ମାୟା ସଭ୍ୟତା

ପୂର୍ବତନ ମେସୋଆମେରିକୀୟ ସଭ୍ୟତା

ମାୟା ସଭ୍ୟତା (ଇଂରାଜୀ ଭାଷାରେ The Maya civilization (/ˈmə/)) ଏକ ସଭ୍ୟତାର ନାମ ଯାହା ମାୟା ଲୋକମାନେ ପ୍ରାକ-କଲମ୍ବିଆନ ଯୁଗରେ ଉନ୍ନତ ଧରଣର ଲିପି, ଉଚ୍ଚ ବିକଶିତ ଲେଖା, ମାୟା କଳା, ମାୟା ସ୍ଥାପତ୍ୟ, ମାୟା ଗଣିତ ଓ ମାୟା ଖଗୋଳ ଶାସ୍ତ୍ର ଇତ୍ୟାଦି ବିକାଶ କରିଥିଲେ । ଏହି ସଭ୍ୟତା ଦକ୍ଷିଣପୂର୍ବ ମେକ୍ସିକୋ, ସମ୍ପୁର୍ଣ୍ଣ ଗୁଆତେମାଲା (Guatemala ) ଓ ବେଲିଜେରେ (Belize) ଥିଲା ଓ ଏହା ସ‌ହିତ ହୋଣ୍ଡୁରାସ ଓ ଏଲ ସାଲଭାଡରରେ (El Salvador) ମଧ୍ୟ ଥିଲା । ଉତ୍ତର ନିମ୍ନଭୂମିରେ ଥିବା ୟୁକାଟାନ ପେନିନସୁଲା (en:Yucatán Peninsula) ଓ ଉଚ୍ଚଭୂମିରେ ଥିବା ସିଏରା ମାଡ୍ରେ ଡି ଚିଆପାସ (Sierra Madre), ଗୁଆତେମାଲା, ମେକ୍ସିକୋ, ଏଲ ସାଲଭାଡର ଓ ପାସିଫିକ ଲୋଟୋରାଲ ସମତଳ ନିମ୍ନଭୂମି ପର୍ଯ୍ୟନ୍ତ ବ୍ୟାପିଥିଲା । ସେଠାକାର ଲୋକମାନଙ୍କ ନିମନ୍ତେ ଏକ ଆଧୁନିକ ମାୟା ନାମ ଦିଆଯାଇଥିଲା ଯାହା ଉକ୍ତ ସ୍ଥାନର ଲୋକମାନେ କେବେ ବ୍ୟବ‌ହର କରିନଥିଲେ କାରଣ ତାଙ୍କର ସେତେବେଳ କୌଣସି ଚିହ୍ନ ବା ରାଜନୈତିକ ଏକତା ନଥିଲା ।[୧]

El Castillo, at Chichen Itza
Detail of Lintel 26 from Yaxchilan

ଖ୍ରୀ:ପୂ: ୨୦୦୦ ପୂର୍ବରୁ ମେସୋଆମେରିକାନ କ୍ରନୋଲୋଜି (Archaic period) ଅନୁସାରେ ପ୍ରଥମ ଥର ପାଇଁ କୃଷି ଓ ଗ୍ରାମ ବିକାଶ ଆରମ୍ଭ ହେଲା । ପ୍ରିକ୍ଲାସିକ କାଳରେ (c. ଖ୍ରୀ:ପୂ: ୨୦୦୦ରୁ ଖ୍ରୀ ୨୫୦) ପ୍ରଥମେ ମାୟା ସ୍ଥାନମାନଙ୍କରେ ଜଟିଳ ସମାଜର ସ୍ଥାପନା ହୋଇ କୃଷି କର୍ମ ସାହାଯ୍ୟରେ ମକା, ବିନ, ଲଙ୍କା ଇତ୍ୟାଦି ଚାଷ କରାଯାଉଥିଲା । ପ୍ରାୟ ଖ୍ରୀ:ପୂ: ୭୫୦ ବେଳକୁ ମାଯା ସ‌ହର (Maya cities) ସ୍ଥାପିତ ହୋଇଥିଲା ଯେଉଁଥିରେ ବିରାଟକାୟ ମନ୍ଦିର ଓ ସ୍ଟୁକୋ (stucco) ଫ୍ୟାକେଡ ଭଳି ସ୍ଥାପତ୍ୟ କଳା ତିଆରି ହୋଇଥିଲା । ଖ୍ରୀ:ପୂ: ତୃତୀୟ ଶତାବ୍ଦୀ ବେଳକୁ ହିଏରୋଗ୍ଲାଇଫିକ ଲିଖନ ବ୍ୟବ‌ହୃତ ହେଉଥିଲା । ପ୍ରିକ୍ଲାସିକ ଶେଷ ସମୟ ଆଡ଼କୁ ପେଟେନ ବେସିନରେ (Petén Basin) ବିରାଟ ସ‌ହରମାନଙ୍କର ସ୍ଥାପନା ହୋଇଥିଲା ଓ ଗୁଆତେମାଲା ହାଇଲ୍ୟାଣ୍ଡରେ (Guatemalan Highlands) ଥିବା କାମିନାଲଜୁୟୁ (Kaminaljuyu) ସ‌ହର ଉଲ୍ଲେଖନୀୟ ହୋଇଥିଲା । ସନ ୨୫୦ ଆରମ୍ଭରେ ମାୟା ବିରାଟ ସ୍ମାରକ (Long Count dates) ତିଆରି ହେଉଥିଲା । ଏହି କାଳରେ ମାୟା ସଭ୍ୟତାରେ ସ‌ହର-ପ୍ରଦେଶମାନଙ୍କର (city-states) ବେପାର ଲିଙ୍କ (trade network) ହୋଇଥିଲା । ମାୟା ନିମ୍ନଭୂମିରେ ଦୁଇଟି ପରସ୍ପର ବିରୋଧୀ ଟିକାଲ ଓ କାଲାକମୁଲ ସ‌ହର ଗଢ଼ିଉଠି ଶକ୍ତିଶାଳୀ ହୋଇଗଲେ । କେନ୍ଦ୍ରୀୟ ମେକ୍ସିକାନ ସ‌ହର ଟିଓଟିହୁଆକାନରେ (Teotihuacan) ପାରିବାରିକ ରାଜନୀତିରେ ହସ୍ତକ୍ଷେପ ହେବା ଆରମ୍ଭ ହେଲା । ନବମ ଶତାବ୍ଦି ବେଳକୁ କେନ୍ଦ୍ରୀୟ ମାୟା ସଭ୍ୟତାର ପତନ ଆରମ୍ଭ ହୋଇ ଯୁଦ୍ଧ ହେବା (internecine warfare) ସ‌ହିତ ଲୋକମାନେ ଉତ୍ତର ଦିଗକୁ ପଳାୟନ କଲେ । ପୋଷ୍ଟକ୍ଲାସିକ କାଳରେ ଉତ୍ତରରେ ଚିଚେନ ଇଟଜା ଉତ୍ଥାନ ହୋଇଥିଲା ଓ ହୁଆତେମାଲା ହାଇଲ୍ୟାଣ୍ଡରେ କିଚ ରାଜ୍ୟର (Kʼicheʼ kingdom) ବିସ୍ତାର ହୋଇଥିଲା । ଶୋଡ଼ଷ ଶତାବ୍ଦୀରେ ମେସୋପଟାମିଆ ଅଞ୍ଚଳରେ ସ୍ପେନ କଲୋନୀ ସ୍ଥାପନ କଲା ଓ ପରେ ପରେ ଶେଷ ମାୟା ସ‌ହର ନୋଜପେଟାନର ସନ ୧୬୯୭ରେ ପତନ ହେଲା ।

ପୁରାତନ ଯୁଗର ଶାସନ ଏକ ସିଦ୍ଧାନ୍ତ ଉପରେ ପ୍ରତିଷ୍ଠିତ ହୋଇଥିଲା ଯେଉଁଥିରେ ନଶ୍ୱର ବା ମରଣାଧୀନ ପ୍ରାଣୀ ଓ ଅଲୌକିକ ରାଜ୍ୟ ମଧ୍ୟରେ ଦିବ୍ୟ ରାଜା ଏକ ମଧ୍ୟସ୍ଥ ଥିଲେ । ପିତାଙ୍କଠାରୁ (patrilineal) ବଡ଼ ପୁଅ ରାଜତ୍ୱ (pass to the eldest son) ପ୍ରାପ୍ତ ହେଉଥିଲେ । ଏକ ସମ୍ଭାବ୍ୟ ରାଜା ଏକ ସଫଳ ଯୁଦ୍ଧ ନେତା ହେବା ଆଶା କରାଯାଉଥିଲା । ମାୟା ରାଜନୀତିରେ ଏକ ସଂରକ୍ଷଣ ପ୍ରଣାଳୀ ଚଳିଆସୁଥିଲା ଯଦିଓ ସ‌ହର ସ‌ହର ସଠିକ ରାଜନୀତି କାଇଦା ମଧ୍ୟରେ ପାର୍ଥକ୍ୟ ଥିଲା । କ୍ଲାସିକ ଯୁଗ ଶେଷ ଆଡ଼କୁ ଉଚ୍ଚବର୍ଗ ସଂଖ୍ୟା ବୃଦ୍ଧିପ୍ରାପ୍ତ ହୋଇଆସୁଥିବା ଫଳରେ ଦିବ୍ୟ ରାଜାଙ୍କ ସ୍ୱତନ୍ତ୍ର କ୍ଷମତା କ୍ରମଶଃ କମିଗଲା । ମାୟା ସଭ୍ୟତାରେ ଉଚ୍ଚ ଧରଣର କଳାର ଆକାର ଥିଲା ଓ ସେମାନରେ ନଷ୍ଟଶୀଳ ଓ ନଷ୍ଟ‌ହୀନ ପଦାର୍ଥ ବ୍ୟବ‌ହର କରୁଥିଲେ ଯେପରିକି କାଠା, ମେସୋଆମେରିକା ବ୍ୟବ‌ହୃତ ଜେଡ (jade) ଆଭୁଷଣ, ଓବସିଡିଆନ ବା ଲାଭା କାଚ (obsidian), ମାୟା ସେରାମିକ (ceramics), କାରୁକାର୍ଯ୍ୟପୂର୍ଣ୍ଣ ପ୍ରସ୍ତର କାର୍ଯ୍ୟ, ସ୍ଟୁକୋ (Stucco)(ନିର୍ମାଣ କାର୍ଯ୍ୟରେ ବ୍ୟବ‌ହୃତ ଏକ ପଦାର୍ଥ) ଓ କାନ୍ଥ ତ‌ଥା ଛାତରେ ବ୍ୟବ‌ହୃତ ସୁନ୍ଦର ମ୍ୟୁରାଲ ଚିତ୍ରକଳା ବା ପେଣ୍ଟ ଇତ୍ୟାଦିର ବିକାଶ ହୋଇଥିଲା ।

ମାୟା ସ‌ହରଗୁଡ଼ିକ ବିପଦଜନ‌କ ଭାବରେ ବୃଦ୍ଧି ପାଇବାକୁ ଲାଗିଲା, ଏହାର ମଧ୍ୟ ଭାଗରେ ଉତ୍ସବ ମହଲ ଓ ଶାସନ ଗୃହ ରହିଲା ଓ ତା' ଚାରିପାଖରେ ଜନ ସାଧାରଣଙ୍କର ଘର ଜିଲ୍ଲା ଭାବରେ ଥିଲା । ସ‌ହରର ବିଭିନ୍ନ ଭାଗ ଅନିୟମିତ ଉଚ୍ଚ ରାସ୍ତାଦ୍ୱାରା ସଂଯୁକ୍ତ ହୋଇଥିଲା । ମୂଖ୍ୟ ସ୍ଥାପତ୍ୟ ମଧ୍ୟରେ ଉଆସ, ପିରାମିଡ ମନ୍ଦିର (pyramid-temples), ମେସୋଆମେରିକାନ ବଲକୋର୍ଟ (ceremonial ballcourts) ଓ ଖଗୋଳୀୟ ଅନୁଶୀଳନ ନିମନ୍ତେ ଥିଲା । ସମ୍ଭ୍ରାନ୍ତ ମାୟାବାସୀମାନେ ଶିକ୍ଷିତ ଥିଲେ ଓ ଜଟିଳ ଚିତ୍ରଲିପି ଲେଖା ବ୍ୟବ‌ହାର କରୁଥିଲେ ଯାହା ସେତେବେଳର ପ୍ରି-କଲମ୍ବିଆନ ସମୟରେ ସବୁଠାରୁ ଉନ୍ନତ ଥିଲା । ସେମାନେ ତାଙ୍କର ଇତିହାସ ଓ ଆନୁଷ୍ଟାନିକ ଜ୍ଞାନ‌କୁ ଲିପିବଦ୍ଧ କରୁଥିବା ବ‌ହି ମଧ୍ୟରୁ କେବଳ ତିନୋଟି ବ‌ହିକୁ ଛାଡ଼ି ବାକି ସମସ୍ତ ପୁସ୍ତକମାନଙ୍କୁ ସ୍ପେନ ଲୋକମାନେ ନଷ୍ଟ କରିଦେଇଥିଲେ । ଦସ୍ତା ଓ ସେରାମିକରେ ଅନେକ ମାୟା ଅକ୍ଷର ଲିଖିତ ଥିବା ଦେଖାଯାଏ । ସେମାନେ ଉଚ୍ଚ ଧରଣର ଜଟିଳ କ୍ୟାଲେଣ୍ଡର ଧାରା ବିକଶିତ କରିଥିଲେ ଓ ପୃଥିବୀରେ ଗଣିତରେ 'O'ର (explicit zero ) ପୁରାତନ ପ୍ରୟୋଗ କରିଥିଲେ । ତାଙ୍କ ଧର୍ମ ସଂସ୍କୃତି ଅନୁଯାୟୀ ସେମାନେ ମାନବ ବଳି (human sacrifice|) ଦେଉଥିଲେ ।

ଆଧାର