ଜଗନ୍ନାଥଙ୍କ ବେଶ

ମନୋହର

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂଖ୍ୟ ୨୪ ବେଶ ମଧ୍ୟରୁ ପ୍ରତିବର୍ଷ ୨୨ଟି ବେଶ ସମ୍ପନ୍ନ ହେଲା ବେଳେ ଅନ୍ୟ ଦୁଇଟି ବେଶ ବିରଳ ମୂହୁର୍ତ୍ତରେ ସମ୍ପନ୍ନ ହୋଇଥାଏ । ଏହି ଦୁଇଟି ବିରଳ ବେଶ ହେଲା ରଘୁନାଥ ବେଶନାଗାର୍ଜୁନ ବେଶ । ଅନେକ ବର୍ଷ ଧରି ରଘୁନାଥ ବେଶ ଆଉହୋଇନଥିଲା ବେଳେ ୧୯୯୪ ମସିହା ପରେ ଆଉ ନାଗାର୍ଜୁନ ବେଶ ଯୋଗ ପଡ଼ିନାହିଁ । ଏ ସବୁ ବେଶ ମଧ୍ୟରୁ କେତେକ ବେଶରେ ମହାପ୍ରଭୁ ଜଗନ୍ନାଥଙ୍କ ପୋଷାକ କେବଳ ବଦଳୁଥିବା ବେଳେ ଆଉ କେତେକ କ୍ଷେତ୍ରରେ ତାଙ୍କର ଅବତାର ବଦଳିଯାଇଥାଏ, ଯଥା କେତେବେଳେ ସେ ବିଷ୍ଣୁ ତ ଆଉ କେତେବେଳେ ନୃସିଂହ ବେଶ ଧାରଣ କରିଥାନ୍ତି । ପୁଣି ମହାପ୍ରଭୁମାନଙ୍କ ସବୁଯାକ ବେଶରେ ଜଗନ୍ନାଥ ମୁଖ୍ୟ ଭୂମିକାରେ ରହୁଥିବା ବେଳେ କେବଳ ପ୍ରଳମ୍ବାସୁରବଧ ବେଶରେ ବଳଭଦ୍ର ମୂଖ୍ୟ ଭୂମିକା ଗ୍ରହଣ କରନ୍ତି । ଜଗନ୍ନାଥଙ୍କ ମୂଖ୍ୟ ୨୪ ବେଶ ମଧ୍ୟରୁ କେତେକ ବେଶ ବର୍ଷକରେ ଏକାଧିକବାର ସଂପନ୍ନ ହୋଇଥାଏ । ଯଥା : - ସୁନାବେଶ ପ୍ରାୟ ପାଞ୍ଚ ଥର ଓ ଶ୍ରାଦ୍ଧ ବେଶ ତିନିଥର ସଂପନ୍ନ ହୋଇଥାଏ ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସର୍ବଶ୍ରେଷ୍ଠ ବେଶ ରାଜାରାଜେଶ୍ୱର ସୁନାବେଶ (କାର୍ତ୍ତିକ ପୂର୍ଣ୍ଣିମା ୨୦୨୨)

ଜଗନ୍ନାଥ ସଂସ୍କୃତିରେ ଉଲ୍ଲେଖ ଥିବା ଜଗନ୍ନାଥଙ୍କର ବିଭିନ୍ନ ପ୍ରକାର ବେଶ ହେଲା:[୧][୨]

  1. ଗଜାନନ ବେଶ ବା ଗଣପତି ବେଶ ବା ହାତୀ ବେଶ : ଜ୍ୟେଷ୍ଠ ପୂର୍ଣ୍ଣିମା
  2. ନବଯୌବନ ବେଶ
  3. ସେନାପଟାଲାଗି ବେଶ
  4. ଟାହ୍ୟାଲାଗି ବେଶ
  5. ସୁନାବେଶ ବା ବଡ଼ତଢ଼ାଉ ବେଶ: ଆଷାଢ଼ ଶୁକ୍ଳ ଏକାଦଶୀ (ବାହୁଡ଼ା ଏକାଦଶୀ)
  6. ବଣଭୋଜି ବେଶ: ଭାଦ୍ରବ କୃଷ୍ଣ ଦଶମୀ
  7. କାଳୀୟଦଳନ ବେଶ: ଭାଦ୍ରବ କୃଷ୍ଣ ଏକାଦଶୀ
  8. ପ୍ରଳମ୍ବାସୁରବଧ ବେଶ: ଭାଦ୍ରବ ଦ୍ୱାଦଶୀ [୩]
  9. ଗିରି ଗୋବର୍ଦ୍ଧନ ବେଶ: ଭାଦ୍ରବ କୃଷ୍ଣ ତ୍ରୟୋଦଶୀ (ଏବେ ଏହି ବେଶ ବଦଳରେ କୃଷ୍ଣ ବଳରାମ ବେଶ ହେଉଅଛି ।)
  10. କୃଷ୍ଣ ବଳରାମ ବେଶ: ଭାଦ୍ରବ କୃଷ୍ଣ ତ୍ରୟୋଦଶୀ
  11. ବଳିବାମନ ବେଶ: ଭାଦ୍ରବ ଶୁକ୍ଳ ଦ୍ୱାଦଶୀ
  12. ରାଜା ବେଶ (ବିଶେଷ ଶୈଳୀରେ ସୁନାବେଶ): ଆଶ୍ୱିନ ଶୁକ୍ଳ ଦଶମୀ (ଦଶହରା)
  13. ରାଧାଦାମୋଦର ବେଶ: ପ୍ରତ୍ୟେକ ବର୍ଷ ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଦୀର୍ଘ ଏକମାସ ପର୍ଯ୍ୟନ୍ତ ପ୍ରତ୍ୟହ ଅନୁଷ୍ଠିତ ହୋଇଥାଏ ।
  14. ଠିଆକିଆ ବେଶ ବା ଲକ୍ଷ୍ମୀନାରାୟଣ ବେଶ: କାର୍ତ୍ତିକ ଶୁକ୍ଳ ଏକାଦଶୀ
  15. ବାଙ୍କଚୂଡ଼ା ବେଶ ବା ବାମନ ବେଶ: କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ
  16. ଆଡ଼କିଆ ବେଶ ବା ତ୍ରିବିକ୍ରମ ବେଶ: କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ
  17. ଡାଳିକିଆ ବେଶ ବା ଲକ୍ଷ୍ମୀନୃସିଂହ ବେଶ: କାର୍ତ୍ତିକ ଶୁକ୍ଳଚତୁର୍ଦ୍ଦଶୀ
  18. ରାଜରାଜେଶ୍ୱର ବେଶ (ସୁନା ବେଶ): କାର୍ତ୍ତିକ ପୂର୍ଣ୍ଣିମା
  19. ନାଗାର୍ଜୁନ ବେଶ: କାର୍ତ୍ତିକ ମଳ ତିଥି
  20. ଘୋଡ଼ଲାଗି ବେଶ: ମାର୍ଗଶୀର ଶୁକ୍ଳ ଷଷ୍ଠୀଠାରୁ ମାଘ ଶୁକ୍ଳ ପଞ୍ଚମୀ ପର୍ଯ୍ୟନ୍ତ କରାଯାଏ ।
  21. ମକରଚୌରାସୀ ବେଶ
  22. ପୁଷ୍ୟାଭିଷେକ ବେଶ (ସୁନା ବେଶ): ପୌଷ ପୂର୍ଣ୍ଣିମା ଦିନ ଜଗନ୍ନାଥଙ୍କ ଅଭିଷେକ ହୋଇଥାଏ । ଅଭିଷେକ ପରେ ଦିଅଁମାନଙ୍କୁ ରାଜ ବେଶ (ସୁନା ବେଶ)ରେ ସୁସଜ୍ଜିତ କରାଯାଇଥାଏ ।
  23. ଶ୍ରାଦ୍ଧ ବେଶ
  24. ପଦ୍ମ ବେଶ: ମାଘ ଅମାବାସ୍ୟା ପରେ ପଞ୍ଚମୀ ପୂର୍ବରୁ ପଡୁଥିବା ବୁଧବାର ବା ଶନିବାର ଦିନ ଏହି ବେଶ କରାଯାଇଥାଏ । [୪]
  25. ଗଜ ଉଦ୍ଧାରଣ ବେଶ: ମାଘ ପୂର୍ଣ୍ଣିମା
  26. ଚାଚେରୀ ବେଶ
  27. ଦୋଳପୂର୍ଣ୍ଣିମା ବେଶ (ସୁନାବେଶ): ଫାଲ୍‌ଗୁନ ପୂର୍ଣ୍ଣିମା
  28. ନବାଙ୍କ ବେଶ
  29. ଚନ୍ଦନଲାଗି ବେଶ:
  30. ରଘୁନାଥ ବେଶ: ଚୈତ୍ର ଶୁକ୍ଳ ନବମୀ (ରାମ ନବମୀ) ।[୫] ୧୮୦୫ ସାଲ ପରଠାରୁ ଏହି ବେଶ ଅନୁଷ୍ଠିତ ହୋଇନାହିଁ ।[୬]
  31. ଅବକାଶ ବେଶ ବା ତଡ଼ପ ଉତ୍ତରୀୟ ବେଶ: ପ୍ରତ୍ୟେକ ଦିନ ସକାଳେ ଅବକାଶ ପୂର୍ବରୁ
  32. ନିତ୍ୟ ଧୂପ ବେଶ
  33. ବଡ଼ସିଂହାର ବେଶ
  34. ହରିହର ବେଶ

ବାର ଅନୁଯାୟୀ ବସ୍ତ୍ରର ରଙ୍ଗ [୭]

ବାର ଅନୁଯାୟୀ ଶ୍ରୀମନ୍ଦିରରରେ ଠାକୁରମାନଙ୍କୁ ବିଭିନ୍ନ ରଙ୍ଗର ପାଟବସ୍ତ୍ରରେ ଭୂଷିତ କରାଯାଇଥାଏ, ଯଥା:

  • ରବିବାର - ନାଲି ରଙ୍ଗର ପାଟବସ୍ତ୍ର
  • ସୋମବାର - ଧଳାଛିଟ ପାଟବସ୍ତ୍ର
  • ମଙ୍ଗଳବାର - ବାର ପଟିଆ (ପାଞ୍ଚଟି ରଙ୍ଗ ବିଶିଷ୍ଟ) ବସ୍ତ୍ର
  • ବୁଧବାର - ନୀଳ ରଙ୍ଗର ବସ୍ତ୍ର
  • ଗୁରୁବାର - ହଳଦିଆ ପାଟବସ୍ତ୍ର
  • ଶୁକ୍ରବାର - ଧଳା ପାଟବସ୍ତ୍ର
  • ଶନିବାର - କଳା ପାଟବସ୍ତ୍ର

ଆଧାର

ଅଧିକ ତଥ୍ୟ