ରଣପା ଚଢ଼େଇ

ରଣପା ଚଢ଼େଇ ବା ଟିହାଲି ପକ୍ଷୀ (ଇଂରାଜୀରେ black-winged stilt, ଜୀବବିଜ୍ଞାନ ନାମ Himantopus himantopus) ଲମ୍ବା ଗୋଡ଼ବିଶିଷ୍ଟ ପକ୍ଷୀ ପ୍ରଜାତି ଯେଉଁମାନେ ଜଳାଶୟମାନଙ୍କ ନିକଟରେ ବିଚରଣ କରିଥାନ୍ତି । ଏମାନେ ଏଭୋସେଟ୍ ଓ ଷ୍ଟିଲ୍‍ଟ୍ ପରିବାରର ପକ୍ଷୀ । ପୂର୍ବେ ହିମାଣ୍ଟୋପସ୍ ହିମାଣ୍ଟୋପସ୍ (H. himantopus) ବୈଜ୍ଞାନିକ ନାମ ସବୁ ପ୍ରକାରର ରଣପା ପକ୍ଷୀଙ୍କୁ ସାମୁହିକ ଭାବେ ବୁଝାଉଥିଲା । କିନ୍ତୁ ବର୍ତ୍ତମାନ ଏହି ବୈଜ୍ଞାନିକ ନାମ ୟୁରୋ-ସାଇବେରୀୟ ଏବଂ ଆଫ୍ରିକାରେ ବ୍ୟାପ୍ତ ରଣପା ପକ୍ଷୀ ପ୍ରଜାତିକୁ ବୁଝାଉଛି । ଏହି ଅଞ୍ଚଳର ରଣପା ପକ୍ଷୀମାନଙ୍କୁ ପୂର୍ବେ ହିମାଣ୍ଟୋପସ୍ ହିମାଣ୍ଟୋପସ୍‍ର ମୁଖ୍ୟ ଉପପ୍ରଜାତି ଭାବେ ଅଭିହିତ କରାଯାଉଥିଲା । ହିମାଣ୍ଟୋପସ୍ ନାମଟିର ଉତ୍ସ ଗ୍ରୀକ୍ ଭାଷାରୁ । ଏହାର ଗ୍ରୀକ୍ ଅର୍ଥ ହେଉଛି "ଫିତା ଗୋଡ଼" ବା "ଦଉଡ଼ି ଗୋଡ଼" ।[୨] ବର୍ତ୍ତମାନ ଅଧିକାଂଶ ଲେଖାରେ ଏହି ପକ୍ଷୀର ୨-୪ଟି ପ୍ରଜାତି ଚିହ୍ନଟ ହୋଇଥିବା କୁହାଯାଇଛି ।[୩][୪][୫][୬][୭][୮] ରଣପା ନାଚରେ ବ୍ୟବହୃତ ଲମ୍ବା ବାଉଁଶ ପରି ଗୋଡ଼ ହୋଇଥିବାରୁ ଏହାର ଓଡ଼ିଆ ନାମ ରଣପା ଚଢ଼େଇ ।

ରଣପା ଚଢ଼େଇ
ଦକ୍ଷିଣ ଆଫ୍ରିକାର ଏକ ରଣପା ଚଢ଼େଇ (ହିମାଣ୍ଟୋପସ୍ ହିମାଣ୍ଟୋପସ୍ ମେରିଡିଓନାଲିସ୍ ଉପପ୍ରଜାତି)
ଭାରତର ତେଲେଙ୍ଗାନା ରାଜ୍ୟର ଅମୀନପୁର ହ୍ରଦରେ ଏକ ରଣପା ଚଢ଼େଇ
ଉଡ଼ନ୍ତା ରଣପା ପକ୍ଷୀର ରାବ
Conservation status

Least Concern  (IUCN 3.1)[୧]
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ:ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ:ବାଇଲାଟେରିଆ
ପର୍ବ:କୋର୍ଡାଟା
ଶ୍ରେଣୀ:ଏଭସ
Order:Charadriiformes
Family:Recurvirostridae
Genus:Himantopus
ଜାତି:H. himantopus
ବାଇନୋମିଆଲ ନାମ
Himantopus himantopus
କାର୍ଲ୍ ଲିନାୟସ୍, ୧୭୫୮
ରଣପା ଚଢ଼େଇଙ୍କ ଭୌଗୋଳିକ ବ୍ୟାପ୍ତି      ପ୍ରଜନନରତ      ନିବାସୀ      ପ୍ରବାସୀ      ପ୍ରଜନନରହିତ
Synonyms
  • ସାରାଡିୟସ୍ ହିମାଣ୍ଟୋପସ୍ ଲିନାୟସ୍, ୧୭୫୮

ବିବରଣୀ

ପ୍ରାପ୍ତବୟସ୍କ ପକ୍ଷୀମାନେ ୩୩-୩୬ ସେଣ୍ଟିମିଟର (୧୩-୧୪ ଇଞ୍ଚ) ଲମ୍ବା ହୋଇଥାନ୍ତି । ରଣପା ଚଢ଼େଇଙ୍କ ଗୋଡ଼ ଲମ୍ବା ଓ ଗୋଲାପୀ ରଙ୍ଗର । ଏମାନଙ୍କ ଥଣ୍ଟ ପତଳା, ଲମ୍ବା ଓ କଳା ରଙ୍ଗର ହୋଇଥାଏ । ଥଣ୍ଟର ଉପର ପଟ କଳା ଓ ତଳ ପଟ ଧଳା ରଙ୍ଗର । ଏମାନଙ୍କ ମୁଣ୍ଡ ଓ ବେକ ଧଳା ରଙ୍ଗର । ବିଭିନ୍ନ ପକ୍ଷୀଙ୍କ ବେକରେ ରହିଥିବା କଳା ଦାଗରେ ଭିନ୍ନତା ଦେଖାଦେଇପାରେ । ଅଣ୍ଡିରା ପକ୍ଷୀଙ୍କ ପିଠି ଈଷତ୍ ସବୁଜ ମିଶା କଳା ରଙ୍ଗର ଏବଂ ମାଈ ପକ୍ଷୀଙ୍କ ପିଠି ମାଟିଆ ରଙ୍ଗର ଏବଂ ଡେଣାର ପର କଳା । କିଛି ସ୍ଥାନରେ ଅଣ୍ଡିରା ରଣପା ପକ୍ଷୀଙ୍କ ମୁଣ୍ଡ ଶୀତ ଋତୁରେ ଅଧିକ ଧଳା ଓ ଗ୍ରୀଷ୍ମ ଋତୁରେ ଅଧିକ କଳା ଦେଖାଯାଏ । ଏହି ସବୁ ସ୍ଥାନରେ ମାଈ ଚଢ଼େଇଙ୍କ ମୁଣ୍ଡ ଓ ବେକର ରଙ୍ଗ ବର୍ଷ ସାରା ଅଧିକାଂଶରେ କଳା ଦେଖାଯାଏ । ଏହାର କାରଣ ଅଜଣା, କିନ୍ତୁ ସାଧାରଣତଃ ଶୀତ ଋତୁରେ ଅଣ୍ଡିରା ଚଢ଼େଇଙ୍କ ମୁଣ୍ଡର ପର ଅଧିକ ଧଳା ଦିଶେ ।

ଅପରିପକ୍ୱ ବୟସରେ ରଣପା ପକ୍ଷୀମାନେ ପାଉଁଶିଆ ରଙ୍ଗର ଦେଖାଯାନ୍ତି ଓ ସେମାନଙ୍କ ଡେଣାରେ ବାଲୁକା ରାଶି ପରି ଛାପ ରହିଥାଏ ।

ଟିହାଲି ଅଣ୍ଡା

ବର୍ଗୀକରଣ

ରଣପା ଚଢ଼େଇଙ୍କ ବର୍ଗୀକରଣକୁ ନେଇ ବର୍ତ୍ତମାନ ସୁଦ୍ଧା କିଛି ଅସହମତି ରହିଛି । ବିଭିନ୍ନ ପ୍ରକାରର ୫ଟି ଜାତି ମଧ୍ୟରୁ ଏହା ଅନ୍ୟତମ । ପୂର୍ବେ ସମସ୍ତ ୫ ପ୍ରଜାତିଙ୍କୁ ହିମାଣ୍ଟୋପସ୍ ହିମାଣ୍ଟୋପସ୍‍ର ଉପପ୍ରଜାତି ବୋଲି ଅଭିହିତ କରାଯାଉଥିଲା । ହିମାଣ୍ଟୋପସ୍ ହିମାଣ୍ଟୋପସ୍ ମୋଟାମୋଟି ବର୍ଗରେ ୫ରୁ ୭ଟି ଉପପ୍ରଜାତି ରହିଛନ୍ତି । ଏହାକୁ ଇଂରାଜୀରେ କମନ୍ ଷ୍ଟିଲ୍‍ଟ୍ (common stilt) ବୋଲି ମଧ୍ୟ କୁହାଯାଏ । ଏହି ଦୃଷ୍ଟିରୁ ବ୍ଲାକ୍ ୱିଂଗ୍‍ଡ୍ ଷ୍ଟିଲ୍‍ଟ୍ (black-winged stilt) ହିମାଣ୍ଟୋପସ୍ ହିମାଣ୍ଟୋପସ୍‍ର ଏକ ନିର୍ଦ୍ଦିଷ୍ଟ ବର୍ଗ ବୋଲି କୁହାଯିବ । ଉକ୍ତ ରଣପା ପକ୍ଷୀର ଦୁଇ ଉପପ୍ରଜାତି ହି. ହି. ହିମାଣ୍ଟୋପସ୍ ଏବଂ ହି. ହି. ମେରିଡିଓନାଲିସ୍ ଯଥାକ୍ରମେ ଉତ୍ତର ୟୁରୋ-ଆଫ୍ରୋ-ଏସୀୟ ଅଞ୍ଚଳରେ ଏବଂ କ୍ରାନ୍ତୀୟ ଆଫ୍ରିକାରେ ବସବାସ କରିଥାନ୍ତି ।[୯]

ପରିସଂସ୍ଥା ଓ ସଂରକ୍ଷଣ ସ୍ଥିତି

ଅଗଭୀର ହ୍ରଦ, ପୋଖରୀ, ଗାଡ଼ିଆ ଏବଂ ସନ୍ତସନ୍ତିଆ ଅଞ୍ଚଳ ଏହି ପକ୍ଷୀଙ୍କ ପ୍ରଜନନ କ୍ଷେତ୍ର । ଶୀତ ଦେଶର ରଣପା ଚଢ଼େଇମାନେ ଶୀତ ଦିନରେ ସମୁଦ୍ର ଉପକୂଳକୁ ପ୍ରବାସ ପାଇଁ ଚାଲିଯାନ୍ତି । ଉଷ୍ମ ଜଳବାୟୁ ଅଞ୍ଚଳର ରଣପା ପକ୍ଷୀ ପ୍ରାୟ ପ୍ରବାସ କରନ୍ତି ନାହିଁ କିମ୍ବା ଅଳ୍ପ ଦୂରତା ମଧ୍ୟରେ ପ୍ରବାସ କରନ୍ତି । ଉତ୍ତର ୟୁରୋପରେ ରଣପା ଚଢ଼େଇ ବସନ୍ତ ଋତୁରେ ନିଜ ପରିବାସରୁ ଆହୁରି ଉତ୍ତରକୁ ଯାଉଥିବା ଓ ପ୍ରଜନନ କରୁଥିବା ଦେଖାଯାଇଛି । ବ୍ରିଟେନରେ ୧୯୮୭ରେ[୧୦] ଓ ୨୭ ବର୍ଷ ପରେ ୨୦୧୪ରେ[୧୧] ରଣପା ଚଢ଼େଇ ଯୁଗଳଙ୍କ ମିଳନ ଓ ପ୍ରଜନନ ବିଷୟ ଲିପିବଦ୍ଧ କରାଯାଇଥିଲା । ୨୦୧୭ରେ ଦକ୍ଷିଣ ଇଂଲଣ୍ଡରେ ୧୩ଟି ରଣପା ପକ୍ଷୀ ଶାବକ ଜନ୍ମ ହେବା ବିଷୟ ଉଲ୍ଲିଖିତ ହୋଇଛି ।[୧୨]

ଏହି ପକ୍ଷୀ ପାଣିରୁ କିମ୍ବା ବାଲିରୁ ନିଜର ଆହାର ଖୋଜି ଖାଇଥାଏ । ଏମାନେ ମୁଖ୍ୟତଃ ପୋକଯୋକ, ଗେଣ୍ଡା ଆଦି ଜୀବ ଖାଆନ୍ତି ।

ଜଳାଶୟ ନିକଟସ୍ଥ ଭୂମିରେ ଏକ ଉନ୍ମୁକ୍ତ ସ୍ଥାନରେ ଏମାନେ ନିଜର ବସା ତିଆରି କରନ୍ତି । ରଣପା ପକ୍ଷୀ ସଂଘବଦ୍ଧ ହୋଇ ଏବଂ ବେଳେବେଳେ ଅନ୍ୟ ପକ୍ଷୀଙ୍କ ସହ ମିଶି ରହିବା ଦେଖାଯାଏ ।

ରଣପା ପକ୍ଷୀ ପାଇଁ ଆଫ୍ରିକୀୟ-ୟୁରେସୀୟ ପ୍ରବାସୀ ଜଳପକ୍ଷୀ ସଂରକ୍ଷଣ ଚୁକ୍ତିର (Agreement on the Conservation of African-Eurasian Migratory Waterbirds) ନିୟମାବଳୀ ପ୍ରଯୁଜ୍ୟ ।

ଚିତ୍ର ଗ୍ୟାଲେରି

ଆଧାର

ଆହୁରି ପଢ଼ନ୍ତୁ

  • Hayman, Peter; Marchant, John; Prater, Tony (1986). Shorebirds: an identification guide to the waders of the world. Boston: Houghton Mifflin. ISBN 0-395-60237-8.

ଅନ୍ୟାନ୍ୟ ଲିଂକ୍

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ