ଜହ୍ନ
ଜହ୍ନ ହେଉଛି ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ଏବଂ ସୌରଜଗତର ପଞ୍ଚମ ବୃହତ ଉପଗ୍ରହ । ଜହ୍ନ ହେଉଛି ଏକମାତ୍ର ଉପଗ୍ରହ ଯେଉଁଥିରେ ମଣିଷର ପାଦ ପଡ଼ିପାରିଛି । ଏବେ ନାସା ବୈଜ୍ଞାନିକମାନେ ପୃଥିବୀ ପରିକ୍ରମା କରୁଥିବା ଏକ ଗ୍ରହାଣୁ ଠାବ କରିଛନ୍ତି। ଏହା ଆକାରରେ ଛୋଟ ଓ ପୃଥିବୀର ବହୁ ଦୂରରେ ଥିବାରୁ ଏହାକୁ ଏକ କ୍ଷୁଦ୍ର ଉପଗ୍ରହ ବୋଲି କୁହା ଯାଇପାରେ।[୭] ପୃଥିବୀରୁ ଚନ୍ଦ୍ରର ହାରାହାରି ଦୂରତା ୩୮୪,୪୦୦ କିମି ବା ୧.୨୮ଆଲୋକ-ସେକେଣ୍ଡ।
Orbital characteristics | ||||||||||
---|---|---|---|---|---|---|---|---|---|---|
Perigee | 363,295 km (0.0024 AU) | |||||||||
Apogee | 405,503 km (0.0027 AU) | |||||||||
Semi-major axis | 384,399 km (୦.୦୦୨୫୭AU)[୧] | |||||||||
Eccentricity | ୦.୦୫୪୯[୧] | |||||||||
Orbital period | ୨୭.୩୨୧୫୮୨d (27 d 7 h 43.1 min[୧]) | |||||||||
Synodic period | ୨୯.୫୩୦୫୮୯d (29 d 12 h 44 min 2.9 s) | |||||||||
Average orbital speed | 1.022 km/s | |||||||||
Inclination | 5.145° to the ecliptic[୨] (between 18.29° and 28.58° to Earth's equator)[୧] | |||||||||
Longitude of ascending node | regressing by one revolution in 18.6 years | |||||||||
Argument of perigee | progressing by one revolution in 8.85 years | |||||||||
Satellite of | ପୃଥିବୀ | |||||||||
Physical characteristics | ||||||||||
Mean radius | 1,737.10 km (0.273 Earths)[୧][୩] | |||||||||
Equatorial radius | 1,738.14 km (0.273 Earths)[୩] | |||||||||
Polar radius | 1,735.97 km (0.273 Earths)[୩] | |||||||||
Flattening | ୦.୦୦୧୨୫ | |||||||||
Circumference | ୧୦,୯୭୧କିମି (equatorial) | |||||||||
Surface area | 3.793 km2 (0.074 Earths) | |||||||||
Volume | 2.1958 km3 (0.020 Earths) | |||||||||
Mass | 7.3477 kg (0.012300 Earths[୧]) | |||||||||
Mean density | 3.3464 g/cm3[୧] | |||||||||
Equatorial surface gravity | 1.622 m/s2 (0.165 4 g) | |||||||||
Escape velocity | ୨.୩୮କିମି/ସେ | |||||||||
Sidereal rotation period | 27.321582 d (synchronous) | |||||||||
Equatorial rotation velocity | 4.627 m/s | |||||||||
Axial tilt | 1.5424° (to ecliptic) 6.687° (to orbit plane)[୨] | |||||||||
Albedo | 0.136[୪] | |||||||||
Surface temp. equator 85°N[୫] |
| |||||||||
Apparent magnitude | −2.5 to −12.9 −12.74 (mean full moon)[୩] | |||||||||
Angular diameter | 29.3 to 34.1 arcminutes[୩] | |||||||||
Atmosphere[୬] | ||||||||||
Surface pressure | 10−7 Pa (day) 10−10 Pa (night) | |||||||||
Composition | ଆର୍ଗନ୍, ହିଲିଅମ୍, ସୋଡି଼ଅମ୍, ପୋଟାସିଅମ୍, ଉଦଜାନ, ରାଡନ୍ | |||||||||
ଚନ୍ଦ୍ର ପ୍ରାୟ ୪.୫ ଅର୍ବୁଦ ବର୍ଷ ପୂର୍ବେ ସୃଷ୍ଟି ହୋଇଥିବାର ଅନୁମାନ କରାଯାଏ। ଚନ୍ଦ୍ରର ସୃଷ୍ଟି ସମ୍ପର୍କରେ ଅନେକ ବର୍ଣ୍ଣନା ମିଳେ। ମଙ୍ଗଳ ଆକାରର ଏକ ବସ୍ତୁ ପୃଥିବୀ ସହିତ ସଂଘାତ ହେଲା ପରେ ନିର୍ଗତ ଅବଶେଷରୁ ଚନ୍ଦ୍ରର ସୃଷ୍ଟି ହେବା ଅଧିକାଂଶ ଆଦୃତ ହୁଏ। ପୃଥିବୀର ଆବର୍ତ୍ତନ ସହିତ ଚନ୍ଦ୍ରର ଆବର୍ତ୍ତନ ସମାନ ତାଳରେ ହେଉଥିବାରୁ ପୃଥିବୀରୁ ଚନ୍ଦ୍ରର ଗୋଟିଏ ପାଖ ସର୍ବଦା ଦେଖାଯାଏ।
ଚନ୍ଦ୍ରର ଆକର୍ଷଣ ଫଳରେ ସମୁଦ୍ରରେ ଜୁଆର ଓ ଭଟ୍ଟା ସୃଷ୍ଟି ହୁଏ। ପୃଥିବୀରୁ ସୂର୍ଯ୍ୟ ଓ ଚନ୍ଦ୍ର ପ୍ରାୟ ସମାନ ଅକାରର ଦେଖା ଯାଉ ଥିବାରୁ ସୂର୍ଯୋପରାଗ ଓ ଚନ୍ଦ୍ରଗ୍ରହଣ ପ୍ରାୟ ପୂର୍ଣଗ୍ରାସ ହୋଇଥାଏ।
ଆକାର ପ୍ରକାର
ଜହ୍ନର ନିରକ୍ଷୀୟ ବ୍ୟାସ ୧୭୩୮.୧୪କିମି ହୋଇଥିବା ସ୍ଥଳେ ମେରୁ ବ୍ୟାସ ୧୭୩୫.୯୭କିମି ଓ ହାରାହାରି ବ୍ୟାସ ୧୭୩୭.୧୦କିମି ଅଟେ। ଜହ୍ନର ପରିଧି ହେଉଛି ୧୦,୯୭୧କିମି.। ଗ୍ରହ ଓ ଉପଗ୍ରହର ବସ୍ତୁତ୍ୱ ତୁଳନା କଲେ ଜଣାଯାଏ ଯେ ଜହ୍ନ ହେଉଛି ସୌରଜଗତରେ ବୃହତ୍ତମ। ଜହ୍ନର ବୃହତ ଆକାର ଅନେକ ସମୟରେ ବାହ୍ୟ ପିଣ୍ଡମାନଙ୍କ ସଂଘାତରୁ ପୃଥିବୀକୁ ରକ୍ଷା କରେ ବୋଲି କିଛି ବିଶେଷଜ୍ଞ ମତ ଦିଅନ୍ତି। ଜହ୍ନ ପୃଷ୍ଠରେ କୋଟି କୋଟି ବର୍ଷ ଧରି ତିଆରି ହୋଇଥିବା ସଂଖ୍ୟାଧିକ ସଂଘାତ ଗହ୍ୱର ଏ କଥାର ପ୍ରମାଣ ଦିଏ।
ଭୌଗଳିକ ଗଠନ
ଚନ୍ଦ୍ର ସୃଷ୍ଟି ସମ୍ବନ୍ଧରେ ଦିଆ ଯାଇଥିବା ଅନେକ ମତ ଭିତରୁ ସର୍ବାଧିକ ସମ୍ମତ ମତଟି ଏହିପରି। ପ୍ରାୟ ୪.୫ ଅର୍ବୁଦ ବର୍ଷ ପୂର୍ବେ ପୃଥିବୀ ସହିତ ମଙ୍ଗଳ ଆକାରର ଏକ ପିଣ୍ଡର ସଂଘାତ ହୁଏ। ଏହି ସଂଘାତରୁ ନିର୍ଗତ ଅବଶେଷ ପୃଥିବୀର ମାଧ୍ୟାକର୍ଷଣ ଫଳରେ ପରିକ୍ରମା କରନ୍ତି। କାଳକ୍ରମେ ଅବଶେଷମାନେ ପରସ୍ପରର ଆକର୍ଷଣରେ ଏକ ବିଶାଳ ପିଣ୍ଡ ସୃଷ୍ଟି କରନ୍ତି। ପୃଥିବୀ ଦିଗରେ ସଂଘାତ ପାଇଁ ଆସୁଥିବା ଅନେକ ମହାକାଶୀୟ ପିଣ୍ଡ ପୃଥିବୀ ବଦଳରେ ଚନ୍ଦ୍ରରେ ସଂଘାତ କରନ୍ତି। ଅନେକ ପ୍ରାକୃତିକ କାରଣ ଯୋଗୁ ଚନ୍ଦ୍ର ପୃଥିବୀଠାରୁ ଦୂରେଇ ଯାଇ ଏବେକାର ଅବସ୍ଥିତିରେ ପୃଥିବୀକୁ ପରିକ୍ରମା କରେ।
ଭୌତିକ ଗୁଣ
ଜହ୍ନର କେନ୍ଦ୍ରରୁ ୨୪୦ କିମି ପର୍ଯ୍ୟନ୍ତ କଠିନ ଲ୍ଔହ ଓ ପ୍ରାୟ ୩୦୦ କିମି ପର୍ଯ୍ୟନ୍ତ ତରଳ ଲ୍ଔହର ଅବସ୍ଥିତି ଜଣାପଡେ଼। ଚନ୍ଦ୍ର ପୃଷ୍ଠରେ ଅନେକ ମୃତ ଆଗ୍ନେୟଗିରି ଦେଖାଯାଏ। ଚନ୍ଦ୍ର ପୃଷ୍ଠରେ ଥିବା ସଂଘାତ ଗହ୍ୱରମାନ ଖାଲି ଆଖିକୁ ମଧ୍ୟ ଦେଖାଯାଏ। ଦୃଶ୍ୟମାନ ପାର୍ଶ୍ୱରେ ଥିବା ବିଶାଳ ଗର୍ତ୍ତ ଏକ ଜଳାଶୟର ଭ୍ରମ ସୃଷ୍ଟି କରେ।
ଜଳର ଅବସ୍ଥିତି
ସୌର ତାପ ଯୋଗୁ ଚନ୍ଦ୍ରରେ ତରଳ ଜଳ ଉପସ୍ଥିତି ସମ୍ଭବ ନୁହେଁ। ଅତି ନଗଣ୍ୟ ବାୟୁମଣ୍ଡଳ ଓ ଦୁର୍ବଳ ମାଧ୍ୟାକର୍ଷଣ ଜଳୀୟବାଷ୍ପକୁ ମଧ୍ୟ ଧରି ରଖି ପାରେ ନାହିଁ। ସଂଘାତ ଗହ୍ୱରମାନଙ୍କ ନିମ୍ନଭାଗରେ କଠିନ ଜଳ ବରଫ ଆକାରରେ ଥିବାର ଅନୁମାନ କରାଯାଏ। ୨୦୦୮ରେ ଭାରତର ଚନ୍ଦ୍ରଯାନ-୧ ପ୍ରମାଣିତ କଲା ଯେ ଜହ୍ନ ପୃଷ୍ଠରେ କଠିନ ଜଳ ଅଛି।
ମାଧ୍ୟାକର୍ଷଣ ଓ ଚୁମ୍ବକୀୟ ଶକ୍ତି
ପୃଥିବୀ ସହ ସମ୍ପର୍କ
ପୃଥିବୀ ଚାରିପଟେ ଜହ୍ନର ପରିକ୍ରମଣ ସମୟ ହେଉଛି ୨୭.୩ ଦିନ। କିନ୍ତୁ ପୃଥିବୀର ସୂର୍ଯ୍ୟ ଚାରିପଟେ ପରିକ୍ରମଣ ଯୋଗୁ ସମାନ ଚନ୍ଦ୍ରକଳା ପ୍ରାୟ ୨୯.୫ ଦିନରେ ଦେଖାଯାଏ।
ଆଧାର
Bibliography
ଅଧିକ ପଠନ
ଅଧିକ ତଥ୍ୟ
Moon ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
ଉଇକିଅଭିଧାନରେ ଶବ୍ଦାର୍ଥମାନ ଖୋଜନ୍ତୁ | |
କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ | |
ଉଇକିମହାବିହାରରେ ଶିକ୍ଷଣ ଆଧାରମାନ ଖୋଜନ୍ତୁ | |
ଉଇକିସମ୍ବାଦରେ ସମ୍ବାଦ ଲେଖାମାନ ଖୋଜନ୍ତୁ | |
ଉଇକିକଥାରୁ ଢଗଢମାଳି ଓ କଥାମାନ | |
ଉଇକିଉତ୍ସରୁ ମୂଳାଧାର ଲେଖାମାନ | |
ଉଇକିପୋଥିରେ ପଢ଼ାବହିମାନ |
Cartographic resources
- "Consolidated Lunar Atlas". Lunar and Planetary Institute. Retrieved 26 February 2012.
- Gazetteer of Planetary Nomenclature (USGS) List of feature names.
- "Clementine Lunar Image Browser". U.S. Navy. 15 October 2003. Retrieved 12 April 2007.
- 3D zoomable globes:
- "Google Moon". Google. 2007. Retrieved 12 April 2007.
- "Moon". World Wind Central. NASA. 2007. Retrieved 12 April 2007.
- Aeschliman, R. "Lunar Maps". Planetary Cartography and Graphics. Archived from the original on 6 February 2004. Retrieved 12 April 2007. Maps and panoramas at Apollo landing sites
- Japan Aerospace Exploration Agency (JAXA) Archived 2012-03-05 at the Wayback Machine. Kaguya (Selene) images
Observation tools
- "NASA's SKYCAL—Sky Events Calendar". NASA Eclipse Home Page. Archived from the original on 13 December 2012. Retrieved 27 August 2007.
- "Find moonrise, moonset and moonphase for a location". 2008. Retrieved 18 February 2008.
- "HMNAO's Moon Watch". 2005. Archived from the original on 4 February 2009. Retrieved 24 May 2009. See when the next new crescent moon is visible for any location.