ବିଶ୍ୱ ଜଳ ଦିବସ

ମିଳିତ ଜାତିସଂଘର ବାର୍ଷିକ ପାଳନ ଦିବସ ଯାହାକି ମଧୁର ଜଳର ବିଶ୍ୱ ଜଳ ଦିବସର ମହତ୍ତ୍ୱକୁ ଆଲୋକିତ କରେ ଜାତିସଂଘର ବ

ବିଶ୍ୱ ଜଳ ଦିବସ ପ୍ରତିବର୍ଷ ୨୨ ମାର୍ଚ୍ଚରେ ବିଶ୍ୱ ସାରା ପାଳିତ ହୁଏ । ବିଶ୍ୱର ସମସ୍ତ ବିକଶିତ ଦେଶରେ ସ୍ୱଚ୍ଛ ଏବଂ ସୁରକ୍ଷିତ ଜଳ ଉପଲବ୍ଧ କରାଇବା ସହ ଜଳ ସଂରକ୍ଷଣର ମହତ୍ତ୍ୱ ତଥା ଆବଶ୍ୟକତା ବିଷୟରେ ଜନ ସଚେତନତା ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ । ପ୍ରଥମ ଥର ପାଇଁ ୧୯୯୨ ମସିହାରେ ବ୍ରାଜିଲସ୍ଥିତ ରିଓ ଡି ଜେନିରୋଠାରେ ମିଳିତ ଜାତିସଂଘର ଆୟୋଜିତ "ପର୍ଯ୍ୟାବରଣ ଓ ବିକାଶ ସମ୍ମେଳନ"ରେ ବିଶ୍ୱ ଜଳ ଦିବସ ପାଳନ କରାଯିବାର ନିଷ୍ପତ୍ତି ନିଆଯାଇଥିଲା । ପୁଣି ମିଳିତ ଜାତିସଂଘର ସାଧାରଣ ସଭାରେ ୧୯୯୩ ମସିହାରେ ଏହି ନିଷ୍ପତ୍ତି ଅନୁମୋଦନ ଲାଭ କଲା । ସ୍ୱଚ୍ଛ ତଥା ସୁରକ୍ଷିତ ଜଳର ଆବଶ୍ୟକତା ବିଷୟରେ ଜନ ସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ଏହି ଦିନଟିକୁ ପ୍ରତିବର୍ଷ ଏକ ବାର୍ଷିକ କାର୍ଯ୍ୟକ୍ରମ ଭାବେ ପାଳିବାକୁ ସର୍ବ ସମ୍ମତି କ୍ରମେ ଗୃହିତ ହେଲା ।[୧]

ବିଶ୍ୱ ଜଳ ଦିବସ ପୋଷ୍ଟର

ଇତିହାସ

ପାଳନ

ଏହି ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସ୍ୱଚ୍ଛ ଏବଂ ସୁରକ୍ଷିତ ଜଳର ଉପାଦେୟତା ସଂପର୍କିତ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଶିବିର, ଶୋଭାଯାତ୍ରା, ଆଲୋଚନାଚକ୍ର ଇତ୍ୟାଦିର ଆୟୋଜନ କରାଯାଏ । ଏପରିକି ଜଳ ସଂରକ୍ଷଣର ଆବଶ୍ୟକତା ସହ ହାତର ସ୍ୱଚ୍ଛତା ନେଇ ଅନେକ କର୍ମଶାଳାର ବି ଆୟୋଜନ କରାଯାଏ ।[୨]

ଆଧାର

ବାହାର ଆଧାର