ରାଜସ୍ମିତା କର

ଓଡ଼ିଆ ନୃତ୍ୟଶିଳ୍ପୀ ଓ ନୃତ୍ୟନିର୍ଦ୍ଦେଶକ

ଜାତୀୟ ସ୍ତରର ହିନ୍ଦୀ ଟେଲିଭିଜନ ଚ୍ୟାନେଲ ଜି ଟିଭି ପ୍ରସାରିତ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସର ଚୁଡ଼ାନ୍ତ ଅଧ୍ୟାୟରେ ଓଡ଼ିଶାର ଏକମାତ୍ର ପ୍ରତିଦ୍ୱନ୍ଦୀ ରାଉରକେଲାର ରାଜସ୍ମିତା କର ବିଜୟୀ ହୋଇ ଭାଗ୍ୟରଟୋପିର ଅଧିକାରୀ ହୋଇଛନ୍ତି । ନିଜ ନୃତ୍ୟର ଉତ୍କର୍ଷତା ବଳରେ ସେ ଏହି ପ୍ରତିଯୋଗିତାର ଶେଷ ୫ଜଣ ଚୁଡ଼ାନ୍ତ ପ୍ରତିଯୋଗୀଙ୍କ ମଧ୍ୟରେ ନିଜ ସ୍ଥାନ ବଳବତ୍ତର ରଖିଥିବା ବେଳେ ତିନି ଥର ପ୍ରଥମ ଓ ଦୁଇ ଥର ଦ୍ୱୀତୀୟ ସ୍ଥାନ ହାସଲ କରିଥିଲେ । ରାଜସ୍ମିତା ଆସାମର ପ୍ରଦୀପ ଗୁରୁଙ୍ଗ, ଡେରାଡୁନର ରାଘବ, ଦିଲ୍ଲୀର ସନମ ଜୋହର ଓ ରେବା, ମଧ୍ୟ ପ୍ରଦେଶର ମୋହିନା ସିଂଙ୍କୁ ପଛରେ ପକାଇ ବିଜୟିନୀ ହୋଇଥିଲେ । ୪୮ଲକ୍ଷ ୮୯ ହଜାର ୩୦ଟି ଭୋଟପାଇ ସେ ପ୍ରଥମ ସ୍ଥାନ ହାସଲ କରିଥିଲେ ।[୨][୩]

ରାଜସ୍ମିତା କର
ଜନ୍ମ (1991-01-26) ୨୬ ଜାନୁଆରୀ ୧୯୯୧ (ବୟସ ୩୩)
ଜାତୀୟତାଭାରତୀୟ
ଅନ୍ୟ ନାମନିକି [୧]
ବୃତ୍ତିନୃତ୍ୟଶିଳ୍ପୀ
ଟେଲିଭିଜନଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ-୩
ପିତାମାତା(s)ରମେଶ କର
ରଞ୍ଜିତା କର

୨୬ ଜାନୁଆରୀ ୧୯୯୧ରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିବା ରାଜସ୍ମୀତାଙ୍କ ବାପା ରମେଶ କୁମାର କର ରାଉରକେଲାର ବାସନ୍ତୀ କଲୋନୀରେ ଏକ ବୈଦ୍ୟୁତିକ ସରଞ୍ଜାମ ଦୋକାନ ଚଳାଉଥିବା ବେଳେ ମା ରଞ୍ଜିତା କର ଜଣେ ଗୃହିଣୀ। ପିଲାବେଳୁ ନୃତ୍ୟ ପ୍ରତି ଆଗ୍ରହୀ ହୋଇ ବିଭିନ୍ନ ପ୍ରକାର ନୃତ୍ୟ ଶିକ୍ଷା କରିଥିଲେ ।

ଏହା ପୂର୍ବରୁ ସେ ତରଙ୍ଗ ଟିଭିରେ ପ୍ରସାରିତ ଝୁମ ଓଡ଼ିଶା ଝୁମ, ଧୁମ ମଚାଲେ ଧୁମର ଚୁଡ଼ାନ୍ତ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଥିଲେ ।[୪][୫] ଅକ୍ଟୋବର ୨୦୧୧ରେ ଭୁବନେଶ୍ୱରରେ ଅନୁଷ୍ଠିତ ଜିଟିଭିର ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ଚୟନ ପ୍ରକ୍ରିୟାରେ ମନୋନୀତ ହୋଇ ମୁମ୍ବାଇ ଯାଇଥିଲେ । ଭିନ୍ନ ଭିନ୍ନ ଅଧ୍ୟାୟରେ ବହୁ କଷ୍ଟସାଧ୍ୟ ନୃତ୍ୟ ପରିବେଷଣ କରି ସେ ଗ୍ରାଣ୍ଡମାଷ୍ଟର ମିଥୁନ ଚକ୍ରବର୍ତ୍ତୀଙ୍କଠାରୁ 'ଡାର୍କ ହର୍ସ' ଆଖ୍ୟା ପାଇଥିଲେ । [୬]

ପ୍ରଖ୍ୟାତ ହିନ୍ଦୀ କଥାଚିତ୍ର ଅଭିନେତ୍ରୀ ଶ୍ରୀଦେବୀଙ୍କୁ ନିଜର ଆଦର୍ଶ ଭାବେ ମାନୁଥିବା ରାଜସ୍ମୀତା ଆଗାମୀ ଦିନରେ ଛୋଟ ଛୋଟ ପିଲାଙ୍କ ପାଇଁ ଏକ ନୃତ୍ୟ ପ୍ରଶିକ୍ଷଣ ଅନୁଷ୍ଠାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ଆଧାର

ବାହାର ଲିଙ୍କ