ପଲ୍‌ମୋନାରି ଏମ୍ବୋଲିଜ୍ମ

ପଲ୍‌ମୋନାରି ଏମ୍ବୋଲିଜ୍ମ (ପିଇ) ବା ଫୁସଫୁସ ଅନ୍ତଃଶଲ୍ୟତା ନାମ ଦିଆଯାଏ ଯେତେବେଳେ କୌଣସି ପଦାର୍ଥ ଦେହର ଅନ୍ୟ କୌଣସି ସ୍ଥାନରୁ ରକ୍ତରେ ଏମ୍ବୋଲିଜ୍ମ ବା ଅନ୍ତଶଲ୍ୟ ହୋଇ ପ୍ରବାହିତ ହୁଏ ଓ ଫୁସଫୁସ ଧମନୀକୁ ଅବରୋଧ କରେ ।[୧] ଏହାର ଲକ୍ଷଣ:- ଶ୍ୱାସକଷ୍ଟ (dyspnoea), ଛାତି ଯନ୍ତ୍ରଣା ବିଶେଷତଃ ପ୍ରଶ୍ୱାସ ନେଲା ବେଳେ ଓ କାଶିଲା ବେଳେ ରକ୍ତ ପଡ଼େ ।[୨] ଅନ୍ତଶିରା ଥ୍ରମ୍ବୋସିସ୍ ଲକ୍ଷଣ ମଧ୍ୟ ପ୍ରକାଶିତ ହୁଏ ଯେଉଁଥିରେ ଏକ ଲାଲ, ଉଷୁମ, ସ୍ଫିତ ଓ କଷ୍ଟଦାୟକ ଗୋଡ଼ ଦେଖାଯାଏ ।[୨] ସ୍ୱଳ୍ପ ଅମ୍ଳଜାନ ସାଚୁରେସନ, ଦୃତ ଶ୍ୱାସକ୍ରିୟା, ଦୃତ ହୃତ୍‌ପିଣ୍ଡ ଗତି ଓ ବେଳେ ବେଳେ ସାମାନ୍ୟ ଜ୍ୱର ହୁଏ ।[୩] ରୋଗ ସାଂଘାତିକ ହେଲେ ଅତ୍ୟଳ୍ପ ରକ୍ତଚାପ, ମୂର୍ଚ୍ଛା ଓ ହଠାତ୍ ମୃତ୍ୟୁ ହୋଇଯାଏ ।[୪]

ପଲ୍‌ମୋନାରି ଏମ୍ବୋଲିଜ୍ମ
Chest spiral CT scan with radiocontrast agent showing multiple filling defects both at the bifurcation ("saddle" pulmonary embolism) and in the pulmonary arteries.
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିHematology, cardiology, pulmonology
ଆଇସିଡ଼ି-୧୦I26.
ଆଇସିଡ଼ି-୯-ସିଏମ୍415.1
ରୋଗ ଡାଟାବେସ10956
ମେଡ଼ିସିନ-ପ୍ଲସ000132
ଇ-ମେଡ଼ିସିନmed/1958 emerg/490 radio/582
Patient UKପଲ୍‌ମୋନାରି ଏମ୍ବୋଲିଜ୍ମ
MeSHD011655

ପିଇ ସାଧାରଣତଃ ଗୋଡ଼ରେ ସୃଷ୍ଟି ହୋଇଥିବା ଜମାଟ ରକ୍ତ ବା କ୍ଲଟ୍ ପ୍ରବାହିତ ହୋଇ ଫୁସଫୁସରେ ପ‌ହଞ୍ଚି ରୋଗ ସୃଷ୍ଟି କରେ ।[୧] କର୍କଟ ରୋଗ, ଦୀର୍ଘକାଳୀନ ବିଛଣା ବିଶ୍ରାମ, ଧୂମ୍ରପାନ, ସ୍ଟ୍ରୋକ୍, କେତେକ ଜେନେଟିକ ରୋଗ, ଗର୍ଭାବସ୍ଥା, ମୋଟାପଣ, ଓ କେତେକ ଅପରେଶନ ପରେ ଏହି କ୍ଲଟ୍ ସଙ୍କଟ ବୃଦ୍ଧି ପାଏ ।[୫] ଅଳ୍ପ କେତେକ କେଶ୍‌ରେ ବାୟୁ, ଚର୍ବି, ଓ ଉଲ୍ୱଜଳ ଏମ୍ବୋଲିଜ୍ମ ହୋଇପାରେ ।[୬][୭] ଚିହ୍ନ ଓ ଲକ୍ଷଣ ସ‌ହିତ ପରୀକ୍ଷା ଫଳ ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ । ଏକ ରକ୍ତ ପରୀକ୍ଷା ଡି ଡାଇମରଦ୍ୱାରା ଏହି ରୋଗ ନ ଥିବା ଜଣାଯାଇ ପାରେ । ଅନ୍ୟଥା ସିଟି ପଲ୍‌ମାନାରି ଆଞ୍ଜିଓଗ୍ରାଫି, ଫୁସଫୁସ ଭେଣ୍ଟଲେସନ/ପରଫ୍ୟୁଜନ ସ୍କାନ ବା ଗୋଡ଼ର ଅଲ୍‌ଟ୍ରାସାଉଣ୍ଡ କରି ରୋଗ ନିର୍ଣ୍ଣୟ କରାଯାଏ । [୮] ଅନ୍ତଃଶିରା ଥ୍ରମ୍ବୋସିସ ଓ ପିଇ ଉଭୟ ରୋଗ ଥିଲେ ଭେନସ ଥ୍ରୋମ୍ବୋଏମ୍ବୋଲିଜ୍ମ ବା ଭିଟିଇ କୁହାଯାଏ ।[୯]

ଅପରେଶନ ହେବା ପରେ ତୁରନ୍ତ ଚଳପ୍ରଚଳ ହେଲେ, ବସିବା ସମୟରେ ଗୋଡ଼ ବ୍ୟାୟାମ ଓ କେତେକ ଅପରେଶନ ପରେ ରକ୍ତ ପତଳାକାରୀ ଔଷଧ ଦେଲେ ଏହି ରୋଗର ପ୍ରତିଷେଧ ହୁଏ ।[୧୦] ହେପାରିନ ବା ୱାରଫାରିନ ଆଦି ରକ୍ତ ପତଳାକାରୀ ଔଷଧ ଦେଇ ଚିକିତ୍ସା କରାଯାଏ ।[୧୧] ଅଧିକାଂଶ ସମୟରେ ଏହି ଔଷଧ ୬ମାସ ବା ଅଧିକ ସମୟ ଧରି ଦିଆଯାଏ ।[୧୨] ଅତି ସାଂଘାତିକ ରୋଗରେ ଟିସୁ ପ୍ଲାଜ୍‌ମିନୋଜେନ ଆକ୍ଟିଭେଟର ଦେଇ ଥ୍ରମ୍ବୋଲାଇସିସ୍ କରାଯାଏ ବା ପଲମୋନାରି ଥ୍ରମ୍ବେକ୍ଟମି ଅପରେଶନ କରାଯାଏ । ରକ୍ତ ପତଳାକାରୀ ଔଷଧ ଯଥେଷ୍ଟ ନ ହେଲେ ଭେନା କାଭା ଫିଲଟର ବ୍ୟବ‌ହାର କରାଯାଏ ।[୧୧]

ପ୍ରତି ବର୍ଷ ୟୁରୋପରେ ପ୍ରାୟ ୪୩୦,୦୦୦ଲୋକ ପଲ୍‌ମୋନାରି ଏମ୍ବୋଲିଜ୍ମ ରୋଗଦ୍ୱାରା ଆକ୍ରାନ୍ତ ହୁଅନ୍ତି ।[୧୩] ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତି ବର୍ଷ ୩୦୦,୦୦୦ରୁ ୬୦୦,୦୦୦ଲୋକ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି,[୧][୧୪] ଯାହା ଫଳରେ ୫୦,୦୦୦ରୁ[୧୪] ୨୦୦,୦୦୦ ଲୋକଙ୍କର ମୃତ୍ୟୁ ହୁଏ ।[୧୫] ପୁରୁଷ ଓ ମହିଳାଙ୍କ ରୋଗ ହାର ସମାନ ଥାଏ । ବୟସ ବୃଦ୍ଧି ହେବା ପରେ ଏହି ରୋଗ ସାଧାରଣତଃ ହୁଏ ।[୫]

ଆଧାର