ବାଦ୍ୟ ଯନ୍ତ୍ର

ଧ୍ୱନି ସୃଷ୍ଟିକରୁଥିବା ବସ୍ତୁ

ଏକ ବାଦ୍ୟ ଯନ୍ତ୍ରର ନିର୍ମାଣ କିମ୍ବା ବ୍ୟବହାର ସଙ୍ଗୀତର ଧ୍ୱନି ବାହାର କରିବା ନିମନ୍ତେ ବ୍ୟବହାର କରାଯାଇଥାଏ । ମୋଟାମୋଟି ଭାବେ କୌଣସି ଧ୍ୱନି ସୃଷ୍ଟିକରୁଥିବା ବସ୍ତୁକୁ ବାଦ୍ୟଯନ୍ତ୍ର କୁହାଯାଇପାରେ । ବାଦ୍ୟଯନ୍ତ୍ରର ଇତିହାସ ମାନବ ସଂସ୍କୃତିର ଆରମ୍ଭରୁ ବୋଲି ଗଣାଯାଇଥାଏ । ଏହାର ଶୈକ୍ଷଣିକ ଅଧ୍ୟୟନକୁ ଇଂରାଜୀରେ "ଅର୍ଗାନୋଲୋଜି" କୁହାଯାଏ । ସଙ୍ଗୀତ-ବାଦ୍ୟ ରୂପରେ ଏକ ବାଦିତ ଯନ୍ତ୍ରର ତିଥି ଏବଂ ଉତ୍ପତ୍ତି ୬୭,୦୦୦ ବର୍ଷ ପୁରୁଣା ବୋଲି କୁହାଯାଏ । କେତେକଙ୍କ ମତରେ ବଂଶୀର ବୟସ ପାଖାପାଖି ୩୭,୦୦୦ ବର୍ଷ । ତେବେ ସଜ୍ଞା ନିରୂପଣର ଆଞ୍ଚଳିକତା ଓ ତିଆରି ଲାଗୁଥିବା ବସ୍ତୁର ଆପେକ୍ଷିକ ଅସ୍ଥାୟୀ ଅବସ୍ଥା ସକାଶେ ବାଦ୍ୟଯନ୍ତ୍ରର ପ୍ରକୃତ ବୟସ ଆକଳନ କରିବା ସମ୍ଭବପର ହୋଇପାରିନାହିଁ । ଅନେକ ପୁରୁଣା ବାଦ୍ୟଯନ୍ତ୍ର ଜୀବଯନ୍ତୁଙ୍କ ଚମଡ଼ା ଓ ହାଡ଼, କାଠ ଓ ଅନ୍ୟାନ୍ୟ କାଳକ୍ରମେ ନଷ୍ଟ ହୋଇଯାଉଥିବା ବସ୍ତୁରେ ତିଆରି ହେଉଥିଲା ।

"ଆନ୍ନେ ଭଲ୍ଲାୟେର-କଷ୍ଟର", ସଙ୍ଗୀତର ଉପସ୍ଥିତି, ୧୭୭୦ । "ଫ୍ରେଞ୍ଚ୍ ବାରକ୍ୟୁ"ର ବିଭିନ୍ନ ଧରଣର ବାଦ୍ୟ ଯନ୍ତ୍ର - "ବାସ୍ତବ ହର୍ଣ୍ଣ , ତେରଛା ବଂଶୀ , ମୁସେଟ୍ , ଭାଓଲିନ ଏବଂ ଲ୍ୟୁଟ୍"ର ସଚିତ୍ର

ବାଦ୍ୟ-ଯନ୍ତ୍ର ଦୁନିଆର ବହୁ ପୁରୁଣା କ୍ଷେତ୍ରରେ ସ୍ୱତନ୍ତ୍ର ରୂପରେ ବିକାଶିତ ହୋଇପାରିଛି । ହୁଏତ ସଭ୍ୟତାଗୁଡ଼ିକ ଭିତରେ ଦିଆନିଆ ହେତୁ ଅଧିକାଂଶ ଯନ୍ତ୍ରର ଚଞ୍ଚଳ ପ୍ରସାର ହେବା ସହିତ ମୂଳ ସ୍ଥାନରୁ ବହୁ ଦୂରରେ ମଧ୍ୟ ସେଗୁଡ଼ିକର ବ୍ୟବହାର ହୋଇପାରିଥିଲା । ମଧ୍ୟ ଯୁଗ ପର୍ଯ୍ୟନ୍ତ ମେସୋପୋଟାମିଆର ଯନ୍ତ୍ରକୁ ମାଳୟ ଦ୍ୱୀପସମୂହରେ ଦେଖାଯାଇ ପାରୁଥିଲା ଏବଂ ଉତ୍ତର ଆଫ୍ରିକାର ଯନ୍ତ୍ରକୁ ୟୁରୋପରେ ବାଦନ କରାଯାଇଥିଲା । ଆମେରିକାରେ ବିକାଶ ବହୁ ଧୀର ଗତିରେ ହୋଇଥିଲା କିନ୍ତୁ ଉତ୍ତର, ମଧ୍ୟ ଏବଂ ଦକ୍ଷିଣ ଆମେରିକାର ସଂସ୍କୃତିମାନ ବାଦ୍ୟଯନ୍ତ୍ରକୁ ବହୁ ସମ୍ମାନ କରୁଥିଲେ ।

ପୂର୍ଣ୍ଣ ତତ୍ତ୍ୱ

ପ୍ରଥମ ବାଦ୍ୟ-ଯନ୍ତ୍ରର ବିକାଶ କିଏ ଏବଂ କେବେ କରିଥିଲେ, ଏହି କଥାର ସତ୍ୟା-ସତ୍ୟ ଜାଣିବା ପାଇଁ ଶୋଧକର୍ତ୍ତାମାନେ ଦୁନିଆର ବହୁ କୋଣାନୁକୋଣରେ ସଙ୍ଗୀତ ବାଦ୍ୟ-ଯନ୍ତ୍ରର ବିଭିନ୍ନ ପୁରା-ତାତ୍ୱିକ ଉପସ୍ଥିତି ଖୋଜିବା ପ୍ରକ୍ରିୟା ଆରମ୍ଭ କରିଥିଲେ । କିଛି ଖୋଜିବା ପ୍ରକ୍ରିୟା ୬୭,୦୦୦ ବର୍ଷ ପର୍ଯ୍ୟନ୍ତ ପୁରୁଣା ଥିଲା , କିନ୍ତୁ ବାଦ୍ୟ-ଯନ୍ତ୍ର ରୂପେ ଅନେକ ସ୍ଥାନରେ ବିବାଦ ଉପୁଜି ଥାଏ । ସର୍ବସମ୍ମତିର ପାଖରେ , ୩୭,୦୦୦ ବର୍ଷ ପୁରୁଣା କିମ୍ବା ତା'ପରର କଳାକୃତି ବିଷୟରେ ଏକ ନିଯୁକ୍ତି କରାଗଲା । କେବଳ ସେହିପରି କଳାକୃତି ମାନ ବଞ୍ଚିରହିଛି ଯାହା ସ୍ଥାୟୀ ସାମଗ୍ରୀ କିମ୍ବା ସ୍ଥାୟୀ ଉପାୟର ଉପଯୋଗ କରି ତିଆରି କରାଯାଇଛି । ଏହି ପ୍ରକାର ଖୋଜାଯାଇଥିବା ନମୂନା ଗୁଡିକୁ ଅବିବାଦିତ ପ୍ରକ୍ରିୟାରେ ସବୁଠାରୁ ପ୍ରାରମ୍ଭିକ ବାଦ୍ୟ-ଯନ୍ତ୍ର ମାନି ହେବ ନାହିଁ ।[୧]

ସ୍ଲୋଭେନିଆରେ ଖୋଜା ଯାଇଥିବା, "ଡ଼ିଭଜେ ବାବେ ବଂଶୀ" ", ପୁରାତନ ଜ୍ଞାତ ସାରରେ ଥିବା ବାଦ୍ୟ-ଯନ୍ତ୍ର

ଜୁଲାଇ ୧୯୯୫ ମସିହାରେ , ଶ୍ଲୋବେନିୟାଈ ପୁରାତତ୍ତ୍ୱବିଦ ଇବାନ ତୁର୍କ "ଶ୍ଳୋବେନିୟା"ର ଉତ୍ତର ପଶ୍ଚିମ କ୍ଷେତ୍ରରେ ଏକ ହାଡରେ ତିଆରି ବସ୍ତୁର ଆବିଷ୍କାର କଲେ । ଏହି ବସ୍ତୁକୁ "ଡିଜ୍ୱେ ୱେବ ଫ୍ଲୂଟ" ନାମ ଦିଆଗଲା , ଏଥିର୍ ଚାରିଗୋଟି କଣା ରହିଥିଲା । କାନାଡ଼ାର ସଙ୍ଗୀତ ବୈଜ୍ଞାନିକ "ବାଁବ୍ ଫିଙ୍କ" ମାନନ୍ତି ଯେ , ଏହି ବାଦ୍ୟକୁ ଡାୟାଟୋନିକ ସ୍କେଲର ଚାରି ନୋଟକୁ ବଜାଇବା ପାଇଁ ବ୍ୟବହାର କରାଯାଉଥିବ । ଶୋଧକର୍ତ୍ତାମାନେ ଏହି ବଂଶୀର ବୟସର ଅନୁମାନ ୪୩,୪୦୦ ଏବଂ ୬୭,୦୦୦ ବର୍ଷ ମଧ୍ୟରେ ହୋଇଥିବାର ଆଶା କରାଯାଉଛି , ଯେଉଁଥିରୁ ଏହା ସବୁଠାରୁ ପ୍ରାଚୀନ ଏବଂ ନିଏଣ୍ଡରଥଲ ସଂସ୍କୃତିରେ ଯୋଡ଼ା ହୋଇଥିବା ଏକମାତ୍ର ବାଦ୍ୟ-ଯନ୍ତ୍ର ରୂପେ ତିଆରି ହୋଇଯାଇଥିବ ।[୨] ହୁଏତ , କିଛି ପୁରା-ତତ୍ତ୍ୱବିଦମାନେ ଏହି ବଂଶୀକୁ ଏକ ବାଦ୍ୟ-ଯନ୍ତ୍ର ହେବା ଉପରେ ପ୍ରଶ୍ନ ଉଠାଇ ପାରନ୍ତି।[୩] ଜର୍ମାନୀର ପୁରତତ୍ତ୍ୱବିଦମାନେ ସ୍ୱାବିଆନ ପର୍ବତମାଳାରେ ୩୦,୦୦୦ରୁ ୩୭,୦୦୦ ବର୍ଷ ପୁରୁଣା ମୌମଥର ହାଡ଼ ଏବଂ ହଂସ ହାଡର ବାଂଶୁରୀ ଖୋଜିଥିଲେ । ଏହି ବାଂଶୁରୀଗୁଡିକୁ "ଉପରୀ ପଲେଓଲିଥିକ" କାର୍ଯ୍ୟାଳୟରେ ତିଆରି କରାଯାଇଥିଲା ଏବଂ ଏଥିରେ ଅପେକ୍ଷାକୃତ ଅଧିକ ସାଧାରଣ ରୂପେ ପ୍ରାଚୀନତମ ଜ୍ଞାତ ବାଦ୍ୟ-ଯନ୍ତ୍ର ରୂପରେ ସ୍ୱୀକାର କରାଯାଏ ।[୪]

ବାଦ୍ୟଯନ୍ତ୍ରର ପୁରା-ତାତ୍ୱିକ ଶାକ୍ଷ , 'ଉର'ର ସୁମେରାଈ ସହରରେ ଶାହୀ କବରସ୍ଥାନର ଖୋଦେଇରେ ମିଳିଥିଲା । ଏହି ଉପକରଣରେ ନଅ ଗୋଟି ଲାଇଅର, ଦୁଇ ଗୋଟି ବୀନ୍, ଗୋଟିଏ ସିଲ୍ଭର ଡବଲ ଫ୍ଲୂଟ ଆଦି ରହିଛି । ଉରରେ ଖୋଜା ଯାଇଥିବା ରୀଡ଼ର ସଦୃଶ ଆବାଜ କରୁଥିବା ସିଲ୍ଭର ପାଇପର ଆଧୁନିକ "ବୌଗପାଇପ"ର ପୂର୍ବବର୍ତ୍ତୀ ହୋଇଥିବାର ସମ୍ଭାବନା ଅଛି ।[୫] ଏହି ବେଲଣା କାର ପାଇପରେ ତିନି ପଟେ କଣା ରହିଛି ଯାହା ବାଦକକୁ ପୂର୍ଣ୍ଣ ସ୍ୱର ସ୍ଫୁଲିତ କରିବା ପାଇଁ ଅନୁମତି ଦେଇଥାଏ ।[୬] ୧୯୨୦ ଦଶକରେ "ଲିଓନାର୍ଡ ବୂଲୀ"ଙ୍କଦ୍ୱାରା କରାଯାଇଥିବା ଏହି ଖୋଦାଇରେ ଯନ୍ତ୍ର ନଷ୍ଟ ନ ହେଲାପରି ଟୁକଡା ଏବଂ ନଷ୍ଟ ହୋଇସାରିଥିବ ଜିନିଷର ଖାଲି ଜାଗା ମିଳିଥିଲା , ଯାହାଦ୍ୱାରା ଏହକୁ ପୁର୍ନବାର ତିଆରି କରିବା ପାଇଁ ଏକସଙ୍ଗେ ବ୍ୟବହାର କରାଯାଇଥିବ ।[୭] ଏହି ଯନ୍ତ୍ର ଯେଉଁ କବରଦ୍ୱାରା ସମ୍ବନ୍ଧିତ ଥିଲା ସେମାନଙ୍କ "କାର୍ବନ ଡେଟିଙ୍ଗ" ୨୬୦୦ ଏବଂ ୨୫୦୦ ବି.ସି.ଇ ମଧ୍ୟରେ କରାଯାଇଥିଲା , ଏହା ପ୍ରମାଣ ପ୍ରଦାନ କରିବା ହେତୁ କି ଏହି ସମୟ ପର୍ଯ୍ୟନ୍ତ ଏ ସମସ୍ତ ଯନ୍ତ୍ରର ବ୍ୟବହାର ସୁମେରିୟରେ କରାଯାଉ ଥିଲା ।[୮]

ମେସୋପୋଟାମିୟରେ ନିପ୍ପୁରରୁ ପ୍ରାପ୍ତ , ୨୦୦୦ ବି.ସି.ଇ ପୁରୁଣା "କୀଲାକା"ର "ଟୌବଲେଟ"ରେ ଲାଇଅରର ତାରାମାନଙ୍କ ନାମ ଇଙ୍ଗିତ ହୋଇଛି ଏବଂ ଏହା ସ୍ୱରଲିପିର ସବୁଠାରୁୁ ପ୍ରାଚୀନ ବୋଲି ଏକ ଜ୍ଞାତ ଉଦାହରଣ ଅଟେ ।[୯]

ଇତିହାସ

ବିଦ୍ୱାନମାନେ ଏହି କଥାରେ ସହମତ କି , ବିଭିନ୍ନ ସଂସ୍କୃତିରେ ବାଦ୍ୟ-ଯନ୍ତ୍ରର ସଠିକ କାଳକ୍ରମ ନିର୍ଧାରଣ କରିବାର କୌଣସି ପୂର୍ଣ୍ଣ ବିଶ୍ୱସନିୟ ଉପାୟ ନାହିଁ । ସେମାନଙ୍କ ଜଟିଳତାର ଆଧାରରେ ବାଦ୍ୟ-ଯନ୍ତ୍ରର ତୁଳନା ଏବଂ ସେମାନଙ୍କ ଆୟୋଜନ ଭ୍ରମକ ଅଟେ , ଚୂଙ୍କି ବାଦ୍ୟ-ଯନ୍ତ୍ରମାନଙ୍କରେ ହୋଇଆସୁଥିବା ବିକାଶ କେବେ-କେବେ ଜାତିଳତାକୁ କମ କରିପାରିଛି । ଉଦାହରଣ ରୂପେ , ପ୍ରାରମ୍ଭିକ ସ୍ଲିଟ୍ ଡ୍ରମର ନିର୍ମାଣ କରିବା ଲାଗି ବିଶାଳ ବୃକ୍ଷକୁ କଟାଗଲା ଏବଂ ସେ ସବୁକୁ ଖୋଖଳା କରିବାରେ ଜଡ଼ିତ ଥିଲା ; ପରେ 'ସ୍ଲିଟ୍ ଡ୍ରମ'ର ନିର୍ମାଣ ବାଉଁଶରେ ତଳ ଭାଗକୁ ଖୋଳିକରି କରାଗଲା , ଯାହା ବହୁ ସହଜ ଏବଂ ସାଧାରଣ ଥିଲା ।[୧୦] ଏହିପ୍ରକାର କରିଗରୀର ଆଧାରରେ ବାଦ୍ୟ-ଯନ୍ତ୍ରର ବିକାଶକୁ ଆୟୋଜିତ କରିବା ଭ୍ରମକ ଅଟେ , ଚୂଙ୍କି ସମସ୍ତ ସଂସ୍କୃତିର ବିଭିନ୍ନ ସ୍ତରରେ ବିକାଶ କରିଥାଏ ଏବଂ ସେ ସବୁକୁ ଅଲଗା ଅଲଗା ସାମଗ୍ରୀର ଉପଲବ୍ଧ ହୋଇଥାଏ । ଉଦାହରଣ : ଗୋଟିଏ ସମୟରେ ଉପସ୍ଥିତ ଦୁଇ ସଂସ୍କୃତି ମାନ ; ଯାହାର ଗଠନ , ସଂସ୍କୃତି ଏବଂ ହସ୍ତକଳାର ଭିନ୍ନତା ରହିଥିଲା , ସେମାନଙ୍କଦ୍ୱାରା ପ୍ରସ୍ତୁତ ବାଦ୍ୟ-ଯନ୍ତ୍ରର ତୁଳନା କରିବାର ପ୍ରୟାସକାରୀ ମାନବ-ବିଜ୍ଞାନୀମାନେ ଏହା ନିର୍ଦ୍ଧାରିତ କରିପାରିବେ ନାହିଁ କି , କେଉଁ ବାଦ୍ୟ-ଯନ୍ତ୍ର ଅଧିକ ଆଦିମ ଅଟେ ।[୧୧] ଭୂଗୋଳର ଆଧାରରେ ଯନ୍ତ୍ର ଗୁଡିକୁ କ୍ରମିତ କରିବା ମଧ୍ୟ ଆଂଶିକ ରୂପେ ଅବିଶ୍ୱାସନିୟ ଅଟେ , କାରଣ କେହି ମଧ୍ୟ ଏହା ନିର୍ଦ୍ଧାରିତ କରିପାରିବେ ନାହିଁ କି , କେବେ ଏବଂ କେଉଁ ପ୍ରକାରରେ ସଂସ୍କୃତି ଜଣେ ଦ୍ୱିତୀୟ ଜଣଙ୍କ ସହ ସମ୍ପର୍କ କଲେ ଏବଂ ନିଜ ନିଜ ଭିତରେ ଜ୍ଞାନ ଆହରଣ କରିଥିଲେ ।

ଜର୍ମାନୀ ସଙ୍ଗୀତ ବୈଜ୍ଞାନିକ , କର୍ଟ ସାସ୍କ , ଯିଏ ଆଧୁନିକ ସମୟର ସବୁଠାରୁ ପ୍ରମୁଖ ସଙ୍ଗୀତ ବୈଜ୍ଞାନିକ ଏବଂ ମାନବ ଜାତି ବିଜ୍ଞାନୀ ଅଟନ୍ତି[୧୨] , ଶୁଣାଯାଏ କି ପାଖାପାଖି ୧୪୦୦ ବର୍ଷ ପର୍ଯ୍ୟନ୍ତର ଏକ ଭୌଗୋଳିକ କାଳକ୍ରମ ଭଲ ଅଟେ , କାରଣ ଏହା ସୀମିତ ରୂପରେ ବ୍ୟକ୍ତି ପରଖ ଅଟେ ।[୧୩] ୧୪୦୦ ବର୍ଷର ଉପରେ , ସମୟାବଧିର ଆଧାରରେ ବାଦ୍ୟ-ଯନ୍ତ୍ରର ସମଗ୍ର ବିକାଶ ପାଇଁ ଯାଇପାରେ ।[୧୩]

ବାଦ୍ୟ-ଯନ୍ତ୍ରର ବିକାଶ , କ୍ରମ ଅଙ୍କନର ବିଜ୍ଞାନ , ପୁରାତାତ୍ୱିକ ଶିଳ୍ପ , କଳାତ୍ମକ ଅଙ୍କନ ଏବଂ ସାହିତ୍ୟିକ ସନ୍ଦର୍ଭରେ ନିର୍ଭର କରିଥାଏ । ଚୂଙ୍କି କୌଣସି ଏକ ଅନୁସନ୍ଧାନ ମାର୍ଗରେ ଆଙ୍କଡେ ଆଧୁରା ହୋଇ ଥାଇପାରେ , ସମସ୍ତ ତିନି ମାର୍ଗ ଏକ ଅଧିକ ଭଲ ଐତିହାସିକ ଚିତ୍ର ଉପଲବ୍ଧ କରିଥାଏ ।[୧]

ଆଦିମ ଏବଂ ପ୍ରାଗୈତିହାସିକ

ଦୁଇ ଏଜ୍ଟେକ ସ୍ଲିଟ ଡ୍ରମ , ଯାହାକୁ ଟେପଣାତ୍ୟଳୀ କୁହାଯାଏ । "H" ସ୍ଲିଟ ଚରିତ୍ରକୁ ଅଗ୍ରଭୂମିରେ ଡ୍ରମର ଶୀର୍ଷରେ ଦେଖାଯାଇ ପାରିବ ।

୧୯ବିଂ ଶତାବ୍ଦୀ ପର୍ଯ୍ୟନ୍ତ , ଲିଖିତ ୟୁରୋପୀୟ ସଙ୍ଗୀତ ଇତିହାସ , ଏହି ପୌରାଣିକ ବିବରଣୀ ସହିତ ଆରମ୍ଭ ହୋଇଥାଏ କି , ବାଦ୍ୟ-ଯନ୍ତ୍ରର ଆବିଷ୍କାର କିପରି କରାଗଲା । ଏହି ବିବରଣୀ ଗୁଡିକରେ ସମ୍ମିଳିତ ଅଛନ୍ତି ଜୁବାଲ , କୌନର ବଂଶଜ ଏବଂ "ସେମାନ ସଭିଙ୍କର ପିତା ଯିଏ ହାର୍ପ ଏବଂ ଆଁର୍ଗନ ସମ୍ଭାଳନ୍ତି" , ପାନ , ପୌନପାଇପର ଆବିଷ୍କାରକ ଏବଂ ମରକରୀ , କୁହାଯାଏ ଯିଏ କଛୁଏର ସୁଖା ଖୋଳରେ ପ୍ରଥମ ଲାଇଅର ତିଆରି କରିଥିଲେ । ଆଧୁନିକ ଇତିହାସ ଏହିପରି ପୌରାଣିକ କଥାକୁ ମାନବଶାସ୍ତ୍ରୀୟ ଅଟକଳଦ୍ୱାରା ପ୍ରତିସ୍ଥାପିତ କରିଥିଲା ଏବଂ କେବେ-କେବେ ଏହାକୁ ପୁରାତାତ୍ୱିକ ଶାକ୍ଷଦ୍ୱାରା ପୁଷ୍ଟ ମଧ୍ୟ କରିଛନ୍ତି । ବିଦ୍ୱାନ ମାନଙ୍କର ମାନିବା ହୁଏ କି , ବାଦ୍ୟ-ଯନ୍ତ୍ରର କୌଣସି ନିଶ୍ଚିତ "ଆବିଷ୍କାର" କରାଯାଇନାହିଁ । ଚୂଙ୍କି "ବାଦ୍ୟ ଯନ୍ତ୍ର" ଶବ୍ଦର ପରିଭାଷା ବିଦ୍ୱାନ ଏବଂ ଭାବି-ଆବିଷ୍କାରକ , ଦୁଇଜଣଙ୍କ ପାଇଁ ପୂର୍ଣ୍ଣ ରୂପରେ ବ୍ୟକ୍ତିପରଖ ଅଟେ । ଉଦାହରଣ : ଏକ ହୋମୋ ହବୀଳିସର ନିଜ ଶରୀରରେ ଚାପୁଡ଼ା ମାରିବା , ବିନା ତାଙ୍କ ଇଚ୍ଛାର ଧ୍ୟାନ କରି ଏକ ନିର୍ମାଣାଧୀନ ବାଦ୍ୟ-ଯନ୍ତ୍ର ହୋଇପାରେ ।[୧୪]

ମାନବ ଶରୀରକୁ ପରଖ କରି ଯେଉଁ ଉପକରଣକୁ ପ୍ରଥମ ବାଦ୍ୟ-ଯନ୍ତ୍ର ମାନି ନିଆଯାଏ , ତାହା ହେଉଛି ଝୁଣୁଝୁଣେ , ସ୍ଟୈମ୍ପର ଏବଂ ବିଭିନ୍ନ ପ୍ରକାରର ଡ୍ରମ[୧୫] ଏହା ଆରମ୍ଭିକ ଯନ୍ତ୍ର , ଭାବନାତ୍ମକ ଠାଣି , ଯେପରି ନୃତ୍ୟରେ ଧ୍ୱନି ଯୋଡିବା ଲାଗି ମାନବର ସଞ୍ଚାଳନ ଆବେଗ କାରଣରୁ ବିକଶିତ ହୋଇଥାଏ ।[୧୬] ଶେଷରେ , କିଛି ସଂସ୍କୃତି ନିଜନିଜର ବାଦ୍ୟ-ଯନ୍ତ୍ର ପାଇଁ ଅନୁଷ୍ଠାନ କାର୍ଯ୍ୟକ୍ରମକୁ ଯୋଡିଥିଲେ । ସେହି ସଂସ୍କୃତି ଅଧିକ ଜଟିଳ ପ୍ରକାଶନ ଉପକରଣ ଏବଂ ଅନ୍ୟ ଉପକରଣର ବିକାଶ କରିଥିଲା , ଯେପରି ରିବନ ରୀଡ଼ , ବଂଶୀ ଏବଂ ତୁରୀ । ଏଥିରୁ କିଛି ଲେବୁଲରେ , ଆଧୁନିକ ସମୟରେ ପ୍ରୟୋଗ କରାଯାଉଥିବା ସଙ୍କେତରୁ କାଫି ଭିନ୍ନ ସଂକେତାର୍ଥ ରହିଛି ; ଆରମ୍ଭିକ ବଂଶୀ ଏବଂ ତୁରୀକୁ ଏପରି ଲେବୁଲ ସେମାନଙ୍କ ମୂଳ କାର୍ଯ୍ୟ ପ୍ରଣାଳୀ ଏବଂ ଉପଯୋଗ ପାଇଁ ଲଗାଯାଉ ଥିଲା , ନାହିଁ କି ଆଧୁନିକ ଯନ୍ତ୍ରଣାରୁ କୌଣସି ସମାନତା ପାଇଁ ବ୍ୟବହୃତ ହେଉଥିଲା । [୧୭] ପ୍ରାରମ୍ଭିକ ସଂସ୍କୃତି ଯାହାପାଇଁ ଡ୍ରମ , କର୍ମକାଣ୍ଡ ଏବଂ ପବିତ୍ର ମହତ୍ତ୍ୱକୁ ବିକଶିତ କରିଥିଲା , ତାହା ହେଉଛି ସୁଦୂର ପୁର୍ବୀ ଋଷଚୁକଚି ଲୋକ , ମେଲାନିସିୟାର ଦେଶୀ ଲୋକ ଏବଂ ''ଆଫ୍ରିକା''ର ସଂସ୍କୃତି । ବାସ୍ତବରେ , ପ୍ରତ୍ୟେକ ଆଫ୍ରିକୀ ସଂସ୍କୃତିରେ , ଡ୍ରମ ବ୍ୟାପକ ରୂପରେ ଅବସ୍ଥାନ ଥିଲା ।[୧୮] ଏକ ପୁର୍ବୀ ଆଫ୍ରିକୀ ଜନଜାତି , ବହିନ୍ଦା ଏହାକୁ ଏତେ ପବିତ୍ର ମାନିଥିଲେ କି ସୁଲତାନଙ୍କ ଛଡା ଏହାକୁ ଦେଖିବା ପାଇଁ ଯେ କୌଣସି ଅନ୍ୟ ବ୍ୟକ୍ତିଙ୍କ ପାଇଁ ଘାତକ ସୃଷ୍ଟି କରିଥିଲା ।[୧୯]

ଶେଷରେ ମଣିଷମାନେ ଧ୍ୱନି ଉତ୍ପନ୍ନ କରିବା ପାଇଁ ବାଦ୍ୟ-ଯନ୍ତ୍ରର ଉପଯୋଗ କରିବାର ଅବଧାରଣାର ବିକାଶ କରିଥିଲେ । ବାଦ୍ୟ-ଯନ୍ତ୍ରର ବିକାଶରେ ଏହି ସମୟ ପର୍ଯ୍ୟନ୍ତ , ରାଗ , କେବଳ ଗାୟନରେ ହିଁ ସାଧାରଣ ଥିଲା । ଭାଷାରେ ଦୋହରାବର ପ୍ରକ୍ରିୟାର ସମାନରେ ହିଁ , ବାଦ୍ୟ-ଯନ୍ତ୍ର ବଜାଉଥିବା ବ୍ୟକ୍ତିମାନେ ପ୍ରଥମେ ଦୋହରାବର ବିକାଶ କରିଥିଲେ ଏବଂ ପୁଣିଥରେ ବାଦ୍ୟ-ବୁନ୍ଦେକରଣର ବିକାଶ କଲେ । ଧ୍ୱନିରେ ଏକ ପ୍ରାରମ୍ଭିକ ରୂପକୁ , ଦୁଇ ଅଲଗା ଆକାରର ଟ୍ୟୁବକୁ ଠୋକି କରି ଉତ୍ପନ୍ନ କରାଗଲା - ଗୋଟେ ଟ୍ୟୁବରୁ ସ୍ପଷ୍ଟ ଧ୍ୱନି ଉତ୍ପନ୍ନ ହେଉଥିଲା ଏବଂ ଦ୍ୱିତୀୟରୁ ଏକ ଅସ୍ପଷ୍ଟ (ଗେହେରା) ଧ୍ୱନି ବାହାରିଥିଲା । ଏହିପରି ଯନ୍ତ୍ର ଯୋଡ଼ିବାରେ ବୁଲରୋରର , ସ୍ଲିଟ ଡ୍ରମ , ସୀପ ତୁରୀ ଏବଂ ଖାଲି ଡ୍ରମ ମଧ୍ୟ ସାମିଲ ରହିଥାଏ । ଯେଉଁ ସଂସ୍କୃତି ଏହି ଯନ୍ତ୍ରର ଯୋଡିକୁ ପ୍ରୟୋଗ କରିଥିଲେ , ସେମାନେ ତାଙ୍କସହ ଲିଙ୍ଗକୁ ଯୋଡ଼ିଦେଲେ ; ବାପା ବଡ଼ କିମ୍ବା ଅଧିକ ଊର୍ଜାବନ ଯନ୍ତ୍ର ଥିଲା , ଯେମିତିକି ମା ଛୋଟ କିମ୍ବା ମନ୍ଦ ଯନ୍ତ୍ର ହୋଇଥିଲା । ସଙ୍ଗୀତରେ ବାଦ୍ୟ-ଯନ୍ତ୍ର ହଜାର ବର୍ଷ ପର୍ଯ୍ୟନ୍ତ ଏହି ରୂପରେ ତିଆରି ହୋଇଥିଲା , ଯେ ପର୍ଯ୍ୟନ୍ତ କି ପ୍ରାରମ୍ଭିକ ଜାୟଲୋଫୋନ ରୂପରେ , ସୁରର ତିନି କିମ୍ବା ତାହାଠାରୁ ଅଧିକ ପାର୍ଟନର ବିକାଶ ହୋଇପାରିଲା ନାହିଁ ।[୨୦] ଜାୟଲୋଫୋନର ଉତ୍ପତ୍ତି , ଦକ୍ଷିଣ-ପୂର୍ବ ଏସିଆର ମୁଖ୍ୟ ଭୂମି ଏବଂ ଦ୍ୱୀପ-ସମୂହରେ ହୋଇଥିଲା ଏବଂ ସେହିଠାରୁ ଏହି ଆଫ୍ରିକା , ଆମେରିକା ଏବଂ ୟୁରପ ପର୍ଯ୍ୟନ୍ତ ଖେଳିଯାଇଥିଲା ।[୨୧] ଜାୟଲୋଫୋନ ସହିତ , ଯେଉଁ ସାଧାରଣ ତିନି ଲେଗବାରର ସେଟରୁ ଯାଇ ସମାନାନ୍ତର ବାରର ଧ୍ୟାନ ପୂର୍ବକ କରାଯାଇଥିବା ସେଟ ପର୍ଯ୍ୟନ୍ତ ହୋଇଥିଲା , ବିଭିନ୍ନ ସାଂସ୍କୃତି ବିଦ୍ମାନେ ବାଦ୍ୟ-ଯନ୍ତ୍ରର ବିକାଶ କରିଥିଲେ ଯେମିତି କି , ଭୂମି ବୀଣା , ଭୂମି ଜିଥର , ସଙ୍ଗୀତ ଧନୁଷ , ଜାଁ ହାର୍ପ ଇତ୍ୟାଦି ।[୨୨]

ପୁରାତନତା

ସଙ୍ଗୀତ ବାଦ୍ୟ-ଯନ୍ତ୍ରର ଚିତ୍ର , ମେସୋପୋଟାମିୟାର କଳାକୃତିରେ ୨୮୦ଖ୍ରୀ.ପୂକିମ୍ବା ପ୍ରଥମେ ଦେଖାଇ ଦେବାରେ ଆରମ୍ଭ କରିଦେଥିଲା । ୨୦୦୦BCର ପାଖାପାଖି ଆରମ୍ଭ ହୋଇ , ସୁମେର ଏବଂ ବେବୀଲୋନର ସାଂସ୍କୃତିକମାନେ , ଶ୍ରମ ଏବଂ ବିକଶିତ ହେଉଥିବା ବର୍ଗ ବ୍ୟବସ୍ଥା କାରଣରୁ ବାଦ୍ୟ-ଯନ୍ତ୍ରର ଦୁଇ ଅଲଗା ବର୍ଗର ରୂପରେଖା ତିଆରି କରିବାରେ ଆରମ୍ଭ କରିଥିଲା । ଲୋକପ୍ରିୟ ବାଦ୍ୟ-ଯନ୍ତ୍ର ସରଳ ଏବଂ ଯେ କୌଣସି ବ୍ୟକ୍ତିଙ୍କଦ୍ୱାରା ବଜାଇବା ୟୋଗ୍ୟ ଅଟେ , ଭିନ୍ନ ରୂପରେ ପେଶେବର ଯନ୍ତ୍ରରେ ବିକଶିତ ହେଉଥିଲା , ଯାହାର ବିକାଶ କୌଶଳ ଏବଂ ପ୍ରଭାବରେ ଧ୍ୟାନ କେନ୍ଦ୍ରିତ କରିଥିଲା ।[୨୩] ଏହି ବିକାଶ ଛଡା , ମେସୋପୋଟାମିୟାରେ ବହୁତ କମ ବାଦ୍ୟ-ଯନ୍ତ୍ର ବରାମତ କରାଯାଇଥିଲା । ମେସୋପୋଟାମିୟାରେ ବାଦ୍ୟ-ଯନ୍ତ୍ରର ପ୍ରାରମ୍ଭିକ ଇତିହାସକୁ ପୁନର୍ବାର ସଂଗଠିତ କରିବା ପାଇଁ ବିଦ୍ୱାନମାନଙ୍କୁ ସୁମେରିୟନ କିମ୍ବା ଏକାଡିୟନରେ ଲେଖା ହୋଇଥିବା କଳାକୃତି ଏବଂ କୀଲାକାର ଲେଖାରେ ଭରସା କରିବା ଉଚିତ । ଏହାଛଡା ଏହି ଉପକରଣର ନାମ ଦେବା ପ୍ରକ୍ରିୟା ମଧ୍ୟ ଚୁନୌତି-ପୂର୍ଣ୍ଣ ହୋଇସାରିଥିବା ବିଭିନ୍ନ ଉପକରଣ ଏବଂ ସେ ସମସ୍ତକୁ ପରିଭାଷିତ କରିବା ପାଇଁ ପ୍ରଯୁକ୍ତ ଶବ୍ଦ ଗୁଡ଼ିକୁ ମଝି ସ୍ପଷ୍ଟ ଭେଦ ହୋଇନଥାଏ ।[୨୪] ସୁମେରିୟାଈ ଏବଂ ବେବିଲୋନର କଳାକାରମାନେ ମୁଖ୍ୟ ରୂପରେ ସମରୋହିକ ବାଦ୍ୟ-ଯନ୍ତ୍ରର ଅଙ୍କନ କରିଥିଲେ , ଇତିହାସକାର ଇଡିୟୋଫୋନ ମଧ୍ୟରେ କରିବାରେ ସକ୍ଷମ ହୋଇଥିଲେ ଯାହା ଆରମ୍ଭିକ "ମେସୋପୋଟାମିୟା"ରେ ବ୍ୟବହାର କରାଯାଉଥିଲା ; ସେଗୁଡ଼ିକ ଯଥା : କନକଶନ ଫ୍ଲବ , କ୍ଲୈପର , ସିସ୍ଟ୍ନା , ଘଣ୍ଟି , ସିମ୍ବଳ ଏବଂ ଝୁଣୁଝୁଣା ।[୨୫] ସିସ୍ଟ୍ନକୁ ଅମେନହୋଟେପ IIIର ମହାନ ନକ୍ସାରେ ବହୁ ସ୍ପଷ୍ଟ ରୂପେ ଦର୍ଶାଇ ଦିଆଯାଇଛି ,[୨୬] ଏବଂ ଏଥିରେ ବିଶେଷ ରୁଚି ଏଥିପାଇଁ ଅଛି କାରଣ , ଏହିପ୍ରକାରର ରୂପାଙ୍କନକୁ ସୁଦୂର କ୍ଷେତ୍ରରେ ପାଇଥିଲେ , ଯେପରି ଟୈବିଲିସ , ଜଁର୍ଜିୟା ଏବଂ ଆମେରିକା ମୂଳ ନିବାସୀ ୟାକୁଈ ଜନଜାତି ମାନଙ୍କ ମଧ୍ୟରେ ।[୨୭] "ମେସପୋଟାମିୟା"ର ଲୋକମାନେ କୌଣସି ଅନ୍ୟ ଯନ୍ତ୍ର ଛଡା ତାର ଥିବା ବାଦ୍ୟ-ଯନ୍ତ୍ର ପସନ୍ଦ କରୁଥିଲେ , ଯେମିତିକି ମେସୋପୋଟାମିୟାର ମୂର୍ତ୍ତୀ ଏବଂ ତଖ୍ତିରେ ସେମାନଙ୍କ ପ୍ରସାରରୁ ସିଦ୍ଧ ହୋଇଥାଏ । ଯେପରି ବୀଣାର ଅସଂଖ୍ୟ କିସମର ଚିତ୍ରଣ କରାଯାଇଥିଲା , ତା' ସହ ଲାଇଅର ଏବଂ ଲ୍ୟୁଟ୍ ମଧ୍ୟ ରହିଛି ଯାହା ତାରଥିବା ଆଧୁନିକ ଯନ୍ତ୍ର ମାନଙ୍କ ମଧ୍ୟରେ ଆଗୁଆ ରହିଛନ୍ତି , ଯେମିତି କି ବାୟଲିନ ।[୨୮]

ଦୀର୍ଘ ଅତୀତ କାଳ ସମ୍ବନ୍ଧୀୟ ମିଶର ଦେଶର ସମାଧି ସ୍ଥାନରେ ଲ୍ୟୁଟ୍ ବାଦନଙ୍କ ଚିତ୍ରଣ , ୧୮ ତମ ରାଜବଂଶୀୟ (c.୧୩୫୦BC)

ମିସ୍ତ୍ରର ସଂସ୍କୃତିରେ ୨୭୦୦BCର ପୂର୍ବରୁ ପ୍ରୟୋଗ କରାଜାଉଥିବା ବାଦ୍ୟ-ଯନ୍ତ୍ର , "ମେସୋପୋଟାମିୟା"ର ଯନ୍ତ୍ର ସହ ବହୁତ ଖାପ ଖୁଆଇଥାଏ , ଯାହାଫଳରେ ଐତିହାସିକମାନେ ଏହା ନିଷ୍କର୍ଷ ବାହରକଲେ କି , ସଭ୍ୟତାଗୁଡ଼ିକ ନିଶ୍ଚିତ ଦୁହେଁ ଦୁହିଁଙ୍କ ସହ ସମ୍ପର୍କରେ ରହିଥିବେ । ସାକ୍ସ ଏହି କଥାର ଉଲ୍ଲେଖ କରନ୍ତି କି , ମିସ୍ତ୍ର ପାଖରେ ଏହିପରି କୌଣସି ବାଦ୍ୟ ନଥିଲା ଯାହା ସୁମେରିୟନ ସଂସ୍କୃତି ପାଖେ ମଧ୍ୟ ରହି ନଥିଲା । [୨୯] ୨୭୦୦BC ପର୍ଯ୍ୟନ୍ତ ଏହା ପ୍ରତୀତ ହୋଇଥିଲା ଯେ , ସାଂସ୍କୃତିକ ସମ୍ପର୍କ ମୁଖ୍ୟତଃ ଭାବେ କମିବାରେ ଲାଗିଛି ; ଲାଇଅର , ଯାହା ସୁମେରରେ ଏକ ପ୍ରମୁଖ ସମାରୋହିକ ବାଦ୍ୟଯନ୍ତ୍ର ଥିଲା , ମିସ୍ତ୍ରରେ ଆହୁରି ୮୦୦ ବର୍ଷ ପର୍ଯ୍ୟନ୍ତ ଦେଖାଯାଇ ନଥିଲା ।[୨୯] କ୍ଲୈପର ଏବଂ କନକଶନ କାଠ , ୩୦୦୦BC ପର୍ଯ୍ୟନ୍ତ ମିସ୍ତ୍ରର ଗୁଲଦସ୍ତାରେ ଦେଖା ଯାଇଥାଏ । ଏହି ସଭ୍ୟତା ସିସ୍ଟ୍ନା , ବଂଶୀ ଡବଲ ଫ୍ଲୈରିନେଟ , ଧନୁଷାକାର , କୋଣୀୟ ବୀଣା ଏବଂ ବିଭିନ୍ନ ଡ୍ରମର ମଧ୍ୟ ବ୍ୟବହାର ହୋଇଥିଲା ।[୩୦] ୨୭୦୦BC ଏବଂ ୧୫୦୦BC ମଧ୍ୟ ଅବଧିରେ ବହୁ କମ ଇତିହାସ ଉପଲବ୍ଧ ଅଛି , ଚୂଙ୍କି ମିସ୍ତ୍ର (ଏବଂ ବାସ୍ତବରେ ବେବୀଲୋନ) , ବିନାଶ ଏବଂ ଯୁଦ୍ଧର ଏକ ଲମ୍ବି ହିଂସକ ଅବଧିରେ ପ୍ରବେଶ କରିଗଲା । ଏହି ଅବଧିରେ କସାଈଟ ମେସୋପୋଟାମିୟାରେ "ବେବୀଲୋନ" ସାମ୍ରାଜ୍ୟକୁ ନଷ୍ଟ କରିଦେଲା ଏବଂ "ହିକ୍ସୋସ୍" ମିସ୍ତ୍ରର ମଧ୍ୟ ସାମ୍ରାଜ୍ୟର ବିନାଶ କରିଦେଇଥିଲା । ଯେତେବେଳେ ମିସ୍ତ୍ରର ସୈନିକମାନେ ପାଖାପାଖି ୧୫୦୦BCରେ ଦକ୍ଷିଣ-ପଶ୍ଚିମ ଏସିଆରେ ବିଜୟ ପ୍ରାପ୍ତ କରିଥିଲେ ସେତେବେଳେ , ମେସୋପୋଟାମିୟା ସହିତ ସାଂସ୍କୃତିକ ସମ୍ବନ୍ଧ ପୁଣିଥରେ ମଜବୁଦ୍ ହୋଇଗଲା ଏବଂ ମିସ୍ତ୍ରର ବାଦ୍ୟ-ଯନ୍ତ୍ର ମଧ୍ୟ ଏସିଆ ସଂସ୍କୃତିର ଭାରି ପ୍ରଭାବକୁ ପ୍ରତିବିମ୍ବିତ କରିଥିଲା ।[୨୯] ନବୀନ ସାମ୍ରାଜ୍ୟର ଲୋକମାନେ ନିଜର ନୂତନ ସାଂସ୍କୃତିକ ପ୍ରଭାବରେ ତୁରହି , ଲାଇଅର , ଲ୍ୟୁଟ୍ , କୈସ୍ଟନେଟ ଏବଂ ଝାଞ୍ଜର ଉପଯୋଗ ଆରମ୍ଭ କରିଥିଲା ।[୩୧]

ମିସ୍ତ୍ର ଏବଂ ମେସପୋଟାମିୟାର ବିପରୀତ , ଇଜରାୟଲରେ ୨୦୦୦BCରୁ ୧୦୦୦BC ଭିତରେ ନିପୁଣ ସଙ୍ଗୀତକାର ନ ଥିଲେ । ମେସୋପୋଟାମିୟା ଏବଂ ମିସ୍ତ୍ରରେ ସଙ୍ଗୀତ ବାଦ୍ୟ-ଯନ୍ତ୍ରର ଇତିହାସ କଳାତ୍ମକ ଚିତ୍ରଣ ଉପରେ ନିର୍ଭର କରୁଥିଲା , ଏହି ସମୟ ଭିତରେ ସଂସ୍କୃତି ବହୁତ କମ ଏହିପରି ଚିତ୍ରଣ ଉତ୍ପନ୍ନ କରିପାରିଛି । ଏଥିଲାଗି ବିଦ୍ୱାନଙ୍କୁ ବାଇବେଲ ଏବଂ ତଲ୍ମୂଡ଼ରେ ପ୍ରାପ୍ତ ଜ୍ଞାନ ଉପରେ ଭରସା କରିବା ଅତ୍ୟନ୍ତ ଆବଶ୍ୟକ । [୩୨] ହିବୃ ଗ୍ରନ୍ଥ , ଜୁବଲ ଏବଂ କିନ୍ନୋରରୁ ଜୁଡ଼େ ଦୁଇଟି ଯନ୍ତ୍ରର ଉଲ୍ଲେଖ କରିଥାଏ । ଏହାକୁ କ୍ରମଶଃ ପୈନ-ପାଇପ ଏବଂ ଲାଇଅର ରୂପେ ଅନୁବାଦ କରାଯାଇ ପାରେ ।[୩୩] ଏହି ଅବଧିରେ ଅନ୍ୟ ବାଦ୍ୟରେ ସମ୍ମିଳିତ ହୋଇଛି ଟୋକ୍ସ କିମ୍ବା କ୍ରେମ୍ ଡ୍ରମ , ଛୋଟ ଘଣ୍ଟି କିମ୍ବା ଜିଙ୍ଗଲ ଯାହାକୁ ପାମୋନ କୁହାଯାଇଥାଏ , ଶୋଫର ଏବଂ ତୁରୀ ପରି କିଛି ବାଦ୍ୟ ଯନ୍ତ୍ର ମଧ୍ୟ ରହିଛି ।[୩୪] ୧୧ବିଂ ଶତାବ୍ଦୀ BC ମଧ୍ୟରେ , ଇଜରାଇଲରେ "ରାଜଶାହୀ"ର ପରିଚୟ ପ୍ରଥମ ନିପୁଣ ସଙ୍ଗୀତକାର ମାନଙ୍କୁ ଉତ୍ପନ୍ନ କରିଥିଲା ଏବଂ ତା'ସହ ବାଦ୍ୟ-ଯନ୍ତ୍ର ମାନଙ୍କ ସଂଖ୍ୟାରେ ମଧ୍ୟ ଅଦ୍ଭୁତ ପୂର୍ବକ ବୃଦ୍ଧି ହୋଇଥିଲା ।[୩୫] ଉପକରଣ ମାନଙ୍କର ଚିହ୍ନଟ ଏବଂ ବର୍ଗୀକୃତ କରିବା ପ୍ରକ୍ରିୟା କଳାତ୍ମକ ବାଖ୍ୟାର କମିୟତା କାରଣରୁ ସଂଯତ ହୋଇ ରହିଛି । ଉଦାହରଣ ପାଇଁ : ଏସର୍ସ ଏବଂ ନେବ୍ଳସ୍ ନାମରେ , ଅନିଶ୍ଚିତ ଡିଯାଇନର ତାର ଥିବା ବାଦ୍ୟ ଉପସ୍ଥିତ ଥିଲା , କିନ୍ତୁ ପୁରାତତ୍ତ୍ୱ କିମ୍ବା ବ୍ୟୁତ୍ପତ୍ତି ବିଜ୍ଞାନ , ସେମାନଙ୍କୁ ସ୍ପଷ୍ଟ ରୂପରେ ପରିଭାଷିତ କରିପାରି ନଥାନ୍ତା ।[୩୬] ନିଜ ପୁସ୍ତକ , ଅ ସର୍ବେ ଆଁଫ ମ୍ୟୁଜିକାଲ ଇନ୍ସଟୄମେଣ୍ଟରେ ଆମେରିକୀ ସଙ୍ଗୀତ ବୈଜ୍ଞାନିକ "ସିବିଲ ମାର୍କସ" ବିଚାର କରନ୍ତି କି , ନେବେଲ ନିଶ୍ଚିତ "ନବଲା" , "ହାର୍ପ" ପାଇଁ ଫୋନେସିଆଇ ଶବ୍ଦରେ ନିଜ ସମ୍ବନ୍ଧ କାରଣରୁ ଉର୍ଧ୍ୱଧର ହାର୍ପର ସମାନ ହୋଇପାରିବ ।[୩୭]

ଗ୍ରୀସ ଏବଂ ରୋମରେ ବାଦ୍ୟଯନ୍ତ୍ରର ଉପଯୋଗ ଏବଂ ବିକାଶ , ସେହି ସଂସ୍କୃତି ମାନଙ୍କଦ୍ୱାରା ମୂର୍ତି-କଳା ଏବଂ ବାସ୍ତୁ-କଳାରେ ଉପଲବ୍ଧିର ପୁର୍ନତଃ ବିପରୀତ ଦେଖାଯାଉଥିଲା । ସେହି ସମୟର ଉପକରଣ ସରଳ ଥିଲା ଏବଂ ପାଖାପାଖି ସଭିଙ୍କୁ ଅନ୍ୟ ସଂସ୍କୃତିରେ ଆୟାତିତ କରାଯାଉଥିଲା ।[୩୮] ଲାଇଅର ଏକ ପ୍ରମୁଖ ବାଦ୍ୟ ଥିଲା ଯାହାକୁ , ଚୂଙ୍କି ସଙ୍ଗୀତକାର ଦେବତା ମାନଙ୍କୁ ସମ୍ମାନିତ କରିବା ପାଇଁ ବ୍ୟବହାର କରୁଥିଲେ ।[୩୯] ୟୂନାନୀ ଲୋକମାନେ ବିଭିନ୍ନ ପ୍ରକାରର ପବନ ଜାତୀୟ ବାଦ୍ୟ ଯନ୍ତ୍ର ବଯାଉଥିଲେ , ଯାହାକୁ ସେମାନେ ଓଲୋସ (ରୀଡ଼) କିମ୍ବା ସିରିନ୍କ୍ସ (ବଂଶୀ) ରୂପରେ ବର୍ଗୀକୃତ କରିଥିଲେ ; ସେହିସମୟର ୟୂନାନୀ ଲିଖନ , ରୀଡ଼ ଉତ୍ପାଦନ ଏବଂ ବାଦନ ଟେକ୍ନିକର ଗହନ ଅଧ୍ୟୟନ ଦର୍ଶାଇ ଥାଏ ।[୬] ରୋମାନ୍ ଲୋକ ଟିବିଆ ନାମକ ରୀଡ଼ ଉପକରଣ ବଜାଉଥିଲେ ; ଯାହାର ଅଗଲ ବଗଲରେ କଣା ହୋଇଥାଏ ଯାହାଦ୍ୱାରା କି ତାକୁ ଖୋଲା ଯାଇପାରେ ଏବଂ ବନ୍ଦ ମଧ୍ୟ କରାଯାଇପାରେ , ଯେଉଁଥିରୁ ବାଦନ ପକ୍ରିୟାରେ ଅଧିକ ରୁଚିଲାପନ ପ୍ରାପ୍ତ ହୋଇଥିଲା ।[୪୦] ଏହି କ୍ଷେତ୍ରରେ ଯେଉଁ ଅନ୍ୟ ଉପକରଣ ସାମାନ୍ୟ ପ୍ରୟୋଗରେ ଥିଲେ ସେଥିରେ ସଂଯୁକ୍ତ ଥିଲେ : ଊର୍ଧ୍ୱଧର ହାର୍ପ ଯାହାକୁ ଓରିଏଣ୍ଟରୁ ଅଣାଯାଇଥିଲା , ମିସ୍ତ୍ର ଶୈଳୀର ଲ୍ୟୁଟ୍ , ବିଭିନ୍ନ ପାଇପ , ଆଁର୍ଗନ ଏବଂ କ୍ଲୈପର , ଯାହା ମୁଖ୍ୟ ରୂପରେ ମହିଳା ମାନଙ୍କଦ୍ୱାରା ବଜାଯାଏ ,[୪୧]

ଭାରତରେ ପ୍ରାରମ୍ଭିକ ସଭ୍ୟତାଦ୍ୱାରା ପ୍ରଯୁକ୍ତ "ବାଦ୍ୟଯନ୍ତ୍ର"ରେ ଶାକ୍ଷର ବହୁ ମାତ୍ରାରେ ଖାଲି ରହିଛି , ଯାହାଦ୍ୱାରା ଏହି କ୍ଷେତ୍ରରେ ସର୍ବପ୍ରଥମ ରହିଥିବା ମୁଣ୍ଡା ଏବଂ ଦ୍ରାବିଡ଼ ଭାଷା କହୁଥିବା ସଂସ୍କୃତିଙ୍କୁ ବାଦ୍ୟ-ଯନ୍ତ୍ରର ଶ୍ରେୟ ଦେବା ଅସମ୍ଭବ ହୋଇଯାଇଥିଲା । ଏହି କ୍ଷେତ୍ରରେ ବାଦ୍ୟ-ଯନ୍ତ୍ରର ଇତିହାସ ସିନ୍ଧୁ ଘଟି ସଭ୍ୟତା ସହିତ ଆରମ୍ଭ ହୋଇଥିଲା ଯାହା ପାଖପାଖି ୩୦୦୦BCରେ ଉଦ୍ଦିଷ୍ଟ । ଖୋଦାଇରୁ ପ୍ରାପ୍ତ କଳାକୃତି ସହିତ ମିଳିଥିବା ବିଭିନ୍ନ ଝୁଣୁଝୁଣେ ଏବଂ ସୀଟି (ହୁଇସିଲ) ଆଦି ବାଦ୍ୟ-ଯନ୍ତ୍ରର ଏକ ଭୌତିକ ପ୍ରମାଣ ଅଟେ ।[୪୨] ଏକ ମାଟିର ପ୍ରତିମାରୁ ଡ୍ରମ ପ୍ରୟୋଗର ସଙ୍କେତ ମିଳିଥାଏ ଏବଂ ସିନ୍ଧୁ ଲିପିର ଖୋଜା ପ୍ରକ୍ରିୟାରୁ ମଧ୍ୟ ଊର୍ଧ୍ୱାଧର ଧନୁଷକର ହାର୍ପ ଚିତ୍ରଣର ଠିକଣା ଜଣାପଡ଼ିଥିଲା , ଯାହାର ଶୈଳୀ ସୁମେରିୟନ କଳାକୃତିରେ ଚିତ୍ରଣ ହାର୍ପର ସମାନ ଅଟେ । ଏହି ଖୋଜା ପ୍ରଣାଳୀ ଅନ୍ୟ ସଙ୍କେତ ମଧ୍ୟରୁ ଗୋଟେ ଅଟେ ଯେଉଁଥିରୁ ଜଣାପଡେ କି , ସିନ୍ଧୁ ଘାଟି ଏବଂ ସୁମେରିୟନ ସଂସ୍କୃତିରୁ ସାଂସ୍କୃତିକ ସମ୍ପର୍କ ତିଆରି ହୋଇଥିଲା । ଭାରତରେ ବାଦ୍ୟଯନ୍ତ୍ରରେ ହୋଇଥିବା ବାଦ୍ୟର ବିକାଶ ୠଗ୍ୱେଦ କିମ୍ବା ଧାର୍ମିକ ସଙ୍ଗୀତଦ୍ୱାରା ହୋଇଥିଲା । ଏହି ସଙ୍ଗୀତରେ ବିଭିନ୍ନ ଡ୍ରମ , ତୁରୀ , ହାର୍ପ ଏବଂ ବଂଶୀର ବ୍ୟବହାର କରାଯାଇଥିଲା ।[୪୩] ଈସବୀର ପ୍ରାରମ୍ଭିକ ସମୟରେ ଉପଯୋଗ ହୋଇଥିବା ଅନ୍ୟ ପ୍ରମୁଖ ବାଦ୍ୟରେ ସଂଯୁକ୍ତ ଥିଲା , ସପେରାର ଦୁଇଯୋଡ଼ା ହୋଇଥିବା ଶେହେନାଇ , ବୈଗ-ପାଇପ , ବୈରଳ ଡ୍ରମ , ବଂଶୀ ଏବଂ ଲଘୁ ତମ୍ବୁରା । ସବୁ ମିଶିକରି ଭାରତରେ ମଧ୍ୟ ଯୁଗ ପର୍ଯ୍ୟନ୍ତ କୌଣସି ଅଦ୍ୱିତୀୟ ବାଦ୍ୟ-ଯନ୍ତ୍ର ନ'ଥିଲା ।[୪୪]

ଏକ ଚୀନୀ କାଠ ମାଛ , ଯାହାର ପ୍ରୟୋଗ ବୌଦ୍ଧ ପାଠରେ କରାଯାଉଥିଲା

ବାଦ୍ୟ-ଯନ୍ତ୍ର ଯେପରି ୧୧୦୦BC ପୂର୍ବ ପାଖାପାଖି ଏବଂ ତାହାର ପୂର୍ବରୁ ଲେଖା ଯାଇଥିବା ଚୀନ ସାହିତ୍ୟରେ ଦେଖା ଯାଇଥାଏ ।[୪୫] ପ୍ରାରମ୍ଭିକ ଚୀନୀ ଦାର୍ଶନିକ ଯେମିତି କନ୍ଫ୍ୟୁସିୟସ (୫୫୧-୪୭୯ ଖ୍ରୀ.ପୂ) , ମେସିୟସ (୩୭୨-୨୮୯ ଖ୍ରୀ.ପୂ) ଏବଂ ଲାଓଜୀ ଚୀନରେ ବାଦ୍ୟ-ଯନ୍ତ୍ରର ବିକାଶର ଆକାର ଦେଇଥିଲେ ଏବଂ ସେମାନେ ସଙ୍ଗୀତ ପ୍ରତି ୟୁନାନୀୟନର ସମାନରେ ଦୃଷ୍ଟିକୋଣକୁ ନିଜର କରିଥିଲେ । ଚୀନୀ ଲୋକଙ୍କର ମଣିବାର ଥିଲା କି ସଙ୍ଗୀତ , ଚରିତ୍ର ଏବଂ ସମୁଦାୟର ଏକ ଅନିବାର୍ଯ୍ୟ ଅଂଶ ଅଟେ ଏବଂ ସେମାନେ ନିଜ ବାଦ୍ୟ-ଯନ୍ତ୍ରକୁ ନିଜ ସାମଗ୍ରୀ ଶୃଙ୍ଗାର ଅନୁସାରେ ବର୍ଗୀକୃତ କରିବାର ଅନିଷ୍ଠ ପ୍ରଣାଳୀ ବିକଶିତ କରିଥିଲେ ।[୪୬] "ଚୀନୀ" ସଙ୍ଗୀତରେ ଅତ୍ୟନ୍ତ ମହତ୍ତ୍ୱ ପୂର୍ଣ୍ଣ ଥିଲା , ଏଥିପାଇଁ ଅଧିକାଂଶ ଆରମ୍ଭିକ ଉପକରଣ ଇଡିୟୋଫୋନ ରହିଥିଲା । ଶାଙ୍ଗ ବଂଶର କାବ୍ୟ , ଘଣ୍ଟି , ଚାଇମ , ଡ୍ରମ ଏବଂ ହାଡରେ ତିଆରି ବର୍ତ୍ତୁଳାକାର ବଂଶୀର ଉଲ୍ଲେଖ କରାଯାଇଥିଲା , ଯେଉଁଥିରୁ ବଂଶୀକୁ ପୁରାତତ୍ତ୍ୱବିଦ‌ମାନେ ଖୋଦିଥିଲେ ଏବଂ ସଂରକ୍ଷିତ କରି ରଖିଥିଲେ । [୪୭] ଝୋଉ ରାଜବଂଶ , ପରକ୍ଷଣ ଉପକରଣର ପରିଚୟ କରାଇଥିଲେ ଯେମିତିକି , କ୍ଲୈପର , ନାନ୍ଦ , କାଠ ମାଛ ଏବଂ ୟୂ । ପବନ ବାଦ୍ୟ ଯେପରିକି , ବଂଶୀ , ପୈନ-ପାଇପ , ପିଚ-ପାଇପ ଏବଂ ମୌତ-ଆଁର୍ଗନ ମଧ୍ୟ ଏହି ଅବଧିରେ ସାମ୍ନାକୁ ଆସିଥିଲା ।[୪୮] ଲଘୁ ତମ୍ବୂରା , ନାଶପାତୀ ଆକାରର ଏକ ପଶ୍ଚିମୀ ବାଦ୍ୟ ଯେ କେହି ସଂସ୍କୃତିରେ ଫେଲାଇଥିଲା , ସେ ଚୀନରେ ହାନ ରାଜବଂଶଦ୍ୱାରା ପ୍ରୟୋଗରେ ଆସିଥିଲା ।[୪୯]

୧୧ତମ ଶତାବ୍ଦୀରେ ମଧ୍ୟ ଆମେରିକାର ସଭ୍ୟତାମାନେ ଅପେକ୍ଷାକୃତ ଅଳ୍ପ ଉଚ୍ଚ ପରିସ୍କୃତ ସ୍ତର ପ୍ରାପ୍ତ କରିଥିଲା , ବାଦ୍ୟ-ଯନ୍ତ୍ରର ବିକାଶରେ ସେମାନେ ଅନ୍ୟ ସଭ୍ୟତା ମାନଙ୍କୁ ପଛରେ ଛାଡିଦେଲେ । ଉଦାହରଣ ପାଇଁ : ସେମାନଙ୍କ ପାଖେ କୌଣସି ଯନ୍ତ୍ର ନଥିଲା ; ସେମାନଙ୍କ ସମସ୍ତ ଉପକରଣ ଇଡିୟୋଫୋନ , ଡ୍ରମ ଏବଂ ପବନ ବାଦ୍ୟ ଥିଲା ଯେପରି କି , ବଂଶୀ ଏବଂ ତୁରୀ । ଏଥିରୁ କେବଳ ବଂଶୀ ଥିଲା ଯାହା ଧ୍ୱନି ଉତ୍ପନ୍ନ କରିବାରେ ସକ୍ଷମ ଥିଲା ।[୫୦] ଏହାର ବିପରୀତ , ଆଧୁନିକ ପେରୂ , କୋଲମ୍ବିଆ , ଇକ୍ୱାଡୋର , ବୋଲିବୀୟା ଏବଂ ଚିଲୀ ପରି କ୍ଷେତ୍ରର ପୂର୍ବ-କୋଲମ୍ବିଆର ଦକ୍ଷିଣ ଆମେରିକୀ ସଭ୍ୟତା ମାନ ସାଂସ୍କୃତିକ ରୂପରେ କମ ଉନ୍ନତ ଥିଲା କିନ୍ତୁ ସଙ୍ଗୀତର ଚିନ୍ତାରୁ ଅଧିକ ଉନ୍ନତ ଥିଲା । ସେହି ସମୟର ଦକ୍ଷିଣ-ଆମେରିକା ସଂସ୍କୃତିରେ ପୈନ-ପାଇପର ପ୍ରୟୋଗ ହେଉଥିଲା , ତା' ସହ ବଂଶୀର କିସ୍ମ , ଇଡିୟୋଫୋନ , ଦରମ ଏବଂ ଖୋଳ କିମ୍ବା କାଠ ତୁରୀର ମଧ୍ୟ ବ୍ୟବହାର ହେଉଥିଲା ।[୫୧]

ମଧ୍ୟ ଯୁଗ

ସମୟର ଏହି ଅବଧି ମାଧ୍ୟମରେ ଯେପରି ମଧ୍ୟ ଯୁଗ ରୂପରେ ମଧ୍ୟ ସନ୍ଦର୍ଭିତ କରାଯାଇଥିଲା । ଚୀନ , ବିଦେଶୀ ଦେଶମାଙ୍କୁ ଜିତିକରି କିମ୍ବା ସେମାନଙ୍କଦ୍ୱାରା ଶାସିତ ହୋଇ ସଙ୍ଗୀତ ପ୍ରଭାବକୁ ଏକିକୃତ କରିବାର ପରମ୍ପରାର ବିକାଶ କରିଥିଲା । ଏହି ପ୍ରକାର ପ୍ରଭାବର ପ୍ରଥମ ଉଲ୍ଲେଖ ୩୮୪ବିଂରେ ମିଳିଥିଲା , ଯେତେବେଳେ ଚୀନ ତୁର୍କୀସ୍ଥାନରେ ବିଜୟ ପରେ ପରେ ନିଜ ଶାହୀ ସଭାରେ ପୂର୍ବ ତୁର୍କୀସ୍ଥାନରେ ଆଁର୍କେସ୍ଟ୍ନାର ସ୍ଥାପନ କରିଥିଲେ । ଏଥିରେ ଭାରତ , ମଙ୍ଗୋଲୀୟ ଏବଂ ଅନ୍ୟ ଦେଶର ପ୍ରଭାବ ମଧ୍ୟ ପଡ଼ିଥିଲା । ବାସ୍ତବରେ ଚୀନୀର ପରମ୍ପରା ସେହି ସମୟର ଅଧିକାଂଶ ବାଦ୍ୟ-ଯନ୍ତ୍ରର ଶ୍ରେୟ ଏହି ଦେଶ ମାନଙ୍କୁ ଦିଅନ୍ତି ।[୫୨] ଝାଞ୍ଝ ଏବଂ ଗୌଙ୍ଗ ଲୋକପ୍ରିୟ ହୋଇଥିଲେ ତା' ସହିତ ତୁରୀ , ଓବୋ , ବଂଶୀ , ଡ୍ରମ ଏବଂ ତମ୍ବୁରୀର ସ୍ୱରୂପ ମଧ୍ୟ ଉନ୍ନତ ହୋଇଥିଲା ।[୫୩]


ଚୀନ ପରି ଭାରତ ମଧ୍ୟ-ଯୁଗରେ ସମାନ ବିକାଶର ଅନୁଭବ କରିଥିଲା ; ତଥାପି 'ତାର' ଥିବା ବାଦ୍ୟ , ସଙ୍ଗୀତର ବିଭିନ୍ନ ଶୈଳୀର ସମାୟୋଜିତ କରିବା ପାଇଁ ଅଲଗା ପ୍ରକ୍ରିୟାରେ ବିକଶିତ ହୋଇଥିଲା । ଯେଉଁଠାରେ ଚୀନର ତାର ଥିବା ଉପକରଣକୁ ଚାଇମର ଧ୍ୱନିରେ ମିସୁଥିବା ଧ୍ୱନିକୁ ଉତ୍ପନ୍ନ କରିବା ପାଇଁ ଡିଜାଇନ କରାଯାଇଥିଲା , ଭାରତର ତାର ଥିବା ବାଦ୍ୟ ପ୍ରାୟତଃ ଅଧିକ ମାଧୁର୍ଯ୍ୟ ପୂର୍ଣ୍ଣ ଥିଲା । ଏହି ମାଧୁର୍ଯ୍ୟତା , ହିନ୍ଦୁ ସଙ୍ଗୀତର ସ୍ଲାଇଡ଼ର ଅନୁକୂଳ ଥିଲା । ସେହି ସମୟରେ ଭାରତୀୟ ସଙ୍ଗୀତରେ ଲୟର ମହତ୍ତ୍ୱ ସର୍ବୋପରି ଥିଲା , ଯେମିତିକି ମଧ୍ୟଯୁଗର କଳାକୃତିରେ ପ୍ରାୟତଃ ଅଙ୍କିତ ଢୋଲଦ୍ୱାରା ସିଦ୍ଧ ହୋଇଥାଏ । ତାଳ ଉପରେ ଜୋର ଦେବା ଭାରତୀୟ ସଙ୍ଗୀତର ଏକ ମୁଖ୍ୟ ତତ୍ତ୍ୱ ଅଟେ ।[୫୪] ଇତିହାସକାର , ମଧ୍ୟ ଯୁଗୀୟ ଭାରତରେ ବାଦ୍ୟ-ଯନ୍ତ୍ରର ବିକାଶକୁ ପ୍ରତ୍ୟେକ ଅବଧି ମାଧ୍ୟମରେ ବିଭିନ୍ନ ପ୍ରଭାବ କାରଣରୁ ପୂର୍ବ-ଇସ୍ଲାମୀ ଏବଂ ଇସ୍ଲାମୀରେ ବିଭାଜିତ କରିଥିଲେ ।[୫୫] ପୂର୍ବ-ଇସ୍ଲାମୀ ଅବଧିରେ , ଇଡିୟୋଫୋନ (ହାତ ଘଣ୍ଟା) , ଝାଞ୍ଝ ଏବଂ ଗୌଙ୍ଗ ସହ ମିସୁଥିବା ଏକ ବାଦ୍ୟ , ହିନ୍ଦୁ ସଙ୍ଗୀତରେ ବ୍ୟାପକ ପ୍ରୟୋଗରେ ଆସିଥିଲା । ଗୌଙ୍ଗ ସଦୃଶ ଏହି ଉପକରଣ ଏକ କାଂସ୍ୟ ଚକ୍ରି ଥିଲା ଯାହାକୁ ଏକ ମୁଙ୍ଗରୀରେ ବଜାଇବା ଏକ କଥାର ହାତୁଡିରେ ଧୀରେ ଧୀରେ ପିଟା ଯାଉଥିଲା । ନଳିଦାର ଡ୍ରମ , ବୀଣା , ଲଘୁ ଫିଡଲ , ଦୁଇ ଯୋଡ଼ା କିମ୍ବା ତିନି ଯୋଡ଼ା ଥିବା ବଂଶୀ ଏବଂ ଚକ୍ରାକାର ତୁରୀ ଇତ୍ୟାଦି ଏହି ଅବଧିରେ ଉଭାରିଥିଲା ।[୫୬] ଇସ୍ଲାମୀ ପ୍ରଥାମାନ ନୂଆ ପ୍ରକାରର ଢୋଲର ଜନ୍ମ କରିଥିଲେ , ଯାହା ପୂର୍ବ-ଇସ୍ଲାମୀ କାଳର ଅନିୟମିତ ଢୋଲର ବିପରୀତ , ବିଲ୍କୁଲ ଗୋଲ କିମ୍ବା ଅଷ୍ଟକୋଣ ବିଶିଷ୍ଟ ଥିଲା ।[୫୭] ଫାର୍ସୀ ପ୍ରଭାବ କାରଣରୁ ସିତାର ଏବଂ ଶେହେନାଇ ଆସିଥିଲା । ଫାର୍ସୀ ସିତାରରେ ତିନୋଟି ତାର ରହିଥାଏ କିନ୍ତୁ ଭାରତୀୟ ସଂସ୍କରଣରେ ଚାରିରୁ ସାତ ପର୍ଯ୍ୟନ୍ତ ତାର ରହିଥିଲା ।[୫୮]

ଏକ ଇଣ୍ଡୋନେସିଆନ ମେଟାଲୋଫୋନ

ଦକ୍ଷିଣ-ପୂର୍ବ ଏସିଆକୁ ବାଦ୍ୟ-ଯନ୍ତ୍ରରେ ନୂତନ ଆଚରଣର ଏକ ଶୃଙ୍ଖଳା ଆଣିବାର ଶ୍ରେୟ ଦିଆଯାଇଥାଏ , ବିଶେଷ ରୂପରେ ୯୨୦ବିଂର ପାଖପାଖି ଯେତେବେଳେ ତାଙ୍କ ଭାରତୀୟ ପ୍ରଭାବରେ କଳା ସମାପ୍ତ ହୋଇଯାଇଥିଲା ।[୫୯] ବାଳୀ ଏବଂ ଜାବାର ସଙ୍ଗୀତ ଯାୟଲୋଫୋନ ଏବଂ ତା'ପରର ପିତଳର ସଂସ୍କରଣ , ମେଟାଲୋଫୋନର ବହୁ ମାତ୍ରାରେ ଉପଯୋଗ କରାଯାଇଥିଲା ।[୬୦] ଦକ୍ଷିଣ-ପୂର୍ବ ଏସିଆର ସବୁଠାରୁ ପ୍ରମୁଖ ଏବଂ ମହତ୍ତ୍ୱ ପୂର୍ଣ୍ଣ ବାଦ୍ୟ-ଯନ୍ତ୍ରର ନାମ ଥିଲା - ଘଣ୍ଟା । ଯେମିତିକି ସମ୍ଭାବନା ଏହା ଅଟେ କି ଘଣ୍ଟା , ବର୍ମା ଏବଂ ତିବ୍ୱତ ମଧ୍ୟରେ ଭୌଗଳିକ କ୍ଷେତ୍ରରେ ଉତ୍ପନ ହୋଇଥିଲା ; ଏହା ଦକ୍ଷିଣ-ପୂର୍ବ ଏସିଆ କ୍ଷେତ୍ର , ଯେପରି ଜାବା ଏବଂ ମଳୟ ଦ୍ୱୀପସମୂହରେ ମାନବବର୍ଗର ସମସ୍ତ ଗତିବିଧିର ଅଂଶ ଥିଲା ।[୬୧]

ସାତ ବିଂଶ ଶତାବ୍ଦୀରେ ଇସ୍ଲାମୀ ସଂସ୍କୃତିଦ୍ୱାରା ଏକଜୁଟ କରିବା ପରେ ମେସପୋଟାମିୟାର କ୍ଷେତ୍ର ଏବଂ ଆରବ ଦ୍ୱିପପୁଞ୍ଜ , ବାଦ୍ୟ-ଯନ୍ତ୍ରରେ ଅତି ଶୀଘ୍ର ମାତ୍ରାରେ ବିକାଶ କରିଥିଲା ।[୬୨] ଫ୍ରେମ ଡ୍ରମ ଏବଂ ବିଭିନ୍ନ ଗର୍ତ୍ତ ଥିବା ବେଲଣାକାର ଡ୍ରମ , ସଙ୍ଗୀତର ସମସ୍ତ ଶୈଳୀରେ ବହୁତ ମହତ୍ତ୍ୱ ପୂର୍ଣ୍ଣ ଥିଲା ।[୬୩] ଶେହେନାଇ , ବୈବାହିକ ଏବଂ ସ୍ୱତନ୍ତ୍ର ସମାରୋହର ସଙ୍ଗୀତରେ ସାମିଲ ଥିଲା । ଫରାସୀ ଲଘୁଚିତ୍ର , ମେସୋପୋଟାମିୟାରେ ବିକଶିତ ନଗାଡ଼ାରେ ଜ୍ଞାନ ପ୍ରଦାନ କରିଥାଏ , ଯାହାର ପ୍ରସାର ଜାବା ପର୍ଯ୍ୟନ୍ତ ହୋଇଥିଲା ।[୬୪] ବିଭିନ୍ନ ତମ୍ବୁରେ , ଯିଥର , ଦୁଲ୍ସିମର ଏବଂ ହାର୍ପ , ଦକ୍ଷିଣରେ ମେଡାଗାସ୍କର ପର୍ଯ୍ୟନ୍ତ ଏବଂ ପୂର୍ବରେ ଆଧୁନିକ ସୁଲାବେସୀ ପର୍ଯ୍ୟନ୍ତ ଖେଳିଥିଲା ।[୬୫]

ୟୁନାନ ଏବଂ ରୋମର ପ୍ରଭାବ ପରେ ମଧ୍ୟ , ମଧ୍ୟଯୁଗ ମାଧ୍ୟମରେ ୟୁରୋପରେ ଅଧିକାଂଶ ବାଦ୍ୟ-ଯନ୍ତ୍ର ଏସିଆରୁ ଆସିଥିଲା । ଲାଇଅର ଏକମାତ୍ର ଏପରି ଏକ ବାଦ୍ୟ ଯାହା , ଏହି ଅବଧି ପର୍ଯ୍ୟନ୍ତ ହୋଇପାରେ ଯାହା ୟୁରୋପରେ ଆବିଷ୍କାର କରାଯାଇଥିବ ।[୬୬] 'ତାରଯୁକ୍ତ' ଉପକରଣ , ମଧ୍ୟ-ଯୁଗୀୟ ୟୁରପରେ ପ୍ରମୁଖ ଥିଲା । ମଧ୍ୟ ଏବଂ ଉତ୍ତରୀ କ୍ଷେତ୍ରରେ ମୁଖ୍ୟ ରୂପରେ ଲାଇଅର , ଗର୍ଦନ ଥିବା ତାରଯୁକ୍ତ ଉପକରଣ ପ୍ରୟୋଗ କରାଯାଉଥିଲା ଏବଂ ଦକ୍ଷିଣ କ୍ଷେତ୍ରରେ ତମ୍ବୁରାର ବ୍ୟବହାର କରାଯାଉଥିଲା ।[୬୬] ବିଭିନ୍ନ ପ୍ରକାରର ହାର୍ପ , ମଧ୍ୟ ଏବଂ ଉତ୍ତରୀ ୟୁରୋପ ସହିତ ସୁଦୂର ଉତ୍ତରରେ ଆୟରଲ୍ୟାଣ୍ଡ ପର୍ଯ୍ୟନ୍ତ ବଜା ଯାଉଥିଲା , ଯେଉଁଠାରେ ହାର୍ପ ଅନ୍ତତଃ ରାଷ୍ଟ୍ରୀୟ ପ୍ରତୀକ ରୂପେ ତିଆରି ହୋଇଗଲା ।[୬୭] ଲାଇଅରର ମଧ୍ୟ ଏହି କ୍ଷେତ୍ରରେ ପ୍ରଚାର ହୋଇଥିଲା , ଯାହା ପୂର୍ବରେ ଏସ୍ଟୋନିୟା ପର୍ଯ୍ୟନ୍ତ ଯାଇଥିଲା ।[୬୮] ୮୦୦ ଏବଂ ୧୧୦୦ ମଧ୍ୟରେ ୟୁରୋପୀୟ ସଙ୍ଗୀତ ଅଧିକ ପରିସ୍କୃତ ହୋଇଗଲା ଯେଉଁଥିରେ ପୋଲିଫୋନୀରେ ସକ୍ଷମ ବାଦ୍ୟ-ଯନ୍ତ୍ରର ପ୍ରାୟତଃ ଆବଶ୍ୟକ ହେବାରେ ଲାଗିଥିଲା । ୯ବିଂ ଶତାବ୍ଦୀରେ ଫରାସୀ ଭୂଗୋଳ-ଶାସ୍ତ୍ରୀ (ଇନ୍ୱ ଖୋର୍ଦାଦବେହ) ବାଦ୍ୟ-ଯନ୍ତ୍ରର ନିଜ କୋଶ ରଚନା ସମ୍ବନ୍ଧୀ ଚର୍ଚ୍ଚାରେ କହିଥିଲେ ଯେ , "ବିଜାଣ୍ଟିନ ସାମ୍ରାଜ୍ୟ"ର ବିଶିଷ୍ଟ ବାଦ୍ୟ-ଯନ୍ତ୍ରରେ ସାମିଲ ଥିଲେ - ଉରଘୁନ (ଆଁର୍ଗନ) , ଶିଲ୍ୟାଣୀ ( ବୋଧ ହୁଏ ଏକ ପ୍ରକାରର 'ହାର୍ପ' କିମ୍ବା 'ଲାଇଅର') , ସଲଞ୍ଜ (ବୋଧ ହୁଏ ଏକ 'ବୈଗ ପାଇପ') ଏବଂ ବୀଜାଣ୍ଟିନ ଲାଇଅର (ୟୂନାନୀ : λύρα ~ lūrā) ।[୬୯] ଲାଇଅର ଏକ ମଧ୍ୟଯୁଗୀୟ ନାଶପାତି ନୁମା ନୁଆଇଁ ହୋଇଥିବା ତାରଯୁକ୍ତ ଉପକରଣ ଥିଲା ଯେଉଁଥିରେ ତିନିରୁ ପାଞ୍ଚଟି ତାର ରହିଥିଲା ଏବଂ ଏହାକୁ ସିଧା ଧରାଯାଉଥିଲା । ଏହା ନୁଆଇଁ ହୋଇଥିବା ଅଧିକାଂଶ ୟୁରୋପୀୟ ଉପକରଣର ପୂର୍ବଜ ଅଟେ , ଯେଉଁଥିରେ ବାୟଲୀନ ସାମିଲ ଥିଲା ।[୭୦] ମନୋକାଣ୍ଡ , ସଙ୍ଗୀତ ନୋଟର ସଠିକ ମାପନର କାମ କରୁଥିଲା ଯାହାଦ୍ୱାରା ଅଧିକ ସଠିକ ସଙ୍ଗୀତ ଅନୁକୂଳନର ଅନୁମତି ମିଳୁଥିଲା । [୭୧] ଯାନ୍ତ୍ରିକ ହର୍ଡୀ-ଗର୍ଡୀ , ଏକଳ ସଙ୍ଗୀତକାର ସରଳ ଅପେକ୍ଷା ଅଧିକ ଜଟିଳ ସଙ୍ଗୀତ ରଚନା ବଜାଇବାର ଅନୁମତି ଦିଆଯାଇଥିଲା ; ଦୁଇଜଣ ହିଁ ମଧ୍ୟଯୁଗର ପ୍ରମୁଖ ଲୋକ ବାଦ୍ୟଯନ୍ତ୍ର ଥିଲେ ।[୭୨][୭୩] ଦକ୍ଷିଣ ୟୁରୋପ ବାସୀ , ଛୋଟ ଏବଂ ଲମ୍ବା ତମ୍ବୁରା ମାନ ବଜାଉଥିଲେ ଯାହାର ଖୁଣ୍ଟ କିନାରା ପର୍ଯ୍ୟନ୍ତ ବଢ଼ିଥାଏ , ଯାହା ମଧ୍ୟ ଏବଂ ଉତ୍ତରୀ ୟୁରୋପୀୟ ଉପକରଣର ପଶ୍ଚ-ମୁଖୀ ଖୁଣ୍ଟର ବିପରୀତ ଥିଲା । ନବମ ଶତାବ୍ଦୀରେ ପ୍ରଥମ ବୈଗପାଇପକୁ ସାମ୍ନାରେ ରଖାଯାଇଥିଲା ଯାହା ପୁରା ୟୁରୋପରେ ବିସ୍ତାରିତ ହୋଇଥିଲା ଏବଂ ଏହାର ଲୋକ ବାଦ୍ୟ-ଯନ୍ତ୍ରରୁ ଆଣି ସୈନ୍ୟ ଉପକରଣ ରୂପରେ ବିଭିନ୍ନ ଉପାୟରେ ଉପଯୋଗ ହେଉଥିଲା ।[୭୪] ୟୁରୋପରେ ବିକଶିତ ବାୟବିୟ 'ଆଁର୍ଗନ'ର ନିର୍ମାଣ , ଯାହା ପଞ୍ଚମ ଶତାବ୍ଦୀରେ ସ୍ପେନ୍ରେ ଆରମ୍ଭ ହୋଇଥିଲା ଏବଂ ପରେ ଇଂଲଣ୍ଡରେ ୭୦୦ବିଂରେ ବିସ୍ତାରିତ ହୋଇଥିଲା ।[୭୫] ଏହାର ପରିଣାମ ସ୍ୱରୂପ ଯେଉଁ ଉପକରଣ ବାହାରିଥିଲା ତାହାର ଆକାର ଏବଂ ପ୍ରୟୋଗ ଭିନ୍ନ ଥିଲା , ଯେପରି ଛୋଟ ଆଁର୍ଗନକୁ ଗଳାରେ ପିନ୍ଧାଇ ଦିଆଯାଉଥିଲା ।[୭୬] ଦଶମ ଶତାବ୍ଦୀର ଶେଷରେ ଇଂଲିଶ ବେନିଡିକ୍ଟିନ ଏବେଜରେ ବଜା ଯାଉଥିବା ଆଁର୍ଗନର ସାହିତ୍ୟରେ ଚର୍ଚ୍ଚା , ଆଁର୍ଗନର ଚର୍ଚ୍ଚାରେ ଜଡ଼ିତ ପ୍ରଥମ ସନ୍ଦର୍ଭ ପ୍ରସ୍ତୁତ କରିଥିଲା ।[୭୭] ମଧ୍ୟ ଯୁଗର ରୀଡ଼ ବାଦକ , ଓବୋ ପର୍ଯ୍ୟନ୍ତ ହିଁ ସୀମିତ ଥିଲା ; ଏହି ଅବଧି ଅନୁଶାରେ କ୍ଲୈରିନେଟର କୌଣସି ପ୍ରମାଣ ଉପସ୍ଥିତ ନଥିଲା ।[୭୮]

ଆଧୁନିକ

ଡଚ୍ ଚିତ୍ରକାରଙ୍କଦ୍ୱାରା ଚିତ୍ରିତ - ଦି ଡ୍ୟୁଟ, (କର୍ନେଲିସ ସଫ୍ଟଲେଭେନ), ସି. ୧୬୩୫

ପୁନର୍ଜାଗରଣ

୧୪୦୦ ଖ୍ରୀଷ୍ଟାବ୍ଦ ପରେ-ପରେ ବାଦ୍ୟ-ଯନ୍ତ୍ରର ବିକାଶରେ ପଶ୍ଚିମ-ୟୁରୋପର ପ୍ରଭୁତ୍ତ୍ୱ ବାସ୍ତବରେ ରହିଥିଲା । ସବୁଠାରୁ ପ୍ରମୁଖ ପରିବର୍ତ୍ତନ ପୁନର୍ଜାଗରଣକାଳୀନ ଅବଧି ସମୟରେ ହୋଇଥିଲା । ଗାୟନ ଏବଂ ନୃତ୍ୟ ସହିତ ରହିବା ଅପେକ୍ଷା ବାଦ୍ୟ-ଯନ୍ତ୍ର ଅନ୍ୟ ପ୍ରଯୋଜନାରେ କାମ କରିଥିଲେ ଏବଂ ପ୍ରଦର୍ଶନକର୍ତ୍ତାମାନେ ତାଙ୍କୁ ଏକଳ ଉପକରଣ ରୂପେ ବ୍ୟବହାର କରିଥିଲେ । କିବୋର୍ଡ଼ ଏବଂ ତମ୍ବୁରେ , ପାଁଲୀଫୋଲିକ ଉପକରଣ ରୂପରେ ବିକଶିତ ହୋଇଥିଲା ଏବଂ ସଙ୍ଗୀତକାରମାନେ ଅଧିକ ଉନ୍ନତ ଟୈବ୍ଲେଚରର ଉପଯୋଗ କରି ଜଟିଳ ରଚନାର ବିକାଶ କରିଥିଲେ । ସଙ୍ଗୀତକାରମାନେ , ବିଶିଷ୍ଟ ବାଦ୍ୟ ପାଇଁ ସଙ୍ଗୀତର ଟୁକୁଡ଼ା ଡିଜାଇନ କରିବା ଆରମ୍ଭ କରିଥିଲେ ।[୧୪] ୧୬୦୦ବିଂ ଶତାବ୍ଦୀ ପରେ ଅଧା ସମୟରେ , ବିଭିନ୍ନ ଉପକରଣ ପାଇଁ ସଙ୍ଗୀତ ଲିଖନର ଏକ ବିଧି ରୂପରେ ବାଦ୍ୟବୃନ୍ଦକରଣ ଏକ ସାଧାରଣ ଅଭ୍ୟାସ ହୋଇଗଲା ; ଯେଉଁଠାରେ ବ୍ୟକ୍ତିଗତ କଳାକାରମାନେ ନିଜର ବିବେକ ଲଗାଇଥିଲେ , ସେହିଠାରେ ସଙ୍ଗୀତକାରମାନେ ଏବେ ବାଦ୍ୟବୃନ୍ଦକରଣକୁ ଲାଗୁ କଲେ ।[୭୯] ଲୋକପ୍ରିୟ ସଙ୍ଗୀତରେ ପାଁଲୀଫୋନିକ ଶୈଳୀର ପ୍ରଭୁତ୍ତ୍ୱ ରହିଥିଲା ଏବଂ ଉପକରଣ ନିର୍ମାତାମାନେ ତଦନୁସାର ପ୍ରତିକ୍ରିୟା ଦେଇଥିଲେ ।[୮୦]

ପାଖାପାଖି ୧୪୦୦ ଖ୍ରୀଷ୍ଟାବ୍ଦରେ ଆରମ୍ଭ ସହିତ , ସଙ୍ଗୀତ ବାଦ୍ୟ-ଯନ୍ତ୍ରର ବିକାଶର ଦର ଅତ୍ୟଧିକ ବୃଦ୍ଧି ହୋଇଥିଲା କାରଣ ରଚନା ଗୁଡିକୁ ଅଧିକ ଗତିଶୀଳ ଧ୍ୱନିରେ ଆବଶ୍ୟକତା ଥିଲା । ଲୋକମାନେ ବାଦ୍ୟ-ଯନ୍ତ୍ରର ନିର୍ମାଣ , ବାଦନ ଏବଂ ସୁଚିବଦ୍ଧ କରିବା ବାବଦରେ ପୁସ୍ତକ ଲେଖିବା ଆରମ୍ଭ କରିଥିଲେ ; ଏହିପରି ଏକ ପ୍ରଥମ ପୁସ୍ତକ (ସେବଷ୍ଟିୟନ ଫେରଣ୍ଡୁଗ)ର ୧୫୧୧ ଗ୍ରନ୍ଥ 【Musica getuscht und angezogen】 ଥିଲା (ଇଂରାଜୀ : ମ୍ୟୁଜିକ ଜର୍ମାନଇଜ୍ଡ ଆଣ୍ଡ ଆବ୍ସାଟ୍ରାକ୍ଡ଼) [୭୯] ଫିରଣ୍ଡୁଗର କୃତିକୁ ବିଶେଷ ରୂପରେ ଏଥିପାଇଁ ପୂର୍ଣ୍ଣ ମାନିବାକୁ ହୁଏ କାରଣ "ଅନିୟମିତ" ଉପକରଣର ବିବରଣୀ ମଧ୍ୟ ସାମିଲ କରାଯାଇଛି , ଯେପରି କି ଶିକାରର ଶୀଙ୍ଘ ଏବଂ ଗାଈର ଘଣ୍ଟି । ଫିରଣ୍ଡୁଗ ଏହାର ଆଲୋଚନା ମଧ୍ୟ କରିଥିଲେ , ପରେ ଅନ୍ୟ ପୁସ୍ତକ ମନ ଆସିଥିଲା ଯେଉଁଥିରେ ସାମିଲ ଥିଲା (ଅର୍ନୋଲ୍ଟ ଶିଳ୍କ)ର 【Spiegel der Orgelmacher und Organisten (ଇଂରାଜୀ : 】ମିରର୍ ଅଫ୍ ଆଁର୍ଗନ ମେକର୍ସ ଆଣ୍ଡ ଆଁର୍ଗନ ପ୍ଲେୟର୍ସ)ସେହି ବର୍ଷ ଆସିଥିବା ଏହି ପୁସ୍ତକଟି ଆଁର୍ଗନ ନିର୍ମାଣ ଏବଂ ଆଁର୍ଗନ ବାଦନ ଉପରେ ଏକ ଗ୍ରନ୍ଥ ରହିଛି ।[୮୧] ପୁନର୍ଜାଗରଣ କାଳରେ ପ୍ରକାଶିତ , ଅନୁଦେଶାତ୍ମକ ପୁସ୍ତକ ଏବଂ ସନ୍ଦର୍ଭ ମଧ୍ୟରେ ଏକ ପୁସ୍ତକକୁ ପବନ ଏବଂ ତାରଯୁକ୍ତ ସମସ୍ତ ବାଦ୍ୟର ବିସ୍ତୃତ ବିବରଣୀ ଏବଂ ଚିତ୍ରଣ ପାଇଁ ବିଖ୍ୟାତ ହୋଇଥିଲା ଯେଉଁଥିରେ ସେମାନଙ୍କର ତୁଳନାତ୍ମକ ଆକାର ଦିଆଯାଇଥିଲା । "ମାଇକେଲ ପ୍ରେଟୋରିଅସ"ଙ୍କ ଏହି ପୁସ୍ତକ ସିନ୍ତାଗ୍ମା ମ୍ୟୁଜିକମକୁ ଷୋହଳହବିଂ ଶତାବ୍ଦୀର ବାଦ୍ୟ-ଯନ୍ତ୍ରର ଏକ ଆଧିକାରୀକ ସନ୍ଦର୍ଭ ମାନିବାକୁ ହେଉଥିଲା ।[୮୨]

ଷୋହଳହବିଂ ଶତାବ୍ଦୀରେ , ବାଦ୍ୟ-ଯନ୍ତ୍ର ନିର୍ମାତାମାନେ ଅଧିକାଂଶ ଉପକରଣ ଯାହା ଶାସ୍ତ୍ରୀୟ ଆକୃତି ଦେଇଥିଲା , ତାହା ଆଜି ପର୍ଯ୍ୟନ୍ତ ମଧ୍ୟ ଚାଲୁ ଅଛି , ଯେମିତି କି ବାୟଲୀନ । ସ୍ୱରୂପ ସୌନ୍ଦର୍ଯ୍ୟ ଉପରେ ମଧ୍ୟ ଧ୍ୟାନ ଦିଆଗଲା - ଶ୍ରୋତା ଏକ ବାଦ୍ୟ-ଯନ୍ତ୍ରର ରୂପ ସୌନ୍ଦର୍ଯ୍ୟରେ ସେତିକି ମୁଗ୍ଧ ହୋଇଥିଲେ ଯେତିକି ତାହାର ଧ୍ୱନିରେ ମୁଗ୍ଧ ହେଉଥିଲେ । ଏଥିପାଇଁ ନିର୍ମାତାମାନେ ସାମଗ୍ରୀ ଏବଂ କାରିଗରୀ ଉପରେ ବିଶେଷ ଧ୍ୟାନ ଦେଇଥିଲେ ଓ ବାଦ୍ୟ-ଯନ୍ତ୍ର ସଂଗ୍ରହାଳୟ ଏବଂ ଘର ମାନଙ୍କରେ ସଂଗ୍ରହଣିୟ ହୋଇ ରହିଗଲେ । [୮୩] ଏହି ଅବଧି ଥିଲା ଯାହା ମାଧ୍ୟମରେ ନିର୍ମାତାମାନେ , ସଙ୍ଗୀତ-ସଂଘ , ଏହିପରି ଦଳ ଯିଏ ଏହି ବାଦ୍ୟ-ଯନ୍ତ୍ର ସମୂହ ପାଇଁ ଲେଖାଯାଇଥିବା ରଚନାକୁ ବଜାଉଥିଲେ , ଏହାପରେ ନିଜ ଆବଶ୍ୟକତାକୁ ପୁରଣ କରିବା ପାଇଁ ଗୋଟିଏ ପ୍ରକାରର ଉପକରଣର ନିର୍ମାଣ ବିଭିନ୍ନ ଆକାରରେ କରିବା ଆରମ୍ଭ କରିଥିଲେ ।[୮୪] ଯନ୍ତ୍ର ନିର୍ମାତାମାନେ ଏହିପରି ଗୁଣକୁ ବିକଶିତ କରିଥିଲେ ଯାହା ଆଜି ମଧ୍ୟ ଚାଲୁଅଛି । ଉଦାହରଣ : ଯେତେବେଳେ ବହୁ-କିବୋର୍ଡ଼ ଥିବା ଆଁର୍ଗନ ଉପସ୍ଥିତ ଥିଲେ , ଏକଳ ଠହରାବ ଥିବା ଆଁର୍ଗନ ପନ୍ଦରହବିଂ ଶତାବ୍ଦୀର ଆରମ୍ଭରେ ଉଭାରିଥିଲା । ଏହା ଠହରାବ ଲୟ ପାଇଁ ମିଶ୍ରଣକୁ ଉତ୍ପନ୍ନ କରିବା ପାଇଁ ଥିଲା , ଏହା ଏହିପରି ଏକ ବିକାଶ ଥିଲା ଯାହା ସେହି ସମୟର ସଙ୍ଗୀତ ପାଇଁ ଆବଶ୍ୟକ ଥିଲା ।[୮୫] ସୁବାହ୍ରାତା ସଙ୍ଗୀତରେ ଆହୁରି ସୁଧାର କରିବା ପାଇଁ ତୁରୀ ଗୁଡିକୁ ଆଜିର ଆଧୁନିକ ସ୍ୱରୂପରେ ବିକଶିତ କରାଯାଇଥିଲା ଏବଂ ଚ୍ୟାମ୍ବର ସଙ୍ଗୀତରେ ମିଶ୍ରଣ କରିବା ପାଇଁ ବାଦକ ମ୍ୟୁଟର ବ୍ୟବହାର କରୁଥିଲେ ।[୮୬]

ବାରୋକ୍ୟୁ

ବାରୋକ୍ୟୁର ମୌନଟେଡ ଜାକୋବ ଷ୍ଟେନରଙ୍କ - ୧୬୫୮ ମସିହାର ଭାଓଲିନ

୧୭ହବିଂ ସଦୀର ଆରମ୍ଭରୁ ସଙ୍ଗୀତକାରମାନେ ଆହୁରି ଅଧିକ ଭାବୁକ ଶୈଳୀର ରଚନାଗୁଡିକୁ ନିର୍ମାଣ କରିବା ଆରମ୍ଭ କରିଥିଲେ । ସେମାନଙ୍କୁ ଲାଗିଲା କି , ଏକ ମୋନୋଫୋନିକ ଶୈଳୀ , ଭାବନାତ୍ମକ ସଙ୍ଗୀତର କିଛି ଅଂଶ ଲେଖିଥିଲେ ଯାହା ମାନବର ଗାୟନ ଧ୍ୱନୀର ପୂରକ ହୋଇଥିଲା ।[୮୦] ନାତିଜତନ , ଏହିପରି ବହୁ ଉପକରଣ ଯାହା ବିସ୍ତୃତ ସୀମା ଏବଂ ଗତିଶୀଳତାର ଉପଯୋଗ୍ୟ ନ'ଥିଲେ ଏବଂ ଯାହାର ଚଳଣିରେ ସେମାନଙ୍କୁ ଭାବହୀନ ରୂପରେ ଦେଖିବାକୁ ଲାଗିଲେ , ପସନ୍ଦରୁ ବାହାରିଗଲେ । ଏହିପରି ଏକ ବାଦ୍ୟ ଥିଲା ଓବୋ[୮୭] ନୁଆଇଁ ହୋଇଥିବା ଉପକରଣ ଯେପରିକି ବାୟଲୀନ , ବାୟୋଲା , ବୈରିଟୋନ ଏବଂ ବିଭିନ୍ନ ତମ୍ବୁରେର ଲୋକପ୍ରିୟ ସଙ୍ଗୀତରେ ପ୍ରଭୁତ୍ତ୍ୱ ବନିକରି ଥିଲା ।[୮୮] ପାଖାପାଖି ୧୭୫୦ ମସିହାରେ ଆରମ୍ଭ ହୋଇ ଗୀତାରର ବଢତି ଲୋକପ୍ରିୟତା କାରଣରୁ ତମ୍ବୁରା , ସଙ୍ଗୀତ ରଚନାରୁ ହଜିଯାଇଥିଲା । [୮୯] ତାରଯୁକ୍ତ ବାଦ୍ୟବୃନ୍ଦର ବ୍ୟାପକତାରେ ବୃଦ୍ଧି ସହିତ , ତାକୁ ଶୁଣିବାର ଏକ ରାସ୍ତାର ପ୍ରତିକ୍ରିୟା ସ୍ୱରୂପ , ପବନଯୁକ୍ତ ବାଦ୍ୟ ଯେପରି ବଂଶୀ , ଓବୋ ଏବଂ ବସୁନର ପାଖକୁ ପୁନଶ୍ଚ ଆଗ୍ରହ ବଢ଼ିଥିଲା । [୯୦]

୧୭ହବିଂ ସଦୀର ମଧ୍ୟରେ , ସେହି ବାଦ୍ୟ ଯାହାକୁ ଶିକାରୀର ସୀଙ୍ଗ କୁହାଯାଉଥିଲା ଏକ "କଳାତ୍ମକ ବାଦ୍ୟଯନ୍ତ୍ର"ରେ ରୂପାନ୍ତରିତ ହୋଇଥିଲା ଏବଂ ସେଥିରେ ଏକ ଲମ୍ବା ଟ୍ୟୁବ , ଏକ ପରିମିତ ବୋର , ଏକ ଚୌଡୀ ଘଣ୍ଟି ଏବଂ ଅଧିକ ବ୍ୟାପକ ରେଞ୍ଜ ଯୋଡ଼ାଯାଇଥିଲା ।ଏହି ବଦଳାବର ବିବରଣ ଅସ୍ପଷ୍ଟ ହୋଇଥାଏ , କିନ୍ତୁ ଆଧୁନିକ ସୀଙ୍ଗ କିମ୍ବା ଆହୁରି ଅଧିକ ସାଧାରଣ ଭାଷାରେ , ଫ୍ରାସିସୀ ସୀଙ୍ଗ ୧୭୨୫ ପର୍ଯ୍ୟନ୍ତ ଉଭାରିଥିଲା । [୯୧] ଏକ ସ୍ଲାଇଡ଼ ଟ୍ରମ୍ପେଟର ଜନ୍ମ ହୋଇଥିଲା , ଏହା ବ୍ୟତୀତ ପରିବର୍ତ୍ତିତ ରୂପ ଥିଲା ଯେଉଁଥିରେ ଏକ ଲମ୍ବା ମାଉଥପୀସ ଥିଲା ଯାହା ଭିତର ଏବଂ ବାହାର ଝଲକାଉଥିଲା । ତୁରୀର ଏହି ଭିନ୍ନ ରୂପ , ଯାହାର ବଦନରେ ସାମିଲ କଠିନତା କାରଣ ଅଲୋକପ୍ରିୟ ରହିଥିଲା ।[୯୨] ବୈରୋକ ଅବଧିରେ , ଆଁର୍ଗନରେ ତାନ ସମ୍ବନ୍ଧିତ ପରିବର୍ତ୍ତନ ହୋଇଥିଲା , ଚୂଙ୍କି ଲଣ୍ଡନର [ଅବ୍ରହାମ ଜାଁର୍ଡନ]ଙ୍କ ପରି ନିର୍ମାତାମାନେ ଠହରାବକୁ ଅଧିକ ଅର୍ଥପୂର୍ଣ୍ଣ ବନେଇଥିଲେ ଏବଂ ଆହୁରି କିଛି ଉପକରଣ ଯୋଡିଥିଲେ ଯେପରି ଅର୍ଥପୂର୍ଣ୍ଣ ପେଡାଲ । 'ସାକ୍ସ' ଏହି ପ୍ରବୃତ୍ତିକୁ ଆଁର୍ଗନର ସାମାନ୍ୟ ଧ୍ୱନିର "ପତନ" ରୂପରେ ଦେଖିଥିଲେ । [୯୩]

ବର୍ଗୀକରଣ

ବାଦ୍ୟ-ଯନ୍ତ୍ରକୁ ବର୍ଗୀକୃତ କରିବାର ବହୁ ଅଲଗା ଅଲଗା ଉପାୟ ରହିଛି । ସମସ୍ତ ଉପାୟରେ ଉପକରଣର ଭୌତିକ ଗୁଣ , ବାଦ୍ୟ ଯନ୍ତ୍ରରେ ସଙ୍ଗୀତ କିପରି ପ୍ରଦର୍ଶିତ କରାଯାଏ ଏବଂ ଅର୍କେଷ୍ଟ୍ରା କିମ୍ବା ସଙ୍ଗୀତ-ସମୂହରେ ବାଦ୍ୟ ସ୍ଥିତିର କିଛି ସୟୋଞ୍ଜନର ଯାଞ୍ଚ କରାଯାଇଥାଏ । କିଛି ଉପାୟ , ବିଶେଷଜ୍ଞ ମାନଙ୍କ ମଧ୍ୟରେ ଏହି ଅସହମତିର ପରିଣାମ ସ୍ୱରୂପ ଉତ୍ପନ୍ନ ହୋଇଥାଏ କି ବାଦ୍ୟଯନ୍ତ୍ରର ବର୍ଗୀକରଣ କିପରି କରାଯିବା ଉଚିତ । ଯେପରିକି ବର୍ଗୀକରଣ ପ୍ରଣାଳୀର ପୁରା ସର୍ବେକ୍ଷଣ କରିବା ଏହି ଲେଖାରୁ ସୃଷ୍ଟି , ପ୍ରମୁଖ ପ୍ରଣାଳୀ ଗୁଡ଼ିକର ଏକ ସାରାଂଶ ନିମ୍ନ ଅଟେ ।

ପ୍ରାଚୀନ ପଦ୍ଧତି

ଏକ ପ୍ରାଚୀନ ପ୍ରଣାଳୀ , ଯାହା ପାଖାପାଖି ୧ ଶତାବ୍ଦୀ ଈ.ପୂରୁ ଚାଲିଆସୁଛି । ବାଦ୍ୟଯନ୍ତ୍ରକୁ ଚାରି ମୁଖ୍ୟ ବର୍ଗୀକରଣ ସମୂହରେ ବିଭାଜିତ କରିଥାଏ : ସେହି ଉପକରଣ ଯାହା ତାର ହଲାଇବାରେ ଧ୍ୱନି ଉତ୍ପନ୍ନ ହୋଇଥାଏ ; ସେହି ବାଦ୍ୟଯନ୍ତ୍ର ଯାହା ଧ୍ୱନି ପବନର ସଂସ୍ପର୍ଶର କମ୍ପନଦ୍ୱାରା ଉତ୍ପନ୍ନ ହୋଇଥାଏ । କଥା କିମ୍ବା ଧାତୁରେ ତିଆରି ପରକ୍ଷଣ ବାଦ୍ୟଯନ୍ତ୍ର ; ଏବଂ ଚମଡା ମୁଖା ଥିବା ପରକଶନ ଉପକରଣ କିମ୍ବା ଡ୍ରମ । "ବିକ୍ଟର-ଚାର୍ଲସ୍-ମହିଲୋନ" ପରେ ବହୁତ କିଛି ଏହି ପ୍ରକାରର ପ୍ରଣାଳୀକୁ ନିଜର କରିଥିଲେ । ସେ ବ୍ରାସେଲ୍ସର ସଙ୍ଗୀତ ବିଦ୍ୟାଳୟରେ ବାଦ୍ୟଯନ୍ତ୍ର ସଂଗ୍ରହରେ ସାରାଂକ୍ଷକ ଥିଲେ ଏବଂ ସଂଗ୍ରହର ୧୮୮୮ର ସୂଚି ପାଇଁ ବାଦ୍ୟଯନ୍ତ୍ରକୁ ଚାରି ସମୂହରେ ବିଭାଜିତ କରାଯାଇଥିଲା ; ତାରଯୁକ୍ତ ବାଦ୍ୟ , ପବନ ଯୁକ୍ତ ବାଦ୍ୟ , ପରକଶନ ବାଦ୍ୟ ଏବଂ ଡ୍ରମ ।

ସାକ୍ସ-ହୋର୍ନବୋଷ୍ଟେଲ

ଏରିକ ବାନ ହୋର୍ନବୋଷ୍ଟେଲ ଏବଂ "କର୍ଟ ସାକ୍ସ" ପରେ ପ୍ରାଚୀନ ପଦ୍ଧତିକୁ ନେଲେ ଏବଂ ୧୯୧୪ ମସିହାରେ 【Zeitschrift für Ethnologie】ରେ ବର୍ଗୀକରଣ ପାଇଁ ଏକ ବ୍ୟାପକ ନୂଆ ଯୋଜନା ପ୍ରକାଶିତ କଲେ । ତାଙ୍କ ପଦ୍ଧତିକୁ ଆଜି ବ୍ୟାପକ ରୂପେ ପ୍ରୟୋଗ କରାଯାଉଛି ଏବଂ ଏକ୍ସର ହୋର୍ନବୋଷ୍ଟେଲ ପଦ୍ଧତି ରୂପେ ଜଣାଯାଏ ।

ମୂଳ ସାକ୍ସ ହୋର୍ନବୋଷ୍ଟେଲ ପଦ୍ଧତି ବାଦ୍ୟଯନ୍ତ୍ରକୁ ଚାରୋଟି ପଦ୍ଧତିରେ ବର୍ଗୀକୃତ କରିଥିଲା :

  • ଘନ ବାଦ୍ୟ , ଯାହା ଜାୟଲୋଫୋନ ଏବଂ ରୈଟଲର କମ୍ପନଦ୍ୱାରା ଧ୍ୱନି ଉତ୍ପନ୍ନ ହୋଇଥାଏ । ସେମାନଙ୍କୁ କନକଶନ , ଶେକେନ ଏବଂ ପ୍ଲକ୍ଡ ଘନ ବାଦ୍ୟରେ ବିଭାଜିତ କରାଯାଇଥାଏ ।[୯୪]
  • ଅବନଦ୍ଧ ବାଦ୍ୟ , ଯେପରି ଡ୍ରମ କିମ୍ବା କାଜୂ ଏକ ଝିଲ୍ଲୀର କମ୍ପନ ଧ୍ୱନି ଉତତ୍ପନ୍ନ କରିଥାଏ । ସେ ଗୁଡିକୁ ପ୍ରିଣ୍ଡମ ଅବନଦ୍ଧ ବାଦ୍ୟ , ଟ୍ୟୁବଲର ଡ୍ରମ , ଫ୍ରିକ୍ଶନ ଘନ ବାଦ୍ୟ , ଦେଗଚି ଏବଂ ମିରଲୀଟନରେ ବିଭାଜିତ କରାଯାଇଥାଏ । [୯୫]
  • ତତ ବାଦ୍ୟ , ଯେପରି ପିୟାନୋ କିମ୍ବା ସେଲୋ ଯାହା ତାରର କମ୍ପନ ଧ୍ୱନି ଉତ୍ପନ୍ନ କରିଥାଏ । ସେ ଗୁଡ଼ିକର ବିଭାଜନ ଜିଥର , କୀବୋର୍ଡ଼ ତତ ବାଦ୍ୟ , ଲାଇଅର , ହାର୍ପ , ଲ୍ୟୁଟ୍ ଏବଂ ଝୁକେ ତତ ବାଦ୍ୟରେ କରାଯାଇଥାଏ ।[୯୬]
  • ସୁଷିର ବାଦ୍ୟ , ଯେପରି ପାଇପ ଆଁର୍ଗନ କିମ୍ବା ନଫିରୀ (ଓବୋ) ଯାହା ପବନ ଖଣ୍ଡ କମ୍ପନଦ୍ୱାରା ଧ୍ୱନି ଉତ୍ପନ୍ନ କରିଥାଏ । ସେ ଗୁଡିକୁ ମୁକ୍ତ ସୁଷିର ବାଦ୍ୟ , ବଂଶୀ , ଆଁର୍ଗନ , ରୀଡ଼ ପାଇପ ଏବଂ ଓଠ କମ୍ପିତ ସୁଷିର ବାଦ୍ୟରେ ବିଭାଜିତ କରାଯାଇଥାଏ । [୯୭]

ସାକ୍ସ ପରେ ଏକ ପଞ୍ଚମ ବର୍ଗ ଯୋଡିଥିଲେ ।

  • ଇଲେକ୍ଟ୍ରୋ ଫୋନ , ଯାହା ଇଲେକ୍ଟ୍ରୋନିକ ପଦ୍ଧତିରେ ଧ୍ୱନି ଉତ୍ପନ୍ନ କରାଯାଇଥାଏ ।[୯୮]

ପ୍ରତ୍ୟେକ ବର୍ଗ ଭିତରେ ବହୁ ଉପ-ସମୂହ ରହିଥାଏ । ଏହି ପ୍ରଣାଳୀର ଆଲୋଚନା କରାଯାଇଛି ଏବଂ ଏହାକୁ ପୂର୍ବ ବର୍ଷରେ ସଂଶୋଧିତ କରାଗଲା । କିନ୍ତୁ ଏହାର ବ୍ୟାପକ ରୂପରେ ପ୍ରୟୋଗ ଆର୍ଗେନୋଲୋଜିଷ୍ଟ ଏବଂ ଏଥନୋମ୍ୟୁଜିକୋଲୋଜିଷ୍ଟଦ୍ୱାରା କରାଯାଇଥାଏ ।

ଶୈଫ୍ନର

ଆଂଦ୍ରେ ଶୈଫ୍ନର , Musée de l'Hommeର ସରଂକ୍ଷକ "ସାକ୍ସ-ହୋର୍ନବୋଷ୍ଟେଲ" ପ୍ରଣାଳୀରେ ଅସହମତ ଥିଲା ଏବଂ ସେ ୧୯୩୨ ମସିହାରେ ନିଜର ପ୍ରଣାଳୀ ବିକଶିତ କରିଥିଲେ । ଶୈଫ୍ନରର ମାନିବାର ଥିଲା କି , ଏକ ବାଦ୍ୟଯନ୍ତ୍ର ବର୍ଗୀକରଣର ନିର୍ଦ୍ଧାରଣ , ତାହାର ବାଦନର ବିଧି ବଦଳରେ ତା'ର ଶାରୀରିକ ସରଞ୍ଚନାକୁ କରିବା ଆବଶ୍ୟକ । ତାଙ୍କର ପଦ୍ଧତି ବାଦ୍ୟଯନ୍ତ୍ରକୁ ଦୁଇ ପଦ୍ଧତିରେ ବାନ୍ତି ଥିଲା ; ଏପରି ବାଦ୍ୟ ଯାହାର ଶରୀର ଠୋସ ଏବଂ ଏପରି ବାଦ୍ୟ ଯେଉଁଥିରେ କମ୍ପିତ ପବନ ହୋଇଥାଏ ।[୯୯]

ସୀମା

ପଶ୍ଚିମ ବାଦ୍ୟଯନ୍ତ୍ରକୁ ମଧ୍ୟ ସେହି ପରିବାରର ଅନ୍ୟ ଉପକରଣ ସହିତ ତୁଳନାରେ ପ୍ରାୟ ସେମାନଙ୍କ ସଙ୍ଗୀତ ସୀମାଦ୍ୱାରା ବର୍ଗୀକୃତ କରାଯାଇଥାଏ । ଏହି ଶବ୍ଦବଳୀକୁ ଗାୟନରେ ସ୍ୱରରେ ବର୍ଗୀକରଣର ଆଧାରରେ ରଖା ଯାଇଥାଏ :

  • ସୋପ୍ରାନୋ ବାଦ୍ୟ : ବଂଶୀ , ରିକାଣ୍ଡର , ବାୟଲୀନ , ତୁରୀ , ସାହାନାଈ , ଓବୋ , କର୍ନେଟ , ପିକୋଳ ତୁରୀ , ପିକୋଳ ।
  • ଆଁଲ୍ଟୋ ବାଦ୍ୟ : ଆଁଲ୍ଟୋ ସୈସ୍କୋଫୋନ , ଆଁଲ୍ଟୋ ବଂଶୀ , ବାଇଲ , ସୀଙ୍ଗ , ଆଁଲ୍ଟୋ ହର୍ନ ।
  • ଟେନର ବାଦ୍ୟ : ଟେନର ସୈସ୍କୋଫୋନ , ବାସ ତୁରୀ ।
  • ବୈରୀଟୋନ : ବସୁନ , ଇଂରାଜୀ ହର୍ନ , ବୈରୀଟୋନ ସେକ୍ସଫୋନ , ବୈରୀଟୋନ ହର୍ନ , ସେଲୋ , ୟୁଫୋନିମ ।
  • ବାସ ବାଦ୍ୟ : କୋଣ୍ଟ୍ରା ବସୁନ , ବାସ ସେକ୍ସୋଫୋନ , ଡବଲ ବାସ , ଟୁବା ।
  • କୋଣ୍ଟ୍ରାବାସ ବାଦ୍ୟ : କୋଣ୍ଟ୍ରାବାସ ସେକ୍ସୋଫୋନ ,କୋଣ୍ଟ୍ରାବାସ ବଗଲ ।

କିଛି ଉପକାର ଗୋଟିଏରୁ ଅଧିକ ଶ୍ରେଣୀରେ ଆସିଥାଏ । ଉଦାହରଣ : ସେଲୋକୁ ଟେନର କିମ୍ବା ବାସ ମାନିବାକୁ ହୋଇଥାଏ । ଏଠାରେ ଏହି ଉକ୍ତିର ନିର୍ଭର କରିଥାଏ କି ଏହାର ସଙ୍ଗୀତ ସମୂହରେ କିପରି ଫିଟ ହୋଇଥାଏ ଏବଂ ଟ୍ରମ୍ବୋନ ହୋଇପାରେ 'ଆଁଲ୍ଟୋ , ଟେନର , ବାସ , ପ୍ରେଞ୍ଚ ହର୍ନ' ଏହି କଥା ଉପରେ ନିର୍ଭର କରିଥାଏ କି , କାହା ଉପରେ ଏହି ରେଞ୍ଜ ଖୋଲା ଯାଇଥାଏ ।

ବହୁ ବାଦ୍ୟଯନ୍ତ୍ରରେ ରେଞ୍ଜ , ତାଙ୍କ ନାମର ଅଂଶ ରୂପେ ହୋଇଥାଏ : ସୋପ୍ରାନୋ ସେକ୍ସୋଫୋନ , ଟେନର ସେକ୍ସୋଫୋନ , ବୈରିଟେନ ସେକ୍ସୋଫୋନ , ଆଁଲ୍ଟୋ ବଂଶୀ , ବାସ ବଂଶୀ , ବାସ ଗୀତାର ଆଦି ଅତିରିକ୍ତ ବିଶେଷଣ , ସୋପ୍ରାନୋ ରେଞ୍ଜରୁ ଉପରେ କିମ୍ବା ବାସର ତଳ ବାଦ୍ୟର ବର୍ଣ୍ଣନା କରିଥାଏ । ଉଦାହରଣ : ସୋପ୍ରାନୀନୋ ସେକ୍ସୋଫୋନ , କଣ୍ଟ୍ରାବାସ ଲ୍କ୍ଲୈରିନେଟ ।

ଯେତେବେଳେ କୌଣସି ବାଦ୍ୟର ନାମରେ ବ୍ୟବହାର କରାଯାଏ ତ ଏହି ଶବ୍ଦ ସପେକ୍ଷିକ ହୋଇଥାଏ , ଯାହା ବାଦ୍ୟଯନ୍ତ୍ରର ରେଞ୍ଜକୁ ତାହାର ପରିବାରର ଅନ୍ୟ ଉପକରଣର ତୁଳନାରେ ସମ୍ବିଧିତ କରିଥାଏ । ଉଦାହରଣ : ଏକ ବାସ ଏବଂ ବଂଶୀର ରେଞ୍ଜ C3ରୁ F♯6 ପର୍ଯ୍ୟନ୍ତ ରହିଥାଏ ; କିନ୍ତୁ ଏକ ବାସ କ୍ଲୈରିନେଟ , ଏକ ସପ୍ତକ ତଳେ ବଯାଇଥାଏ ।

ଇଲେକ୍ଟ୍ରୋନିକ ଗୀତାର , ଏକ ନିବୁଜ ଉଷୁମ କୋଠରୀ ଭିତରେ ବାଦ୍ୟଯନ୍ତ୍ରର ଗୋଷ୍ଠୀ ସମୂହର ଚିତ୍ର

ନିର୍ମାଣ

ବାଦ୍ୟଯନ୍ତ୍ରର ନିର୍ମାଣ ଏକ ବିଶେଷ ବ୍ୟବସାୟ ଅଟେ ଯାହାପାଇଁ ବର୍ଷକର ପ୍ରଶିକ୍ଷଣ , ଅଭ୍ୟାସ ଏବଂ କେବେ କେବେ ଏକ ପ୍ରଶିକ୍ଷୁ ହେବାର ଆବଶ୍ୟକତା ପଡିଥାଏ। ବାଦ୍ୟଯନ୍ତ୍ରର ଅଧିକାଂଶ ନିର୍ମାତା , ବାଦ୍ୟଯନ୍ତ୍ରର କୌଣସି ଏକ ଶୈଳୀର ବିଶେଷଜ୍ଞ ହୋଇଥାନ୍ତି । ଉଦାହରଣ : ଏକ ଲୁଥିଅର କେବଳ ତାରଯୁକ୍ତ ବାଦ୍ୟ ବନାଇଥା'ଏ । କିଛି ନିର୍ମାତା କେବଳ ଏକ ପ୍ରକାରର ବାଦ୍ୟ ବନାଇଥା'ନ୍ତି , ଯେପରି ପିୟାନୋ ।

ଉପଯୋଗକର୍ତ୍ତା ଇଣ୍ଟର୍ଫେସ୍

ହେଲାକି , ବାଦ୍ୟଯନ୍ତ୍ରରେ ଧ୍ୱନି କେଉଁ ମାଧ୍ୟମରେ ଉତ୍ପନ୍ନ ହେଉଥାଉ , ବହୁ ବାଦ୍ୟଯନ୍ତ୍ରରେ ଉପଯୋଗକର୍ତ୍ତା ଇଣ୍ଟର୍ଫେସ ରୂପରେ ଏକ କୁଂଜୀପଟଳ ହୋଇଥାଏ । କୁଂଜୀପଟଳ ବାଦ୍ୟଯନ୍ତ୍ର, ଏପରି ଏକ ବାଦ୍ୟଯନ୍ତ୍ର ଅଟେ ଯାହା ଏକ ସଙ୍ଗୀତ କୁଂଜୀପଟଳଦ୍ୱାରା ବଜା ଯାଇଥାଏ । ସମସ୍ତ କୁଂଜୀ ଗୋଟିଏ କିମ୍ବା ଗୋଟେରୁ ଅଧିକ ଧ୍ୱନି ଉତ୍ପନ୍ନ କରିଥାଏ ; ଅଧିକାଂଶ କୁଂଜୀପଟଳ ଉପକରଣରେ ଏହି ଧ୍ୱନିରେ ଉତ୍ତାର-ଚଢାବ କରିବା ପାଇଁ ଅତିରିକ୍ତ ସାଧନ ହୋଇଥାଏ , (ପିୟାନୋ ପାଇଁ ପେଡାଲ , ଏକ ଆଁର୍ଗନ ପାଇଁ ଅନ୍ତରାଳ) । ତାହା ପବନର ସଂସ୍ପର୍ଶରେ ଆସିଲେ ଆଁର୍ଗନ କିମ୍ବା ପମ୍ପ କରିବାଦ୍ୱାରା ଅକୋର୍ଡିୟନ ଧ୍ୱନି କରିପାରେ ,[୧୦୦][୧୦୧] ହଲୁଥିବା ତାରକୁ ଥୋକିକରି ପିୟାନୋ କିମ୍ବା ଘୋଷାଡ଼ିକରି ହାର୍ପସିକାଂର୍ଡ଼ ,[୧୦୨][୧୦୩] ଇଲେକ୍ଟ୍ରୋନିକ୍ସ ଉପାୟରେ ସିଂଥେସାଇଜର ,[୧୦୪] କିମ୍ବା କୌଣସି ଅନ୍ୟ ଉପାୟରେ । କେବେ କେବେ ଏହିପରି ବାଦ୍ୟଯନ୍ତ୍ର ଯେଉଁଥିରେ ସାମାନ୍ୟ ଉପାୟରେ ଏକ କୁଂଜୀପଟଳ ହୋଇନଥାଏ , ଯେପରି ଗ୍ଲୌକେନାସ୍ପିଲ , ସେଥିରେ ଗୋଟିଏ କୁଂଜୀପଟଳ ଲଗାଯାଇଥାଏ [୧୦୫] ହେଲାକି , ସେଥିରେ କୌଣସି ଚଳାଇପାରି ହେଉଥିବା ଅଂଶ ହୋଇନଥାଏ ଏବଂ ବାଦକ ହାତରେ ଧରାଯାଇଥିବା ମୈଲେଟରେ ବଜା ଯାଇଥାଏ , ସେଥିରେ କୁଂଜୀୟର ସମାନ ଭୌତିକ ବ୍ୟବସ୍ଥା ହୋଇଥାଏ ଏବଂ ତାହା ସମାନ ଉପାୟରେ ଧ୍ୱନି ତରଙ୍ଗ ଉତ୍ପନ୍ନ କରିଥାଏ ।

ଇଡିଓଫୋନ୍ସ

ବାଦ୍ୟଯନ୍ତ୍ରଚିତ୍ରଶ୍ରେଣୀବିଭାଗଏଚ୍-ଏସ୍ ନମ୍ବରଓରିଜିନିସାଧାରଣ ଶ୍ରେଣୀବିଭାଗସମ୍ପର୍କ
ଅଗୁଙ୍ଗ ତମଲଙ୍ଗ
ଇଡିଓଫୋନ୍ସ୧୧୧.୧୧ଫିଲିପାଇନ୍ସମୃଦଙ୍ଗ ଶିବିର ଉତ୍ତୋଳନସ୍ଲିଟ ଡ୍ରମ
ବାମ୍ବୋ ସ୍ଲିଟ ଡ୍ରମଇଡିଓଫୋନ୍ସଆଫ୍ରିକା ,[୧୦୬] ଏସିଆ[୧୦୭]ମୃଦଙ୍ଗ ଶିବିର ଉତ୍ତୋଳନସ୍ଲିଟ ଡ୍ରମ
ବାଲାଫୋନଇଡିଓଫୋନ୍ସଆଫ୍ରିକାମୃଦଙ୍ଗ ଶିବିର ଉତ୍ତୋଳନକୀବୋର୍ଡ଼
କାଯୋନଇଡିଓଫୋନ୍ସ୧୧୧.୨ପେରୂମୃଦଙ୍ଗ ଶିବିର ଉତ୍ତୋଳନବକ୍ସ ଡ୍ରମ
କାଷ୍ଟନେଟ୍ସ
ଇଡିଓଫୋନ୍ସ୧୧୧.୧୪୧ସ୍ପେନ୍ମୃଦଙ୍ଗ ଶିବିର ଉତ୍ତୋଳନ
କ୍ଲାପଷ୍ଟିକ୍ସ
ଇଡିଓଫୋନ୍ସ୧୧୧.୧୧ଅଷ୍ଟ୍ରେଲିଆମୃଦଙ୍ଗ ଶିବିର ଉତ୍ତୋଳନ
ଗ୍ଲୋକେନସ୍ପିଏଲଇଡିଓଫୋନ୍ସମୃଦଙ୍ଗକୀବୋର୍ଡ଼
ଗ୍ଲୋନୱରେନଇଡିଓଫୋନ୍ସନିୟୁଜଲ୍ୟାଣ୍ଡଅଷ୍ଟ୍ରେଲିଆକ୍ରାଙ୍କ ଡ୍ରାଇଭେନ ମୃଦଙ୍ଗକୀବୋର୍ଡ଼ ଷ୍ଟ୍ରକ - ମାର୍ବଲ୍ସ
ହ୍ୟାଣ୍ଡପାନ / ହ୍ୟାଙ୍ଗ ଡ୍ରମ
ଇଡିଓଫୋନ୍ସ୧୧୧.୨୪ସୁଇଜରଲ୍ୟାଣ୍ଡମୃଦଙ୍ଗ ଶିବିର ଉତ୍ତୋଳନଷ୍ଟିଲପ୍ୟାନ
ମାରିମ୍ବା
ଇଡିଓଫୋନ୍ସ୧୧୧.୨୧୨ଗୁଆଟେମାଲା , ୱେଷ୍ଟ ଆଫ୍ରିକା , ମେକ୍ସିକୋ , ନିକାରଗୁଆ ଏବଂ କୋଷ୍ଟା ରିକାମୃଦଙ୍ଗ ଶିବିର ଉତ୍ତୋଳନକୀବୋର୍ଡ଼
ଷ୍ଟିଲପ୍ୟାନ
ଇଡିଓଫୋନ୍ସ୧୧୧.୨୪ଟ୍ରିନିଡ଼ାଡ଼ ଏବଂ ଟୋବାଗୋମୃଦଙ୍ଗ ଶିବିର ଉତ୍ତୋଳନଷ୍ଟିଲପ୍ୟାନ
ଟ୍ରାଇଆଙ୍ଗଲ
ଇଡିଓଫୋନ୍ସ୧୧୧.୨ମୃଦଙ୍ଗ ଶିବିର ଉତ୍ତୋଳନଟ୍ରାଇଆଙ୍ଗଲ
ଭିବ୍ରାଫୋନଇଡିଓଫୋନ୍ସ?ମୃଦଙ୍ଗ ଶିବିର ଉତ୍ତୋଳନକୀବୋର୍ଡ଼
ଉଡ଼ ବ୍ଲକ
ଇଡିଓଫୋନ୍ସ୧୧୧.୨ମୃଦଙ୍ଗ ଶିବିର ଉତ୍ତୋଳନଡ୍ରମ
ଜାଇଲୋଫୋନ
ଇଡିଓଫୋନ୍ସ୧୧୧.୨୧୨ମୃଦଙ୍ଗ ଶିବିର ଉତ୍ତୋଳନକୀବୋର୍ଡ଼

ଇଲେକ୍ଟ୍ରୋନିକ୍ସ ବାଦ୍ୟଯନ୍ତ୍ର (ଇଲେକ୍ଟ୍ରୋଫୋନ୍ସ)

  • ଆଲ୍ଫା ସ୍ପହିଅର (ବାଦ୍ୟଯନ୍ତ୍ର)| ଆଲ୍ଫା ସ୍ପହିଅର
  • ଅଡିଓ କ୍ୟୁବ
  • କ୍ରୋଇକ୍ସ ସୋନର
  • ଡେନିଜ ଡ଼ି'ଅର୍
  • ଡୁବ୍ରେକ୍ଯୁ ଷ୍ଟାଇଲ ଫୋନ
  • ଡ୍ରମ ମେସିନ
  • ଇଗେନହାର୍ପ
  • ଇଲେକ୍ଟ୍ରୋନିକ ଅର୍ଗାନ
  • ଈ.ଡବ୍ଲୁ.ଆଇ (ବାଦ୍ୟଯନ୍ତ୍ର)|ଈ.ଡବ୍ଲୁ.ଆଇ
  • ଫିଙ୍ଗର ବୋର୍ଡ ସୀନ୍ଥେସିଜର
  • ହାମଣ୍ଡ ଅର୍ଗାନ
  • ଜାମର କୀବୋର୍ଡ଼
  • କୀବୋର୍ଡ଼ ଯନ୍ତ୍ର|କୀବୋର୍ଡ଼
  • କିତାର
  • କ୍ରାକଡୋସ / କ୍ରାକ୍ଲେ ବକ୍ସ
  • ଲସେର ହାର୍ପ
  • ମେଲଟ୍ରନ
  • ମିଡ଼ି କୀବୋର୍ଡ଼
  • ଅଣ୍ଡେଜ୍ ମାର୍ଟେନଟ
  • ଓମ୍ନୀ ଚର୍ଡ
  • ସାମ୍ପଲର (ବାଦ୍ୟଯନ୍ତ୍ର)|ସାମ୍ପଲର
  • ସ୍କୋଗ
  • ସିନକ୍ଲାଭିଅର
  • ସିନ୍ଥେସିଜର
  • ଟେଲେ ହାରମୋନିୟମ
  • ଟେମ୍ବୁର
  • ଟେନୋରି-ଅନ
  • ଥେରେମିନ
  • ଟର୍ନଟେବୁଲିଜିମ|ଟର୍ନଟେବୁଲ

ଆଧାର

ନୋଟ

  • Baines, Anthony (1993), Brass Instruments: Their History and Development, Dover Publications, ISBN 0486275744
  • Bicknell, Stephen (1999), The History of the English Organ, Cambridge University Press, ISBN 0521654092
  • Blades, James (1992), Percussion Instruments and Their History, Bold Strummer Ltd, ISBN 0933224613
  • Brown, Howard Mayer (2008), Sachs, Curt, Grove Dictionary of Music and Musicians, retrieved 2008-06-05
  • Campbell, Murray; Greated, Clive A.; Myers, Arnold (2004), Musical Instruments: History, Technology, and Performance of Instruments of Western Music, Oxford University Press, ISBN 0198165048
  • Canadian Broadcasting Corporation (December 30, 2004), Archeologists discover ice age dwellers' flute, Canadian Broadcasting Corporation, archived from the original on 2006-11-16, retrieved 2009-02-07{{citation}}: CS1 maint: date and year (link)
  • Chase, Philip G.; Nowell, April (1998), "Taphonomy of a Suggested Middle Paleolithic Bone Flute from Slovenia", Current Anthropology, 39 (4): 549, doi:10.1086/204771 {{citation}}: Unknown parameter |month= ignored (help)
  • Collinson, Francis M. (1975), The Bagpipe, Routledge, ISBN 0710079133
  • de Schauensee, Maude (2002), Two Lyres from Ur, University of Pennsylvania Museum of Archaeology and Anthropology, ISBN 092417188X
  • Grillet, Laurent (1901), Les ancetres du violon v.1, Paris
  • Kartomi, Margaret J. (1990), On Concepts and Classifications of Musical Instruments, University of Chicago Press, ISBN 0226425487
  • Marcuse, Sibyl (1975), A Survey of Musical Instruments, Harper & Row, ISBN 0060127767
  • Moorey, P.R.S. (1977), "What Do We Know About the People Buried in the Royal Cemetery?", Expedition, 20 (1): 24–40</ref>
  • Rault, Lucie (2000), Musical Instruments: A Worldwide Survey of Traditional Music-making Musical Instruments: A Worldwide Survey of Traditional Music-making, Thames & Hudson Ltd, ISBN 978-0500510353
  • Remnant, Mary (1989), Musical Instruments: An Illustrated History from Antiquity to the Present, Batsford, ISBN 0713451696 .
  • Sachs, Curt (1940), The History of Musical Instruments, Dover Publications, ISBN 0486452654
  • Slovenian Academy of Sciences (April 11, 1997), "Early Music", Science, 276 (5310): 203–205, doi:10.1126/science.276.5310.203g{{citation}}: CS1 maint: date and year (link)
  • West, M.L. (May 1994), "The Babylonian Musical Notation and the Hurrian Melodic Texts", Music & Letters, 75 (2): 161–179, doi:10.1093/ml/75.2.161

ବାହାର ତଥ୍ୟ

  • "Music & Musical Instruments". More than 5,000 musical instruments of American and European heritage at the Smithsonian. National Museum of American History. Archived from the original on 2008-09-17. Retrieved 2008-09-30.