ଜେକସନ ଦିଆଯାଏ । ଆକାର ବଡ଼ ହୋଇଥିଲେ ଇନସାଇଜ (କାଟିବାର ଡାକ୍ତରୀ ନାମ) ଓ ନିସ୍କାଷନ କରାଯାଏ ।[୩] ଏହା ଏକ ସାଧାରଣ ରୋଗ ହୋଇଥିଲେ ମଧ୍ୟ ଏହି ରୋଗର ଜନସଂଖ୍ୟା ଅନୁସାରେ ଆନୁପାତିକ ହାର ଜଣାନାହିଁ ।[୫] କାଲାଜିଅନ ଶବ୍ଦଟି ଗ୍ରୀକ ଭାଷାର ଖାଲାଜିଅନ ("khalazion") ଶବ୍ଦରୁ ନିଆଯାଇଛି ଯାହାର ଅର୍ଥ ସେହି ଭାଷାରେ ଛୋଟ କୁଆପଥର[୬]

ଆଧାର

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ