ନବାର୍କଟୀୟ କ୍ଷେତ୍ର

ନବାର୍କଟୀୟ କ୍ଷେତ୍ର, ଉତ୍ତର ଆମେରିକାର ଅଧିକାଂଶ ଭାଗରେ ବିସ୍ତାର ଲାଭ କରିଛି । ଏଥିରେ ଗ୍ରୀନଲାଣ୍ଡ, ମଧ୍ଯ ଫ୍ଲୋରିଡା ଏବଂ ମେକ୍ସିକୋର ଉଚ୍ଚଭୂମି ମଧ୍ଯ ଅଛନ୍ତି । ଉତ୍ତର ଆମେରିକାର କେତେକ ଅଂଶ ଏହି କ୍ଷେତ୍ରରେ ନାହାଁନ୍ତି, ସେଗୁଡିକ ହେଲା - ପୂର୍ବ ମେକ୍ସିକୋ, ଦକ୍ଷିଣ ଫ୍ଲୋରିଡ଼ା, ଉପକୂଳବର୍ତ୍ତୀ କେନ୍ଦ୍ରୀୟ ଫ୍ଲୋରିଡ଼ା, କେନ୍ଦ୍ରୀୟ ଆମେରିକା ଓ କରିବୀୟ ଦ୍ୱୀପପୁଞ୍ଜ । ଏଗୁଡ଼ିକ ଦକ୍ଷିଣ ଆମେରିକା ସହ ମିଶି ନବବିଷୁବୀୟ କ୍ଷେତ୍ର ଗଠନ କରିଥାନ୍ତି ।[୧]

ନବାର୍କଟୀୟ କ୍ଷେତ୍ର
ଜୈବରାଷ୍ଟ୍ର

ମହତ୍ତ୍ବପୂର୍ଣ୍ଣ ଜୈବାଞ୍ଚଳ

WWF, ଏହି କ୍ଷେତ୍ରକୁ ଚାରୋଟି ଜୈବାଞ୍ଚଳରେ ବିଭକ୍ତ କରିଛି ।[୨]

କାନାଡୀୟ କବଚ

କାନାଡୀୟ କବଚ ଜୈବାଞ୍ଚଳଟି ମହାଦେଶର ଉତ୍ତର ଭାଗରେ ବିସ୍ତୃତ । ଏହା ଆଲେଉସିଆନ ଦ୍ୱୀପପୁଞ୍ଜଠାରୁ ନବପ୍ରାପ୍ତଭୂମି ପର୍ଯ୍ୟନ୍ତ ବିସ୍ତାର ଲାଭ କରିଛି । ଏଥିରେ ଆର୍କଟୀୟ ତୁନ୍ଦ୍ରା ତଥା ଟାଇଗା ବଣ ମଧ୍ଯ ଅନ୍ତର୍ଭୁକ୍ତ ।[୩]

ଉତ୍ତର ଆମେରିକାର ପୂର୍ବଭାଗ

ପ୍ରାଚ୍ୟ ଯୁକ୍ତରାଷ୍ଟ୍ର ଆମେରିକା ତଥା ଆଗ୍ନେୟ କାନାଡ଼ାର ସମଶୀତୋଷ୍ଣ ବୃହତ୍-ପତ୍ରୀ ଏବଂ ମିଶ୍ରିତ ଜଙ୍ଗଲ, କେନ୍ଦ୍ରୀୟ ଯୁକ୍ତରାଷ୍ଟ୍ର ଆମେରିକା ତଥା ଦକ୍ଷିଣ-କେନ୍ଦ୍ରୀୟ କାନାଡ଼ାର ବୃହତ୍-ସମତଳ, ଆଗ୍ନେୟ ଯୁକ୍ତରାଷ୍ଟ୍ର ଆମେରିକାର ସମଶୀତୋଷ୍ଣ କୋନଧାରୀ ଜଙ୍ଗଲ ଇତ୍ଯାଦି ଏହି ଜୈବାଞ୍ଚଳର ଅନ୍ତର୍ଭୁକ୍ତ ।[୪]

ଉତ୍ତର ଆମେରିକାର ପଶ୍ଚିମ ଭାଗ

ଉତ୍ତରୀୟ ମେକ୍ସିକୋ ଏବଂ ନୈଋତୀୟ ଉତ୍ତର ଆମେରିକା

ଆଧାର