ଆଜି ୧ ମଇ (ବୁଧବାର), ୨୦୨୪
ସଂଗ୍ରାମ କେଶରୀ ସେନାପତି
ଗପୁ
ଜନ୍ମ (1995-01-10) ଜାନୁଆରୀ ୧୦, ୧୯୯୫ (ବୟସ ୨୯)
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ଲେଖକ, ସମ୍ପାଦକ, ଛାୟାଚିତ୍ରକାର
ପିତାମାତା(s)ଅଭିମନ୍ୟୁ ସେନାପତି, ଶ୍ରୀମତୀ ଦେଇ
ୱେବସାଇଟgapu.in

ନମସ୍କାର, ଜୟ ଜଗନ୍ନାଥ ।। ମୁଁ ସଂଗ୍ରାମ କେଶରୀ ସେନାପତି । [୧] ଓଡ଼ିଆ ଭାଷାକୁ ଏବଂ ଓଡ଼ିଆ ସଂସ୍କୃତିକୁ ରକ୍ଷା କରିବା ମୋର କର୍ତ୍ତବ୍ୟ ଏବଂ ଧର୍ମ ।

ମୋ ବିଷୟରେ

ମୋର ଜନ୍ମ ୧୯୯୫ ମସିହା ଜାନୁଆରୀ ୧୦ରେ ନିଳୋକ ଗ୍ରାମରେ ହୋଇଥିଲା ।[୨] ମୁଁ ମୋର ପାଠ ପଢ଼ା ନିଳୋକ ଗ୍ରାମରେ ଥିବା ହରିହର ନୋଡଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ କରିଥିଲି । ଏବଂ ୨୦୦୭ରେ ନିଳୋକ ଉଚ୍ଚ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ନାମ ଲେଖାଇଥିଲି । ସେଠାରୁ ୨୦୧୦ରେ ଉତ୍ତୀର୍ଣ ହେବା ପରେ ୨୦୧୨ରେ ବିନାୟକ ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟରୁ ମୋର ଦ୍ୱାଦଶ ଶ୍ରେଣୀ ପାଠ୍ୟକ୍ରମ ଶେଷ କରିଥିଲି । ପରେ ପରେ ୨୦୧୨ ଅଗଷ୍ଟ ମାସରେ ସରକାରୀ ବୈଷୟିକ ମହାବିଦ୍ୟାଳୟ, କଳାହାଣ୍ଡିରେ କମ୍ପୁଟର ବିଜ୍ଞାନ ବିଭାଗରେ ଯୋଗ ଦେଇଥିଲି । ୨୦୧୬ରେ ସେଠାରୁ ଉତ୍ତୀର୍ଣ୍ଣ ହୋଇଥିଲି ।

ଉଇକିପିଡ଼ିଆ ସ‌ହ ସମ୍ପର୍କ

୨୦୧୨ରେ ଇଞ୍ଜିନିୟରିଂରେ ଯୋଗ ଦେବା ପରେ ସାଙ୍ଗମାନଙ୍କଠାରୁ ଉଇକିପିଡ଼ିଆ ବିଷୟରେ ଜାଣିବାକୁ ପାଇଲି ଏବଂ ୨୦୧୩ ମସିହାରେ ଇଂରାଜୀ ଉଇକିପିଡ଼ିଆରେ ଦୁଇଟି ପୃଷ୍ଠା ବନାଇଥିଲି । ପରବର୍ତ୍ତୀ ସମୟରେ ଓଡ଼ିଆ ଉଇକିପିଡ଼ିଆ ବିଷୟରେ ଫେସବୁକରୁ ଜାଣିବାକୁ ପାଇଲି ଏବଂ ୨୦୧୪ରେ ଓଡ଼ିଆ ଉଇକିପିଡ଼ିଆରେ ମୋର ପ୍ରଥମ ପୃଷ୍ଠାର ଲେଖା ଆରମ୍ଭ କରିଥିଲି, ଯାହାକି ଉପଯୁକ୍ତ ଆଧାର ଅଭାବରୁ ଲିଭାଇଦିଆଯାଇଥିଲା । ସେଥିପାଇଁ ଇଂରାଜୀ ଉଇକିରେ ଲେଖିଥିବା ପୃଷ୍ଠାଦ୍ୱୟକୁ ଓଡ଼ିଆରେ ରୂପାନ୍ତର କରି ନୂଆ ପୃଷ୍ଠା ଦୁଇଟି ବନାଇଲି । ପରେ ପରେ ୨୦୧୫ରେ ଟୁଇଟରରେ ସୁଭାଶିଷ ଭାଇଙ୍କ ପ୍ରେରଣାରେ ପୁଣିଥରେ ଉଇକିପିଡ଼ିଆରେ ଲେଖା ଆରମ୍ଭ କଲି । ସେତେବେଳେ ସରକାରୀ ବୈଷୟିକ ମହାବିଦ୍ୟାଳୟ, କଳାହାଣ୍ଡି ପୃଷ୍ଠାଟି କରିବା ପରେ ମୃତ୍ୟୁଞ୍ଜୟ ଭାଇଙ୍କ ସ‌ହ ଯୋଗାଯୋଗ ହେଲା ଏବଂ ପରେ ପରେ ଶୈଳେଶ ଓ ନିଷ୍ଠା ଭାଇଙ୍କୁ ଜାଣିଲି । ଏହି ସବୁ ଭିତରେ ୨୦୧୫ ନବକଳେବର ଗଣସମ୍ପାଦନାରେ ନିଷ୍ଠା ଭାଇଙ୍କ ପ୍ରେରଣାରେ ୯ଟି ନୂଆ ପୃଷ୍ଠା ଲେଖିବାରେ ସକ୍ଷମ ହୋଇଥିଲି । ଯାହାକି ଥିଲି ଉଇକିପିଡ଼ିଆରେ ମୋର ଏକ ଅଭୁଲା ଅନୁଭୂତି । ପରବର୍ତ୍ତୀ ସମୟରେ ଉଇକିପାଠାଗାରର ପ୍ରଥମ ସ୍ୱନକ୍ଷତ୍ର ଦିବସରେ ଯୋଗଦେବା ପରେ ଅନ୍ୟାନ ସାଥୀମାନଙ୍କ ସ‌ହ ଦେଖାହେଲା ଓ ଉଇକିପଡ଼ିଆରେ ମୋର ଅଭିଯାନ ଆଗକୁ ଆଗକୁ ବଢ଼ିଚାଲିଛି । ଓଡ଼ିଆ ଉଇକିପିଡ଼ିଆ ସ‌ହ ଉଇକି ପାଠାଗାରାରରେ ମଧ୍ୟ ଅଧିକାଂଶ କାର୍ଯ୍ୟ କରିବାକୁ ଇଚ୍ଛା ଥିଲେ ମଧ୍ୟ ବ୍ୟକ୍ତିଗତ କାର୍ଯ୍ୟ ଯୋଗୁଁ ସେତେଟା ସଫଳ ହୋଇପାରୁନାହିଁ । ଓଡ଼ିଆ ଉଇକିପାଠାଗାରରେ ସୁଦଶା ବ୍ରତ, ଲକ୍ଷ୍ମୀପୂରାଣ, କୁଆଁର ପୁନେଇ ଗୀତ ଆଦି କିଛି ଯୋଡ଼ିବା ପରେ ଓଡ଼ିଆ ଇତିହାସ ଏବଂ ଆମ ଦେବଦେବୀ ଭଳି କିଛି ବ‌ହିର ସଂଶୋଧନ କରିପାରିଥିବାରୁ ମୁଁ ଅନେକ କିଛି ଶିଖିବାକୁ ପାଇଛି ନିଶ୍ଚୟ ।[୩]

ଓଡ଼ିଶା ଓ ଓଡ଼ିଆ ଭାଷା ପାଇଁ ମୋର ଅବଦାନ

ନିଜ ମନରେ ଆସୁଥିବା କିଛି କ‌ଥାବସ୍ତୁକୁ ସଭିଙ୍କ ପାଖରେ ପ‌ହଞ୍ଚାଇବାକୁ ମୋ ନିଜ ନାମରେ ଏକ ବ୍ଲଗଟିଏ କରି ପ୍ରତ୍ୟେକ ମାସରେ କିଛି କିଛି ଛାପୁଛି । [୪] BMCTouringରେ ଓଡ଼ିଶାର କିଛି ଦର୍ଶନୀୟ ସ୍ଥାନମାନଙ୍କର ଚିତ୍ର ଉତ୍ତୋଳନ କରି ଯୋଡ଼ିଥାଏ । [୫] ଇଣ୍ଟରନେଟରେ ଓଡ଼ିଆ ଲିପିର ଲେଖାକୁ ବଢ଼ାଇବା ପାଇଁ ଫେସବୁକ ତ‌ଥା ଟୁଇଟରୁ କିଛି ଲୋକଙ୍କର ଓଡ଼ିଆ ଲେଖାକୁ ନେଇ ଏକ ବ୍ଲଗରେ ସ୍ଥାନିତ କରିଛି । [୬] ଓଡ଼ିଶାର କିଛି କଥା ତ‌ଥା ମୋର କିଛି ଅଭୁଲା ସ୍ମୃତିକୁ ସାଥିମାନଙ୍କୁ ଜଣାଇବାକୁ ଫେସୁବୁକରେ ମୋ ନାମରେ ଏକ ପୃଷ୍ଠାଟିଏ କରି କିଛି କିଛି ତ‌ଥ୍ୟ ତ‌ଥା ଫଟୋ ଯୋଡ଼ିଥାଏ । [୭] ପ୍ରତ୍ୟେକ ସ୍ଥାନର ସୌନ୍ଦର୍ଯ୍ୟକୁ ଆବଦ୍ଧ କରି ବନ୍ଧୁମାନଙ୍କ ପାଖରେ ପ‌ହଞ୍ଚାଇବାପାଇଁ ଫେସବୁକରେ "My Photography" ନାମରେ ପୃଷ୍ଠାଟିଏ ଖୋଲି ଫଟୋ ଛାଡ଼ିଥାଏ । [୮]

ମୋ ସ‌ହ ଫେସବୁକ ଏବଂ Twitterରେ ମଧ୍ୟ ଯୋଗାଯୋଗ କରିପାରିବେ ।
ମୁଁ ଜଣେ ଓଡ଼ିଆ ହିସାବରେ ଓଡ଼ିଶା ଆଉ ଓଡ଼ିଆଙ୍କ ପାଇଁ ମୁଁ ମୋର କର୍ତ୍ତବ୍ୟ କରିଚାଲିଥିବି । ଓଡ଼ିଆରେ ଲେଖିବି ଆଉ ସବୁବେଳେ ଓଡ଼ିଆରେ କହିବି । ଓଡ଼ିଶାର ବଡ଼ ଠାକୁର ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ପାଖରେ ଏତିକି ବିନତୀ ଓଡ଼ିଶା ଆଉ ଓଡ଼ିଆକୁ ଏମିତି ବଞ୍ଚାଇ ରଖିଥାନ୍ତୁ ।

ସ୍ୱତନ୍ତ୍ର ଉଲ୍ଲେଖ

ଉଇକିପିଡ଼ିଆରେ ଉଲ୍ଲେଖନୀୟ ସମ୍ପାଦନା

The 100wikidays Barnstar
Dear Ssgapu22, a totally deserved congratulatory barnstar on the occasion of your completed 100wikiwikiwomansdays! Great, that you started on the second round! --Kritzolina (ମୋ ଆଲୋଚନା) ୧୧:୧୫, ୨୮ ଜୁଲାଇ ୨୦୧୭ (IST)

ଆଧାର

ଅନ୍ୟାନ୍ୟ କାର୍ଯ୍ୟ

ଏହି ଉଇକିଆଳିଙ୍କର ଏସିଆ ମାସ ଗଣସମ୍ପାଦନା, ୨୦୧୬ରେ ଅବଦାନ ରହିଛି ।
ଏହି ଉଇକିଆଳିଙ୍କର ଏସିଆ ମାସ ଗଣସମ୍ପାଦନା, ୨୦୧୭ରେ ଅବଦାନ ରହିଛି ।
ଏହି ଉଇକିଆଳିଙ୍କର ମହିଳା ସ୍ୱାସ୍ଥ୍ୟ ଗଣସମ୍ପାଦନା ୨୦୧୮ରେ ଅବଦାନ ରହିଛି ।
ଏହି ଉଇକିଆଳିଙ୍କର ଏସିଆ ମାସ ଗଣସମ୍ପାଦନା, ୨୦୧୮ରେ ଅବଦାନ ରହିଛି ।


ଉଇକିପିଡ଼ିଆ ସମ୍ବନ୍ଧରେ ଫଟୋ ଗ୍ୟାଲେରୀ
















ମୋ ପୃଷ୍ଠାମାନ