ଦ ବ୍ଲୁ ଅମ୍ବ୍ରେଲା

ରସ୍କିନ ବଣ୍ଡଙ୍କଦ୍ୱାରା ଲିଖିତ ଏକ ଇଂରାଜୀ ଉପନ୍ୟାସ

ଦ ବ୍ଲୁ ଅମ୍ବ୍ରେଲା, ରସ୍କିନ ବଣ୍ଡଙ୍କଦ୍ୱାରା ଲିଖିତ ଏକ ଇଂରାଜୀ ଉପନ୍ୟାସ । ଏହା ୧୯୮୦ମସିହାରେ ପ୍ରଥମେ ପ୍ରକାଶିତ ହୋଇଥିଲା ।[୧] ୨୦୦୫ ମସିହାରେ, ବିଶାଳ ଭାରଦ୍ୱାଜ ଏହି ଉପନ୍ୟାସକୁ ଆଧାର କରି ସମନାମ ବିଶିଷ୍ଟ ଏକ ହିନ୍ଦୀ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରିଥିଲେ । ଏହି ଚଳଚ୍ଚିତ୍ରଟି, ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର ବିଭାଗରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲା ।[୨][୩] ଅମର ଚିତ୍ର କଥା, ବଣ୍ଡଙ୍କର ଏହି ଉପନ୍ୟାସ ଓ ଆଙ୍ଗ୍ରି ରିଭର ନାମରେ ଅନ୍ୟ ଏକ କାହାଣୀକୁ ନେଇ ଦ ବ୍ଲୁ ଅମ୍ବ୍ରେଲା - ଷ୍ଟୋରିଜ ବାୟ ରସ୍କିନ ବଣ୍ଡ ନାମରେ ଏକ କମିକ ସିରିଜ ପ୍ରସ୍ତୁତ କରିଥିଲେ ।[୪] ବଣ୍ଡଙ୍କର କ୍ଷୁଦ୍ରଗଳ୍ପ ସଂକଳନ ଚିଲଡ୍ରେନ୍ସ ଓମ୍ନିବସରେ ମଧ୍ୟ ଏହି ଉପନ୍ୟାସଟି ସ୍ଥାନ ପାଇଥିଲା ।

ଦ ବ୍ଲୁ ଅମ୍ବ୍ରେଲା  
ଲେଖକରସ୍କିନ ବଣ୍ଡ
ଦେଶ ଭାରତ
ଭାଷାଇଂରାଜୀ
ବିଭାଗଉପନ୍ୟାସ
ପ୍ରକାଶ ତାରିଖ୧୯୮୦
ମାଧ୍ୟମ ପ୍ରକାରବନ୍ଧେଇ, ଛପାବହି

ସାରାଂଶ

ହିମାଳୟର ଗଡ଼ୱାଲ ଅଞ୍ଚଳର ଏକ ଗ୍ରାମରେ ବିନ୍ୟା ନାମରେ ଝିଅଟିଏ ରହୁଥିଲା । ସେହି ଗ୍ରାମରେ ରାମ ଭରୋସେ ନାମକ ବ୍ୟକ୍ତିର ଏକ ଦୋକାନ ଥିଲା । ଦୋକାନରେ ଚା, ଦହି, ମିଠା ଓ କୋକାକୋଲା ଆଦି ସେ ବିକ୍ରୀ କରେ । ବିନ୍ୟା ନିଜର କଲରାପତ୍ରିଆ ବାଘ ନଖ ଖଚିତ ଲକେଟର ହାର ବିନିମୟରେ ଜଣେ ବିଦେଶିନୀଙ୍କଠାରୁ ଏକ ନୀଳରଙ୍ଗର ଛତା ଆଣିଥିଲା । ଏହି ଛତାଟିକୁ ଦେଖି ରାମ ଭରୋସେର ଲୋଭ ହେଲା ଓ ସେ ବିନ୍ୟାଠାରୁ ତାକୁ କିଣିବାକୁ ଚେଷ୍ଟା କଲା । କିନ୍ତୁ ବିନ୍ୟା ବିକ୍ରୀ କରିବାକୁ ପ୍ରସ୍ତୁତ ନଥିଲା । କ୍ରମେ ରାମ ଭରୋସେରେ ଲୋଭ ଏକ ପାଗଳାମୀରେ ପରିବର୍ତ୍ତିତ ହେଲା ଓ ସେ ଯେନତେନ ପ୍ରକାରରେ ସେ ଛତାକୁ କରାଗ୍ରତ କରିବାକୁ ଚେଷ୍ଟା କଲା । ତାଙ୍କ ଦୋକାନରେ କାମ କରୁଥିବା ରାଜାରାମ ନାମକ ବାଳକ ମାଲିକର ଏପରି ଆଗ୍ରହ ଦେଖି, ଛତାଟିକୁ ଚୋରୀ କରିବାକୁ ଚେଷ୍ଟା କଲା କିନ୍ତୁ ସେଥିରେ ବିଫଳ ହେଲା । ସେ ଅଞ୍ଚଳର ଲୋକମାନେ ରାମ ଭରୋସେର ଏପରି କୁତ୍ସିତ କାର୍ଯ୍ୟ ଦେଖି, ତା ଦୋକାନକୁ ଯିବା ବନ୍ଦ କରିଦେଲେ । ରାମ ଭରୋସେ ନିଜର କୁତ୍ସିତ କାର୍ଯ୍ୟପାଇଁ ଅନୁତାପ କରିଲା ଓ ତା ଅବସ୍ଥା କ୍ରମେ ଖରାପ ହେଲା । ବିନ୍ୟା ବୁଝିପାରିଲା ଯେ, ପରୋକ୍ଷଭାବେ ତା ଛତାଟି ହିଁ ରାମ ଭରୋସେର ଖରାପ ଅବସ୍ଥାର କାରଣ ଥିଲା । ସେ ଛତାଟିକୁ ରାମ ଭରୋସେକୁ ଦେଇଦେଲା ଓ ରାମ ଭରୋସେ ବିନାକୁ ଭାଲୁର ନଖ ଖଚିତ ଏକ ଲକେଟର ହାର ଉପହାର ଦେଲା । ରାମ ଭରୋସେ ଛତାଟିକୁ ନିଜ ଦୋକାନରେ ରଖିଲା ଓ ଏହା ସର୍ବସାଧାରଣଙ୍କ ବ୍ୟବହାରରେ ଲାଗିଲା ।

ଆଧାର